/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741258784.jpg)
‘ସ୍କୁଲ ନୁହେଁ, ବିଜେଡି ରଙ୍ଗ ବଦଳାଇଛୁ’
ସ୍କୁଲ୍ ରଙ୍ଗ ବଦଳିବା ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା । ସ୍କୁଲ୍ ରଙ୍ଗ ନୁହେଁ, ବିଜେଡି ରଙ୍ଗ ବଦଳାଇଛୁ ବୋଲି କହିଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ପୂର୍ବ ସରକାର ଦଳୀୟ ରଙ୍ଗ ବା ବିଜେଡି ରଙ୍ଗ କରିଥିଲେ, ଆମେ ଦଳୀୟ ତଥା ବିଜେଡି ରଙ୍ଗକୁ ପରିବର୍ତ୍ତନ କରିଛୁ ।
ଅଧିକ ପଢ଼ନ୍ତୁ: କିଟରେ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା, ଯିଏ ଚାହିଁବେ ସିଏ ତଥ୍ୟ ଦେଇ ପାରିବେ
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯାହା ପୂର୍ବରୁ ଥିଲା ସେହି ରଙ୍ଗ ଦିଆଯାଇଛି । ବିଜେଡି ସରକାର ଅଂହକାରୀ ସରକାର । ସବୁଠି ରଙ୍ଗ ବଦଳାଇଥିଲେ। ଯେଉଁଠି ଯେଉଁଠି ବିଜେଡିକରଣ କରାଯାଇଥିଲା ସେଠି ବଦଳାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ତେବେ ଗଣଶିକ୍ଷା ମନ୍ତ୍ରୀଙ୍କ ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି ।
ସୂଚନା ଅନୁସାରେ ସରକାରୀ ସ୍କୁଲ ଓ ପିଏମ୍ଶ୍ରୀ ସ୍କୁଲର ରଙ୍ଗ ପରିବର୍ତ୍ତନ ନେଇ ଗତ ମାର୍ଚ୍ଚ ୪ରେ ଓଡ଼ିଶା ସ୍କୁଲ୍ ଏଜୁକେସନ୍ ପ୍ରୋଗ୍ରାମ୍ ଅଥରିଟି ବା ଓସେପା ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ସରକାରୀ ସ୍କୁଲରେ ‘ୟୁନିଫର୍ମ କଲର୍’ ଆପଣାଇବା ପାଇଁ ସରକାରୀ ଚିଠି ହେବା ସହ ‘କଲର୍ କୋଡ୍’ ମଧ୍ୟ ସ୍ଥିର କରାଯାଇଛି ।
କେବଳ ଏତିକି ନୁହେଁ ଯେତିକି ନୂଆ କୋଠା ତିଆରି ହେବ ସେଗୁଡ଼ିକର ରଙ୍ଗ ମଧ୍ୟ ନୂଆ ରଙ୍ଗ କୋଡ୍ ଅନୁସାରେ ସ୍ଥିର ହେବ । ଏହା ସହ ପୁରୁଣା ସରକାରୀ ସ୍କୁଲ କୋଠାର ମରାମତି ଓ ରକ୍ଷଣାବେକ୍ଷଣା ବେଳେ ତା’ର ରଙ୍ଗକୁ ମଧ୍ୟ ବଦଳାଯିବ । ଏନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଓସେପା ପକ୍ଷରୁ ଚିଠି କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)