
ଆଶା ଆଶଙ୍କାରେ ରହିଛନ୍ତି ପୁରୀବାସୀ । ଧୀରଧୀରେ ବଢୁଛି ବାତ୍ୟାର ପ୍ରଭାବ । ପବନ ବହିବା ସହ ଝିପି ଝିପି ବର୍ଷା ହେଉଛି । ଏନେଇ ଅଧିକ ସୂଚାନ ଦେଉଛନ୍ତି ପୁରୀର ଚିଫ୍ ରିପୋର୍ଟର ମଧୁସୂଦନ ଦାସ ।
ଆସନ୍ତାକାଲି ମଧ୍ୟାହ୍ନରେ ବାତ୍ୟା ‘ଜୱାଦ୍’ ପୁରୀ ଉପକୂଳ ଛୁଇଁବା ସମ୍ଭାବନା ରହିଛି। ବାତ୍ୟା ‘ଜୱାଦ୍’ ଏବେ ଗୋପାଳପୁରଠୁ ୩୬୦ କି.ମି. ଦୂରରେ ଥିବାବେଳେ ବିଶାଖାପାଟଣା ଠାରୁ ୨୫୦ କି.ମି. ଦୂରରେ ରହିଛି।
ରବିବାର ମଧ୍ୟାହ୍ନରେ ପୁରୀ ଉପକୂଳ ଛୁଇଁବ ବାତ୍ୟା ଜଓ୍ବାଦ୍ । IMD ଡିଜିଙ୍କ ସୂଚନା, ଓଡ଼ିଶା ଉପକୂଳ ଦେଇ ଯାଇପାରେ ପଶ୍ଚିମବଙ୍ଗ । ଘଣ୍ଟାକୁ ୧୦୦ କିମି ବେଗରେ ପବନ, ଉଠିପାରେ ୫ ମିଟର ଉଚ୍ଚ ଜୁଆର। ଆଜିଠୁ ୫ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି
ମଧ୍ୟରାତ୍ରୀ ପରଠୁ ଘଣ୍ଟା ପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବ ଏବଂ କ୍ରମଶଃ ବଢ଼ି ୮୦ରୁ ୯୦, ଏମିତିକି ରବିବାର ୧୦୦ କିଲୋମିଟରକୁ ଛୁଇଁପାରେ।
ମାଡ଼ି ଆସୁଛି ବାତ୍ୟା...ପୁରୀରେ ଲ୍ୟାଣ୍ଡଫଲ ହେବା ପରେ ଆତଙ୍କିତ ସମୁଦ୍ରକୂଳିଆ ଲୋକେ...ଦେଖନ୍ତୁ ପେଣ୍ଠକଟାରେ କେମିତି ଗର୍ଜନ କରୁଛି ସମୁଦ୍ର
ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ଆକଳନ ଅନୁସାରେ ପୁରୀ ଜିଲ୍ଲାରେ ବାତ୍ୟା ‘ଜୱାଦ ସ୍ଥଳଭାଗ ଛୁଇଁପାରେ। ଏନେଇ SRC ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ସ୍ଥଳ ଭାଗ ଅଳ୍ପ ଛୁଇଁବା ପରେ ପୁଣି ସମୁଦ୍ରକୁ ଚାଲି ଯାଇପାରେ ବାତ୍ୟା।
ଦେବ ଦୀପାବଳିରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରାଦ୍ଧବେଶରେ ଵିଭୂଷିତ ହୋଇଥାନ୍ତି । ସଂଧ୍ୟା ଧୂପ ପରେ ପୁଷ୍ପାଳକ ସେବାୟତ ମାନେ ମହାପ୍ରଭୁଙ୍କୁ ଶ୍ରାଦ୍ଧ ଵେଶରେ ନାଗପୁରୀ ଶାଢୀ ଚାଦରରେ ଭୂଷିତ କରାଇଥାନ୍ତି।
କେତେବେଳେ ବିଜେପି-ବିଜଡିକୁ ତ କେତେବେଳେ କଂଗ୍ରେସ ବିଜେପିକୁ, ପୁଣି କେତେବେଳେ କଂଗ୍ରେସ ବିଜେଡିକୁ ଅଣ୍ଡା ମାଡ଼ କରୁଛି । ତେବେ ଏହାରି ଭିତରେ ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କୁ ଗାଡ଼ିକୁ ଅଣ୍ଡା ମାଡ଼ ହୋଇଛି ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରିବା ବେଳେ ମେଡିକାଲ ଛକରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଉପରକୁ ଅଣ୍ଡା ମାଡ଼ ହୋଇଛି।
ପୁରୀ ମାଳତୀପାଟପୁର ନିକଟରେ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରିଛନ୍ତି ବିରୋଧୀ.. ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସୁଥିଲେ ମନ୍ତ୍ରୀ ଆରୁଖ..
ଆଜି ଧର୍ମ ମାସର ଶେଷ ଦିନ କାର୍ତ୍ତିକ ପୂର୍ଣ୍ଣିମା । କୋଭିଡ କଟକଣା ସତ୍ତ୍ୱେ ପୁରୁଣା ପରମ୍ପରାକୁ ମନେପକାଇ ବିଭିନ୍ନ ଜଳାଶୟରେ ଡଙ୍ଗା ଭସାଣ କରିଛନ୍ତି ଶ୍ରଦ୍ଧାଳୁ । ଏ ସଂପର୍କରେ ପୁରୀରୁ ଅଧିକ ଆଲୋଚନା କରିଛିନ୍ତି ପୁରୀ ବ୍ୟୁରୋ ଚିଫ୍ ପ୍ରଦୀପ ମହାନ୍ତି ...।
ପୁରୀର ନାଁ ବଦଳିବା ଦାବି ଜୋର ଧରିବା ଭିତରେ ରେଳ ଷ୍ଟେସନର ନାଁ ବଦଳିବା ପ୍ରକ୍ରିୟାକୁ ପ୍ରାଥମିକ ସଫଳତା ପରେ ଉତ୍ସାହିତ ହୋଇପଡ଼ିଛନ୍ତି।
ଘରେ ନିରାମିଷ ଖାଦ୍ୟରେ କଣ ବନେଇବେ ଏହାକୁ ନେଇ ଆପଣ ଚିନ୍ତିତ କି ? ତାହେଲେ ଆଜିର ସ୍ୱାଦିଷ୍ଟ ରେସିପିଟି ଆପଣ ଘରେ ବନେଇ ଖାଇପାରିବେ । ଏହି ରେସିପିର ନାଁ ହେଉଛି ‘ଭେଜ୍ କୋହ୍ଲାପୁରୀ’ ।
ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଏବେ ପୁରୀ ପୌରସଂସ୍ଥା ପକ୍ଷରୁ ୟୁଜର ଫି’ ଆଦାୟ କରାଯିବ । ଆସନ୍ତା ୧୦ ତାରିଖରୁ ପୁରୀ ପୌରପାଳିକା ଅଳିଆ ଗାଡିକୁ ଅଳିଆ ଦେଉଥିବା ବ୍ୟକ୍ତି ଓ ଅନୁଷ୍ଠାନଠାରୁ ୟୁଜର୍ସ ଫି’ ଆଦାୟ ହେବ ।
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ପୁରୀର ନାମ ପରିବର୍ତ୍ତନ ନେଇ ଦାବି ଉଠିଛି.. ଶ୍ରୀଜଗନ୍ନାଥ ପୁରୀ କିମ୍ବା ଶ୍ରୀଜଗନ୍ନାଥ ଧାମ ପୁରୀ କରାଯିବା ପାଇଁ କିଛି ସାମାଜିକ ଅନୁଷ୍ଠାନ ଦାବି କରିବା ପରେ ମଙ୍ଗଳବାର ଦିନ ଏହି ଦାବି ନେଇ ପରିଚାଳନା କମିଟି ସଦସ୍ୟମାନେ ଦାବି କରିଛନ୍ତି
ଶ୍ରୀମନ୍ଦିରର କେବଳ ପଶ୍ଚିମ ଦ୍ୱାର ନୁହେଁ, ସମସ୍ତ ୪ ଦ୍ୱାର ପୁରୀବାସୀଙ୍କ ପ୍ରବେଶ ଲାଗି ଖୋଲା ରଖିବା ଲାଗି ଦାବି। ଏବେ ଦର୍ଶନ ବ୍ୟବସ୍ଥା ଚାଲୁ ରହିଥିଲେ ମଧ୍ୟ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇ ନାହିଁ। କେବଳ ପଶ୍ଚିମ ଦ୍ୱାର ଦେଇ ପୁରୀବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ନଭେମ୍ବର ୧ ତାରିଖରୁ ଚାଲୁ ରହିଛି।
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ପୁରୀର ନାମ ପରିବର୍ତ୍ତନ ନେଇ ଦାବି ଉଠିଛି। ‘ଶ୍ରୀଜଗନ୍ନାଥ ପୁରୀ’ କିମ୍ବା ‘ଶ୍ରୀଜଗନ୍ନାଥ ଧାମ ପୁରୀ’ କରାଯିବା ପାଇଁ କିଛି ସାମାଜିକ ଅନୁଷ୍ଠାନ ଦାବି କରିଛନ୍ତି। ମଙ୍ଗଳବାର ଏହି ଦାବି ନେଇ ପରିଚାଳନା କମିଟି ସଦସ୍ୟମାନେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଉଠାଇଥିଲେ।
ଆଲୋକର ପର୍ବ ଦୀପାବଳିକୁ ହାତ ଗଣତି ଆଉ କିଛି ଦିନ ବାକି ରହିଛି। ଗ୍ରାହକଠାରୁ ଆରମ୍ଭ କରି ବ୍ୟବସାୟୀ ସମସ୍ତେ ଲାଗିପଡିଛନ୍ତି ଦୀପାବଳି ପ୍ରସ୍ତୁତିରେ। ହେଲେ ଚଳିତ ବର୍ଷ ଦେଖିବାକୁ ମିଳୁଛି ସମ୍ବଲପୁରୀ ଦୀପ। ଆଉ ଯାହା କି ଗ୍ରାହକଙ୍କୁ ବେଶ ପସନ୍ଦ ଆସୁଛି।
ପୋଲିସକୁ ଅଣ୍ଡା ମାଡ଼ । ସାରା ରାଜ୍ୟରେ ଏବେ ମମିତା ମେହେର ହତ୍ୟା ମାମଲାକୁ ନେଇ ନିଆଁ ଜଳୁଛି । ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ସରକାରଙ୍କୁ ନାକେଦମ୍ କଲେଣି ।
ଭଦ୍ରକ ଜିଲ୍ଲାର ରାହେଶ କୁମାର ସିଂ, ଅନୁଗୋଳର ଓମ୍ ପ୍ରକାଶ ଯାଦବ ଓ ସହିଦ ଅନୱର ଶ୍ରୀକ୍ଷେତ୍ର ଯାଇଥିଲେ। ସେମାନେ ଲାଇଟ୍ ହାଉସ୍ ବେଳାଭୂମିରେ ଗାଧୋଉଥିଲେ। ଏହି ସମୟରେ ଆସିଥିବା ବଡ଼ ଲହଡିରେ ସେମାନେ ଭାସିଯାଇଥିଲେ। ଚିତ୍କାର ଶୁଣି ଉଦ୍ଧାର ପାଇଁ ଯାଇଥିଲେ ଲାଇଫଗାର୍ଡ।
ତେବେ କୋଭିଡ୍ କଟକଣା ଯୋଗୁଁ ଶ୍ରୀମନ୍ଦିର ବାଇଶି ପାହାଚରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ବନ୍ଦ ରହିଥିବା ବେଳେ ଉତ୍ତରଦ୍ୱାର ସମ୍ମୁଖରେ ଶ୍ରାଦ୍ଧ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଦୂରଦୂରାନ୍ତ ଆସୁଥିବା ଭକ୍ତମାନେ ଶ୍ରାଦ୍ଧ ପ୍ରଦାନ କରୁଛନ୍ତି ମହୋଦଧି ଓ ପଞ୍ଚତୀର୍ଥ ପୁଷ୍କରିଣୀରେ ମଧ୍ୟ ତର୍ପଣ ଓ ଶ୍ରାଦ୍ଧ ପ୍ରଦାନ କରୁଛନ୍ତି ।
ରବିବାର ସକାଳ ୮ରୁ ସୋମବାର ସକାଳ ୮ଟା ୨୪ ଘଣ୍ଟାରେ ୬୩ ବର୍ଷର ରେକର୍ଡ ଭାଙ୍ଗି ମୂଷଳ ଧାରା ବର୍ଷାରେ ରାଜଧାନୀ ଭୁବନେଶ୍ୱର ବେହାଲ ହୋଇପଡିଛି। ସହର ଜଳମୟ ହୋଇଯାଇଛି। ରାସ୍ତା, ରେଳଷ୍ଟେସନ୍, ଗଳିକନ୍ଦି ଯେଉଁଠି ଦେଖ ସବୁଠି ପାଣି। ବସ୍ଷ୍ଟାଣ୍ଡ୍ଠୁ ବସ୍ତି, ଆପାର୍ଟମେଣ୍ଟଠୁ ଝୁମ୍ପୁଡ଼ି ସବୁ ସ୍ଥାନ ଜଳମ। କିଏ ଘର ଛାଡି ପଳାଇଲେଣି ତ ଆଉ କିଏ ପଦାକୁ ବାହାରି ପାରୁନି। ପାଣିରେ ଲହଡି ଭାଙ୍ଗୁଛି ସ୍ମାର୍ଟସିଟି। ମହାନଗର ରାସ୍ତାରେ ଗାଡ଼ି ବୁଡ଼ିବାଠୁ ନେଇ, ଗତରାତିରେ ରୋଗୀ ନେଇ ଯାଉଥିବା ଆମ୍ବୁଲାନ୍ସ ଫସିବା ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ଲଗାଣ ବର୍ଷା ଯୋଗୁଁ ପୁରୀ ସହରରେ ଜୀବନଯାତ୍ରା ବ୍ୟାହତ । ତଳିଆ ଅଞ୍ଚଳରେ ଲୋକଙ୍କ ଘରେ ବର୍ଷା ପାଣି ପଶିବା ସହ ରାସ୍ତାରେ ଚାରିଫୁଟର ପାଣି ଲହଡ଼ି ମାରୁଛି । ଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ମାର୍କଣ୍ଡେଶ୍ୱର ସାହିର ଜଗନ୍ନାଥ ବସ୍ତିର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହେଇସାରିଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଓଡ଼ିଶା ଉପକୂଳରେ ଅବପାତରେ ପରିଣତ ହେବା ପରେ ଏହା ଘଣ୍ଟା ପ୍ରତି ୫ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଉତ୍ତର ଓଡ଼ିଶା, ଉତ୍ତର ଛତିଶଗଡ଼ ଏବଂ ମଧ୍ୟ ପ୍ରଦେଶ ଆଡ଼କୁ ଯିବା ସମ୍ଭାବନା ରହିଛି।