Advertisment

ପରିକ୍ରମା ପ୍ରକଳ୍ପ ଉତ୍ସବ ଲାଗି କାଲି ସନ୍ଧ୍ୟାରୁ କାର୍ଯ୍ୟକ୍ରମ

ସାମ୍ନାକୁ ଆସିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ପର୍ବର କାର୍ଯ୍ୟସୂଚୀ ଓ ସମୟ ନିର୍ଘଣ୍ଟ । ଆସନ୍ତାକାଲିଠାରୁ ଆରମ୍ଭ ହୋଇଯିବ କାର୍ଯ୍ୟକ୍ରମ।

author-image
Santosh Kumar Sahoo

ମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବର ଅୟମାରମ୍ଭକୁ, ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ଆସନ୍ତାକାଲି ସନ୍ଧ୍ୟା ଠାରୁ ୬ ଦିନ ପାଇଁ ଉତ୍ସବ ମୁଖର ହୋଇଉଠିବ ଶ୍ରୀକ୍ଷେତ୍ର। ଆଜି ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ, ସବିଶେଷ କାର୍ଯ୍ୟସୂଚୀ ସଂପର୍କରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ୧୨ ତାରିଖ ଅର୍ଥାତ୍ ଆସନ୍ତାକାଲି ସନ୍ଧ୍ୟା ୫ଟାରୁ ୬ଟା ମଧ୍ୟରେ ଶ୍ରୀନଅର ଠାରେ ଗଜପତି ମହାରାଜା ଆଚାର୍ଯ୍ୟବରଣ କରିବେ । ଗୁଆଟେକା କାର୍ଯ୍ୟ ପରେ ଅଙ୍କୁରରୋପଣ ଅନୁଷ୍ଠିତ ହେବ । ୧୩ ତାରିଖ ଶନିବାର ଦିନ ୧୧ଟାରୁ ରାତି ୮ଟା ଯାଏଁ ଅଙ୍କୁରପୂଜନ ହେବ। ୧୪ ତାରିଖରେ ଅଙ୍କୁରପୂଜନ, ଯଜ୍ଞ ଅଧିବାସ, ମଣ୍ଡଳସ୍ଥାପନ, ଧ୍ୱଜାସ୍ଥାପନ ଓ ତୋରଣସ୍ଥାପନ ହେବ 

Advertisment
Odisha Puri Srimandir Heritage Corridor Project
Advertisment
Advertisment