Advertisment

Rabi Naik on Biju Patnaik: ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ବୟାନ; କହିଲେ ‘ବିଜୁ ବାବୁଙ୍କୁ ବ୍ୟବହାର କରି ରାଜନୀତି କରୁଛି ବିଜେଡି’

ବିଜୁ ବାବୁଙ୍କ ପୁଅ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ବିଜୁ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନିମନ୍ତ୍ରଣ କରିଥିଲେ । ନବୀନ ସେହି କାର୍ଯ୍ୟକ୍ରମକୁ ନ ଆସି କ’ଣ ବିଜୁଙ୍କୁ ଅସମ୍ମାନ କରିନାହାନ୍ତି ବୋଲି କହି ପ୍ରଶ୍ନ କରିଛନ୍ତି ରବି ନାଏକ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
‘ବିଜୁ ବାବୁ କେବଳ ବିଜେଡିର ନୁହଁନ୍ତି’

‘ବିଜୁ ବାବୁ କେବଳ ବିଜେଡିର ନୁହଁନ୍ତି’

‘ବିଜୁ ବାବୁ’ କେବଳ ବିଜେଡିର ନୁହଁନ୍ତି । ବିଜୁ ବାବୁଙ୍କୁ ବ୍ୟବହାର କରି ବିଜେଡି ରାଜନୀତି କରୁଛି । ବିଜୁଙ୍କୁ ସମ୍ମାନ କଥା କହୁଥିବା ଦଳର ପାର୍ଟି ଅଫିସ୍‌ରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଟିଏ ନାହିଁ । ଆଜି କିଛି ଏଭଳି କହି କଡ଼ା ଭାଷାରେ ବିଜେଡିକୁ ସମାଲୋଚନା କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ବିଜେଡି ବିଜୁ ବାବୁଙ୍କୁ ବ୍ୟବହାର କରି ରାଜନୀତି କରିଛି । ସମ୍ମାନ କଥା କହି ତାଙ୍କୁ ବାରମ୍ବାର ଅସମ୍ମାନ କରିଛି । ବିଜୁ ବାବୁଙ୍କୁ ମୋହନ ମାଝୀଙ୍କ ସରକାର ସବୁବେଳେ ଆଗ ଧାଡ଼ିରେ ରଖିଛି। ଗଲା ନିର୍ବାଚନରେ ବିଜୁ ବାବୁଙ୍କ ଫଟୋ କାଢ଼ି ଦେଇଥିଲା ବିଜେଡି। ଏବେ ପାଦ ତଳୁ ମାଟି ଖସିଗଲାଣି ବୋଲି ବିଜୁଙ୍କୁ ନେଇ ରାଜନୀତି କରୁଛି ଦଳ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ଗିରଫ ହେଲେ କୋଟିପତି ବାବୁ, ଘରେ ଥିଲା ୨ କିଲୋ ସୁନା ଓ ୧୭ ଲକ୍ଷ ଟଙ୍କା

ସେହିପରି ସେ ଆହୁରି କହିଛନ୍ତି, ବିଜୁ ବାବୁଙ୍କ ପୁଅ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ବିଜୁ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନିମନ୍ତ୍ରଣ କରିଥିଲେ । ନବୀନ ସେହି କାର୍ଯ୍ୟକ୍ରମକୁ ନ ଆସି କ’ଣ ବିଜୁଙ୍କୁ ଅସମ୍ମାନ କରିନାହାନ୍ତି ବୋଲି କହି ପ୍ରଶ୍ନ କରିଛନ୍ତି ରବି ନାଏକ । ସେପଟେ ଏହି ଘଟଣାକୁ ନେଇ ବରିଷ୍ଠ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି କମ୍ ଗୋଳେଇଛନ୍ତି ଅଧିକ । କାହିଁକି ଶଙ୍ଖ ଭବନରେ ବିଜୁ ପ୍ରତିମୂର୍ତ୍ତି ନାହିଁ, ତା’ର ସେ ଜବାବ ଦେଇନାହାନ୍ତି। ବରଂ କହିଛନ୍ତି ସାରା ରାଜ୍ୟରେ ଲୋକେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ ନିର୍ମାଣ କରିଛନ୍ତି । ଯାହା ବିଜୁ ବାବୁଙ୍କ ପ୍ରତି ଓଡ଼ିଶାବାସୀଙ୍କ ଭଲ ପାଇବା ଦର୍ଶାଉଛି ବୋଲି ସେ କହିଛନ୍ତି । 

Advertisment
Odisha Naveen Patnaik BJD Biju Patnaik Rabi Narayan Naik
Advertisment
Advertisment