Advertisment

ବଡ ଧରଣର ବୋମା ବିସ୍ଫୋରଣ, ୪ ମୃତ ୧୫ ଆହତ

ବଡ଼ଧରଣର ବୋମା ବିସ୍ଫୋରଣ ହୋଇଛି । ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୫ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Bomb blast in Pakistan’s quetta four killed 15 injured

Bomb blast in Pakistan’s quetta four killed 15 injured

ପାକିସ୍ତାନ୍‌ର କ୍ୱେଟାରେ ହୋଇଛି ବଡ଼ଧରଣର ବୋମା ବିସ୍ଫୋରଣ । ଏହି ଦୁର୍ଘଟଣାରେ ୧୫ ଜଣ ଗୁରୁତର ଆହତ ହୋଇଥିବାବେଳେ ୪ ଜଣଙ୍କ ମୃତ୍ୟୁ ହୋଇଥିବ ଜଣାପଡିଛି ।

Advertisment

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ପାକିସ୍ତାନର ଜିନ୍ନା ରୋଡରେ ଥିବା ସାଇନ୍ସ କଲେଜ ନିକଟରେ ପାର୍କିଂ ହୋଇଥିବା ଏକ କାରରେ ଏହି ବିସ୍ଫୋରଣ ଘଟିଛି ବୋଲି ଅଧିକାରୀମାନେ କହିଛନ୍ତି।

Advertisment

ଜିନ୍ନା ରୋଡ୍ ଏକ ପ୍ରମୁଖ ମାର୍ଗ ହୋଇଥିବା ସହ ସପିଂ ପାଇଁ ଏହା ବେଶ୍‌ ଲୋକପ୍ରିୟ ହୋଇଥିବାରୁ ବହୁତ ଏଠାରେ ସବୁବେଳେ ଜନଗହଳିର ପରିବେଶ ରହିଥାଏ। ତେବେ ବୋମା ବିସ୍ପୋରଣ ପଛର କାରଣ ଅସ୍ପଷ୍ଟ ଥିବାରୁ ଘଟଣାର ତଦନ୍ତ ଜାରି ରହିଛି ।

ଅଧିକାରୀଙ୍କ କହିବାନୁସାରେ, ଗୁରୁତର ଆହତମାନଙ୍କୁ କ୍ୱେଟା ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ବିସ୍ଫୋରଣ ଏତେ ଭୟାବହ ହୋଇଥିଲା ଯେ ବିସ୍ଫୋରଣ ପ୍ରଭାବରେ ନିକଟସ୍ଥ ଅଟ୍ଟାଳିକାର କାଚ ମଧ୍ୟ ଭାଙ୍ଗିଯାଛି । ପାକିସ୍ତାନର ଏହି ଅଞ୍ଚଳରେ ସବୁବେଳେ ପ୍ରାୟ ଜନ ଗହଳ ରହିଥାଏ ।

ସୂଚନା ଅନୁସାରେ, ଚଳିତ ବର୍ଷ ଏହି ଘଟଣାସ୍ଥଳଠାରୁ ମାତ୍ର ୨ କିଲୋମିଟର ଦୂରରେ ଥିବା ଏକ ଚାରି ତାରକା ହୋଟେଲ ସରେନାରେ ମଧ୍ୟ ଏହିପରି ଏକ ବିସ୍ଫୋରଣ ଘଟିଥିଲା। ଏହି ଶକ୍ତିଶାଳୀ ବୋମା ବିସ୍ଫୋରଣରେ ପ୍ରାୟ ୫ ଜଣ ପ୍ରାଣ ହରାଇଥିଲେ। ଦୁର୍ଘଟଣା ଦିନ ଉକ୍ତ ହୋଟେଲରେ ଚୀନ୍‌ର ରାଷ୍ଟ୍ରଦୂତ ମଧ୍ୟ ଉପସ୍ଥିତ ଥିଲେ, ହେଲେ ବିସ୍ଫୋରଣ ସମୟରେ ରାତ୍ରୀ ଭୋଜନ ପାଇଁ ହୋଟେଲରୁ ବାହାରକୁ ଯାଇଥିଲେ।

ଏହି ଅଞ୍ଚଳ ଆଫଗାନିସ୍ତାନ ସୀମା ନିକଟରେ ଥିବା ତାଲିବାନ ଏବଂ ଆଇଏସର ପ୍ରଭାବ ହେତୁ ଗତ କିଛି ବର୍ଷ ହେବ ପାକିସ୍ତାନର କିଛି ଅଞ୍ଚଳ ବୋମା ବିସ୍ଫୋରଣର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଗଡ଼ ପାଲଟିଛି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଧରିଛଇ ।

ବୋମା ବିସ୍ଫୋରଣ ଘଟଣା ନେଇ ବାଲୁଚିସ୍ତାନର ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ମୀର ଜିଆଉଲା ଲାଙ୍ଗୋଭ କହିଛନ୍ତି ଯେ, ଏହି ବିସ୍ଫୋରଣ ରିମୋଟ୍ କଣ୍ଟ୍ରୋଲ୍ ଡିଭାଇସ୍ ମାଧ୍ୟମରେ ହୋଇଛି । ସେ ଘଟଣାସ୍ଥଳରେ ପହଞ୍ଚି ମୃତ ଓ ଆହତଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି । ଏହାସହ ସେ କହିଛନ୍ତି ଯେ, ଦୁର୍ଘଟଣାରେ ସଂପୃକ୍ତ ଥିବା ଅପରାଧୀଙ୍କୁ ଶୀଘ୍ର ଦଣ୍ଡ ଦିଆଯିବ ।

Bomb Blast Pakistan
Advertisment
Advertisment