• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

rules
ନିର୍ବାଚନରେ ସ୍ୱଚ୍ଛତା ଲାଗି କମିଶନଙ୍କ ଦୃଢ଼ ପଦକ୍ଷେପ

ନୂଆଦିଲ୍ଲୀ : ୧୯ ଲୋକସଭା ନିର୍ବାଚନକୁ ଅଧିକ ସ୍ୱଚ୍ଛ ଓ ମୁକ୍ତ କରିବାକୁ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ଅନେକ କଡ଼ା ନିଷ୍ପତ୍ତି। ନାମାଙ୍କନ ଦାଖଲ ବେଳେ ପ୍ରାର୍ଥୀ ବିସ୍ତୃତ ଭାବେ ବ୍ୟକ୍ତିଗତ ତଥ୍ୟ ଦାଖଲ ଉପରେ ଦିଆଯାଇଛି ସର୍ବାଧିକ ଗୁରୁତ୍ୱ। ଶିକ୍ଷାଗତ ଯୋଗ୍ୟତା, ପତ୍ନୀ ଓ ପରିବାର ସଦସ୍ୟ, ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ସ୍ପଷ୍ଟ ତାଲିକା ସହ ବିଦେଶୀ ପୁଞ୍ଜି ନିବେଶ ଏବଂ ଅପରାଧ ରେକର୍ଡ ସମ୍ପର୍କରେ ଫର୍ମ-୨୬ରେ ସତ୍ୟପାଠକୁ ବାଧ୍ୟତାମୂଳକ କରାଯାଇଛି। କୌଣସି ଗୋଟିଏ […]

  • Friday, 16 July 2021
lobby
୭ ଲୋକସଭା ଆସନରେ କିଏ ହେବେ ବିଜେଡିର ମହିଳା ପ୍ରାର୍ଥୀ ? ଲବି ପାଇଁ ନବୀନ ନିବାସରେ ଭିଡ଼

ଭୁବନେଶ୍ୱର : ଲୋକସଭା ନିର୍ବାଚନରେ ୭ଟି ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିବା ପାଇଁ ନବୀନଙ୍କ ଘୋଷଣା ପରେ ଆଜି ନବୀନ ନିବାସରେ ଲାଗିଛି ମହିଳା ସାଂସଦ ଓ ଆଶାୟୀଙ୍କ ଭିଡ଼। ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ, ରୀତା ତରାଇ, ବିଧାୟିକା ପ୍ରମିଳା ମଲ୍ଲିକ, ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର, ବିଧାୟିକା ରାଜଶ୍ରୀ ମଲ୍ଲିକ ପ୍ରମୁଖ ପହଞ୍ଚିଥିଲେ ନବୀନ ନିବାସରେ। ସେପଟେ କେଉଁ ୭ଟି ଆସନରେ ମହିଳାଙ୍କୁ ପ୍ରାର୍ଥୀ କରାଯିବା ନେଇ ଦଳରେ ଚାଲିଛି ଜୋରଦାର୍ କସରତ। ବିଶ୍ୱସ୍ତ […]

  • Friday, 16 July 2021
jail
ଚୌଦ୍ୱାର ଜେଲ୍‌ରେ ଗ୍ୟାଙ୍ଗୱାର

ଚୌଦ୍ୱାର ( ନୀଳକଣ୍ଠ ଦୋରା) : ରାଜ୍ୟର ଅନ୍ୟତମ ବୃହତ କାରାଗାର କୁହାଯାଉଥିବା ଚୌଦ୍ୱାର ଜେଲ୍‌ରେ ଗ୍ୟାଙ୍ଗୱାର ଅଭିଯୋଗ। କେବଳ ଗ୍ୟାଙ୍ଗୱାର ନୁହେଁ, ଜେଲ୍ ଭିତରେ ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ ପତିଆରା ପାଇଁ ଲଢ଼େଇ, ପ୍ରଚୁର ନିଶା କାରବାର ଏବଂ ମୋବାଇଲ୍‌ର ଅବାଧ ପ୍ରବେଶ ଚାଲିଛି। ଚୌଦ୍ୱାର ଜେଲ୍‌ରେ ବନ୍ଦୀ ଥିବାବେଳେ ଏହି ଗହନ କଥାକୁ ସାମ୍ନାକୁ ଆଣିଛନ୍ତି ଜଣେ କଏଦୀ। ଯାହାଙ୍କ ନାଁ ଶୁଭ୍ରାଂଶୁ ଦାସ ଓରଫ୍ ଟନି। ଆଜି କିନ୍ତୁ ଟନି ଏହି ଦୁନିଆଁରେ […]

  • Friday, 16 July 2021
hh
ଆଗାମୀ ଶିକ୍ଷା ବର୍ଷରୁ ହାଲୁକା ହେବ ବସ୍ତାନି

ଭୁବନେଶ୍ୱର :  ପିଲାଙ୍କ କାନ୍ଧରୁ ବାସ୍ତାନି ବୋଝ କମାଇବା ଓ ସେମାନଙ୍କ ମେଧାର ବିକାଶ ଲାଗି ରାଜ୍ୟ ସରକାରଙ୍କ ପଦକ୍ଷେପ। ଏଥିଲାଗି ୨୦୧୯-୨୦ ଶିକ୍ଷାବର୍ଷରେ ଲାଗୁ ହେବ ନୂଆ ଗାଇଡ୍‌ଲାଇନ୍‌ ସ୍କୁଲ ବ୍ୟାଗ୍‌ର ଅତ୍ୟଧିକ ବୋଝ ଯୋଗୁଁ ପିଲାମାନେ ବିଭିନ୍ନ ଶାରୀରିକ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ପ୍ରଥମେ ଏହାକୁ ହ୍ରାସ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏହା ଅନ୍ତର୍ଗତ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାଙ୍କ ବ୍ୟାଗ୍‌ର ଓଜନ ଦେଢ କିଲୋରୁ ଅଧିକ ହେବ ନାହିଁ। ସେଥିଲାଗି […]

  • Friday, 16 July 2021
villager
ହଜିଯାଉଥିବା କୁଟୀର ଶିଳ୍ପକୁ ଉଦ୍‌ଜୀବିତ କଲେ ମହିଳା

ବାରିପଦା (ମାଣିକ୍‌ ଲାଲ୍‌ ପାଣି) : ହଜିବାକୁ ବସିଲାଣି କୁଟୀର ଶିଳ୍ପ, ତଥାପି ଏହାକୁ ଉଦ୍‌ଜୀବିତ କରିବାକୁ ନିଆରା ପ୍ରାୟସ ଜାରି ରଖିଛନ୍ତି ମୟୁରଭଞ୍ଜ ଜିଲ୍ଲାର ଅପହଞ୍ଚ ଇଲାକାର ମହିଳା। ବାଉଁଶ ପାତିରେ ନିର୍ମାଣ ହୋଇଛି ସୁନ୍ଦର ସୁନ୍ଦର କାରୁକାର୍ଯ୍ୟ। କେହି ଏଥିରେ ପକ୍ଷୀ ତିଆରି କରୁଛି ତ କେହି କଇଁଛ। ବାଉଁଶରେ ଏମାନଙ୍କ ଦ୍ୱାରା ନିର୍ମିତ ୪୨ ପ୍ରକାରର ଘର ସାମଗ୍ରୀ ଏବେ ସମସ୍ତ ଚାହିଦା ପାଲଟିଛି। ପୂର୍ବରୁ କେବଳ ଟୋକେଇ ଏବଂ କୁଲା ନିର୍ମାଣ […]

  • Friday, 16 July 2021
stevejobs
୩୨ଲକ୍ଷ ଟଙ୍କାରେ ନିଲାମ ହେବ ଆପ୍ପଲ୍‌ କମ୍ପାନୀ ମୁଖ୍ୟ ଷ୍ଟିଭ୍ ଜବ୍ସଙ୍କ ଜୀବନର ପ୍ରଥମ ବାୟୋଡାଟା

ନୂଆ ଦିଲ୍ଲୀ:  ଆପ୍ପଲ୍ କମ୍ପାନୀର ସହ-ପ୍ରତିଷ୍ଠାତା ଷ୍ଟିଭ୍ ଜବ୍ସ ନିଜର ସକରାତ୍ମକ ମନୋଭାବ ଓ କାର୍ଯ୍ୟ ଦକ୍ଷତାକୁ ନେଇ ଯେତିକି ଚର୍ଚ୍ଚାରେ ଥିଲେ, ଏବେ ମୃତ୍ୟୁ ପରେ ବି ସେ ସେତିକି ଚର୍ଚ୍ଚାରେ। ଦୃଢ ଇଚ୍ଛା ଶକ୍ତି ବଳରେ ଜଣେ ଯେ ଅସମ୍ଭବକୁ ସମ୍ଭବ କରିପାରେ , ତାହାର ଉଦାହରଣ ମଧ୍ୟ ଷ୍ଟିଭ୍ ଜବ୍ସ।  ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଦୀର୍ଘ ୪୫ ବର୍ଷ ପରେ ଏହି ପ୍ରସିଦ୍ଧ ବ୍ୟକ୍ତିଙ୍କର ଏକ ବାୟୋଡାଟା ୩୨ଲକ୍ଷ ଟଙ୍କାରେ […]

  • Friday, 16 July 2021
tree
ଜାତୀୟ ରାଜପଥ ପ୍ରଶସ୍ତୀକରଣ ପାଇଁ ଗଛ ସ୍ଥାନାନ୍ତର

ବାଲିଗୁଡ଼ା( ଅଜିତ୍‌ କୁମାର ନାୟକ) : ମୂଲ୍ୟବାନ ଗଛଗୁଡିକୁ କଟା ନ ଯାଇ ତାକୁ ଅନ୍ୟ ସ୍ଥାନରେ ଲଗାଇବାକୁ ବନବିଭାଗର ପ୍ରୟାସ। କନ୍ଧମାଳ ଜିଲ୍ଲାରେ ପ୍ରଥମ ଥର ଲାଗି ଏଭଳି ଉପାୟ ଗ୍ରହଣ କରିଛି ବାଲିଗୁଡା ବନଖଣ୍ଡ। ବାଲିଗୁଡା ଓ ଦାରିଙ୍ଗବାଡି ମଧ୍ୟରେ ୫୯ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତୀକରଣ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିପାଇଁ ବାଲିଗୁଡା ଓ ଦାରିଙ୍ଗବାଡି ମଧ୍ୟରେ ଥିବା ହଜାର ହଜାର ମୂଲ୍ୟବାନ ଗଛକୁ ନ କାଟି ଅନ୍ୟତ୍ର ସ୍ଥାନାନ୍ତର କରିବା ଲାଗି […]

  • Friday, 16 July 2021
radio-1
ରେଡ଼ିଓ ଲାଇଭ୍‌ ସୋ’ କରୁଥିବା ବେଳେ ସନ୍ତାନ ଜନ୍ମ ଦେଲେ RJ : ଶ୍ରୋତାଙ୍କ ସହ ବାଣ୍ଟିଲେ ମାଆ ହେବାର ଅନୁଭୂତି  

ଦୁନିଆରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ନିଜର କର୍ତ୍ତବ୍ୟ ଆଗରେ ବ୍ୟକ୍ତିଗତ କାମକୁ ବି ପଛ କରିଦେଇଥାଆନ୍ତି। ସେଇଥି ପାଇଁ ସେମାନେ ପ୍ରଶଂସା ପାଇବା ସହ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥାଆନ୍ତି। ଏମିତି ଏକ ଘଟଣା ସାମନାକୁ ଆସିଛି। ଆମେରିକା ସେଣ୍ଟଲୁଇସ୍‌ସ୍ଥିତ ‘ଦ ଆର୍କ’ ରେଡ଼ିଓ ଷ୍ଟେସନର ସଂଚାଳିକା ଲାଇଭ୍ ସୋ’ବେଳେ ଏକ ସନ୍ତାନକୁ ଜନ୍ମ ଦେଇଥିଲେ। ଗଭୀର ପ୍ରସବ ଯନ୍ତ୍ରଣା ସତ୍ତ୍ୱେ, ସେ ନିଜର ରେଡ଼ିଓ କାର୍ଯ୍ୟକ୍ରମକୁ ଚାଲୁ ରଖିଥିଲେ। ଆଉ ଏହି ଖବର […]

  • Friday, 16 July 2021
4G INTERNET--
ଭାରତରେ ସବୁଠୁ ଧିମା ୪ଜି ସ୍ପିଡ୍ : କେମିତି ପୁରା ହେବ ଡିଜିଟାଲ୍ ଇଣ୍ଡିଆର ସ୍ପପ୍ନ ?

ଭାରତ ଡିଜିଟାଲ୍ କ୍ଷେତ୍ରରେ ଉନ୍ନତି କରିବା ପାଇଁ ଅନବରତ ଚେଷ୍ଟା ଚଳେଇଛି ଓ ଡିଜିଟାଲ୍ ଇଣ୍ଡିଆ ହେବାର ଲକ୍ଷ୍ୟରେ ଆଗେଇ ଚାଲିଛି। ହେଲେ ଏହା ସେତେବେଳେ ସମ୍ଭବ , ଯେତେବେଳେ ଏହି ସଂପର୍କିତ ସବୁ ବ୍ୟବସ୍ଥାର  ସଠିକ୍ ରୂପାୟନ ହୋଇପାରିବ। ଏଥିପାଇଁ ସବୁଠୁ ଜରୁରୀ ଭଲ ଇଂଟରନେଟ୍‌ ସେବା । ହେଲେ ମିଳିଥିବା ତଥ୍ୟ ଅନୁସାରେ ,ଇଂଟରନେଟ୍ ସେବା କ୍ଷେତ୍ରରେ ଭାରତ ଏବେ ବହୁତ ପଛରେ। ଉଲ୍ଲେଖନୀୟ ଯେ,  ଭାରତ ୪-ଜି ଇଂଟରନେଟ୍ ସ୍ପିଡ୍ କ୍ଷେତ୍ରରେ ପୁରା […]

bjd--11
ବିଜେଡି ଆପଣାଇଲା କଂଗ୍ରେସ ଓ ବିଜେପି ଫଣ୍ଡା

ଭୁବନେଶ୍ୱର: ନିର୍ବାଚନୀ ଇସ୍ତାହାରରେ କେଉଁ ସବୁ ପ୍ରତିଶ୍ରୁତି ରଖିବ ବିଜେଡି ? ୧୯ ବର୍ଷ କ୍ଷମତାରେ ରହିବା ପରେ ସରକାର ବିରୋଧୀ ହାଓ୍ୱାର ସମ୍ମୁଖୀନ ହେଉଥିବା ବିଜେଡି ଏହାକୁ କିଭଳି କାଉଣ୍ଟର କରିବ ? ଏହା ଉପରେ କସରତ ଆରମ୍ଭ କରିଛି ବିଜେଡି। ଆସନ୍ତାକାଲି ବିଜୁ ଜୟନ୍ତୀରେ ଦଳ ଆରମ୍ଭ କରିବ ଘରେ ଘରେ ଶଙ୍ଖ ଅଭିଯାନ। ପ୍ରାୟ ୮୬ ଲକ୍ଷ ପରିବାରରେ ବିଜୁ ମହିଳା ଜନତା ଦଳର କାର୍ଯ୍ୟକର୍ତ୍ତା ପହଞ୍ଚି ଇସ୍ତାହାର ସଂପର୍କରେ ମତାମତ ନେବେ। […]

  • Friday, 16 July 2021
baijayanta
ପଢ଼ନ୍ତୁ, ବୈଜୟନ୍ତଙ୍କୁ ବିରୋଧ ଏବଂ ବିଜେଡିରୁ ଇସ୍ତଫାର ପୂରା ଘଟଣାକ୍ରମ

ଭୁବନେଶ୍ୱର : ଦିନ ଥିଲା, ଜାତୀୟ ସ୍ତରରେ ବୈଜୟନ୍ତ ଥିଲେ ବିଜେଡିର ଫେସ୍। ହେଲେ ୨୦୧୪ ମସିହା ନିର୍ବାଚନ ପରଠୁ ଉଦ୍ଦେଶ୍ୟମୂଳକ ଭାବେ ବୈଜୟନ୍ତଙ୍କୁ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରଖିବାକୁ ଆରମ୍ଭ ହେଲା ଷଡ଼ଯନ୍ତ୍ର। ତାଙ୍କୁ ଅଣ୍ଡାମାଡ଼, ଢେଲାମାଡ଼ ଓ ବିରୋଧ ଭଳି ଘଟଣା ବଢ଼ିଲା। ବୈଜୟନ୍ତଙ୍କ ବିରୋଧରେ ମିଥ୍ୟା ମାମଲା ସହ ପରିବାର ସଂପୃକ୍ତ ଥିବା ଗୋଟିକ ପରେ ଗୋଟିଏ ସଂସ୍ଥାକୁ ବି ଉଦ୍ଦେଶ୍ୟମୂଳକ ଭାବେ ଟାର୍ଗେଟ୍ କରାଯାଇଥିଲା। ତିକ୍ତତା ଏଭଳି ସ୍ତରରେ ପହଞ୍ଚିଥିଲା ଯେ […]

  • Friday, 16 July 2021
jay7
ଓଡ଼ିଶାର ନେତୃତ୍ୱ ପରିବର୍ତ୍ତନ ଜରୁରୀ, ବିଜେପି ହିଁ ଏହା କରିପାରିବ : ବୈଜୟନ୍ତ

ଭୁବନେଶ୍ୱର: ସବୁ ରାଜନୈତିକ ଚର୍ଚ୍ଚାର ଅବସାନ ଘଟାଇ ଆଜି ବିଜେପିରେ ସାମିଲ୍ ହୋଇଛନ୍ତି କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ନୂଆଦିଲ୍ଲୀରେ ବିଜେପି ମୁଖ୍ୟାଳୟରେ ପଦ୍ମ ଧରିବା ପରେ କ’ଣ କହିଲେ ବୈଜୟନ୍ତ ପଢ଼ନ୍ତୁ। ବୈଜୟନ୍ତ କହିଲେ, ପବିତ୍ର ମହାଶିବରାତ୍ରୀରେ ସମସ୍ତଙ୍କୁ ନମସ୍କାର ଓ ଶୁଭେଚ୍ଛା। ୨୨ ବର୍ଷ ତଳେ ଯେତେବେଳେ ଆମେ ଓଡ଼ିଶାରେ ଏକ ଆଞ୍ଚଳିକ ଦଳ ଗଠନ କରିଥିଲୁ ସେତେବେଳେ ଏ କଥା ଚିନ୍ତା କରିନଥିଲି। ଦୁଃଖର କଥା ଯେ ଆମକୁ ୨୨ ବର୍ଷ […]

  • Friday, 16 July 2021
electric car
ରେଲୱେ ଷ୍ଟେସନରେ ଅଭିନବ ବ୍ୟବସ୍ଥା : ଇଲେକ୍ଟ୍ରୋନିକ୍ ଗାଡ଼ିଗୁଡ଼ିକ ପାଇଁ ହେବ ଚାର୍ଜିଂ ପଏଣ୍ଟ !

ନୂଆ ଦିଲ୍ଲୀ : ଭାରତରେ ଇଲେକ୍ଟ୍ରୋନିକ୍ ଗାଡ଼ିଗୁଡ଼ିକର ବହୁଳ ବ୍ୟବହାରକୁ ଦେଖି ରେଳବିଭାଗ କିଛି ପଦକ୍ଷେପ ନେବାକୁ ଯୋଜନା କରିଛି । ଇଲେକ୍ଟ୍ରୋନିକ୍ ଗାଡ଼ିଗୁଡିକର ଚାର୍ଜିଂ ପାଇଁ ଷ୍ଟେସନ ବନେଇବାକୁ ଯୋଜନା କରିଛି । ଗ୍ରୀନ୍ ଏନର୍ଜୀକୁ ପ୍ରମୋଟ କରିବା ଓ  ଏହାର ବ୍ୟବହାର କରିବାକୁ ଲୋକଙ୍କୁ ସଚେତନ କରିବା ନେଇ ରେଲୱେ ଷ୍ଟେସନର ପାର୍କିଂ ସ୍ଥାନରେ ଚାର୍ଜିଂ ପଏଣ୍ଟ ସ୍ଥାପନା କରାଯିବ । ପ୍ରାରମ୍ଭିକ ଭାବେ ଏହି ଯୋଜନା ଦିଲ୍ଲୀ  ଓ ନିଜାମୁଦ୍ଦିନ ରେଲୱେ ଷ୍ଟେସନରେ […]

  • Friday, 16 July 2021
dominic desouja photo
ଡୋମିନିକଙ୍କ ସଂଘର୍ଷର କାହାଣୀ : ଯାହାଙ୍କ ପାଇଁ ବଦଳିଥିଲା ଏଡ୍‌ସ ରୋଗ ପ୍ରତି ଲୋକଙ୍କ ଧାରଣା

ରୋଗ ହୋଇଥିଲା ବୋଲି ତାଙ୍କୁ ଘରୁ ଡାକିନେଇ ଗିରଫ କରିଥିଲା ପୋଲିସ୍‌। ସେଠାରୁ ତାଙ୍କୁ ଡାକ୍ତରଖାନା ନେଇଯାଇଥିଲା। ଯକ୍ଷ୍ମା ୱାର୍ଡରେ ଭର୍ତ୍ତି କରି ପଚାରିଥିଲା ପ୍ରଶ୍ନ ପରେ ପ୍ରଶ୍ନ। ଅନ୍ତରଙ୍ଗ ମୁହୂର୍ତ୍ତର ଗୋପନ କଥାସବୁ ବଖାଣିବାକୁ ବାଧ୍ୟ କରିଥିଲା ପୋଲିସ୍‌। କେବେ କାହାସହ ରଖିଥିଲେ ଯୌନ ସମ୍ପର୍କ। କାହା ସହ ବିତାଇଥିଲେ ଅନ୍ତରଙ୍ଗ ମୁହୂର୍ତ୍ତ ,ଏମିତି ଅନେକ ପ୍ରଶ୍ନର ଉତ୍ତର ତାଙ୍କୁ ଦେବାକୁ ପଡିଥିଲା। କିନ୍ତୁ ସେ  ବୁଝିପାରି ନଥିଲେ ତାଙ୍କର ଦୋଷ କ’ଣ ? କାହିଁକି […]

  • Friday, 16 July 2021
elephant
ମାଉଥ୍ ଅର୍ଗାନ୍ ବଜାଉଛି ହାତୀ ! ସୋସିଆଲ୍ ମିଡିଆରେ ଭିଡ଼ିଓ ଭାଇରାଲ୍

ତାମିଲନାଡୁ :   ଆପଣ ମାଉଥ୍ ଅର୍ଗାନ୍ ବଜାଉଥିବା ଅନେକ କଳାକାରଙ୍କୁ ଦେଖିଥିବେ , ହେଲେ ଏକ ହାତୀ ଯେ ଏଥିରେ ମାହିର୍, କେବେ ଦେଖିଛନ୍ତି ? ଏମିତି ଏକ ଖବର ପ୍ରକାଶ ପାଇଛି ଏନଡି ଟିଭିରେ । ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଗୋଟେ ହାତୀ ମାଉଥ୍ ଅର୍ଗାନ୍ ବଜାଇ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ , ଅନଦାଲ ନାମକ ଏହି ହାତୀ ନିଜର ଶୁଣ୍ଢରେ ମାଉଥ୍ ଅର୍ଗାନ୍ ଏମିତି […]

  • Friday, 16 July 2021
12
ଓ୍ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କ କ୍ଷେପଣାସ୍ତ୍ର ମାଡ଼ରେ ହିଁ ଖସିଥିଲା ପାକିସ୍ତାନର F-16 ଜେଟ୍

ନୂଆଦିଲ୍ଲୀ  : ଭାରତୀୟ ବାୟୁସେନାର ପ୍ରଚଣ୍ଡ ଆକ୍ରମଣରେ ଦୋହଲି ଯାଇଛି ଆତଙ୍କବାଦୀ ସଂଗଠନ ଜୈଶ୍‌-ଏ-ମହମ୍ମଦର ଗଡ଼ ବାଲାକୋଟ୍। IAF ଏୟାର ଷ୍ଟ୍ରାଇକ୍‌ରେ କୌଣସି କ୍ଷତି ହୋଇନଥିବା ପାକିସ୍ତାନ ଦାବି କରୁଥିଲେ ମଧ୍ୟ ଜୈଶ୍‌-ମୁଖ୍ୟ ମାସୁଦ୍ ଆଝାରର ଭାଇ ମୌଲାନା ଅମାରର ଅଡିଓ ମେସେଜ୍ ଅସଲ ଗୁମର ଖୋଲିଛି। ଭାରତର ହମ୍‌ଲାରେ ସଂଗଠନକୁ ବିପୁଳ କ୍ଷତି ହୋଇଥିବା ଅମାର ଅଡ଼ିଓ ଟେପ୍‌ରେ ଉଲ୍ଲେଖ କରିଛି। ଏକ ଇସ୍‌ଲାମୀ ରାଷ୍ଟ୍ର ଓ ଇସଲାମୀୟ ସ୍କୁଲ ଉପରେ ଆକ୍ରମଣ କରି ଭାରତ […]

  • Friday, 16 July 2021
bjd
ଦାନା ବାନ୍ଧୁଛି ବିଜେଡିରେ ଟିକଟ ବଣ୍ଟା ଅସନ୍ତୋଷ

ଭୁବନେଶ୍ୱର :  ନିର୍ବାଚନ ଯେତିକି ପାଖେଇ ଆସୁଛି, ବିଜେଡିରେ ବିବାଦ ସେତିକି ବଢୁଛି। ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବାରୁ ବିଧାୟକ ଓ ଟିକଟ୍ ଆଶାୟୀଙ୍କ ମଧ୍ୟରେ ଚାଲିଥିବା ଛକାପଞ୍ଝା, ଖୋଲାଖୋଲି ଗଣ୍ଡଗୋଳର ରୂପ ନେଲାଣି। ମୋବାଇଲ୍ ବଣ୍ଟନକୁ ନେଇ ମଧ୍ୟ ବିଜୁ ଯୁବ ବାହିନୀ ସଦସ୍ୟଙ୍କ ମଧ୍ୟରେ ହାତାହାତି।  ତୀବ୍ର ହେଉଛି ଗୋଷ୍ଠୀ କନ୍ଦଳ। ରାଜ୍ୟରେ ଅଧିକାଂଶ ନିର୍ବାଚନ ମଣ୍ଡଳୀରେ ଏବେ ଏଭଳି ସ୍ଥିତି। ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ‘ବ୍ୟୋମକେଶ […]

  • Friday, 16 July 2021
player
ଖେଳାଳିଙ୍କ ଦୃଢ ଇଚ୍ଛା ଶକ୍ତି ! କୋମାରୁ ଉଠି ଜିତିଲେ ବ୍ରୋଞ୍ଜ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରୀକ୍ଷା ପୂର୍ବରୁ ଛାତ୍ରୀଛାତ୍ରଙ୍କୁ ଟିପ୍ସ ଦେଇଛନ୍ତି। କେମିତି ପଢିଲେ ଜଣେ ଭଲ ଓ  ଫଳ ବ୍ୟକ୍ତିତ୍ୱର ଅଧିକାରୀ  ହୋଇ ସମାଜ ସାମ୍ନାରେ ଛିଡାହେବ । ସେ ନେଇ ମୋଦି ବର୍ଣ୍ଣନା କରିଥିଲେ। ଆଉ ଏଇ ଟିପ୍ସ ଭିତରେ କହିଥିଲେ ,ଜଣେ ଖେଳାଳିଙ୍କ ସଫଳତାର କହାଣୀ । କେମିତି ଜଣେ ଖେଳାଳି କୋମାରୁ ଉଠି ବ୍ରୋଞ୍ଚ ପଦକ ଜିତିଥିଲେ । ଦେଶର ପାଖାପାଖି ୧୦କୋଟି ପିଲାମାନଙ୍କ ସହ କଥାବାର୍ତ୍ତା ହେବା ସମୟରେ […]

  • Friday, 16 July 2021
kunwer-sachdev-featured
କଲମ ବିକ୍ରେତାରୁ ସଫଳ ବ୍ୟବସାୟୀ: ଜାଣନ୍ତୁ ‘ସୁ-କାମ୍‌’ କମ୍ପାନୀ ମୁଖ୍ୟଙ୍କ ସଂଘର୍ଷର କାହାଣୀ

ନୂଆଦିଲ୍ଲୀ: ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତେବେ ସଫଳତାର ଶୀର୍ଷରେ ପହଞ୍ଚିବାକୁ ସବୁବେଳେ ସ୍ୱପ୍ନ ଦେଖୁଥିଲେ। ମାତ୍ର ୧୫ ବର୍ଷ ବୟସରେ ସଫଳତାର ସିଡ଼ି ଚଢ଼ିବାକୁ ସେ ଉଦ୍ୟମ ଆରମ୍ଭ କରିଥିଲେ। ବଡ଼ଭାଇଙ୍କ ସହ ମିଶି ସାଇକେଲରେ ବୁଲି ବୁଲି ପେନ୍ ବିକ୍ରି କରି ବ୍ୟବସାୟ ଜୀବନ ଆରମ୍ଭ କରିଥିଲେ। ତା’ ପରେ କେବୁଲ କମ୍ୟୁନିକେସନ୍ ବ୍ୟବସାୟରେ ପଶିଲେ। ଆଉ ଏବେ ସୁ-କାମ(ସୋଲାର ଇନୋଭଟର) ପାୱାର କମ୍ୟୁନିକେସନର ଏମ୍‌ଡି ଭାବେ କାର୍ଯ୍ୟ କରୁଛନ୍ତି। ମେକଇନ୍ ଇଣ୍ଡିଆ କାର୍ଯ୍ୟକ୍ରମରେ […]

  • Friday, 16 July 2021
train
ଟ୍ରେନ୍‌ର ଶେଷ ବଗିରେ କାହିଁକି ଥାଏ ‘X’ ଚିହ୍ନ ?

ନୂଆଦିଲ୍ଲୀ: ସବୁ ଯାତ୍ରୀବାହୀ ଟ୍ରେନ୍‌ର ଶେଷ ବଗି ପଛରେ ‘X’ ଲେଖାଯାଇଥାଏ। ତେବେ କାହିଁକି ଏହି ‘X’ ଚିହ୍ନ ଥାଏ କେବେ ଭାବିଛନ୍ତି କି ? ଏହା ପଛରେ କ’ଣ କାରଣ ରହିଛି ଆସନ୍ତୁ ଜାଣିବା। ମୁଖ୍ୟତଃ ଏହି ଚିହ୍ନ ଟ୍ରେନ କର୍ମଚାରୀଙ୍କ ସୁବିଧା ପାଇଁ ଲଗାଯାଇଥାଏ। ଟ୍ରେନ୍‌ ସମ୍ପୂର୍ଣ୍ଣ ଭାବେ ଯାଇଛି ନା ନାହିଁ ଏହି ଚିହ୍ନରୁ ଷ୍ଟେସନ ଗାର୍ଡ଼ ଜାଣିପାରନ୍ତି। କାଳେ କୌଣସି କାରଣରୁ କୌଣସି ବଗି ବିଚ୍ଛିନ୍ନ ହୋଇ ରହିଯାଇଥିବ ଏଥିରେ ନିଶ୍ଚିତ ହେବା ପାଇଁ […]

  • Friday, 16 July 2021
nobel prise
୧୧୬ ବର୍ଷର ନୋବେଲ ଇତିହାସ: ଜାଣନ୍ତୁ ଏବେ ସୁଦ୍ଧା କେତେ ଜଣ ଓ କେଉଁ ଭାରତୀୟ ପାଇଛନ୍ତି ଏ ପୁରସ୍କାର

ନୋବେଲ ପୁରସ୍କାର ହେଉଛି ବିଶ୍ୱର ସବୁଠୁ ସମ୍ମାନଜନକ ପୁରସ୍କାର। ଆଲଫ୍ରେଡ୍ ନୋବେଲ୍‌ଙ୍କ ନାମ ଅନୁସାରେ ଏହାର ନାମକରଣ କରାଯାଇଛି। ଏହି ପୁରସ୍କାର ୬ଟି କ୍ଷେତ୍ର-ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ମେଡିସିନ୍, ସାହିତ୍ୟ, ଶାନ୍ତି ଓ ଅର୍ଥଶାସ୍ତ୍ରରେ ବିଶେଷ ଅବଦାନ ପାଇଁ ପ୍ରଦାନ କରାଯାଇଥାଏ। ୧୧୬ ବର୍ଷ ପୂର୍ବେ ୧୯୦୧ ମସିହାରେ ହେନେରୀ ଡୁନାଣ୍ଟ ପାଇଥିଲେ ପ୍ରଥମ ପୁରସ୍କାର। ୱିକିପିଡିଆରୁ ନିଆଯାଇଥିବା ତଥ୍ୟ ଅନୁଯାୟୀ ଗତବର୍ଷକୁ ହିସାବ କଲେ ୫୮୪ ଥର ୯୨୩ ଜଣଙ୍କୁ ଏହି ପୁରସ୍କାର ଦିଆଯାଇଛି। […]

  • Friday, 16 July 2021
odisha politrics
ଓଡ଼ିଶାରେ ନୂଆ ଆଞ୍ଚଳିକ ଦଳର ସମୟ ଆସିଥିବା କହିଲେ ପୁରୁଖା ନେତା

ଭୁବନେଶ୍ୱର : ଓଡ଼ିଶାରେ ଏକ ନୂଆ ଆଞ୍ଚଳିକ ଦଳର ସମୟ ଆସିଛି କି ? ଅପରାହ୍ନ ସେସନରେ ଏ ପ୍ରସଙ୍ଗରେ ଆଲୋଚନାରେ ମତ ରଖି ବରିଷ୍ଠ ବିଧାୟକ ଡାକ୍ତର ଦାମୋଦର ରାଉତ କହିଥିଲେ ସବୁ ଛୋଟ ଦଳମାନେ ମିଶି ଗୋଟିଏ ଦଳ କରନ୍ତୁ। ସମସ୍ତେ ଏକାଠି ହେଲେ ଓଡ଼ିଶାରେ ପରିବର୍ତ୍ତନ ଆସିବ। ସେହିପରି ରାଜ୍ୟରେ ବିଜେଡିର ବିକଳ୍ପ ଦରକାର ବୋଲି ମତ ରଖି ସମତାକ୍ରାନ୍ତି ଦଳର ପ୍ରତିଷ୍ଠାତା ସଦସ୍ୟ ବ୍ରଜ କିଶୋର ତ୍ରିପାଠୀ କହିଥିଲେ। ଏଠି ଯେଉଁ […]

  • Friday, 16 July 2021
6
ସାମାଜିକ ନ୍ୟାୟ ଉପରେ ମତ ରଖିଲେ ଜଷ୍ଟିସ୍ ଦୀପକ ମିଶ୍ର

ଭୁବନେଶ୍ୱର :  ସମସ୍ତ ନାଗରିକଙ୍କୁ ନିଜ ନିଜର ପ୍ରତିନିଧି ବାଛିବାର ଅଧିକାର ରହିଛି। ଏଥିସହ ସେମାନଙ୍କୁ ପ୍ରତ୍ୟାଖାନର ବି ଅଧିକାର ଦିଆଯାଇଛି। ଆଉ ନୋଟା ହେଉଛି ଏହାର ଆଇନ୍‌ଗତ ବ୍ୟବସ୍ଥା। ଓଟିଭି ଫୋରସାଇଟ୍-୨୦୧୯ରେ ଯୋଗ ଦେଇ ଏହା କହିଛନ୍ତି ସୁପ୍ରିମ୍‌କୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର। ଓଟିଭିର ଏହି ନବମ ବାର୍ଷିକ କନ୍‌ଭେନ୍‌ସନର ମୁଖ୍ୟ ଅତିଥି ଥିବା ଜଷ୍ଟିସ୍‌ ମିଶ୍ର ଉଦ୍‌ଘାଟନୀ ଅଭିଭାଷଣରେ ସାମାଜିକ ନ୍ୟାୟର ବିଭିନ୍ନ ସାମ୍ବିଧାନିକ ଦିଗ ଓ ଦୁର୍ବଳଶ୍ରେଣୀଙ୍କୁ ସଶକ୍ତୀକରଣ […]

  • Friday, 16 July 2021
mobile
ବିଜୁ ଯୁବ ବାହିନୀକୁ ମାଗଣା ମୋବାଇଲ ବଣ୍ଟାରେ କେଁ

ବାଲେଶ୍ୱର : ବିଜୁ ଯୁବବାହିନୀ ସଦସ୍ୟଙ୍କୁ ମାଗଣା ମୋବାଇଲ ବଣ୍ଟାକୁ ନେଇ ବଢୁଛି ବିବାଦ। ଖଣି ଦୁର୍ନୀତିରେ ସଂପୃକ୍ତ ତ୍ରିବେଣୀ ଆର୍ଥମୁଭର୍ସ ଓ ସିରାଜଉଦ୍ଦିନ ଭଳି ଖଣି କମ୍ପାନୀ ସବୁ ବ୍ଲକ୍‌ରେ ବିଜୁଯୁବବାହିନୀକୁ ମୋବାଇଲ ଦେଉଥିବା ଅଭିଯୋଗ ନେଇ ବିଜେପି ରାଜ୍ୟପାଳଙ୍କଠୁ ଆରମ୍ଭ କରି ଭିଜିଲାନ୍‌ସ ପର୍ଯ୍ୟନ୍ତ ଅଭିଯୋଗ କରିବା ପରେ ସରକାରଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ସମୟ ସଂଧ୍ୟା ୬ଟା। ବାଲେଶ୍ୱର ଭୋଗରାଇ ବ୍ଲକ୍‌ରେ ମୋବାଇଲ ବଣ୍ଟନ ବେଳେ ହାତାହାତି ହୋଇଛନ୍ତି ଦୁଇ […]

  • Friday, 16 July 2021
pcr
ଅଧାରୁ ଅଧିକ ଭ୍ୟାନ୍‌ରେ ସିସିଟିଭି ଅଚଳ

ଭୁବନେଶ୍ୱର : ଅପରାଧ ରୋକିବାରେ ଅନେକ ସମୟରେ କମିଶନରେଟ୍‌ ପୁଲିସର ପିସିଆର ଭ୍ୟାନ୍‌ ସହାୟକ ହେଉଛି। ଏଭଳି ଏକ ଲୁଟ୍ ଗ୍ୟାଙ୍ଗ୍‌କୁ ଗୁରୁବାର ରାତିରେ ଧରି ପୁରସ୍କୃତ ହୋଇଛନ୍ତି ପିସିଆର ଷ୍ଟାଫ୍। ତେବେ ପୁଲିସ ବ୍ୟବହାର କରୁଥିବା ଏହି ପିସିଆର୍‌ର ସିସିଟିଭି ଅଚଳ। କେବଳ ଏହି ଗୋଟିକ ନୁହଁ, କମିଶନରେଟ୍‌ ପୁଲିସର ଅଧିକାଂଶ ପିସିଆର ଭ୍ୟାନ୍‌ରେ ସିସିଟିଭି ଅଚଳ ହୋଇ ପଡିଛି। ଅପ୍ରୀତିକର ପରିସ୍ଥିତିରେ ସିସିଟିଭି ଜରିଆରେ ଫୁଟେଜ୍‌ ସଂଗ୍ରହ ପାଇଁ ପିସିଆରରେ ଏହି ବ୍ୟବସ୍ଥା କରାଯାଇଥିଲା। […]

  • Friday, 16 July 2021