ମୋଦିଙ୍କ ଦୁଇ ହାତ ଓଡ଼ିଆ
ମୋଦିଙ୍କ ପସନ୍ଦ ଓଡ଼ିଆ ଅଫିସର । PMOରେ ଓଡ଼ିଆ ଅଫିସରଙ୍କୁ ଗୁରୁତ୍ବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ ହାତ ସାଜିଛନ୍ତି ଦୁଇ ଓଡ଼ିଆ ଆଇଏଏସ୍ ଅଫିସର ପି.କେ.ମିଶ୍ର ଓ ଶକ୍ତିକାନ୍ତ ଦାସ । ପୂର୍ବରୁ ଓଡ଼ିଆ ଆଇଏଏସ୍ ଅଫିସର ପି.କେ.ମିଶ୍ର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି । ହେଲେ ଏବେ ପ୍ରଧାନମନ୍ତ୍ରୀଙ୍କ ଦ୍ବିତୀୟ ପ୍ରମୁଖ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ପି.କେ. ମିଶ୍ର ସେପଟେମ୍ବର ୨୦୧୯ରୁ ଏବେ ପର୍ଯ୍ୟନ୍ତ ପିଏମଙ୍କ ପ୍ରମୁଖ ସଚିବ ରହିଛନ୍ତି । ସେହିଭଳି ଶକ୍ତିକାନ୍ତ ଦାସ ଦ୍ବିତୀୟ ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରିବେ । ଯାହାଫଳରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଦୁଇ ପ୍ରମୁଖ ସଚିବ ଭାବେ ଦୁଇ ଓଡ଼ିଆ ଅଫିସର ଗୁରୁ ଦାୟିତ୍ବ ତୁଲାଇବେ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)