• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

ବଡ଼ ନିଆରା ଏ ପରମ୍ପରା... ଅଦ୍ଭୂତ ଏମାନଙ୍କ ନୀତିକାନ୍ତି । ମହିଳାଙ୍କ ଦେହରେ ଆସନ୍ତି ଠାକୁରାଣୀ । ଏମାନେ ଯେତିକି ସରଳ ତା’ ଠାରୁ ବି ଏମାନଙ୍କ ବିଶ୍ବାସ ଆହୁରି ଅଗାଢ଼ ।

ପାର୍ବଣରେ କୋରାପୁଟର ଆଦିବାସୀଙ୍କ ପରମ୍ପରା ନିଆରା । ନୂଆ ଧାନକୁ କୁଟି ଚରୁ ପ୍ରସ୍ତୁତ କରି, ଘରେ ଥିବା ସମସ୍ତ ଚାଷ ଉପକରଣ ଓ ଅସ୍ତ୍ରଶସ୍ତ୍ରକୁ ପୂଜା କରନ୍ତି । ପରେ ସମସ୍ତ ଲୋକ ଗାଁ ହୁଣ୍ଡି ଦେବତାଙ୍କୁ ପୂଜାର୍ଚ୍ଚନା କରି ଶୁଭ ମନାସନ୍ତି । ରାଜବିଧି ପାଳନ କରିବା ହେଉଛି ଏମାନଙ୍କ କର୍ତ୍ତବ୍ୟ । ଗାଁରେ ଥିବା ବାଉଁଶ ବୁଟାକୁ ପୂଜା କରି ସଳଖ ଥିବା ବାଉଁଶ ଲାଠି ସଂଗ୍ରହ କରନ୍ତି । ହୁଣ୍ଡି ଦେବତାଙ୍କ ନିକଟରେ ପୂଜା କରାଯାଇ ଗ୍ରାମବାସୀ ମିଳିତ ହୋଇ ବାଜା ବାଇଦ ସହ ଲାଠିଧରି ପ୍ରତୀକ ଭାବେ କୋରାପୁଟ ସହରକୁ ଆସନ୍ତି।

ଜନଜାତିଙ୍କ ବିଶ୍ୱାସ ଓ ଆସ୍ଥା ହେଉଛନ୍ତି ମା’ ବନ ଦୁର୍ଗା । ପ୍ରତ୍ୟେକ ଗାଁରୁ ଏଇଠିକୁ ଆସେ ଲାଠି । ଏଠାରେ ଦଶହାରେ ସ୍ୱତନ୍ତ୍ର ପୂଜା କରାଯାଏ । ଶହ ଶହ ଭକ୍ତଙ୍କ ଏଠାରେ ସମାଗମ ହୁଏ । ଆଉ ମା’ଙ୍କ ଆଶୀର୍ବାଦ ପାଇଁ ଏଠି ଜମେ ଭିଡ଼ ।

 

OTV is now on Whatsapp

Join and get latest news update delivered to you via whatsapp

Join Now