ଭଦ୍ରକ: ବାସୁଦେବପୁର ନିର୍ବାଚନମଣ୍ଡଳୀରେ ବିଜେପିର ମିଶ୍ରଣ ପର୍ବ। ବାସୁଦେବପୁରରେ କଂଗ୍ରେସ୍ର ଟାଣୁଆ ନେତା ମାଧବାନନ୍ଦ ମଲ୍ଲିକ ଆଜି ବିଜେପିରେ ଯୋଗ ଦେଇଛନ୍ତି। ମାଧବାନନ୍ଦଙ୍କ ସମେତ କିଛି ପୂର୍ବତନ ନଗରପାଳ, ସରପଞ୍ଚ ଓ ଶତାଧିକ କଂଗ୍ରେସ୍ କର୍ମୀ ବିଜେପିରେ ମିଶିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସମସ୍ତେ ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ସୂଚନା ଥାଉକି, ମାଧବାନନ୍ଦ ବାସୁଦେବପୁର ବିଧାନସଭା କ୍ଷେତ୍ରରୁ ଥରେ ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିଥିବା ବେଳେ, ୩ ଥର କଂଗ୍ରେସ୍ର […]
ନୂଆଦିଲ୍ଲୀ: ଅତ୍ୟାଧୁନିକ ଯୁଦ୍ଧ ବିମାନ ରାଫେଲ୍କୁ ନେଇ ଦେଖାଦେଇଥିବା ବିବାଦ ଥମିବାର ନାଁ ନେଉନି। ଆଜିବି ଉଭୟ କଂଗ୍ରେସ୍ ଓ ବିଜେପି ଉଭୟ ଉଭୟଙ୍କୁ ଆରୋପ ପ୍ରତ୍ୟାରୋପ କରିଛନ୍ତି। ରାଫେଲ୍ ଡିଲ୍ରେ ଘୋଟାଲା ହୋଇଥିବା ଅଭିଯୋଗରେ ଆଜି କଂଗ୍ରେସ୍ର ବରିଷ୍ଠ ନେତାମାନେ ସିଭିସି ବା ସେଣ୍ଟ୍ରାଲ୍ ଭିଜିଲାନ୍ସ କମିଶନରଙ୍କୁ ଭେଟିଛନ୍ତି। ରାଫେଲ୍ ଡିଲ୍ ନେଇ ହୋଇଥିବା ସମସ୍ତ ଫାଇଲକୁ ଜବତ କରିବା ସହ ଏକ ମାମଲା ରୁଜୁ କରିବାକୁ ଦଳ ଦାବି କରିଛି। ସେପ୍ଟେମ୍ବେର୍ ୨୧ରେ ରାଫେଲ୍ର […]
ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପୁଣି ପ୍ରଶ୍ନ ଉଠିଛି। ସ୍ମୃତି ୩ ବର୍ଷିୟା ଡିଗ୍ରୀ ହାସଲ କରି ନାହାନ୍ତି ବୋଲି ନିଜ ନାମାଙ୍କନପତ୍ର ଦାଖଲ ବେଳେ ସତ୍ୟପାଠରେ ଦର୍ଶାଇଛନ୍ତି। ଏହାକୁ ନେଇ କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ, ସ୍ମୃତି ଇରାନୀଙ୍କୁ କଟାକ୍ଷ କରି କହିଛନ୍ତି, ନିର୍ବାଚନ ସମୟରେ ଦାଖଲ କରୁଥିବା ସତ୍ୟପାଠରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ସବୁବେଳେ ଭୁଲ୍ ତଥ୍ୟ ପ୍ରଦାନ କରୁଛନ୍ତି। ଏଭଳିକି ବିଜେପି ସରକାରରେ ସବୁ କିଛି ସମ୍ଭବ ବୋଲି […]
ଭୁବନେଶ୍ୱର : ଭୁବନେଶ୍ୱରରେ ପୁଲିସ ଓ ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି, ପେଲାଠେଲା। ବେକାରୀ ସମସ୍ୟା ବିରୋଧରେ ଅାନ୍ଦୋଳନ ବେଳେ ଧସ୍ତାଧସ୍ତି ହୋଇଛି। ଲୋୟର ପିଏମ୍ଜିରେ ବିକ୍ଷୋଭ କରୁଥିଲେ ଛାତ୍ର କଂଗ୍ରେସ କର୍ମୀ। ବିଧାନସଭା ଅାଡ଼କୁ ଯିବାବେଳେ ୫୦ କର୍ମୀଙ୍କୁ ପୁଲିସ୍ ଅଟକାଇଥିଲେ। ଅଟକାଇବାବେଳେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲେ। ଉଭୟ ରାଜ୍ୟ ଓ ଦେଶରେ ବେକାରୀ ସମସ୍ୟା ଦିନକୁ ଦିନ ତୀବ୍ର ହେଉଥିବାରୁ କଂଗ୍ରେସ ଏହାର ପ୍ରତିବାଦ କରିଛି। ଏହା କେବଳ ଟ୍ରେଲର, ଅାଗକୁ […]
ଭୁବନେଶ୍ୱର : ଖୁବ୍ ଶୀଘ୍ର ବିଜେପୁର ପାଇଁ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ୍ । ଆଜି ଓ ଆସନ୍ତାକାଲି ସୁଦ୍ଧା ଦଳ ନିଜ ପ୍ରାର୍ଥୀ ନାଁ ଘୋଷଣା କରିପାରେ। ଆଜି ବସିଥିବା କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏନେଇ ନିଷ୍ପତ୍ତି ହୋଇସାରିଛି । ଏବେ ୫ ଜଣଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି । କମିଟି ଯାହା ନିଷ୍ପତ୍ତି ନେବ ତାକୁ ହିଁ ଦଳର ପ୍ରାର୍ଥୀ କରାଯିବ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେପଟେ ଆଜିର […]
କୋରାପୁଟ : କୋରାପୁଟରେ କଂଗ୍ରେସ୍ ପ୍ରାର୍ଥୀଙ୍କ କାର୍ରୁ ଲକ୍ଷାଧିକ ଟଙ୍କା ଜବତ। ପ୍ରାର୍ଥୀ କୃଷ୍ଣ କୁଳଦୀପଙ୍କ କାର୍ରୁ ୧ ଲକ୍ଷ ୯ ହଜାର ୫ଶହ ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି। ରାସ୍ତାରେ ତନଖି ବେଳେ କାର୍ ଭିତରୁ ପୁଲିସ୍ ଏହି ଟଙ୍କା ଜବତ କରିଛି। ସମସ୍ତ ଟଙ୍କା ସହ ଏକ ହୁଣ୍ଡାଇ କ୍ରେଟା କାର୍କୁ ମଧ୍ୟ ପୁଲିସ୍ ଜବତ କରିଛି। ତେବେ କୃଷ୍ଣ କଣ ପାଇଁ ଓ କୁଆଡ଼େ ଟଙ୍କା ନେଉଥିଲେ କିଛି ସ୍ପଷ୍ଟ ହୋଇନାହିଁ।
ନୂଆଦିଲ୍ଲୀ : କଂଗ୍ରେସ୍ରେ ସାମିଲ ହେଲେ କୀର୍ତ୍ତି ଆଜାଦ୍। କଂଗ୍ରେସ୍ ସଭାପତି ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଆଜି ବିଧିବଦ୍ଧ ଭାବେ କଂଗ୍ରେସ୍ରେ ସାମିଲ ହୋଇଛନ୍ତି କୀର୍ତ୍ତି। ୨୦୧୪ ମସିହା ସାଧାରଣ ନିର୍ବାଚନରେ ଦରଭଙ୍ଗା ଆସନରୁ ବିଜେପି ଟିକଟରେ ଲଢି ଜିତିଥିଲେ କୀର୍ତ୍ତି ଆଜାଦ୍। ଦଳ ଭିତରେ ଥାଇ ବି ବେଶ୍ କିଛି ଦିନ ହେଲା ବିଜେପିକୁ ସମାଲୋଚନା କରି ଆସୁଥିଲେ କୀର୍ତ୍ତି। ଏମିତିକି ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀଙ୍କ ବିରୋଧରେ ମଧ୍ୟ ବିରୋଧାତ୍ମକ ମନ୍ତବ୍ୟ ଦେବା ପରେ ତାଙ୍କୁ […]
ଭୁବନେଶ୍ୱର : ଧାନ କିଣା ଓ ମଣ୍ଡି ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି। ୨-୩ ଦିନ ଭିତରେ ସମସ୍ୟାର ସମାଧାନ କରି ଚାଷୀଙ୍କ ଧାନ କିଣାଯାଉ। ବନ୍ଦ କରାଯାଉ କଟ୍ନୀ ଛଟ୍ନୀ। ନ ହେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ତାରା। ସରକାରୀ କର୍ମଚାରୀ-ମନ୍ତ୍ରୀ-ମିଲ ମାଲିକଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଚାଷୀ ହଇରାଣ ହେଉଛନ୍ତି। ମନ୍ତ୍ରୀ ସୂର୍ଯ୍ୟ ପାତ୍ର ମିଲର୍ଙ୍କ ପାଇଁ ନା ଚାଷୀଙ୍କ […]