ତୁର୍କୀର ଅନ୍ୟତମ ପ୍ରମୁଖ ସହର ଇସ୍ତାନବୁଲ୍ରେ ଭୟଙ୍କର ବିସ୍ଫୋରଣ ହୋଇଛି। ଗତକାଲି ବ୍ୟସ୍ତବହୁଳ ସଡ଼କରେ ଏହି ବିସ୍ଫୋରଣ ଘଟିଛି।
ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ କରୁଛି । ଏଥିରେ କାହାର କିଛି କ୍ଷତି ହୋଇନାହିଁ ।
ବଡ଼ଧରଣର ବୋମା ବିସ୍ଫୋରଣ ହୋଇଛି । ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୫ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି ।
ସିସିଟିଭି ଫୁଟେଜକୁ ଆଧାର କରି ଅଭିଯୁକ୍ତକୁ ଧରିବାରେ ପୋଲିସ ସକ୍ଷମ ହୋଇଛି । ପ୍ରାୟ ୮୮ଟି ସିସିଟିଭି କ୍ୟାମେରାର ଫୁଟେଜ ଯାଞ୍ଚ କରାଯାଇଥିଲା । ଦେଖାଯାଇଥିଲା ଯେ, ବୋମା ବିସ୍ଫୋରଣର ଅଳ୍ପ ସମୟ ପରେ ଅଭିଯୁକ୍ତ ଜଣକ ଘଟଣାସ୍ଥଳରୁ ଚଂପଟ ମାରିଥିଲା ।
ପୁଣି ଥରିଲା ବ୍ରହ୍ମଗିରି । ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଅସାନ୍ତ ହୋଇଛି ବ୍ରହ୍ମଗିରି ଅଞ୍ଚଳ । ମାତ୍ର କେଇ ମିନିଟ୍ ଭିତରେ ପୁରା ଅଞ୍ଚ ହୋଇଗଲା ଧୁଆଁମୟ । ଗୋଟିଏ କି ଦୁଇଟି ନୁହେଁ ଫୁଟିଲା ୨୦ରୁ ଅଧିକ ବୋମା ।
ବ୍ରହ୍ମଗିରିର ସାତପଡ଼ା ଅଞ୍ଚଳରେ ଥିବା ନାଥପୁର ନିକଟରେ ଏଭଳି ବୋମାମାଡ଼ ହୋଇଛି । ଗୋଷ୍ଠି କନ୍ଦଳ ଯୋଗୁଁ ଏଭଳି ଘଟଣା ଘଟିଛି । ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକଙ୍କ ଦ୍ୱାରା ୨୦ରୁ ଉର୍ଦ୍ଧ୍ୱ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି ।
ବାଂଲାଦେଶର ନୋଆଖଲି ସ୍ଥିତ ଇସ୍କନ ମନ୍ଦିର ଉପରେ ଦୁର୍ବୃତ୍ତ ଆକ୍ରମଣ । ଶୁକ୍ରବାର ୨ଶହରୁ ଅଧିକ ଦୁର୍ବୃତ୍ତ ଅଚାନକ ମନ୍ଦିରରେ ପଶି ଭଙ୍ଗାରୁଜା କରିଥିଲେ। ଦେଖନ୍ତୁ ଖବର
ଆଫଗାନିସ୍ତାନରେ ଘଟିଲା ଭୟାବହ କାଣ୍ତ । କାନ୍ଦାହାରର ଇମାମ ବରଗାହ୍ ମସଜିଦରେ ଆତଙ୍କୀ ହମଲା । ଇମାମ ବରଗାହ୍ ମସଜିଦରେ ବୋମା ବିସ୍ଫୋରଣ ହୋଇଥିବାର ଖବର ଶୁଣିବାକୁ ମିଳିଛି । ଏହି ବିସ୍ଫୋରଣରେ ୩୨ ଜଣଙ୍କର ମୃତ୍ୟୁ ହୋଇଥିବାର ଆଫଗାନିସ୍ତାନ ଗଣମାଧ୍ୟମ ପକ୍ଷରୁ ସୂଚନା ମିଳିଛି ।
ଘର ଭିତରେ ବିସ୍ପୋରଣ। ବିସ୍ଫୋରଣରେ ଜଣେ ୮ ବର୍ଷର ନାବାଳକ ଗୁରୁତର। ନାବାଳକ ଜଣଙ୍କୁ ବ୍ରହ୍ମପୁର MKCG ସ୍ଥାନାନ୍ତର ।
କାବୁଲର ଏକ ମସଜିଦ୍ରେ ବୋମା ବିସ୍ପୋରଣ । ଗତକାଲିର ଏହି ବିସ୍ପୋରଣରେ ପ୍ରାୟ ୫ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବାର ତାଲିବାନ୍ ଗୃହ ମନ୍ତ୍ରାଳୟ ମୁଖପାତ୍ର ସୂଚନା ଦେଇଛନ୍ତି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଏହି ବିସ୍ପୋରଣଟି ମସଜିଦ୍ ସ୍ଥିତ ରାସ୍ତା କଡରେ ହୋଇଛି । ହେଲେ ମସଜିଦ୍ ପ୍ରବେଶ ଦ୍ୱାରରେ ଥିବା ଲୋକମାନେ ଆହତ ହୋଇଛନ୍ତି ।
କାବୁଲ ଏୟାରପୋର୍ଟ ବାହାରେ ବଡ଼ ବିସ୍ଫୋରଣ । ୧୩ ମୃତ, ୧୫ରୁ ଅଧିକ ଗୁରୁତର ହୋଇଥିବା ସୂଚନା । ମୃତାହତ ନେଇ ବିଦେଶୀ ଗଣମାଧ୍ୟମ ସୂତ୍ରରୁ ସୂଚନା । ବିସ୍ଫୋରଣ ନେଇ ପେଣ୍ଟାଗନ୍ ପ୍ରେସ୍ ସଚିବ ଜନ୍ କିର୍ବିଙ୍କ ସୂଚନା ।
ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (ଆଇଜିଆଇ ବିମାନବନ୍ଦର)କୁ ବୋମା ପକେଇ ଉଡେଇଦେବାକୁ ଅଲ୍କାଏଦା ଧମକ ଦେଇଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ପୋଲିସ ଶନିବାର ସନ୍ଧ୍ୟାରେ ଅଲ୍କାଏଦା ନାମରେ ଏକ ଇମେଲ ପାଇଥିଲା, ଯେଉଁଥିରେ ଆସନ୍ତା କିଛି ଦିନ ମଧ୍ୟରେ ଆଇଜି ବିମାନ ବନ୍ଦରକୁ ଉଡ଼ାଇ ଦିଆଯିବ ବୋଲି ଧମକ ଦିଆଯାଇଛି। ଧମକ ମିଳିବା ମାତ୍ରେ ବିମାନବନ୍ଦରର ସୁରକ୍ଷାକୁ ଆହୁରି କଡାକଡି କରାଯାଇଛି।