• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "54" result for "କଂଗ୍ରେସ୍" in https://otvkhabar.in

Congress
ଧିରେ ଧିରେ ଭୁଶୁଡ଼ିବାରେ ଲାଗିଛି କଂଗ୍ରେସ୍ ଗଡ଼

ଗତଥର କଂଗ୍ରେସ ମାତ୍ର ୯ଟି ସିଟରେ ବିଜୟ ଲାଭ କରିଥିବା ବେଳେ ଭୋଟ୍ ହାର ୧୭.୦୨ ପ୍ରତିଶତକୁ ଖସି ଆସିଥିଲା ।

Congress
ଟିକେଟ୍‌ ଆଶାୟୀଙ୍କ ପାଇଁ ୱେବସାଇଟ୍ ଲଞ୍ଚ କଲା କଂଗ୍ରେସ୍, ଫେବ୍ରୁଆରୀ ୧୧ ପର୍ଯ୍ୟନ୍ତ କରିପାରିବେ ଆବେଦନ

ଯେ କୌଣସି ବ୍ୟକ୍ତି ଏହି ୱେବସାଇଟ୍ ମାଧ୍ୟମରେ ଟିକେଟ୍ ପାଇଁ ଆବେଦନ କରିପାରିବେ। ଉଭୟ ଇଂରାଜୀ ଓ ଓଡ଼ିଆରେ ଏହି ଫର୍ମ ଉପଲବ୍ଧ।

Bathroom Door
ମେୟରଙ୍କୁ ବାଥରୁମ୍‌ କବାଟ ଗିଫ୍ଟ ଦେଲା କଂଗ୍ରେସ୍‌

‘ମୁଁ ବାଥ୍‌ରୁମ୍ ଗଲେ କବାଟ ଧରିକି ଯାଉଛି। କାରଣ ମୁଁ ଅଫିସ୍‌ରେ ବସୁଛି, ବାଥ୍‌ରୁମ୍ କବାଟ ଭାଙ୍ଗି ପଡ଼ିଛି।’ କଟକ ମେୟର ସୁବାସ ସିଂ ଗତକାଲି ସିଏମସି କାଉନସିଲ ବୈଠକରେ ଏହି ବକ୍ତବ୍ୟ ଦେଇଥିଲେ। ଆଜି କଟକ ଜିଲ୍ଲା କଂଗ୍ରେସ କଂଗ୍ରେସ୍ ପକ୍ଷରୁ ସୁବାସ ସିଂହଙ୍କ ଉଦ୍ଦେଶ୍ୟରେ କଟକ ମହାନଗର ନିଗମ କମିଶନରଙ୍କୁ ଏକ କବାଟ ଭେଟି ଦିଆଯାଇଛି।

Focus September
୨୦୨୪ ପାଇଁ ନିଅଁ ପକାଇବେ ବିଜେଡି, ବିଜେପି, କଂଗ୍ରେସ୍

ମୟ ଥାଉ ଥାଉ ପାଗ ନଭିଡିଲେ କାଳେ କିଏ ପଛରେ ପଡିଯିବେ ସେ ଭୟ ବି ଅଛି।

Sarat Patnaik
କଂଗ୍ରେସ୍ ଡଙ୍ଗାରେ ନୂଆ କ୍ୟାପ୍ଚେନ୍

ଶରତ ପଟ୍ଟନାୟକ ହେଲେ କଂଗ୍ରେସର ନୂଆ ମଙ୍ଗୁଆଳ । ପିସିସି ସଭାପତି ପାଇଁ ତାଙ୍କ ନାଁରେ ମୋହର ମାରିଛି ଏଆଇସିସି (AICC) ।

Bijay Pattnaik
କଂଗ୍ରେସ୍‌ରେ ସାମିଲ ହେବେ କି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ?

କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଦିଲ୍ଲୀରୁ ଫେରିବା ବେଳେ ତାଙ୍କ ସହ ଥିଲେ ବିଜୟ ପଟ୍ଟନାୟକ । ଉଭୟ ଦୀର୍ଘ ସମୟ ଧରି ବିମାନବନ୍ଦର ଲବିରେ କଥାବାର୍ତ୍ତା ହେଉଥିବା ମଧ୍ୟ ଦେଖାଯାଇଥିଲା ।

OPCC
କିଏ ହେବେ ପିସିସିର ପରବର୍ତ୍ତୀ ସଭାପତି ? କାହା ହାତରେ ରହିବ ରାଜ୍ୟ କଂଗ୍ରେସ୍‌ର ମଙ୍ଗ ?

ନିକଟରେ ବିଧାନସଭା ନିର୍ବାଚନ ସରିଥିବା ୫ ରାଜ୍ୟରେ ପିସିସି ସଭାପତି ପରିବର୍ତ୍ତନ ହେବା ପରେ ଓଡ଼ିଶାରେ ବି ମଙ୍ଗୁଆଳ ବଦଳିବା ଏକ ପ୍ରକାର ନିଶ୍ଚିତ ।

Actor Sonu Sood's Sister Malvika Joins Congress
କଂଗ୍ରେସ୍‌ ସହ ହାତ ମିଳାଇଲେ ସୋନୁ ସୁଦ୍‌ଙ୍କ ଭଉଣୀ ମାଲବିକା ସୁଦ୍‌

କଂଗ୍ରେସରେ ମିଶିଲେ ଲକଡାଉନ୍ ହିରୋ ସୋନୁ ସୁଦଙ୍କ ଭଉଣୀ ମାଲବିକା ସୁଦ୍‌ । ଗତକାଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଓ ପିସିସି ସଭାପତି ନବଜ୍ୟୋତ ସିଂହ ସିଦ୍ଧୁଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ହାତ ଧରିଛନ୍ତି ।

Mamita Meher Murder Case
ଦିବ୍ୟ ଶଙ୍କରଙ୍କୁ ଗୃହରେ ପୂରାଇ ନଦେବାକୁ ଦୁଆର ଜଗିଲା କଂଗ୍ରେସ୍, କଳା ଗାମୁଛା ଦେଖାଇଲା ବିଜେପି

ମମିତା ମାମଲାରେ ଦିବ୍ୟ ଶଙ୍କରଙ୍କୁ ଗୃହରେ ପୂରାଇ ନଦେବାକୁ ଦୁଆର ଜଗିଲା କଂଗ୍ରେସ୍ I କଳା ଗାମୁଛା ଓ ବ୍ୟାନର ଦେଖାଇ ବିଜେପିର ହୋହଲ୍ଲା I ଆବାସ୍ ସ୍କିମରେ କେନ୍ଦ୍ର ଅବହେଳା ଅଭିଯୋଗ ଆଣି ବିଜେଡିର କାଉଣ୍ଟର I

Tomato Attack
ମମିତା ମେହେର ହତ୍ୟା ମାମଲା: ପୋଲିସ୍‌ ଉପରକୁ ଟମାଟୋ ମାଡ଼ କଲା ଛାତ୍ର କଂଗ୍ରେସ୍‌

ରାଜନେତାଙ୍କୁ ଅଣ୍ଡା ମାଡ଼, ପୋଲିସକୁ ଟମାଟୋ ମାଡ଼, ଛାତ୍ର କଂଗ୍ରେସର ନୂଆ ଷ୍ଟାଇଲ୍

congress
ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ ଦୁର୍ନୀତି: ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ୍‌

କମିଶନ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ପଦବୀରୁ ତଡ଼ା ଖାଇଥିବା କରିତକର୍ମା କୋଟିପତି ବିରଞ୍ଚି ସାହୁ କେବଳ ଜଣେ ନୁହଁନ୍ତି, ଦୀର୍ଘଦିନ ଧରି ଅନେକ ଲୋକଙ୍କ ସଂପୃକ୍ତିରେ ଏ ଦୁର୍ନୀତି ଚାଲିଥିବା ଅଭିଯୋଗ ଉଠିଛି । ଜଣଙ୍କ ପରେ ଜଣେ ଚାକିରି ଆଶାୟୀ ସାମ୍ନାକୁ ଆସି ବିଷୋଦଗାର୍ କରୁଛନ୍ତି । ତାସହ ବଖାଣୁଛନ୍ତି ନିଜ ବେଦନାଦାୟକ କାହାଣୀ । ଏସବୁ ଭିତରେ ଗତକାଲି ବିରଞ୍ଚିଙ୍କ କୁବେରପଣର ସତ ଖୋଜିବାକୁ ଏବଂ ଆର୍ଥିକ କାରବାରର ଗୁମର ଖୋଲିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଅଣ୍ଟା ଭିଡ଼ିଛି।

rahul
ସିନ୍ଧିଆଙ୍କ ଯିବା ପରେ କେଉଁ କଂଗ୍ରେସ୍‌ ନେତା କଣ କହିଲେ ଜାଣନ୍ତୁ

ନୂଆଦିଲ୍ଲୀ: ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ିବା ପରେ ଦୋହଲି ଯାଇଛି ଦଳ। ଅନେକ ନେତା ଏଥିପାଇଁ ଦୁଃଖ ପ୍ରକାଶ କରିବା ସହିତ  ସିନ୍ଧିଆ ଏପରି ଛାଡ଼ି ଚାଲିଯିବା କଂଗ୍ରେସ୍‌ ପାଇଁ ରାଜନୈତିକ ବିପଦ ବୋଲି କହିଛନ୍ତି ଦଳର  ବହୁ ବରିଷ୍ଠ ନେତା। ତେବେ ଦଳକୁ କେଉଁଠି ନା କେଉଁଠି ଆତ୍ମସମୀକ୍ଷା କରିବା ଆବଶ୍ୟକ ଅଛିବୋଲି ମତ ଦେଇଛନ୍ତି ଅନେକ ଅନେକ କଂଗ୍ରେସ ନେତା। ଏପରିକି ମଧ୍ୟପ୍ରେଦଶ କଂଗ୍ରେସ ପକ୍ଷରୁ ଇମୋଶନାଲ ଟ୍ୱିଟ କରାଯାଇ ଦଳକୁ ଘରକୁ ଫେରି […]

bombay-stock-exchange
କଂଗ୍ରେସ୍‌କୁ ବିଜେପିର ଟାର୍ଗେଟ୍: ଆପଣ କଲେ ଠିକ୍‌ ଆମେ କଲେ ଭୁଲ୍

ନୂଆଦିଲ୍ଲୀ: ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ବିଜେପିର ଟାର୍ଗେଟ୍। CAA ପ୍ରସଙ୍ଗରେ ରାଜଧର୍ମ ପାଳନ ନେଇ ସୋନିଆ ଗାନ୍ଧିଙ୍କ ପ୍ରଶ୍ନ ପ୍ରସଙ୍ଗରେ ଜବାବ ମାଗିଛନ୍ତି ବିଜେପି ନେତା ରବିଶଙ୍କର ପ୍ରସାଦ। ସିଏଏ ନେଇ ପୂର୍ବରୁ କଂଗ୍ରେସ ନେତାମାନେ ଦାବି କରି ଆସିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ ସିଏଏ ପାଇଁ ଦାବି କରିଥିଲେ। ଏବେ କଣ ପାଇଁ କଂଗ୍ରେସ ନୀତି ପରିବର୍ତ୍ତନ କଲା। ଏହା ରାଜଧର୍ମ କି ବୋଲି ପଚାରିଛନ୍ତି ବିଜେପି ନେତା ରବିଶଙ୍କର ପ୍ରସାଦ। […]

bjd
ରାଜ୍ୟସଭା ଆସନ ଗଣିତ; ବିଜେପି ବିଜେଡିର ଭିତିରିଆ ଡିଲ୍‌ କହିଲା କଂଗ୍ରେସ୍

ଭୁବନେଶ୍ୱର: ଖାଲି ହେବାକୁ ଯାଉଥିବା ରାଜ୍ୟର ୪ ରାଜ୍ୟସଭା ଆସନ ପାଇଁ  କଣ ହେବ ଗଣିତ? ସଂଖ୍ୟା ଦୃଷ୍ଟିରୁ ବିଜେଡି ୩ଟି ଆସନ ଅନାୟସରେ ହାସଲ କରୁଥିବା ବେଳେ ଚତୁର୍ଥ ଆସନକୁ ନେଇ ଟଣାଓଟରା ହେବାର ସମ୍ଭାବନା ରହିଛି। ଏଣେ ପୂର୍ବ ନିର୍ବାଚନରେ ଅଶ୍ୱିନ ବୈଷ୍ଣବଙ୍କ ଭଳି ଏଥର ବି ବିଜେପିକୁ ଗୋଟିଏ ଆସନ ବିଜେଡି ଛାଡ଼ି ଦେବ ବୋଲି ଚର୍ଚ୍ଚା ଜୋର୍ ଧରିଛି। କଂଗ୍ରେସ କିନ୍ତୁ ଅଭିଯୋଗ କରିଛି, ବିଜପି ଏଠାରୁ ୨ଟି ସିଟ୍ ଉପରେ […]

t
ବଜେଟ୍‌ ଅଧିବେଶନ ଆରମ୍ଭରୁ ବାଚସ୍ପତିଙ୍କ ରୁଲିଂରେ ଖପ୍ପା ବିରୋଧୀ; କକ୍ଷ ତ୍ୟାଗ କଲା କଂଗ୍ରେସ୍

ଭୁବନେଶ୍ୱର: ଆଜି ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ଦିବଂଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଅଭିଭାଷଣ ଦେଇଥିଲେ। ବିଧି ଅନୁସାରେ ବିଧାନସଭାର ବଜେଟ ଅଧିବେଶନ ପୂର୍ବରୁ ରାଜ୍ୟପାଳଙ୍କୁ ପ୍ରଥମେ ଦିଆଯାଇଥିଲା ଗାର୍ଡ ଅଫ ଅନର୍‌। ତେବେ ବଜେଟ୍‌ ଅଧିବେଶନ ଆରମ୍ଭରୁ ବାଚସ୍ପତିଙ୍କ ରୁଲିଂକୁ ନେଇ ଖପ୍ପା ହୋଇଥିଲେ ବିରୋଧୀ। ବାଚସ୍ପତିଙ୍କ ରୁଲିଂ ଏକଛତ୍ରବାଦ ଓ ଗଣମାଧ୍ୟମର କଣ୍ଠରୋଧ ଲାଗି ଉଦ୍ଦିଷ୍ଟ ବୋଲି ଅଭିଯୋଗ ଆଣି ବର୍ଷିଛନ୍ତି ବିରୋଧୀ। ସେପଟେ […]

congress
ଏବେ ନେତା ନୁହେଁ, କ୍ୟାଡର ଭିତ୍ତିକ ଦଳ ହେବ କଂଗ୍ରେସ୍

ଭୁବନେଶ୍ୱର: ବଦଳିବ କଂଗ୍ରେସର ସାଂଗଠନିକ ଢାଞ୍ଚା। ନେତା ନୁହେଁ, ଆଗାମୀ ଦିନରେ କ୍ୟାଡର ଭିତ୍ତିକ ଦଳ ହେବ କଂଗ୍ରେସ। ବିଜେପିର ଆର୍‌ଏସ୍ଏସ୍ ଓ ବିଜୁ ଜନତା ଦଳର ବିଜୁ ଯୁବ ବାହିନୀ ଭଳି ନିଜକୁ କ୍ୟାଡର ଭିତ୍ତିକ ଦଳରେ ପରିଣତ କରିବାକୁ ପ୍ରୟାସ ଆରମ୍ଭ କରିଛି କଂଗ୍ରେସ। ପ୍ରେରକ ନାଁରେ ପରିଚିତ ଏହି କ୍ୟାଡରମାନଙ୍କୁ ସାକ୍ଷାତକାର ମାଧ୍ୟମରେ ଚୟନ କରାଯିବ। କଂଗ୍ରେସର ନୀତି, ଆଦର୍ଶ ଓ ଅଭିମୁଖ୍ୟ ସଂପର୍କରେ ଏମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ଏଥିଲାଗି ଜିଲା, ରାଜ୍ୟ […]

ମଦଲୁଈଆଏଏ
କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ଖୋରାକ୍‌ ଯୋଗାଉଛି ଏହି କଂଗ୍ରେସ୍‌ ନେତାଙ୍କ ବୟାନ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ବଳବତ୍ତର ଥିବା ଧାରା ୩୭୦ର ଉଚ୍ଛେଦକୁ ନେଇ ଏବେ କଂଗ୍ରେସକୁ ପୁଣିଥରେ ଅଡ଼ୁଆରେ ପକାଇଛନ୍ତି ଲୋକସଭାରେ ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ। ଜମ୍ମୁ-କାଶ୍ମୀର ଭାରତର ଆଭ୍ୟନ୍ତରୀଣ ବ୍ୟାପାର ନୁହେଁ ବୋଲି କହିଥିବା ଅଧୀର ଏବେ ଜମ୍ମୁ-କାଶ୍ମୀରକୁ ନାଜି ଜର୍ମାନୀରେ ଥିବା ‘କନସେଣ୍ଟ୍ରେସନ୍‌ କ୍ୟାମ୍ପ’ ସହ ତୁଳନା କରିଛନ୍ତି। ଏହି ବୟାନକୁ ନେଇ ପାକିସ୍ତାନ ଉତ୍ସାହିତ ହୋଇ ଉଠିଛି। ସୋଶାଲ୍‌ ମିଡିଆରେ ଭାରତ ବିରୋଧରେ ଚାଲିଥିବା ଅପପ୍ରଚାରରେ କଂଗ୍ରେସ ନେତାଙ୍କ ବାକ୍ୟବାଣକୁ ବ୍ୟବହାର […]

ggg
ରାଜ୍ୟ କଂଗ୍ରେସ୍‌ରେ ଘମାସାନ

ଭୁବନେଶ୍ୱର : ମହିଳାଙ୍କୁ ଟିକେଟ ଦେବାରେ ଅଣଦେଖା ଅଭିଯୋଗକୁ ନେଇ ରାଜ୍ୟ କଂଗ୍ରେସରେ ଦେଖିବାକୁ ମିଳିଛି ଘମାସାନ। ଗତ ଦୁଇ ଦିନ ହେଲାଣି କମ୍ପୁଛି କଂଗ୍ରେସ ଭବନ ପରିସର। ମହିଳା ସଭାନେତ୍ରୀ ସୁମିତ୍ରା ଜେନାଙ୍କ ନେତୃତ୍ୱରେ ଦଳୀୟ କର୍ମୀ ମୁଖ୍ୟାଳୟରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଗତକାଲି ମୁହାଁମୁହିଁ ହୋଇଛନ୍ତି ୨ ଗୋଷ୍ଠୀ। ସ୍ଥିତି ଏପରି ହୋଇଛି ଯେ, ପୁଲିସ ଥାନା ଯାଏ ବି କଥାଯାଇଛି। ସେପଟେ ରାଜ୍ୟ ପ୍ରଭାରୀ ସୁମିତ୍ରାଙ୍କ ସହ ଆଲୋଚନା କରିଥିଲେ […]

phto
କଂଗ୍ରେସ୍‌ରୁ ଯାଇ ବିଜେପିରେ ମିଶିଥିଲେ; ମିଳିଲା ମନ୍ତ୍ରୀପଦ

ପାଣାଜୀ: ଗୋଆରେ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ୍ ହୋଇଥିବା ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିଛି। ଆଜି ଗୋଆ ମନ୍ତ୍ରିମଣ୍ଡଳରେ ଅଦଳବଦଲ ହୋଇ ୪ ଜଣ ମନ୍ତ୍ରୀ ଶପଥଗ୍ରହଣ କରିଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି କଂଗ୍ରେସରୁ ଆସିଥିବା ୩ ଜଣ ବିଧାୟକ। ପୂର୍ବତନ ବିରୋଧେ ଦଳ ନେତା ଚନ୍ଦ୍ରକାନ୍ତ କାଭେଲକରଙ୍କୁ ଉପ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି। ମନ୍ତ୍ରୀ ଭାବେ ଶପଥ ନେଇଥିବା ଅନ୍ୟ ୨ ବିଧାୟକ ହେଉଛନ୍ତି ଜେନିଫର ମନସରେଟ,  ଏବଂ ଫିଲିପ  ରଡ୍ରିଗ୍ୟୁଜ୍। ପୂର୍ବରୁ କ୍ଷମତାସୀନ ବିଜେପିର […]

Capture
ବଜେଟ୍୧୯ରେ କୌଣସି ନୂଆ ଯୋଜନା ନାହିଁ: କଂଗ୍ରେସ୍

ନୂଆଦିଲ୍ଲୀ: ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ମୋଦି ସରକାରଙ୍କ ଦ୍ୱାରା ଆଗତ ହୋଇଥିବା ବଜେଟକୁ ଅତ୍ୟନ୍ତ ନୈରାଶ୍ୟଜନକ ବୋଲି କଂଗ୍ରେସ କହିଛି। ସରକାର ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛନ୍ତି। କୌଣସି ନୂଆ ଯୋଜନା ନାହିଁ। ଏହା କେବଳ ନୂଆ ବୋତଲରେ ପୁରୁଣା ମଦ ବୋଲି ଲୋକସଭାରେ କଂଗ୍ରେସ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି। ସେହିପରି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ମୋତିଲାଲ ଭୋରା କହିଛନ୍ତି, ବଜେଟରେ ସାଧାରଣ […]

rahul;
୨୦୧୯ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ୍

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୫ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ। ପ୍ରଥମ ପ୍ରର୍ଯ୍ୟାୟର ତାଲିକାରେ ବର୍ଷ ବର୍ଷ ଧରି ଗାନ୍ଧି ପରିବାର ପ୍ରତିନିଧିତ୍ୱ କରି ଆସୁଥିବା ଉତ୍ତରପ୍ରଦେଶ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ରାଜ୍ୟ ଗୁଜରାଟ ପାଇଁ ପ୍ରାର୍ଥୀଙ୍କ ନାମ ରହିଛି। ଏଥିରୁ ସ୍ପଷ୍ଟ ହୋଇଯାଇଛି ଏସ୍‌ପି-ବିଏସ୍‌ପିଙ୍କ ଦୂଆର ବନ୍ଦ୍ ପରେ ‘ଏକ୍‌ଲା ଚଲୋ’ ନୀତି ଆପଣାଇଛି କଂଗ୍ରେସ। ଏହି […]

maharathi
ଅଡ଼ୁଆରେ ମହାରଥୀ: କଂଗ୍ରେସ୍‌ ମାରିଲା ଅଣ୍ଡା, ରାଜରାସ୍ତାକୁ ଓହ୍ଲାଇବାକୁ ବିଜେପିର ଧମକ

ଭୁବନେଶ୍ୱର: ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ବିବାଦୀୟ ବୟାନକୁ ନେଇ ଅଡୁଆରେ ପଡ଼ିଛନ୍ତି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ। ତାଙ୍କ ମନ୍ତବ୍ୟକୁ ତୀବ୍ର ବିରୋଧ କରିଛନ୍ତି ରାଜ୍ୟର ଦୁଇ ପ୍ରମୁଖ ବିରୋଧୀ ଦଳ,କଂଗ୍ରେସ ଓ ବିଜେପି। ଆଜିଜି ମହିଳା କଂଗ୍ରେସ୍ କର୍ମୀମାନେ ମନ୍ତ୍ରୀଙ୍କ ସରକାରୀ ବାସଭବନ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରିଥିବା ବେଳେ ବିଜେପି ପ୍ରେସ୍‌ମିଟ୍‌ କରି ବର୍ଷିବା ସହ ତାଙ୍କ ଇସ୍ତଫା ଦାବି କରିଛି। ବିଜେପିର ଏକ ପ୍ରତିନିଧି ଦଳ ପୀଡ଼ିତାଙ୍କ ଗାଁକୁ ଯାଇ ପରିବାର […]

sssss
ଆଜୀବନ କାରାଦଣ୍ଡ ପରେ କଂଗ୍ରେସ୍‌ରୁ ଇସ୍ତଫା ଦେଲେ ସଜ୍ଜନ

ନୂଆ ଦିଲ୍ଲୀ :୧୯୮୪ ଶିଖ୍‌ ବିରୋଧୀ ଦଙ୍ଗାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ପାଇବା ପରେ କଂଗ୍ରେସର ବରିଷ୍ଠ ନେତା ସଜ୍ଜନ କୁମାର, କଂଗ୍ରେସ ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସୂଚନା ଅନୁଯାୟୀ ସଜ୍ଜନ କୁମାର ଆଜି ସକାଳେ ରାହୁଲ ଗାନ୍ଧିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି। ଇସ୍ତଫା ପତ୍ରରେ ସଜ୍ଜନ ଲେଖିଛନ୍ତି, ‘ମାନନୀୟ ଦିଲ୍ଲୀ ହାଇକୋର୍ଟ ମୋ ବିରୁଦ୍ଧରେ ଦେଇଥିବା ରାୟ ଆଧାରରେ ମୁଁ କଂଗ୍ରେସ ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଉଛି’। […]

srikant2
କଂଗ୍ରେସ୍‌ ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ବାଦ୍ ପରେ ଶ୍ରୀକାନ୍ତଙ୍କ ରଣହୁଙ୍କାର

ଭୁବନେଶ୍ୱର: ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ବାଦ୍ ପଡିବା ପରେ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ରଣହୁଙ୍କାର ଦେଇଛନ୍ତି। ଏହା ସହ ଗାଁକୁ ଯାଇ ଜନମତ ଲୋଡ଼ିବେ ବୋଲି ସେ  କହିଛନ୍ତି। ମୁଁ ଯେଉଁ ପ୍ରସଙ୍ଗ ଉଠାଇଥିଲି, ତାକୁ ନେଇ ଗାଁ ଗଣ୍ଡାକୁ ଯିବି ବୋଲି ଶ୍ରୀକାନ୍ତ କହିଛନ୍ତି। ସେ କହିଛନ୍ତି,  ଇସ୍ତାହାର କମିଟି ଅଧ୍ୟକ୍ଷ ପରେ ମୁଁ ମୁଖବନ୍ଧ ପ୍ରସ୍ତୁତ କରିଥିଲି। କଂଗ୍ରେସ କ୍ଷମତାକୁ ଆସିଲେ, ଓବିସି ବର୍ଗରୁ ମୁଖ୍ୟମନ୍ତ୍ରୀ ଓ SC/ST ବର୍ଗରୁ […]