Advertisment

କଂଗ୍ରେସ୍‌ ସହ ହାତ ମିଳାଇଲେ ସୋନୁ ସୁଦ୍‌ଙ୍କ ଭଉଣୀ ମାଲବିକା ସୁଦ୍‌

କଂଗ୍ରେସରେ ମିଶିଲେ ଲକଡାଉନ୍ ହିରୋ ସୋନୁ ସୁଦଙ୍କ ଭଉଣୀ ମାଲବିକା ସୁଦ୍‌ । ଗତକାଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଓ ପିସିସି ସଭାପତି ନବଜ୍ୟୋତ ସିଂହ ସିଦ୍ଧୁଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ହାତ ଧରିଛନ୍ତି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Actor Sonu Sood's Sister Malvika Joins Congress

Actor Sonu Sood's Sister Malvika Joins Congress

କଂଗ୍ରେସରେ ମିଶିଲେ ଲକଡାଉନ୍ ହିରୋ ସୋନୁ ସୁଦଙ୍କ ଭଉଣୀ ମାଲବିକା ସୁଦ୍‌ । ଗତକାଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଓ ପିସିସି ସଭାପତି ନବଜ୍ୟୋତ ସିଂହ ସିଦ୍ଧୁଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ହାତ ଧରିଛନ୍ତି । ଆସନ୍ତା ମାସରେ ପଞ୍ଜାବରେ ନିର୍ବାଚନ ହେବ । ଏହାପୂର୍ବରୁ ସେ ଦଳରେ ସାମିଲ ହୋଇଛନ୍ତି ।

Advertisment

ମାଲବିକା ସୁଦ୍‌ଙ୍କୁ ମୋଗା ଆସନରୁ ଲଢ଼ିପାରନ୍ତି ନିର୍ବାଚନ । ମୋଗା ହେଉଛି ମାଲବିକା ତଥା ସୁଦ୍ ପରିବାରଙ୍କ ପୌତୃକ ଘର । ତେବେ ମାଲବିକାଙ୍କ ଦଳରେ ସାମିଲ ବେଳେ ଭାଇ ସୋନୁ ସୁଦ୍ ଉପସ୍ଥିତ ଥିଲେ ।

ଅପରପକ୍ଷେ ସୋନୁ ସୁଦ୍‌ କେଉଁ ଦଳ ତରଫରୁ ନିର୍ବଚାନ ଲଢ଼ିବେ ସେ ନେଇ ସସ୍‌ପେନ୍ସ ଜାରି ରହିଛି। ଯାହାକୁ ନେଇ ସୋନୁ ସୁଦ୍‌ ଏକ ସାମମ୍ୱାଦିକ ମମ୍ମିଳନୀରେ କହିଛନ୍ତି ଯେ, ରାଜନୀତିରେ ଯୋଗଦେବାରେ ମୋର କୌଣସି ଯୋଜନା ନାହିଁ। ତାଙ୍କ ପରିବାରର ଆଗ୍ରହ ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଥିବା ସେ ଦାବି କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ସେମାନେ ପଞ୍ଜାବର ଲୋକଙ୍କ ସେବା କରିବାକୁ ଚାହୁଁଛନ୍ତି। ଯେକୌଣସି ପ୍ଲାଟଫର୍ମ ତାଙ୍କୁ ସ୍ୱାଧୀନ ଭାବେ ଲୋକଙ୍କ ପାଇଁ କାମ କରିବାକୁ ଅନୁମତି ଦେବ ସେ ସେହି ପ୍ଲାଟଫର୍ମରେ ଯୋଗ ଦେବେ ବୋଲି ସୋନୁ କହିଛନ୍ତି।

Advertisment

ତେଣୁ ଅନୁମାନ କରାଯାଉଛି, ନିର୍ବାଚନୀ ପ୍ରଚାରରେ ବି ସୋନୁଙ୍କୁ ଦେଖିବାକୁ ମିଳିବ । ମାଲବିକାଙ୍କ କଂଗ୍ରେସରେ ମିଶିବା ଗେମ୍ ଚେଞ୍ଜର ହେବ ବୋଲି କହିଛନ୍ତି ସିଦ୍ଧୁ।

ସେପଟେ ସୋସିଆଲ ମିଡିଆରେ ବି ଏନେଇ ଜୋରଦାର ଚର୍ଚ୍ଚା ହେଉଛି । ଆସନ୍ତା ମାସ ୧୪ ତାରିଖରେ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବ ।

Congress Sonu Sood
Advertisment
Advertisment