ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ୱିକେଟ୍କିପର୍-ବ୍ୟାଟର୍ ଭାବେ ରିଷଭ ପନ୍ତଙ୍କ ଠାରୁ ଲୋକେଶ ରାହୁଲଙ୍କୁ ଦିଆଯାଇଥିଲା ଅଗ୍ରାଧିକାର । ସେ ମଧ୍ୟ ନିଜ ପ୍ରଦର୍ଶନ ବଳରେ ତାଙ୍କ ଚୟନକୁ ସଠିକ୍ ସାବ୍ୟସ୍ତ କରିଥିଲେ । ଏପରି ସ୍ଥଳେ ପ୍ରଶ୍ନ ଉଠୁଛି ଯେ ଦିନିକିଆରେ ପନ୍ତଙ୍କ ପାଇଁ ବଡ଼ ଚାଲେଞ୍ଜ୍ ହୋଇଛନ୍ତି କି ରାହୁଲ?
ରବୀନ୍ଦ୍ର ଜାଡେଜା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ସେ ଅବସର ଗୁଜବକୁ ମିଛ ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି, "ଅଯଥା ଗୁଜବ ପ୍ରସାର କରନାହିଁ ।
ରୋହିତ ଶର୍ମା ଏବେ ଦିନିକିଆରେ ଅଧିନାୟକ ଭାବରେ ସର୍ବାଧିକ ଟସ୍ ହାରିଥିବା ଖେଳାଳି ହୋଇସାରିଛନ୍ତି । ରୋହିତ ଶର୍ମା ଏବଂ ୱେଷ୍ଟଇଣ୍ଡିଜର ବ୍ରାଏନ୍ ଲାରା ଲଗାତାର ୧୨ ଥର ଟସ୍ ହାରିଥିଲେ ।
ଭାରତୀୟ କ୍ରିକେଟ ଦଳର ପ୍ରିନ୍ସ ଶୁବମାନ ଗିଲ ଏକ ନିଆରା ରେକର୍ଡ କରିଛନ୍ତି। ଅହମଦାବାଦରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ତୃତୀୟ ଦିନିକିଆରେ ସେ ଶତକ ହାସଲ କରିଛନ୍ତି। ଦିନିକିଆ ଫର୍ମାଟରେ ଏହା ତାଙ୍କର ସପ୍ତମ ଶତକ ହୋଇଥିବା ବେଳେ ଏହା ସହିତ ସେ କିମ୍ବଦନ୍ତୀ ଭାରତୀୟ ଖେଳାଳି ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ ଓ ବୀରେନ୍ଦ୍ର ସେହ୍ବାଗଙ୍କ ସମକକ୍ଷ ହୋଇଛନ୍ତି।
୩୦୫ ରନ୍ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲେ ହିଟ୍ମ୍ୟାନ୍ ତଥା ଅଧିନାୟକ ରୋହିତ୍ ଶର୍ମା ଓ ଶୁଭମନ୍ ଗିଲ୍।
ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ବିତୀୟ ଦିନିକିଆ ମ୍ୟାଚରେ ଭାରତ ସମ୍ମୁଖରେ ୩୦୫ ରନର ଟାର୍ଗେଟ। ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୪୯.୫ ଓଭରରେ ୩୦୪ ରନରେ ଅଲଆଉଟ ହୋଇଥିଲା। ଦଳ ପକ୍ଷରୁ ଜୋ ରୁଟ ସର୍ବାଧିକ ୬୯ ରନ କରିଥିବା ବେଳେ ବେନ ଡକେଟ ୬୫ ରନ କରିଥିଲେ।
ବିମାନ ବନ୍ଦରରେ ଟିମ୍ ଇଣ୍ଡିଆ ଖେଳାଳି ପହଞ୍ଚିବା ପରେ ନିଜର ପସନ୍ଦର ଖେଳାଳିଙ୍କୁ ଦେଖିବା ପାଇଁ ପ୍ରଶଂସକଙ୍କ ବେଶ୍ ଭିଡ଼ ଜମିଥିଲା । ନିଜ ପସନ୍ଦର ଖେଳାଳିଙ୍କ ଟିକେ ଝଲକ ପାଇବା ପାଇଁ ଘଣ୍ଟା ଘଣ୍ଟା ଧରି ବିମାନ ବନ୍ଦର ପରିସରରେ ଅପକ୍ଷେ କରିଥିଲେ ଦର୍ଶକ ।
ଏୟାରପୋର୍ଟଠୁ ହୋଟେଲ୍ ଏବଂ କାଲି ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ ସହିତ ରବିବାର ମୁକାବିଲା ପାଇଁ ସବୁ ପ୍ରକାର ପ୍ରସ୍ତୁତି କରିଛି କମିଶନରେଟ୍ ପୋଲିସ । ଖେଳାଳିମାନେ ଭୁବନେଶ୍ବରରୁ କଟକ ଯିବାବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
ବାରବାଟୀରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଦିନିକିଆ ମ୍ୟାଚ ପୂର୍ବରୁ ୭ଜଣଙ୍କୁ ଟିକେଟ କଳାବଜାର ସନ୍ଦେହରେ ଅଟକ ରଖିଛି ପୋଲିସ। ବାରବାଟୀ ଦିନିକିଆରେ ଚଳିତ ବର୍ଷ ଟିକେଟ ପାଇଁ ଅନେକ ଅବ୍ୟବସ୍ଥା ସାମନାକୁ ଆସିଛି ।
ଭାରତ ଓ ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଗୁରୁବାର ଆରମ୍ଭ ହୋଇଛି। ବିଦର୍ଭ କ୍ରିକେଟ ଆସୋସିଏସନରେ ପ୍ରଥମ ଦିନିକିଆ ମ୍ୟାଚ ଖେଳାଯାଇଛି। ତେବେ ପ୍ରଥମ ଦିନିକିଆରେ ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ଅନୁପସ୍ଥିତି ନେଇ ଅନେକ ପ୍ରଶ୍ନ ଉଠାଇଥିଲେ।
ଫେବୃଆରୀ ୫ ତାରିଖ ଦିନ ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହେବ । କ୍ରିକେଟ ପ୍ରେମୀ କିଭଳି ସୁବିଧାରେ ଟିକେଟ ପାଇବେ ସେଥିପାଇଁ ଷ୍ଟାଡିୟମରେ ଥିବା କାଉଣ୍ଟରରେ ୩ଟି କ୍ୟୁ’ର ବ୍ୟବସ୍ଥା କରାଯାଇଛି ।
ଭାରତ-ଇଂଲଣ୍ଡ ବାରବାଟୀ ଦିନିକିଆ ପାଇଁ ଅନଲାଇନ ଟିକେଟ୍ ବିକ୍ରି। ୱେଟିଂ ନମ୍ବରକୁ ନେଇ ବହୁ କ୍ରିକେଟପ୍ରେମୀ ନିରାଶ। ୪ ହଜାର ଟିକେଟ କିଣିବାକୁ ୱେଟିଂ ତାଲିକାରେ ୪୦ ହଜାର ଉପରେ ପ୍ରଶଂସକ।
ଆସନ୍ତାକାଲି କେବଳ ଅନଲାଇନରେ ଟିକେଟ୍ ବିକ୍ରି ହେବ। ଏଥର ୪ ହଜାର ଟିକେଟ୍ ଅନଲାଇନରେ ବିକ୍ରି ପାଇଁ ସ୍ଥିର ହୋଇଛି। ସେହିପରି ୫ ଓ ୬ ତାରିଖରେ ସାଧାରଣ ଦର୍ଶକଙ୍କ ପାଇଁ କାଉଣ୍ଟରରେ ୧୯ ହଜାରରୁ ୨୦ ହଜାର ଅଫଲାଇନ୍ ଟିକେଟ୍ ମିଳିବ।
ଆସନ୍ତା ଫେବ୍ରୁୟାରୀ ୯ତାରିଖରେ ବାରବାଟୀରେ ହେବ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ଚଳିତବର୍ଷ ବାରବାଟୀରେ ଉପସ୍ଥିତ ଦର୍ଶକଙ୍କ ରୋମାଞ୍ଚ ବଢାଇବା ପାଇଁ ପ୍ରସ୍ତୁତ ହୋଇଛି ଏକ ସୁନ୍ଦର ଓଡ଼ିଆ ଥିମ୍ସଙ୍ଗ୍।
ଦୀର୍ଘ ୬ ବର୍ଷ ବ୍ୟବଧାନରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଦିନିକିଆ ମ୍ୟାଚ୍ । ଏଥି ପାଇଁ ସଜେଇ ହେଲାଣି ବାରବାଟୀ । ପିଚଠୁ ଆଉଟ୍ ଫିଲ୍ଡ, ଗ୍ୟାଲେରୀରୁ ସିଟିଂ ବ୍ୟବସ୍ଥା ସବୁ କିଛି ହେଲାଣି ଚକାଚକ୍ ।
କେମିତି ସୁରୁଖୁରୁରେ ହେବ ବାରବାଟୀ ଲଢେଇ ? କିଭଳି ସୁରକ୍ଷିତ ମ୍ୟାଚ୍ ଦେଖି ଫେରିବେ ପ୍ରାୟ ୪୫ ହଜାର ଦର୍ଶକ ? କେମିତି ସୁଦୃଢ ହେବ ଷ୍ଟାଡିୟମର ଅସ୍ଥାୟୀ ଅଗ୍ନି ନିରାପତ୍ତା ବ୍ୟବସ୍ଥା ? ଏଥିପାଇଁ ଜୋରସର ପ୍ରସ୍ତୁତି ସହ ପୁରା ଦମ୍ ଲଗାଇ ଦେଇଛନ୍ତି କମିଶନରେଟ ପୋଲିସ ।
ଫେବ୍ରୁଆରୀ ୯ରେ ମ୍ୟାଚ୍ ହେବାକୁ ଥିବା ବେଳେ ୨ ତାରିଖରେ ଅନଲାଇନରେ ଟିକେଟ୍ ବିକ୍ରି ହେବ । ୨ ତାରିଖରେ ଅନଲାଇନରେ ୪ ହଜାର ଟିକେଟ୍ ବିକ୍ରି ହେବ ।
ମୁଖ୍ୟମନ୍ତ୍ରୀ ବାରବାଟୀରେ ହେବାକୁ ଥିବା ଇଂଲଣ୍ଡ-ଭାରତ ୱାନ୍ ଡେ ପାଇଁ ପ୍ରଥମ ଟିକେଟ କିଣିଛନ୍ତି। ଅନ୍ୟପଟେ ଓସିଏ ପକ୍ଷରୁ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ନିମନ୍ତ୍ରଣ କରାଯାଇଛି ।
୨୦୨୪ରେ ଭାରତ ଟି-୨୦ରେ ବିଶ୍ୱବିଜୟୀ ହୋଇଛି, କିନ୍ତୁ ଘରେ ନ୍ୟୁଜିଲାଣ୍ଡ ଠାରୁ ଟେଷ୍ଟ ସିରିଜ୍ ଓ ଶ୍ରୀଲଙ୍କାରେ ଦିନିକିଆ ସିରିଜ୍ରେ ପରାଜୟ ଅପ୍ରତ୍ୟାଶିତ ଥିଲା । ଅନେକ ବଡ଼ ଖେଳାଳିଙ୍କ ଅବସର ଘୋଷଣା ମଧ୍ୟ ଏ ବର୍ଷ ଚର୍ଚ୍ଚାର ବିଷୟ ହୋଇଛି।
ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଭୁବନେଶ୍ବରରେ ଅବତରଣ କରିବା ପରେ ପାର୍ଟି କାର୍ଯ୍ୟାଳୟରେ ପହଞ୍ଚିବେ । ସଦସ୍ୟତା ଅଭିଯାନ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବେ ।
ଭୁବନେଶ୍ବରରେ ରାହୁଲ ଗାନ୍ଧୀ । ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସ୍ବତନ୍ତ୍ର ବିମାନଯୋଗେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଛନ୍ତି।
ଆଜି ଓଡ଼ିଶା ଆସୁଛନ୍ତି ମୋଦି । ଯାଜପୁର ଚଣ୍ଡିଖୋଲ ସମାବେଶରେ ଯୋଗଦେବେ ମୋଦି
ଚଳିତ ବର୍ଷ ଭାରତରେ କ୍ରିକେଟ ବିଶ୍ୱକପ୍ଠୁ ଆରମ୍ଭ କରି ହକି ବିଶ୍ୱକପ୍ ପର୍ଯ୍ୟନ୍ତ ସବୁ ଅନୁଷ୍ଠିତ ହୋଇଥିଲା। କିନ୍ତୁ ଏହି ଦୁଇ ବଡ଼ ଟୁର୍ଣ୍ଣାମେଣ୍ଟରେ ଭାରତ ହାତରେ ଲାଗିଥିଲା କେବଳ ନିରାଶା।
ବ୍ୟାଟିଂ ଆରମ୍ଭରୁ ହିଁ ବ୍ୟାକଫୁଟ୍ରେ ରହିଥିଲା ଦକ୍ଷିଣ ଆଫ୍ରିକା। ଦ୍ୱିତୀୟ ଓଭରରେ ଲଗାତର ଦୁଇଟି ୱିକେଟ ନେଇ ଘରୋଇ ଦଳକୁ ବ୍ୟାକଫୁଟ୍କୁ ଠେଲି ଦେଇଥିଲା ଭାରତ ।
ଭାରତରେ ଆରମ୍ଭ ହୋଇଯାଇଛି ୨୦୨୩ ଦିନିକିଆ ବିଶ୍ୱକପ୍। ଏଥର ମୁକୁଟର ଦାବିଦାରମାନଙ୍କ ମଧ୍ୟରେ ଏକ ନମ୍ବର ସ୍ଥାନରେ ରହିଛି ଟିମ୍ ଇଣ୍ଡିଆ। ତେବେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ପାକିସ୍ତାନ, ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ବି ରହିଛି ଦୌଡ଼ରେ।