/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738924346.jpg)
ବାରବାଟୀ ଜଗିବେ ୫୦ ପ୍ଲାଟୁନ୍ ଫୋର୍ସ
ଫେବୃଆରୀ ୯ (ରବିବାର) ବାରବାଟୀ ଷ୍ଟାଡିୟମରେ ହେବ ମହାମୁକାବିଲା । ସୁପର ସଣ୍ଡେରେ ହେବ ସୁପର ଫାଇଟ୍ । ଇଣ୍ଡିଆ-ଇଂଲଣ୍ଡ ମଧ୍ୟରେ ହେବ କଡ଼ା ଟକ୍କର । ତେବେ ଏଥିପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ । ଏହି ମହାମୁକାବିଲା ପାଇଁ ଆଜି ସନ୍ଧ୍ୟାରେ ଭୁବନେଶ୍ବରରେ ଉଭୟ ଭାରତ- ଇଂଲଣ୍ଡ ଦଳର ଖେଳାଳିମାନେ ପହଞ୍ଚିବେ । ସ୍ବତନ୍ତ୍ର ବିମାନରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଅବତରଣ କରିବେ । ଏହାପରେ ଉଭୟ ଦେଶର ଖେଳାଳିଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ହୋଟେଲକୁ ନିଆଯିବ । ଏଥିଲାଗି କମିସନରେଟ୍ ପୋଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାର କଡ଼ା ଯାଞ୍ଚ କରାଯାଇଛି । ବିଶେଷକରି ଖେଳାଳିଙ୍କ ସୁରକ୍ଷାକୁ ବିଶେଷ ଗୁରୁତ୍ବ ଦିଆଯାଇଛି । ସେହିପରି ମ୍ୟାଚ୍ ସମୟରେ ଷ୍ଟାଡିୟମ ଭିତରକୁ ପାଣି ବୋତଲ ମଧ୍ୟ ନେଇ ଦର୍ଶକ ଯାଇପାରିବେ ନାହିଁ ବୋଲି ପୋଲିସ୍ କମିଶନର କହିଛନ୍ତି ।
ସେପଟେ ଏୟାରପୋର୍ଟଠୁ ହୋଟେଲ୍ ଏବଂ କାଲି ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ ସହିତ ରବିବାର ମୁକାବିଲା ପାଇଁ ସବୁ ପ୍ରକାର ପ୍ରସ୍ତୁତି କରିଛି କମିଶନରେଟ୍ ପୋଲିସ । ଖେଳାଳିମାନେ ଭୁବନେଶ୍ବରରୁ କଟକ ଯିବାବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ମୋଟ ୫୦ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି ବୋଲି ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ ସୂଚନା ଦେଇଛନ୍ତି ।
ଅଧିକ ପଢ଼ନ୍ତୁ: ବାରବାଟୀ ଦିନିକିଆ ଟିକେଟ କଳାବଜାରୀ, ୭ ଜଣଙ୍କୁ ଗିରଫ କଲା ପୋଲିସ
ସେପଟେ ବାରବାଟୀରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଦିନିକିଆ ମ୍ୟାଚ ପୂର୍ବରୁ ଆଜି ୭ ଜଣଙ୍କୁ ଟିକେଟ କଳାବଜାର ଅଭିଯୋଗରେ ଗିରଫ କରିଛି ପୋଲିସ୍ । ୪ଟି ମାମଲାରେ ୭ ଜଣଙ୍କୁ ଗିରଫ କରିଛି ପୋଲିସ । ୧୧ ଶହ ଟଙ୍କିଆ ଟିକେଟକୁ ୭ ହଜାର ଟଙ୍କାରେ ବିକ୍ରି କରିବା ସମୟରେ ୭ ଜଣଙ୍କୁ ଗିରଫ କରାଯାଇଥିଲା । ସମୁଦାୟ ୪ ମାମଲାରେ ଏହି ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଛି । ଏମାନଙ୍କ ନିକଟରୁ ୨୫ଟି ଟିକେଟ ସହିତ ୩୦ ହଜାର ଟଙ୍କା ଜବତ କରାଯାଇଛି ।
ବାରବାଟୀ ଦିନିକିଆରେ ଚଳିତ ବର୍ଷ ଟିକେଟ ପାଇଁ ଅନେକ ଅବ୍ୟବସ୍ଥା ସାମନାକୁ ଆସିଛି । ମାତ୍ର ୧୫ ହଜାର ୮୦ଟି ଟିକେଟ ବିକ୍ରି ହୋଇଥିବା ବେଳେ ୩୦ ହଜାର ପାଖାପାଖି ପାସ୍ ବଣ୍ଟା ଯାଇଛି । ଫଳରେ ଅନେକ କ୍ରିକେଟ ପ୍ରେମୀଙ୍କୁ ନିରାଶ ହେବାକୁ ପଡିଛି । ଅନେକ କ୍ରୀଡାପ୍ରେମୀ ନିରାଶ ହୋଇଥିବା ବେଳେ ସୁଯୋଗର ଫାଇଦା ଉଠାଇବାକୁ ଚେଷ୍ଟା କରିଥିଲେ ଟିକେଟ କଳାବଜାରୀ।
ଟିକେଟ ମୂଲ୍ୟ ୩-୪ ଗୁଣା ଅଧିକ ମୂଲ୍ୟରେ ବିକ୍ରି କରୁଥିବା ନେଇ ଅଭିଯୋଗ ଆସିଛି । ଅନଲାଇନରେ ଟିକେଟ ବିକ୍ରି ଆରମ୍ଭ ହେଉ ହେଉ ଶେଷ ହୋଇଗଲା। ୱେବସାଇଟ୍ ଖୋଲିବା କ୍ଷଣି ଜାମ୍ । ଲଗଇନ୍ କରୁ କରୁ ହଜାର ହଜାର ୱେଟିଂ । କିଏ ୪୭ ହଜାର ପଛରେ ରହିଗଲା ତ ପୁଣି କାହାକୁ ଦେଖାଇଲା ୬୫ ହଜାର ୱେଟିଂ । ଅଧ ଘଣ୍ଟା ମଧ୍ୟରେ ଭିତରେ ୨, ୪, ୭ ନମ୍ବର ଗ୍ୟାଲେରୀ ସହ ସ୍ପେଶାଲ୍ ଏନକ୍ଲୋଜର A ବ୍ଲକ୍ ଟିକେଟ୍ ବିକ୍ରି ହୋଇଗଲା । କେବଳ ୮ ହଜାର ଟଙ୍କିଆ ଏସି ବକ୍ସ ଗ୍ୟାଲେରୀ ୪ ଓ ୧୦ ହଜାର ଟଙ୍କା ଥିବା ନିଉ ପାଭିଲିୟନ୍ ଫାଷ୍ଟ ଫ୍ଲୋର ଟିକେଟ ଉପଲବ୍ଧ ରହିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)