/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738933826.jpg)
ଭୁବନେଶ୍ୱରରେ ଟିମ୍ ଇଣ୍ଡିଆ
ଫେବୃଆରୀ ୯ରେ କମ୍ପିବ ବାରବାଟୀ । ସୁପର ସଣ୍ଡେରେ ହେବ ସୁପର ଫାଇଟ୍ । ମୁହାଁମହିଁ ହେବ ଇଣ୍ଡିଆ-ଇଂଲଣ୍ଡ । ରବିବାର ଖେଳାଯିବାକୁ ଥିବା ଏହି ମହାମୁକାବିଲା ପାଇଁ ଆଜି ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ଦୁଇ ଦେଶର ଖେଳାଳି । ସ୍ୱତନ୍ତ୍ର ବିମାନ ଯୋଗେ ଇଣ୍ଡିଆ-ଇଂଲଣ୍ଡ ଦଳର ଖେଳାଳି ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଆସି ପହଞ୍ଚିଛନ୍ତି । ସେଠାରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଦୁଇ ଦେଶର ଖେଳାଳିଙ୍କୁ ଭୁବନେଶ୍ୱରର ମେ’ ଫେୟାର ହୋଟେଲକୁ ନିଆଯାଇଛି ।
ସେପଟେ ବିମାନ ବନ୍ଦରରେ ଟିମ୍ ଇଣ୍ଡିଆ ଖେଳାଳି ପହଞ୍ଚିବା ପରେ ନିଜର ପସନ୍ଦର ଖେଳାଳିଙ୍କୁ ଦେଖିବା ପାଇଁ ପ୍ରଶଂସକଙ୍କ ବେଶ୍ ଭିଡ଼ ଜମିଥିଲା । ନିଜ ପସନ୍ଦର ଖେଳାଳିଙ୍କ ଟିକେ ଝଲକ ପାଇବା ପାଇଁ ଘଣ୍ଟା ଘଣ୍ଟା ଧରି ବିମାନ ବନ୍ଦର ପରିସରରେ ଅପକ୍ଷେ କରିଥିଲେ ଦର୍ଶକ । କେବଳ ବିମାନବନ୍ଦର ନୁହେଁ ହୋଟେଲ ବାହାରେ ମଧ୍ୟ ବହୁ କ୍ରିକେଟ୍ ଫ୍ୟାନ୍ ଖେଳାଳିଙ୍କୁ ଦେଖିବା ପାଇଁ ଅପେକ୍ଷା କରିଥିଲେ ।
ଅଧିକ ପଢ଼ନ୍ତୁ: ବାରବାଟୀ ଦିନିକିଆ: ସୁରକ୍ଷା ପାଇଁ ମୁତୟନ ହେବେ ୫୦ ପ୍ଲାଟୁନ ଫୋର୍ସ, ଷ୍ଟାଡିୟମ ଭିତରକୁ ବୋତଲ ମନା
ଅନ୍ୟପଟେ ଆଜି ଭୁବନେଶ୍ୱରରେ ଉଭୟ ଦେଶର ଖେଳାଳି ପହଞ୍ଚିବା ପୂର୍ବରୁ କମିଶନରେଟ୍ ପୋଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାର କଡ଼ା ଯାଞ୍ଚ କରାଯାଇଛି । ବିଶେଷକରି ଖେଳାଳିଙ୍କ ସୁରକ୍ଷାକୁ ବିଶେଷ ଗୁରୁତ୍ବ ଦିଆଯାଇଛି । ସେହିପରି ମ୍ୟାଚ୍ ସମୟରେ ଷ୍ଟାଡିୟମ ଭିତରକୁ ପାଣି ବୋତଲ ମଧ୍ୟ ନେଇ ଦର୍ଶକ ଯାଇପାରିବେ ନାହିଁ ବୋଲି ପୋଲିସ୍ କମିଶନର କହିଛନ୍ତି ।
ଏୟାରପୋର୍ଟଠୁ ହୋଟେଲ୍ ଏବଂ କାଲି ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ ସହିତ ରବିବାର ମୁକାବିଲା ପାଇଁ ସବୁ ପ୍ରକାର ପ୍ରସ୍ତୁତି କରିଛି କମିଶନରେଟ୍ ପୋଲିସ । ଖେଳାଳିମାନେ ଭୁବନେଶ୍ବରରୁ କଟକ ଯିବାବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ମୋଟ ୫୦ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି ବୋଲି ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ ସୂଚନା ଦେଇଛନ୍ତି ।
ସେପଟେ ବାରବାଟୀରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଦିନିକିଆ ମ୍ୟାଚ ପୂର୍ବରୁ ଆଜି ୭ ଜଣଙ୍କୁ ଟିକେଟ କଳାବଜାର ଅଭିଯୋଗରେ ଗିରଫ କରିଛି ପୋଲିସ୍ । ୪ଟି ମାମଲାରେ ୭ ଜଣଙ୍କୁ ଗିରଫ କରିଛି ପୋଲିସ । ୧୧ ଶହ ଟଙ୍କିଆ ଟିକେଟକୁ ୭ ହଜାର ଟଙ୍କାରେ ବିକ୍ରି କରିବା ସମୟରେ ୭ ଜଣଙ୍କୁ ଗିରଫ କରାଯାଇଥିଲା । ସମୁଦାୟ ୪ ମାମଲାରେ ଏହି ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଛି । ଏମାନଙ୍କ ନିକଟରୁ ୨୫ଟି ଟିକେଟ ସହିତ ୩୦ ହଜାର ଟଙ୍କା ଜବତ କରାଯାଇଛି ।
ବାରବାଟୀ ଦିନିକିଆରେ ଚଳିତ ବର୍ଷ ଟିକେଟ ପାଇଁ ଅନେକ ଅବ୍ୟବସ୍ଥା ସାମନାକୁ ଆସିଛି । ମାତ୍ର ୧୫ ହଜାର ୮୦ଟି ଟିକେଟ ବିକ୍ରି ହୋଇଥିବା ବେଳେ ୩୦ ହଜାର ପାଖାପାଖି ପାସ୍ ବଣ୍ଟା ଯାଇଛି । ଫଳରେ ଅନେକ କ୍ରିକେଟ ପ୍ରେମୀଙ୍କୁ ନିରାଶ ହେବାକୁ ପଡିଛି । ଅନେକ କ୍ରୀଡାପ୍ରେମୀ ନିରାଶ ହୋଇଥିବା ବେଳେ ସୁଯୋଗର ଫାଇଦା ଉଠାଇବାକୁ ଚେଷ୍ଟା କରିଥିଲେ ଟିକେଟ କଳାବଜାରୀ।
ଟିକେଟ ମୂଲ୍ୟ ୩-୪ ଗୁଣା ଅଧିକ ମୂଲ୍ୟରେ ବିକ୍ରି କରୁଥିବା ନେଇ ଅଭିଯୋଗ ଆସିଛି । ଅନଲାଇନରେ ଟିକେଟ ବିକ୍ରି ଆରମ୍ଭ ହେଉ ହେଉ ଶେଷ ହୋଇଗଲା। ୱେବସାଇଟ୍ ଖୋଲିବା କ୍ଷଣି ଜାମ୍ । ଲଗଇନ୍ କରୁ କରୁ ହଜାର ହଜାର ୱେଟିଂ । କିଏ ୪୭ ହଜାର ପଛରେ ରହିଗଲା ତ ପୁଣି କାହାକୁ ଦେଖାଇଲା ୬୫ ହଜାର ୱେଟିଂ । ଅଧ ଘଣ୍ଟା ମଧ୍ୟରେ ଭିତରେ ୨, ୪, ୭ ନମ୍ବର ଗ୍ୟାଲେରୀ ସହ ସ୍ପେଶାଲ୍ ଏନକ୍ଲୋଜର A ବ୍ଲକ୍ ଟିକେଟ୍ ବିକ୍ରି ହୋଇଗଲା । କେବଳ ୮ ହଜାର ଟଙ୍କିଆ ଏସି ବକ୍ସ ଗ୍ୟାଲେରୀ, ୪ ଓ ୧୦ ହଜାର ଟଙ୍କା ଥିବା ନିଉ ପାଭିଲିୟନ୍ ଫାଷ୍ଟ ଫ୍ଲୋର ଟିକେଟ ଉପଲବ୍ଧ ରହିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)