Advertisment

ପରିକ୍ରମା ପ୍ରକଳ୍ପ ନାଁରେ ଭୋଟ୍ ରାଜନୀତି କରୁଛି କି ବିଜେଡି ? କ୍ୟାବିନେଟ ନିଷ୍ପତ୍ତି ପଛରେ ରାଜନୀତିର ଗନ୍ଧ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରଚାର ପ୍ରସାର ନାଁରେ ବିଜେଡି କରୁଛି କି ଭୋଟ୍ ରାଜନୀତି? ରାମ ମନ୍ଦିର ମୁଦ୍ଦାକୁ କାଉଣ୍ଟର ପାଇଁ ତିଆରି କରିଛି କି ଷ୍ଟ୍ରାଟେଜି? ରାଜ୍ୟରେ ବିଜେଡି ଖେଳୁନି ତ ସଫ୍ଟ ହିନ୍ଦୁତ୍ୱ କାର୍ଡ?

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

politics over cabinet decisions

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପ୍ରସ୍ତୁତି ସହ ଜଗନ୍ନାଥ ସଂସ୍କୃତିର ପ୍ରଚାର-ପ୍ରସାର ଲାଗି ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ପଛରେ ବିରୋଧୀ ବାରିଲେ ରାଜନୀତିର ଗନ୍ଧ । ସମସ୍ତ କାର୍ଯ୍ୟକ୍ରମ ‘ ଆମ ଓଡ଼ିଶା, ନବୀନ ଓଡ଼ିଶା’ ଅଧିନରେ ହେବ। ଏଥିପାଇଁ ସ୍କିମକୁ ଆଉ ୨୧୪ କୋଟି ଟଙ୍କା ଦିଆଯାଇଛି। ବିରୋଧୀଙ୍କ ଅଭିଯୋଗ, ପୂର୍ବରୁ ରତ୍ନଭଣ୍ଡାର ଅଠାକାଠିରେ ଫସିଥିବା ବିଜେଡି ସରକାର ଏବେ କାମିୟା ଜାନି ପ୍ରସଙ୍ଗ ଡାଇଭର୍ଟ ପାଇଁ ଏଭଳି ଫନ୍ଦି ଫିକର କରିଛନ୍ତି। ବିଜେଡି ଏହାର ଜବାବ ରଖିଛି ।

Advertisment

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରଚାର ପ୍ରସାର ନାଁରେ ବିଜେଡି କରୁଛି କି ଭୋଟ୍ ରାଜନୀତି? ରାମ ମନ୍ଦିର ମୁଦ୍ଦାକୁ କାଉଣ୍ଟର ପାଇଁ ତିଆରି କରିଛି କି ଷ୍ଟ୍ରାଟେଜି? ରାଜ୍ୟରେ ବିଜେଡି ଖେଳୁନି ତ ସଫ୍ଟ ହିନ୍ଦୁତ୍ୱ କାର୍ଡ ? କାରଣ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଏବଂ ଏହାର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ହାତକୁ ନେଇଛନ୍ତି ବିରାଟ ଯୋଜନା । କେବଳ ପ୍ରଚାର ପ୍ରସାର ପାଇଁ ଖର୍ଚ୍ଚ ହେବ ୧୩୫ କୋଟି ୮୮ ଲକ୍ଷ ଟଙ୍କା। ପ୍ରତି ଗାଁରେ ବୁଲିବ ଶ୍ରୀଜଗନ୍ନାଥ ପ୍ରଚାର ରଥ । ୨୦ କୋଟି ଟଙ୍କା ଖର୍ଚ୍ଚରେ ପ୍ରତି ପଞ୍ଚାୟତରୁ ପୁରୀକୁ ବୁହା ହେବେ ଲୋକେ । ପ୍ରତି ଘରୁ ସଂଗ୍ରହ ହେବ ଗୁଆ, ଚାଉଳ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରଚାର ପ୍ରସାର ଖର୍ଚ୍ଚକୁ ମିଶାଇ ୪ ହଜାର କୋଟି ଟଙ୍କାର ‘ଆମ ଓଡ଼ିଶା ନବୀନ ଓଡ଼ିଶା' ବଜେଟର କଳେବର ବଢ଼ାଇ ଆହୁରି ୨୧୪ କୋଟି ଯୋଡ଼ିଛନ୍ତି ରାଜ୍ୟ ସରକାର।

ସେପଟେ ରାଜ୍ୟ ସରକାରଙ୍କ ଏଭଳି ଯୋଜନାକୁ ନେଇ ତେଜିଛି ରାଜନୀତି। ଭକ୍ତଙ୍କ ଭାବାବେଗକୁ କୁଠାରଘାତ ସହ ଜଗନ୍ନାଥ ସଂସ୍କୃତିର ଅବକ୍ଷୟ ହେଉଥିବା ବେଳେ ଏବେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କଥା କାହିଁକି ମନେ ପଡ଼ିଲା ବୋଲି ପ୍ରଶ୍ନ ଉଠାଇଛି ବିଜେପି। ତା’ସହ ଦଳ ଅଭିଯୋଗ କରିଛି, କାମିଆ ଜାନୀଙ୍କୁ ଆଣି ମନ୍ଦିର ଅପବିତ୍ର କରିବାକୁ ସରକାର ଚେଷ୍ଟା କରୁଛନ୍ତି। ଗରିବଙ୍କ ଟ୍ୟାକ୍ସରେ ଜଗନ୍ନାଥ ସଂସ୍କୃତିର ପ୍ରଚାର କରିବା ନିନ୍ଦନୀୟ। ଜଗନ୍ନାଥଙ୍କୁ ନବୁଝି ତାଙ୍କୁ ବଜାର ସାମଗ୍ରୀ ଭାବୁଛନ୍ତି ବିଜେଡି ନେତା । ନୂଆ ଗାଲମାଧବ ମାନେ ମନ୍ଦିରର ଇତିହାସ ବଦଳାଇବାକୁ ଚେଷ୍ଟା କରୁଛନ୍ତି। କଂଗ୍ରେସ ମଧ୍ୟ ଶାସକ ଦଳକୁ ଟାର୍ଗେଟ୍ କରି କହିଛି, ୨୪ ବର୍ଷ ଭିତରେ ଶ୍ରୀମନ୍ଦିର କଥା ମନେ ପକାଇ ନ ଥିବା ନବୀନ ସରକାର ରତ୍ନଭଣ୍ଡାର, ଚାରି ଦ୍ୱାର ପ୍ରବେଶ ଏବଂ କାମିୟା ଜାନି ପ୍ରସଙ୍ଗରେ ବିବାଦୀୟ ହେବା ପରେ ସେଥିରୁ ନଜର ହଟାଇବାକୁ ପରିକ୍ରମା ପ୍ରଚାର ପ୍ରସାର ଭେଳିକି କରିଛନ୍ତି। ଏହାର ଜବାବ ରଖିଛି ବିଜେଡି।

Advertisment

BJD Cabinet Meeting BJP Srimandir Heritage Corridor Odisha
Advertisment
Advertisment