politics over cabinet decisions
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରଚାର ପ୍ରସାର ନାଁରେ ବିଜେଡି କରୁଛି କି ଭୋଟ୍ ରାଜନୀତି? ରାମ ମନ୍ଦିର ମୁଦ୍ଦାକୁ କାଉଣ୍ଟର ପାଇଁ ତିଆରି କରିଛି କି ଷ୍ଟ୍ରାଟେଜି? ରାଜ୍ୟରେ ବିଜେଡି ଖେଳୁନି ତ ସଫ୍ଟ ହିନ୍ଦୁତ୍ୱ କାର୍ଡ? କାରଣ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଏବଂ ଏହାର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ହାତକୁ ନେଇଛନ୍ତି ବିରାଟ ଯୋଜନା । କେବଳ ପ୍ରଚାର ପ୍ରସାର ପାଇଁ ଖର୍ଚ୍ଚ ହେବ ୧୩୫ କୋଟି ୮୮ ଲକ୍ଷ ଟଙ୍କା। ପ୍ରତି ଗାଁରେ ବୁଲିବ ଶ୍ରୀଜଗନ୍ନାଥ ପ୍ରଚାର ରଥ । ୨୦ କୋଟି ଟଙ୍କା ଖର୍ଚ୍ଚରେ ପ୍ରତି ପଞ୍ଚାୟତରୁ ପୁରୀକୁ ବୁହା ହେବେ ଲୋକେ । ପ୍ରତି ଘରୁ ସଂଗ୍ରହ ହେବ ଗୁଆ, ଚାଉଳ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରଚାର ପ୍ରସାର ଖର୍ଚ୍ଚକୁ ମିଶାଇ ୪ ହଜାର କୋଟି ଟଙ୍କାର ‘ଆମ ଓଡ଼ିଶା ନବୀନ ଓଡ଼ିଶା' ବଜେଟର କଳେବର ବଢ଼ାଇ ଆହୁରି ୨୧୪ କୋଟି ଯୋଡ଼ିଛନ୍ତି ରାଜ୍ୟ ସରକାର।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)