Advertisment

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ: କାଲିଠୁ ମହାଯଜ୍ଞ, ବେଦ ପାଠରେ ଗୁଞ୍ଜରିତ ହେବ ଶ୍ରୀକ୍ଷେତ୍ର

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ମହୋତ୍ସବ ପାଇଁ ଭକ୍ତିମୟ ଶ୍ରୀକ୍ଷେତ୍ର। ଯଜ୍ଞ ପ୍ରତିଷ୍ଠାର ତୃତୀୟ ଦିନରେ ଅଙ୍କୁର ପୂଜନ ପରେ ଚାଲିଛି ଯଜ୍ଞ ଅଧିବାସ।

author-image
Santosh Kumar Sahoo
undefined

Parikrama Prakalpa

ଅଙ୍କୁର ପୂଜନ ପରେ ଚାଲିଛି ଯଜ୍ଞ ଅଧିବାସ । ଆସନ୍ତାକାଲିଠାରୁ ଆରମ୍ଭ ହୋଇଯିବ ମହାଯଜ୍ଞ। ଶ୍ରୀମନ୍ଦିର ଚାରିଦ୍ୱାରରେ ଚାରି ବେଦ ପାଠ କରାଯିବ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ମହୋତ୍ସବ ପାଇଁ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଗଲାଣି ଶ୍ରଦ୍ଧାଳୁଙ୍କ ଗହଳି। ଦେଶର କୋଣ ଅନୁକୋଣରୁ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସହରର ୩ ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ୪୪ ପ୍ଳାଟୁନ ଫୋର୍ସ ଓ ସିସିଟିଭି ସର୍ଭେଲାନ୍ସରେ ପୁରା ସହର ଉପରେ ରହିବ ନଜର।

Advertisment

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ମହୋତ୍ସବ ପାଇଁ ଭକ୍ତିମୟ ଶ୍ରୀକ୍ଷେତ୍ର। ଯଜ୍ଞ ପ୍ରତିଷ୍ଠାର ତୃତୀୟ ଦିନରେ ଅଙ୍କୁର ପୂଜନ ପରେ ଚାଲିଛି ଯଜ୍ଞ ଅଧିବାସ। ଯଜ୍ଞ କୁଣ୍ଡ ଚତୁପାର୍ଶ୍ୱରେ ମଣ୍ଡଳାଚାର୍ଯ୍ୟଙ୍କ ଦ୍ୱାରା ମଣ୍ଡଳ ସ୍ଥାପନ କରାଯାଇଛି। ରାତି ପାହିଲେ ଆରମ୍ଭ ହୋଇଯିବ ମହାଯଜ୍ଞ। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଜାତକର ଶୁଭ ମୁହୂର୍ତ୍ତ ଅନୁସାରେ ସକାଳ ସାଢେ ୭ଟାରୁ ଚାଲିବ ସୂର୍ଯ୍ୟ ପୂଜା, ବ୍ରାହ୍ମଣ ବରଣ ଓ ବେଦ ପାରାୟଣ। ଚତୁର୍ବେଦ ପାଠରେ କମ୍ପିବ ଶ୍ରୀମନ୍ଦିର ଚାରିଦ୍ୱାର।

ଆସନ୍ତାକାଲି ମକର ସଂକ୍ରାନ୍ତି ସହ ମହାଯଜ୍ଞର ଶୁଭାରମ୍ଭ ଥିବାରୁ ଶ୍ରୀକ୍ଷେତ୍ରକୁ ଛୁଟିବ ଶ୍ରଦ୍ଧାଳୁଙ୍କ ସୁଅ। ଏଥିପାଇଁ ପୁରୀର ୩ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ମେଡିକାଲ ଛକରେ ୮୧ କୋଟି ୬୩ ଲକ୍ଷ ବ୍ୟୟରେ ସାଢ଼େ ୩ ଏକର ଜମିରେ ହୋଇଛି ବହୁତଳ ପାର୍କିଂ ବ୍ୟବସ୍ଥା। ଏଠାରେ ଏକକାଳୀନ ୫ ଶହ କାର ଓ ୫ ଶହ ଦୁଇ ଚକିଆ ପାର୍କିଂ ହୋଇପାରିବ। ସେହିପରି ୭ ହଜାର ବର୍ଗମିଟର ଜାଗା ଉପରେ ଶ୍ରୀଜଗନ୍ନାଥ ବଲ୍ଲଭ ପିଲଗ୍ରିମେଜ୍ ସେଣ୍ଟର ନିର୍ମିତ ହୋଇଛି। ବେସମେଣ୍ଟ, ଗ୍ରାଉଣ୍ଡ ଫ୍ଲୋର୍ ଓ ପ୍ରଥମ ଫ୍ଲୋରରେ ୩୦୦ଟି ଦୁଇ ଚକିଆ ଓ ୧୪ ଶହ ୦୨ଟି ଚାରି ଚକିଆ ପାର୍କିଂ ସୁବିଧା ରହିଛି। ସେପଟେ ସମଙ୍ଗର ୪୩ ଏକର ଜାଗାରେ ହୋଇଥିବା ପାର୍କିଂ ବ୍ୟବସ୍ଥାରେ ୪୨୯ଟି ବସ୍, ୫୪୯ଟି କାର୍, ୨୫୮ଟି ଅଟୋ ଓ ୧୦୫୪ଟି ଦୁଇ ଚକିଆ ରହିପାରିବ। ସେଠାରୁ ଇ-ଅଟୋ ଚାଲିବ। ଆସନ୍ତାକାଲି ହେବ ଶ୍ରୀସେତୁ ଓ ଶ୍ରୀମାର୍ଗର ଟ୍ରାଏଲ ରନ।

Advertisment

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ କଡ଼ା ସୁରକ୍ଷା ବଳୟରେ ରହିବ ଶ୍ରୀକ୍ଷେତ୍ର। ୧୬ ତାରିଖ ପର୍ଯ୍ୟନ୍ତ ୪୪ ପ୍ଲାଟୁନ ପୋଲିସ ଫୋର୍ସ ସହ K9 ଟିମ୍ ମୁତୟନ ହେବେ। ୧୩୫ଟି ସିସିଟିଭି ଦ୍ୱାରା ପୁରା ସହର ଉପରେ ନଜର ରଖାଯିବ। ମୁତୟନ ହେବେ ସର୍ଭେଲାନ୍ସ ଓ ବୋମା ନିଷ୍କ୍ରିୟକାରୀ ଟିମ୍। ଫେସ ରିକଗନିସନ ସିଷ୍ଟମ ଦ୍ୱାରା ସବୁ ଶ୍ରଦ୍ଧାଳୁଙ୍କ ଉପରେ ରହିବ ନଜର। ୧୭ ତାରିଖ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ମୁତୟନ ହେବେ ଅଧିକ ୨୦ ପ୍ଲାଟୁନ ଫୋର୍ସ। ଆସନ୍ତାକାଲିଠାରୁ ତିନି ଦିନ ଧରି ଚାଲିବ ଯଜ୍ଞ। ୧୭ ତାରିଖରେ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ।

Odisha Puri Srimandir Srimandir Parikrama Project
Advertisment
Advertisment