/odishatv-khabar/media/post_attachments/uploadimage/library/16_9/16_9_0/IMAGE_1740885971.jpg)
BJD Chairperson Loses Confidence Vote
ପୁଣି ବିଜେଡିକୁ ବଡ଼ ଝଟ୍କା । ବିଜେଡି ହାତରୁ ଖସିଲା ବ୍ରଜରାଜନଗର ପୌର ପରିଷଦ । ଅନାସ୍ଥା ଭୋଟିଂରେ ପଦ ହରାଇଲେ ବ୍ରଜରାଜନଗର ବିଜେଡି ପୌରାଧ୍ୟକ୍ଷା ଯାଜ୍ଞସେନୀ ଓରାମ୍ । ଅନାସ୍ଥା ସପକ୍ଷରେ ୨୨ଟି ଭୋଟ୍ ପଡିଥିବାବେଳେ ବିପକ୍ଷରେ ପଡିଛି ମାତ୍ର ଗୋଟିଏ ଭୋଟ୍ । ଫଳରେ ବ୍ରଜରାଜନଗର ପୌରାଧ୍ୟକ୍ଷା ପଦଚ୍ୟୁତ ହୋଇଛନ୍ତି ।
ଅଧିକ ପଢ଼ନ୍ତୁ: ନାଁ ନନେଇ ପାଣ୍ଡିଆନଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀଙ୍କ ଟାର୍ଗେଟ୍
ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରରୁ ବିଜେଡିରୁ ପୌରାଧ୍ୟକ୍ଷା ଥିବା ଯାଜ୍ଞସେନୀ ଓରାମଙ୍କ ବିରୋଧରେ ଗତ ଜାନୁଆରୀ ୧୫ ତାରିଖରେ ଅନାସ୍ଥା ଭୋଟିଂ ହୋଇଥିଲା । ତେବେ ଏହା ଉପରେ ହାଇକୋର୍ଟରୁ ରହିତାଦେଶ ଆଣିଥିଲେ ଯାଜ୍ଞସେନୀ ଓରାମ୍ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଗତକାଲି ଭୋଟ୍ ଗଣତି ହୋଇଥିଲା । ଏଥିରେ ମୋଟ୍ ୨୩ କାଉନସିଲରଙ୍କ ଭୋଟ୍ ମଧ୍ୟରୁ ୨୨ ଜଣ ଅନାସ୍ଥା ସପକ୍ଷରେ ଭୋଟ୍ ଦେଇଥିଲେ, ମାତ୍ର ଗୋଟିଏ ଭୋଟ୍ ବିପକ୍ଷରେ ଆସିଥିଲା ।
ଏହି ଅନସ୍ଥା ଫଳାଫଳ ପରେ ବିପକ୍ଷରେ ଥିବା ବିଜେଡିର ଅନ୍ୟ ଏକ ଗୋଷ୍ଠୀ ସେଲିବ୍ରେସନ୍ ଆରମ୍ଭ କରିଛି । ଗଲା କିଛି ଦିନ ଧରି ଝାରସୁଗୁଡ଼ା ଜିଲ୍ଲାରେ ବିଜେଡିର ଗୋଷ୍ଠୀ କନ୍ଦଳ ଚରମ ସୀମାରେ ପହଞ୍ଚିଛି । ବ୍ରଜରାଜନଗର ଘଟଣା ପରେ ଏହା ଅଧିକ ସ୍ପଷ୍ଟ ହୋଇଛି ।
୨୦୨୨ରେ ୨୩ ୱାର୍ଡ ବିଶିଷ୍ଟ ବ୍ରଜରାଜନଗର ପୌର ପରିଷଦ ନିର୍ବାଚନରେ ବିଜେଡିରୁ ଯାଜ୍ଞସେନୀ ଓରାମ ପୌରାଧ୍ୟକ୍ଷା ଭାବେ ବିଜୟୀ ହୋଇଥିଲେ । ଏହି ପୌର ପରିଷଦରେ ବିଜେଡିର ୨୦, ବିଜେପିର ୨ ଓ ବିଏସ୍ପିର ଜଣେ କାଉନସିଲ ରହିଛନ୍ତି । କିନ୍ତୁ ଦଳୀୟ କାଉନସିଲର ପୌରାଧ୍ୟକ୍ଷା ଯାଜ୍ଞସେନୀଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)