/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743415101.jpg)
IFS ନିଧି ମୋଦିଙ୍କ ବ୍ୟକ୍ତିଗତ ସଚିବ
ପ୍ରଧାନମନ୍ତ୍ରୀଙ୍କର ବ୍ୟକ୍ତିଗତ ସଚିବ ହେଲେ IFS ଅଧିକାରୀ ନିଧି ତିୱାରୀ । ତାଙ୍କ ନିଯୁକ୍ତିରେ ମୋହର ମାରିଛି କେନ୍ଦ୍ର କ୍ୟାବିନେଟ୍ ସମ୍ପର୍କିତ ନିଯୁକ୍ତି କମିଟି । ତତ୍କାଳ ନିଧିଙ୍କ ନିଯୁକ୍ତିକୁ ମଞ୍ଜୁରୀ ମିଳିଛି । ୨୦୧୪ ବ୍ୟାଚ୍ IFS ଅଫିସର ହେଉଛନ୍ତି ନିଧି ତିୱାରୀ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଡେପୁଟି ସେକ୍ରେଟାରୀ ଭାବରେ କାର୍ଯ୍ୟ କରିଛନ୍ତି ନିଧି ।
ଅଧିକ ପଢ଼ନ୍ତୁ: ଏପ୍ରିଲ୍ ୧ରୁ ହେବ ବଡ଼ ପରିବର୍ତ୍ତନ; ଆପଣଙ୍କ ଉପରେ ପଡିପାରେ ସିଧାସଳଖ ପ୍ରଭାବ...
IFS ଅଧିକାରୀ ନିଧି ତିୱାରୀ ୨୦୨୨ରୁ ପିଏମଓରେ ଡେପୁଟି ସେକ୍ରେଟାରୀ ରହିଥିଲେ । ଏବେ ତାଙ୍କୁ ମିଳିଛି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ । ସେ ପ୍ରଧାନମନ୍ତ୍ରୀଙ୍କର ପ୍ରଶାସନିକ ଓ ରାଜନୈତିକ କାର୍ଯ୍ୟରେ ସହଯୋଗ କରିବେ । ବାରଣାସୀର ମୂଳ ବାସିନ୍ଦା ହେଉଛନ୍ତି ନିଧି । ସେ ପ୍ରଧାନମନ୍ତ୍ରୀଙ୍କର ନିର୍ବାଚନ ମଣ୍ଡଳୀରୁ ଆସିଛନ୍ତି । ୨୦୧୪ରୁ ବର୍ତ୍ତମାନ ସୁଦ୍ଧା ଚାକିରି କାଳରେ ସେ ବୈଦେଶିକ ମନ୍ତ୍ରାଳୟର ବିଭିନ୍ନ ବିଭାଗରେ କାମ କରିଛନ୍ତି । ପ୍ରଶାସନିକ ଦକ୍ଷତା ଓ କାର୍ଯ୍ୟ ପାଇଁ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବରେ ପଦୋନ୍ନତି ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)