
ଆମେ ସାମିଲ ହେବା ଉଚିତ ନା ନାହିଁ ଏହା ଆପଣ ବିଚାର କରନ୍ତୁ । ଭୁବନେଶ୍ୱର ରାମ ମନ୍ଦିର ପରିସରରେ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ ଏହି ପ୍ରତିକ୍ରିୟା ରଖିଛନ୍ତି ।
ରଥ ଚାରିପଟୁ ନବୀନ ଓ ପାଣ୍ଡିଆନଙ୍କ ଫଟୋ କାଢିବାକୁ ଅଡ଼ି ବସିଥିଲେ ଗ୍ରାମବାସୀ। ଶେଷରେ ଉଭୟଙ୍କ ଫଟୋ ଉପରେ ଧୋତି ଲଗାଇବାକୁ ବାଧ୍ୟ ହୋଇଥିଲା ପ୍ରଶାସନ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ମହୋତ୍ସବ ପାଇଁ ଭକ୍ତିମୟ ଶ୍ରୀକ୍ଷେତ୍ର। ଯଜ୍ଞ ପ୍ରତିଷ୍ଠାର ତୃତୀୟ ଦିନରେ ଅଙ୍କୁର ପୂଜନ ପରେ ଚାଲିଛି ଯଜ୍ଞ ଅଧିବାସ।
ଅର୍ପଣ ରଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କ ଫଟୋକୁ ନେଇ ତେଜୁଛି ବିବାଦ। ଉପକୂଳରୁ ଉପାନ୍ତ ସବୁଠି ବିରୋଧ।
ବେଦ ପାଠରେ ଗୁଞ୍ଜରିତ ହେବ ଶ୍ରୀକ୍ଷେତ୍ର। ପଣ୍ଡିତଙ୍କ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହେବ ବଡ଼ଦାଣ୍ଡ । ଏଠାରେ ହିଁ ୠଗ୍, ଯଦୁ, ଶାମ୍, ଅଥର୍ବ ଆଦି ୪ ବେଦର ବ୍ରାହ୍ମଣ କରିବେ ଯଜ୍ଞ କାର୍ଯ୍ୟ ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ଲାଗି ଆଜିଠୁ ଆରମ୍ଭ ହେବ କାର୍ଯ୍ୟକ୍ରମ । ଆଜି ସନ୍ଧ୍ୟା ୫ଟାରୁ ୬ଟା ମଧ୍ୟରେ ଶ୍ରୀନଅରଠାରେ ଗଜପତି ମହାରାଜା ଆଚାର୍ଯ୍ୟ ବରଣ କରିବେ ।
ଆଜି ସନ୍ଧ୍ୟା ୫ଟାରୁ ୬ଟା ମଧ୍ୟରେ ଶ୍ରୀନଅର ଠାରେ ଗଜପତି ମହାରାଜା ଆଚାର୍ଯ୍ୟ ବରଣ କରିବେ ।
ପରିକ୍ରମା ରଥ କାର୍ଯ୍ୟକ୍ରମରେ ସରପଞ୍ଚମାନଙ୍କୁ ପ୍ରଶାସନର ଅବହେଳା ଆଉ ହତାଦର ଅଭିଯୋଗ କରି ଆଜି ଉପଜିଲ୍ଲାପାଳଙ୍କୁ ଇସ୍ତଫା ଦେଇଛନ୍ତି ସରପଞ୍ଚମାନେ।
ସାମ୍ନାକୁ ଆସିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ପର୍ବର କାର୍ଯ୍ୟସୂଚୀ ଓ ସମୟ ନିର୍ଘଣ୍ଟ । ଆସନ୍ତାକାଲିଠାରୁ ଆରମ୍ଭ ହୋଇଯିବ କାର୍ଯ୍ୟକ୍ରମ।
ସାମ୍ନାକୁ ଆସିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ପର୍ବର କାର୍ଯ୍ୟସୂଚୀ ଓ ସମୟ ନିର୍ଘଣ୍ଟ । ଆସନ୍ତାକାଲିଠାରୁ ଆରମ୍ଭ ହୋଇଯିବ କାର୍ଯ୍ୟକ୍ରମ।
ପରିକ୍ରମା ରଥ କାର୍ଯ୍ୟକ୍ରମରେ ସରପଞ୍ଚମାନଙ୍କୁ ପ୍ରଶାସନର ଅବହେଳା ଆଉ ହତାଦର ଅଭିଯୋଗ କରି ଆଜି ଉପଜିଲ୍ଲାପାଳଙ୍କୁ ଇସ୍ତଫା ଦେଇଛନ୍ତି ସରପଞ୍ଚମାନେ।
ପରିବାରଙ୍କ ଅଭିଯୋଗ, ଯେଉଁ ପରିକ୍ରମା ପ୍ରକଳ୍ପ ପାଇଁ ଆମେ ବାସହରା ହେଲୁ ସେହି ପ୍ରକଳ୍ପରେ କେଉଁଠି ବି ଆମ ନାଁ ନାହିଁ । ସବୁ ବିସ୍ଥାପିତଙ୍କୁ ପରିଚୟପତ୍ର ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା, ତାହା ବି ମିଳିଲାନି ।
ପରିବାରଙ୍କ ଅଭିଯୋଗ, ଯେଉଁ ପରିକ୍ରମା ପ୍ରକଳ୍ପ ପାଇଁ ଆମେ ବାସହରା ହେଲୁ ସେହି ପ୍ରକଳ୍ପରେ କେଉଁଠି ବି ଆମ ନାଁ ନାହିଁ । ସବୁ ବିସ୍ଥାପିତଙ୍କୁ ପରିଚୟପତ୍ର ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା, ତାହା ବି ମିଳିଲାନି ।
ପରିକ୍ରମା ପ୍ରକଳ୍ପ ରଥ ବୁଲିଲା । ଆଉ ତା ସହ ଆରମ୍ଭ ହେଲା ପଲିଟିକ୍ସ । ଗାଁ ଠାରୁ ସହରୁ ସବୁଠି ସରକାର ବୁଲାଉଛନ୍ତି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥ । ଅକ୍ଷତ ଚାଉଳ ବି ସଂଗ୍ରହ ହେଉଛି । ଜାନୁଆରୀ ୧୭ରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଜୋରଦାର ପ୍ରଚାର କରୁଛନ୍ତି ସରକାର ।
ପରିକ୍ରମା ପ୍ରକଳ୍ପ ପାଇଁ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ । ନିମନ୍ତ୍ରଣ ପାଇଥିବା କହିଲେ ପୁରୀ ଶଙ୍କରାଚାର୍ଯ୍ୟ ।
ଆସନ୍ତା ୧୭ ତାରିଖରେ ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ । ସେଥିପାଇଁ ସମସ୍ତ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ । ଆଜି ଶ୍ରୀନହରରେ ଗଜପତି ମହାରାଜାଙ୍କ ଅଧକ୍ଷତାରେ ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି ।
ରାଜ୍ୟ ସରକାରଙ୍କ ଏଭଳି ଯୋଜନାକୁ ନେଇ ତେଜିଛି ରାଜନୀତି। ଭକ୍ତଙ୍କ ଭାବାବେଗକୁ କୁଠାରଘାତ ସହ ଜଗନ୍ନାଥ ସଂସ୍କୃତିର ଅବକ୍ଷୟ ହେଉଥିବା ବେଳେ ଏବେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କଥା କାହିଁକି ମନେ ପଡ଼ିଲା ବୋଲି ପ୍ରଶ୍ନ ଉଠାଇଛି ବିଜେପି।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରଚାର ପ୍ରସାର ନାଁରେ ବିଜେଡି କରୁଛି କି ଭୋଟ୍ ରାଜନୀତି? ରାମ ମନ୍ଦିର ମୁଦ୍ଦାକୁ କାଉଣ୍ଟର ପାଇଁ ତିଆରି କରିଛି କି ଷ୍ଟ୍ରାଟେଜି? ରାଜ୍ୟରେ ବିଜେଡି ଖେଳୁନି ତ ସଫ୍ଟ ହିନ୍ଦୁତ୍ୱ କାର୍ଡ?
ଜାନୁଆରୀ ୧୭। ପାଖେଇ ଆସୁଛି ବହୁ ପ୍ରତିକ୍ଷୀତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସମୟ। ଓବିସିସି କହୁଛି ଧାର୍ଯ୍ୟ ତାରିଖ ପୂର୍ବରୁ ପ୍ରକଳ୍ପ ରେଡ୍ଡି ହୋଇଯିବ।
ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ରଙ୍କ ଅଭିଯୋଗ- ଐତିହ୍ୟ ପ୍ରକଳ୍ପର ସ୍ୱପ୍ନ ଦେଖାଇ ସରକାର ମନ୍ଦିର ଚତୁଃପାର୍ଶ୍ୱରେ ଅନେକ ପ୍ରାଚୀନ ମଠ, ଘର ଓ ଲଜିଂ ଧ୍ୱଂସ କରି ପ୍ରଶସ୍ତ ଯାଗା ପାଇଥିଲେ। ହେଲେ ପ୍ରତିଶ୍ରୁତି ମୁତାବକ କୌଣସି କାମ ହୋଇନି।
ଲୋକାର୍ପଣ ଉତ୍ସବକୁ ମୁଖ୍ୟମନ୍ତ୍ରୀଙ୍କୁ ବି ନିମନ୍ତ୍ରଣ । ଉତ୍ସବ ଲାଗି ଶ୍ରୀକ୍ଷେତ୍ରରେ ଭବ୍ୟ ଆୟୋଜନ ।
ପ୍ରଥମେ ଶ୍ରୀଜିଉଙ୍କ କରାଯାଇଥିଲା ନିମନ୍ତ୍ରଣ । ନୀଳାଦ୍ରୀ ଭକ୍ତ ନିବାସଠାରୁ ଶ୍ରୀମନ୍ଦିରର ସେବାୟତ ଓ ଅଧିକାରୀମାନଙ୍କର ଏକ ଟିମ୍ ବାହାରିବ । ଲିଙ୍ଗରାଜ ମନ୍ଦିର ଦର୍ଶନ କରି ଯାତ୍ରା କରିବେ ସେବାୟତ ଓ ଅଧିକାରୀ ।
ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନିମନ୍ତ୍ରଣ ଦିଆଯିବା ପରେ ଆଜି ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜଙ୍କୁ ନିମନ୍ତ୍ରଣ କରାଯିବ । ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପରିଚାଳନା କମିଟି ସଦସ୍ୟ ମାନେ ମଧ୍ୟପ୍ରଦେଶର ଉଜ୍ଜୟନୀ ଯାତ୍ରା କରିବେ ।
ଅତିଥି ହେବେ ବହୁ ମାନ୍ୟଗଣ୍ୟ । ୮୫୭ ମନ୍ଦିରକୁ ବି ହେବ ସାଦର ନିମନ୍ତ୍ରଣ । ଜାନୁଆରୀ ୧୭, ବହୁ ପ୍ରତିକ୍ଷୀତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେବ ଲୋକାର୍ପଣ । ବିଶ୍ୱ ଦେଖିବ ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ଚତୁଃପାର୍ଶ୍ୱର ଆଖିଝଲସା ସୌନ୍ଦର୍ଯ୍ୟ ।
ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ସରସ ସୁନ୍ଦର କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ବି ହାତକୁ ନେଇଛନ୍ତି ଉଭୟ ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର କାର୍ଯ୍ୟାଳୟ । ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁସାରେ- ବାହାରୁ ଭକ୍ତମାନେ ଆସି ଜଗନ୍ନାଥ ବଲ୍ଲଭ ପାର୍କିଂରେ ପହଞ୍ଚିବା ପରେ ସେଠି ଏକ ଅଭ୍ୟର୍ଥନା କକ୍ଷ ସହ ପ୍ରଦର୍ଶନୀ ମଣ୍ଡପ ନିର୍ମାଣ ହେବ ।