Advertisment

ଘରେ ବନାନ୍ତୁ ସ୍ୱାଦିଷ୍ଟ ‘ଭେଜ୍ କୋହ୍ଲାପୁରୀ’

ଘରେ ନିରାମିଷ ଖାଦ୍ୟରେ କଣ ବନେଇବେ ଏହାକୁ ନେଇ ଆପଣ ଚିନ୍ତିତ କି ? ତାହେଲେ ଆଜିର ସ୍ୱାଦିଷ୍ଟ ରେସିପିଟି ଆପଣ ଘରେ ବନେଇ ଖାଇପାରିବେ । ଏହି ରେସିପିର ନାଁ ହେଉଛି ‘ଭେଜ୍ କୋହ୍ଲାପୁରୀ’ ।

author-image
Pallipuspa Samal
veg kolhapuri recipe

veg kolhapuri recipe

ଏବେ ଚାଲିଛି କାର୍ତ୍ତିକ ମାସ । ସାଧାରଣତଃ ଆମ ଓଡ଼ିଆ ଘରେ ନିରାମିଷ ବା ଭେଜ୍ ରେସିପି ପ୍ରସ୍ତୁତ କରାଯାଏ । ତେବେ ଆଜି ଆମେ ନିରାମିଷରେ ଏକ ସ୍ୱାଦିଷ୍ଟ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ଭେଜ୍ କୋହ୍ଲାପୁରୀ’ । ଏହି ରେସିପିଟିକୁ ଆପଣ ଘରେ ଅତି ସହଜ ଓ ସରଳ ଭାବେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ । 

Advertisment

‘ଭେଜ୍ କୋହ୍ଲାପୁରୀ’ ବନେଇବା ପାଇଁ ଆବଶ୍ୟକୀୟ ସାମଗ୍ରୀ:

କଶ୍ମୀରୀ ଲଙ୍କା, ଗାଜର, କ୍ୟାପ୍‌ସିକମ୍‌, ଟମାଟୋ, ଗ୍ରୀନ୍‌ ମଟର, ଫୁଲ କୋବି, ବିନ୍‌, ପିଆଜ, କାଜୁ, ଜାଇତ୍ରୀ, ଜାଇ ଫୁଲ, ଗରମ ମସଲା, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଜିରା, ରସୁଣ, ଗୋଲ ମରିଚ, ତେଜପତ୍ର, ଡାଲ୍‌ଚିନି, କଞ୍ଚା ଲଙ୍କା, ଅଦା, ଶୁଖିଲା ଲଙ୍କା, ଗୁଜୁରାତି, ଲୁଣ, ଗୋଲ ମରିଚ ଗୁଣ୍ଡ, ତେଲ, ପାଣି ଓ ବଟର୍‌ ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଚୁଲିରେ କଡ଼େଇ ବସାଇ ସେଥିରେ ତେଲ ଗରମ କରନ୍ତୁ।
  • ତେଲ ଗରମ ହେଲା ପରେ ସେଥିରେ କଟା ହୋଇଥିବା ଫୁଲ କୋବି, ଗାଜର, ବିନ୍‌ ଓ ଗ୍ରୀନ୍‌ ମଟରକୁ ଛାଣି ଏକ ପାତ୍ରରେ ରଖନ୍ତୁ।
  • ଏହାପରେ ସେହି କଡେଇ ଅଳ୍ପ ତେଲ ପକାଇ ସେଥିରେ କିଛି ଜିରା ପକାନ୍ତୁ।
  • ଜିରା ଫୁଟି ଆସିଲେ ସେଥିରେ ଶୁଖିଲା ଲଙ୍କା, ତେଜ ପତ୍ର, ଗୋଲ ମରିଚ, ଗୁଜୁରାତି, ଡାଲ୍‌ଚିନି, ଜାଇତ୍ରୀ, ଜାଇ ଫୁଲ, ଛୋଟ କଟା ହୋଇଥିବା ଅଦା, କଞ୍ଚା ଲଙ୍କା, କାଜୁ ଏବଂ ରସୁଣ ପକାଇ ଭଲରେ ଭାଜି ଦିଅନ୍ତୁ।
  • ଏହିସବୁ ଭଲ ଭାବେ ଭାଜି ହୋଇଗଲେ ଏକ ପାତ୍ରକୁ କାଢ଼ି ଦିଅନ୍ତୁ ।
  • ଏହାପରେ ଆଉ ଏକ କଡେଇରେ ଅଳ୍ପ ତେଲ ପକାନ୍ତୁ ।
  • ତେଲ ଗରମ ହୋଇଗଲେ ସେଥିରେ ପିଆଜ ଓ କ୍ୟାପ୍‌ସିକମ୍‌ ପକାଇ ଭଜନ୍ତୁ ।
  • ଏହାପରେ ସେଥିରେ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଜିରା ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ ଏବଂ ପୂର୍ବରୁ ଗ୍ରାଇଣ୍ଡ ହୋଇଥିବା ମସଲାକୁ ପକାଇ ଭଲରେ ଗୋଳାଇ ଦିଅନ୍ତୁ।
Advertisment
Veg kohlapuri RecipeVeg kohlapuri Recipe
  • ଏହା ପରେ ସେଥିରେ ଅଳ୍ପ ପାଣି ଦିଅନ୍ତୁ, ଯେମିତି ଝୋଳ ବହଳିଆ ରହିବ।
  • ଏବେ ଏହାକୁ କିଛି ସମୟ ପାଇଁ ଫୁଟିବାକୁ ଛାଡ଼ି ଦିଅନ୍ତୁ।
  • ମସଲା ଫୁଟିଗଲେ ସେଥିରେ ପୂର୍ବରୁ ଭଜା ହୋଇଥିବା ପରିବାକୁ ପକାଇ ଗୋଳାଇ ଦିଅନ୍ତୁ।
  • କିଛି ସମୟ ଫୁଟିବା ପରେ ଏଥିରେ ବଟର ପକାଇ ଦଅନ୍ତୁ।
  • ବଟର୍‌ ମିଳାଇଗଲା ପରେ ପ୍ରସ୍ତୁତ ହୋଇଯିବଆ ପରେ ଏହାକୁ ଭଲ ଭାବେ ଗୋଳାଇ ଦିଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ଭେଜ୍‌ କୋହ୍ଲାପୁରୀ । ଏହି ରେସିପିଟିକୁ ରୁଟି କିମ୍ବା ପରଟା ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ ।

Odia Food And Recipes
Advertisment
Advertisment