• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

rukaiya
ବିସ୍ମୟ ନୁହେଁ ସତ୍ୟ : ଶିଶୁ କଣ୍ଠରେ କୋରାନ୍‌

ବେଙ୍ଗାଲୁରୁ : ଯେଉଁ ବୟସରେ ପିଲାମାନେ ଲେଖାପଢା ଶିଖିବା ଆରମ୍ଭ କରିଥାନ୍ତି। ସେହି ବୟସରେ ରୁକୈୟା ଖାଣ୍ଡୱାଲ୍‌ ହାଫିଜ୍‌ ହେବାକୁ ଯାଉଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ମାତ୍ର ୬ ବର୍ଷ ବୟସ ରୁକୈୟାଙ୍କର, ହେଲେ ଏଇ ଚପଳ ବୟସରେ ସେ କୋରାନ୍‌ର ଗୋଟେ ଗୋଟେ ଶବ୍ଦକୁ ମୁଖସ୍ଥ କରିଛନ୍ତି। କୋରାନ୍‌ର ସମସ୍ତ ୩୦ ଅଧ୍ୟାୟ ଓ ୬୦୪ପୃଷ୍ଠାକୁ ସେ ମନେ ରଖିପାରଛନ୍ତି। ବେଙ୍ଗାଲୁରୁର ରୁକୈୟା ଏଭଳି ଅସାଧାରଣ ଧୀଶକ୍ତିର ଅଧିକାରିଣୀ ହୋଇ ସବୁଠୁ କମ୍‌ […]

relkief
ଫୋନିର ୨ ଦିନ ପରେ ବି ବିପନ୍ନଙ୍କ ପାଖରେ ପହଞ୍ଚିନି ପ୍ରଶାସନ

ଭୁବନେଶ୍ୱର : ରିଲିଫ୍ ଦାବିରେ ତହସିଲ୍ ଅଫିସ୍‌ରେ ତାଲା। ବାତ୍ୟା ବିପନ୍ନ ଓ ପୁଲିସ୍ ମଧ୍ୟରେ ପାଟିତୁଣ୍ଡ, ଧସ୍ତାଧସ୍ତି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକରେ। ବାତ୍ୟାର ୨ ଦିନ ପରେ ବି ସରକାରୀ ସହାୟତା ପହଞ୍ଚି ନଥିବାରୁ କ୍ଷୁବ୍ଧ ହୋଇଛନ୍ତି କ୍ଷତିଗ୍ରସ୍ତ। ପ୍ରତିବାଦରେ ବ୍ଲକ୍ ଓ ତହସିଲ୍ ଅଫିସ୍ ଘେରାଉ କରିଥିଲେ। ପୁରୀ ଜିଲ୍ଲାରେ ବି ସମାନ ଚିତ୍ର। ୪୮ ଘଣ୍ଟା ପରେ ବି ରିଲିଫ୍ ପହଞ୍ଚି ନଥିବାରୁ ଚନ୍ଦନପୁର ବାଇପାସ୍ […]

  • Saturday, 17 July 2021
fani
ଜିରୋ କାଜୁଆଲଟି ମିଶନ ଫେଲ ! ଫୋନିର ଆଁରେ ଗଲାଣି ୪୦ ଜୀବନ

ଭୁବନେଶ୍ୱର :  ଫୋନିର ଆଁ ଭିତରେ ହଜିଯାଇଛି ଅନେକ ମୂଲ୍ୟବାନ ଜୀବନ। ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୩୨ ବୋଲି କୁହାଯାଇଥିଲେ ବି ଏହା ୪୦ ଛୁଇଁଲାଣି। ବିଭିନ୍ନ ସ୍ଥାନରୁ ସୂଚନା ଆସିପାରୁ ନ ଥିବାରୁ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି। କେବଳ ପୁରୀରେ ଫୋନି ୨୧ ଜଣଙ୍କ ଜୀବନ ନେଇଛି ବୋଲି ସରକାର ସ୍ୱୀକାର କରିଛନ୍ତି। ସେଦିନ ଥିଲା କାଳ ଶୁକ୍ରବାର। ସମୟ ସକାଳ ୯ ଟା ୩୦। ସାତପଡ଼ାରେ ପ୍ରଳୟ ରଚୁଥିଲା ଫୋନି। ପବନର […]

  • Saturday, 17 July 2021
puri-2
ଶ୍ରୀକ୍ଷେତ୍ରକୁ ଶ୍ରୀହୀନ କରିଗଲା ଫୋନି

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀକ୍ଷେତ୍ର ପୁରୀକୁ ଛାରଖାର କରି ଦେଇଛି ରାକ୍ଷସରୂପୀ ଝଡ଼ବାତ୍ୟା ଫୋନି। ଲ୍ୟାଣ୍ଡଫଲ କରିବା ପରେ ଭୀଷଣରୁ ଅତି ଭୀଷଣ ରୂପ ନେଇ ଦୀର୍ଘ ୪ ଘଣ୍ଟାରୁ ଅଧିକ ସମୟ ଧରି ରଚିଥିଲା ତାଣ୍ଡବ। ଅତି ପରିଚିତ ବଡ଼ଦାଣ୍ଡ ହେଉ କି ସମୁଦ୍ରକୂଳ, ସବୁଠି ଛାଡ଼ିଯାଇଛି ସେ ପ୍ରଳୟର ପଦଚିହ୍ନ । ଜିଲ୍ଲାର ଅନ୍ୟ ସ୍ଥାନମାନଙ୍କରୁ ବି ଆସୁଛି ବିପର୍ଯ୍ୟୟର କରୁଣ ଚିତ୍ର । ଶ୍ରୀକ୍ଷେତ୍ରରେ ସିଭିୟର ସାଇକ୍ଲୋନ ଫୋନି ଘଟାଇଛି ଅବର୍ଣ୍ଣନୀୟ କ୍ଷୟକ୍ଷତି। ଯାହା […]

  • Saturday, 17 July 2021
fani pralaya 1
‘ଫୋନି’ ପ୍ରଳୟ : ଯୁଆଡ଼େ ଚାହିବେ ଖାଲି ଉଜୁଡ଼ା ଚିତ୍ର

ଭୁବନେଶ୍ୱର : ଢେଙ୍କାନାଳ ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ର ସପ୍ତଶଯ୍ୟା। । ଟଳିପଡ଼ିଛି ବିରାଟକାୟ ଗଛ। ଉପୁଡ଼ିଯାଇଛି ବିଦ୍ୟୁତ ଖୁଣ୍ଟି। ଗଛ ପଡ଼ି ଛିଣ୍ଡିଯାଇଛି ବିଦ୍ୟୁତ ତାର। ୫ ଘଣ୍ଟାର ତାଣ୍ଡବ ରଚି ସପ୍ତଶଯ୍ୟାର ସବୁଜିମାକୁ ଉଜାଡ଼ିଦେଇଛି ବାତ୍ୟା ଫୋନି। ଛୋଟମୋଟ ବ୍ୟବସାୟ କରି ଗୁଜରାଣ ମେଣ୍ଟାଉଥିବା ବ୍ୟବସାୟୀଟିଏ ବି ଘର ଭାଙ୍ଗିଯିବାରୁ ଅସହାୟ ହୋଇପଡ଼ିଛନ୍ତି। ବାଲେଶ୍ୱର ରେମୁଣା ଅଞ୍ଚଳରେ କିନ୍ତୁ ଗରିବ ପରିବା ଚାଷୀ ମୁଣ୍ଡରେ ପଡ଼ିଛି ଚଡ଼କ। କାରଣ କାହା କ୍ଷେତର କଦଳୀ ତ ଆଉ […]

  • Saturday, 17 July 2021
pralayara tandav2
ପ୍ରଳୟର ତାଣ୍ଡବ ରଚିଲା ‘ଫୋନି’ ; ଛାରଖାର୍ ଉପକୂଳବର୍ତ୍ତୀ ଜିଲ୍ଲା

ଭୁବନେଶ୍ୱର : ଭୟଙ୍କର ସାମୁଦ୍ରିକ ଝଡ଼ ଫୋନିର ତାଣ୍ଡବରେ ଛାରଖାର୍ ହୋଇଛି ଉପକୂଳବର୍ତ୍ତୀ ଜିଲ୍ଲା। ଉଜୁଡ଼ିଯାଇଛି ସବୁକିଛି। ଘରଦ୍ୱାର, କୋଠାବାଡ଼ି, ଗଛଲତା, ବିଦ୍ୟୁତ ଖୁଣ୍ଟି, ମୋବାଇଲ୍ ଟାୱାର। କିଛି ବି ବର୍ତ୍ତି ପାରିନି ଫୋନି ମାଡ଼ରୁ। ଗଛ ଗୁଡ଼ିକ ରାସ୍ତା ଉପରେ ଉପୁଡ଼ି ପଡ଼ିଥିବାରୁ ଅଧିକାଂଶ ସ୍ଥାନରେ ଗମନାଗମନ ଏବେ ବି ସ୍ୱାଭାବିକ ହୋଇପାରିନି। ଏକ୍ସଟ୍ରିମ୍‌ଲି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ତଥା ଅତି ପ୍ରବଳ ବାତ୍ୟା ରୂପ ନେଇ ପୁରୀ ନିକଟ ସ୍ଥଳଭାଗ ଛୁଇଁଥିବା ଫୋନି ଦକ୍ଷିଣ, […]

  • Saturday, 17 July 2021
nm
ବାତ୍ୟାକୁ ଦେଖି ଗ୍ରାହକ ଛାନିଆ ; ପରିବା ବଜାରରୁ ପେଟ୍ରୋଲ ପମ୍ପ, ସବୁଠି ଭିଡ଼

ଭୁବନେଶ୍ୱର : ଆସନ୍ତାକାଲି ସକାଳେ ବାତ୍ୟା ‘ଫୋନି’ ସ୍ଥଳଭାଗ ଛୁଇଁବ। ତେବେ ଏହା ପୂର୍ବରୁ ମାର୍କେଟରେ ଏହାର ଇଫେକ୍ଟ ଦେଖିବାକୁ ମିଳିଛି। ଆଳୁ, ପିଆଜ, ଚୁଡ଼ା, ଚାଉଳ ଓ କ୍ୟାଣ୍ଡେଲ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ନେବା ପାଇଁ ବଜାରରେ ଲୋକଙ୍କ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି। ଏପରି ଚିତ୍ର କେବଳ ଉପକୂଳ ନୁହେଁ, ରାଜ୍ୟର ପ୍ରାୟ ସବୁ ସ୍ଥାନରେ ଦେଖିବାକୁ ମିଳିଛି। ଆଜି ଦିନ ୧୦ଟା ବେଳକୁ କଟକ ଛତ୍ର ବଜାରରେ ଦେଖିବାକୁ ମିଳିଥିଲା ଅସ୍ୱାଭାବିକ […]

  • Saturday, 17 July 2021
t
ଫୋନିର ମୁକାବିଲା ପାଇଁ ଫୋକସ୍‌ରେ ରେସ୍କ୍ୟୁ ଅପରେସନ୍

ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ଫୋନିର ମୁକାବିଲା ପାଇଁ ମହା ତୟାରୀ। ସବୁଠୁ ଅଧିକ ଫୋକସ୍ ରେସ୍କ୍ୟୁ ଅପରେସନ୍। ସେଇଥିପାଇଁ ବିପତ୍ତି ଆସିବା ପୂର୍ବରୁ ଫୋନି ଫଣାରୁ ଧନ ଜୀବନକୁ ସୁରକ୍ଷିତ ରଖିବାକୁ ଜଳ, ସ୍ଥଳ, ଆକାଶ ସବୁଠି ସଜାଗ ସବୁ ଏଜେନ୍ସୀ। ଏନ୍‌ଡିଆର୍‌ଏଫ୍‌ ଠାରୁ ନେଇ ଓଡ୍ରାଫ୍, ଫାୟାର ସର୍ଭିସ୍, ଇଣ୍ଡିଆନ୍ କୋଷ୍ଟଗାର୍ଡ, ନେଭି। ଗ୍ରାଉଣ୍ଡ ଜିରୋରେ ପୋଜିସନ୍‌ରେ ଏସବୁ ଟିମ୍‌ର ସଦସ୍ୟ। ସମସ୍ତଙ୍କ ଆଖି ଫୋନି ଲ୍ୟାଣ୍ଡଫଲ୍ କରିବାକୁ ଥିବା ପୁରୀ ଜିଲ୍ଲା ସମୁଦ୍ର […]

  • Saturday, 17 July 2021
manipur-1
ହଜିଲା ଲୋକକୁ ପରିବାର ସହ ଭେଟେଇଲା ୟୁଟ୍ୟୁବ୍‌

ବେଳେବେଳେ ଏପରି କିଛି ଘଟଣା ଘଟେ,ଯାହା ଆଶ୍ଚର୍ଯ୍ୟଜନକ ମନେହୁଏ। ମଣିପୁରର ଏମିତି ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ୪୦ ବର୍ଷ ହେଲା ନିଖୋଜ ଥିବା ଜଣେ ୬୬ ବର୍ଷିୟ ବ୍ୟକ୍ତି ନିଜ ପରିବାରକୁ ଫେରିପାଇଛନ୍ତି। ଆଉ ଏହା କେବଳ ୟୁଟ୍ୟୁବ୍‌ ଯୋଗୁଁ ସମ୍ଭବ ହୋଇଛି। ଏକଥା ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ସତ। ଏମିତି ଥିଲା ପୁରା ଘଟଣା – ଖୋମଦାନ ସିଂହ ନାମକ ଜଣେ ବ୍ୟକ୍ତି ୧୯୭୮ମସିହାରେ ଇମ୍ଫାଲରୁ ନିଜ ଘରକୁ […]

fani
'ଫୋନି' ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ‘ଫୋନି’ ପାଇଁ ସରକାରୀସ୍ତରରେ ସବୁ ପ୍ରସ୍ତୁତି ସରିଛି। ରିଲିଫ, ଥଇଥାନ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ୧୨ ଆଇଏଏସ୍ ଓ ୧୧ଜଣ ଆଇପିଏସ୍‌ ଦାୟିତ୍ୱରେ ଅଛନ୍ତି। ୨ ତାରିଖ ସଂଧ୍ୟା ସୁଦ୍ଧା ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ଆଣିବାକୁ ପ୍ରସ୍ତୁତି ଚାଲିଛି। ସମସ୍ତ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ଛୁଟି ବାତିଲ୍ କରାଯାଇଛି। ଆନୁସଙ୍ଗିକ ସାମଗ୍ରୀ ଧରି  ୧୮ଟି ଓଡ୍ରାଫ୍ ଟିମ୍ ମୁକାବିଲା ପାଇଁ ବାହାରି ସାରିଥିବା ବେଳେ ଉଭୟ ଓଡ଼ିଶା […]

  • Saturday, 17 July 2021
FACE
ବିଶ୍ୱର ପ୍ରଥମ ବ୍ୟକ୍ତି ଯାହାର ୩ଟି ଚେହେରା !

ପ୍ୟାରିସ୍ : ଜେରୋମ ହେମନ ନାମକ ଏହି ବ୍ୟକ୍ତି ଜଣକ ଏବେ ଖୁବ୍‌ ଚର୍ଚ୍ଚାରେ। ଏହାର କାରଣ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏ ହେଉଛନ୍ତି ବିଶ୍ୱର ପ୍ରଥମ ବ୍ୟକ୍ତି ଯାହାଙ୍କର ମୁହଁ ଗୋଟିଏ, କିନ୍ତୁ ସେଥିରେ ଆପଣ ୩ଟି ଚେହେରା ଦେଖିପାରିବେ। ପୁରା ଘଟଣାର ରହସ୍ୟ ଏବେ ଜାଣନ୍ତୁ। ଜେରୋମ୍‌ ଏକ ବିରଳ ରୋଗର ଶିକାର ହୋଇଛନ୍ତି। ଫଳରେ ବାରମ୍ବାର ତାଙ୍କ ମୁହଁରେ ଟ୍ୟୁମର ହେଉଛି। ସେଥିପାଇଁ ସେ ଫେସ୍‌ ଟ୍ରାନ୍ସପ୍ଲାଣ୍ଟ କରୁଛନ୍ତି। ଏବେ ସୁଦ୍ଧା […]

puri cy
ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ଲ୍ୟାଣ୍ଡଫଲ କରିବ ‘ଫୋନି’

ଭୁବନେଶ୍ୱର : ବାତ୍ୟା ‘ଫୋନି’ ଆସନ୍ତା ୩ ତାରିଖ ଅପରାହ୍ଣରେ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ୍ ଉଦୟଗିରି ନିକଟରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଆମେରିକାର ଜଏଣ୍ଟ ଟାଇଫୁନ୍ ଓ୍ୱାର୍ଣ୍ଣିଂ ସେଣ୍ଟର JTWC। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୮୫ କିଲୋମିଟର ରହିବ। ‘ଫୋନି’ ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲା ଦେଇ ପଶ୍ଚିମବଙ୍ଗ ଆଡ଼କୁ ଗତି କରିବ ବୋଲି କହିଛି JTWC। ଆଜି ରାତି ୮ଟା ସୁଦ୍ଧା ହୋଇଥିବା […]

  • Saturday, 17 July 2021
cyclone
‘ଫୋନି’କୁ ନେଇ ଛାନିଆ ଉପକୂଳ ଜିଲ୍ଲାବାସୀ

ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ‘ଫୋନିକୁ ନେଇ ଉପକୂଳ ଜିଲ୍ଲାବାସୀ ଛାନିଆ ହୋଇପଡ଼ିଛନ୍ତି। ବାତ୍ୟା ଦ୍ୱାରା ପ୍ରଭାବିତ ହେବା ଆଶଙ୍କା ଥିବା ଜିଲ୍ଲାରେ ଯେପରି କ୍ଷୟକ୍ଷତିର ପରିମାଣ କମ୍ ହେବ, ସେନେଇ ଆଗୁଆ ସତର୍କ ହେବାକୁ ସମସ୍ତ ଜିଲ୍ଲା ପ୍ରଶାସନକୁ କୁହାଯାଇଛି। ବିଶେଷକରି ସମୁଦ୍ରକୂଳିଆ ଅଞ୍ଚଳରେ ବାସ କରୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ଆଲର୍ଟ କରାଯିବା ସହ ଆଜି ସୁଦ୍ଧା ସମୁଦ୍ର ଭିତରୁ ମତ୍ସ୍ୟଜୀବୀଙ୍କୁ ଫେରିଆସିବାକୁ ପରାମର୍ଶ ଦିଆଯାଇଛି। ଏହା ସହ ବାତ୍ୟାରେ ଯେପରି […]

  • Saturday, 17 July 2021
fani-0--2
କାୟା ବଢାଇ ଉପକୂଳକୁ ମୁହାଁଇଛି ସାମୁଦ୍ରିକ ଝଡ଼ 'ଫୋନି'

ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ଫୋନି ଭୟଙ୍କର ରୂପ ଧାରଣ କରି ଓଡ଼ିଶା ଉପକୂଳ ଆଡ଼କୁ ମାଡି ଆସୁଛି। ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଥିବା ଫୋନି ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇ ଆସନ୍ତା ୩ ତାରିଖ ସଂଧ୍ୟାରେ ପୁରୀ ନିକଟରେ ଓଡ଼ିଶା ଉପକୂଳ ଅତିକ୍ରମ କରିବ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୭୫ରୁ ୧୮୫ କିଲୋମିଟର ରହିବାର ଆଶଙ୍କା କରାଯାଉଛି। ବଙ୍ଗୋପସାଗରରେ ସୃଷ୍ଟ ଏହି ଝଡ଼ ଏବେ ଉତ୍ତର ପଶ୍ଚିମ […]

  • Saturday, 17 July 2021
fani
ଓଡ଼ିଶା ମୁହାଁ ହେଉଛି ସାମୁଦ୍ରିକ ଝଡ଼ ‘ଫୋନି’

ଭୁବନେଶ୍ୱର : ଓଡ଼ିଶା ମୁହାଁ ହେଉଛି ସାମୁଦ୍ରିକ ଝଡ଼ ‘ଫୋନି’। ଚେନ୍ନାଇ ଠାରୁ ବଙ୍ଗୋପସାଗରରେ ୮୪୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇ ଧୀରେ ଧୀରେ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ୧ ତାରିଖରୁ ଦିଗ ପରିବର୍ତ୍ତନ କରି ଓଡିଶା ଉପକୂଳ ଆଡକୁ ମୁହାଁଇବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ବା ଆଇଏମ୍‌ଡି। ଏବେ ଏହା ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଇ ସାରିଥିବା ବେଳେ ଆସନ୍ତାକାଲି ସକାଳ ସୁଦ୍ଧା ଭେରି ସିଭିୟର୍ ସାଇକ୍ଲୋନିକ […]

  • Saturday, 17 July 2021
water
ଖରା ଆରମ୍ଭରୁ ଦେଖାଦେଲାଣି ପାନୀୟ ଜଳ ସମସ୍ୟା

କୋରାପୁଟ/ଗଜପତି/ତେଲକୋଇ : ଗାଁରେ ମିଳୁନି ବିଶୁଦ୍ଧ ପାନୀୟ ଜଳ, ପାଣି ମୁନ୍ଦାଏ ଲାଗି ଦୁଇ କିଲୋମିଟର ଯାଇ ଚୁଆରୁ ପାଣି ସଂଗ୍ରହ କରୁଛନ୍ତି ଲୋକେ। ଗଜପତି ଜିଲ୍ଲା ଅନ୍ତରବା ପଂଚାତୟର ଆମ୍ବଗାଁରରେ ଏମିତି ଅବସ୍ଥା। ଖରା ଆରମ୍ଭରୁ ଗାଁରେ ଥିବା ଦୁଇ ଦୁଇ ସାନିଟାରି ୱେଲ୍‌ରେ ପାଣି ଶୁଖି ଯାଇଥିବାର ଲୋକେ ଅପରିଷ୍କାର ପାଣିକୁ ଛାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। କେବଳ ପାନୀୟ ଜଳ ନୁହେଁ ଗାଁକୁ ରାସ୍ତା ନଥିବାରୁ ଲୋକେ ସମସ୍ୟାର ସମ୍ମୁଖୀନ ହେଉଥିବା […]

  • Saturday, 17 July 2021
toilet
କଅଁଳା ଶିଶୁକନ୍ୟାକୁ ପାଇଖାନାରେ ଫିଙ୍ଗିଲା ରାକ୍ଷସୀ ମା

କେରଳ : ମା ପାଇଁ ଅଲୋଡା ହେଲା ଶିଶୁକନ୍ୟା। ତାକୁ ମାରି ପାଇଖାନାରେ ଫିଙ୍ଗି ଦେଲା ମା। ଏଭଳି ଏକ ହୃଦୟବିଦାରକ ଓ ଅବିଶ୍ୱସନୀୟ ଘଟଣା କେରଳରେ ଦେଖିବାକୁ ମିଳିଛି। ଏ ଘଟଣାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। କେମିତି ଘଟିଲା ଏଭଳି ଏକ ଅମାନବୀୟ ଘଟଣା ? କିଏ ସେ ନିର୍ଦ୍ଦୟ ବାପ-ମା? ଏମିତି ଅନେକ ପ୍ରଶ୍ନ ଲୋକଙ୍କ ମନରେ। ପୂରା ଘଟଣାଟି ଏହିପରି – କ୍ଲିନିକ୍‌ର ପାଇଖାନାଟି ଜାମ୍‌ ରହିଥିବା କାରଣରୁ ଡାକ୍ତର ପ୍ଲମ୍ବରକୁ […]

atm
ଏବେବି ଦେଶରେ ବିମୁଦ୍ରାକରଣ ଭଳି ଅନୁରୂପ ପରିସ୍ଥିତି

ନୂଆଦିଲ୍ଲୀ: ବିମୁଦ୍ରାକରଣ ପରେ ଏଟିଏମ୍ ଆଗରେ ଦେଖିବାକୁ ମିଳୁଥିଲା ଲମ୍ବା ଲାଇନ୍‌। ଏବେବି ସେହି ବିମୁଦ୍ରାକରଣ ଭଳି ଅନୁରୂପ ପରିସ୍ଥିତି ସୃଷ୍ଚି ହୋଇଛି। ଘଣ୍ଟା ଘଣ୍ଟା ଧରି ଛିଡା ହେଲେ ମଧ୍ୟ ଗ୍ରାହକଙ୍କୁ ଖାଲି ହାତରେ ଫେରିବାକୁ ପଡୁଛି। ସାରା ଦେଶରେ ଦେଖାଦେଇଛି ଏବେ ଟଙ୍କାର ଅଭାବ। ବିଭିନ୍ନ ରାଜ୍ୟରେ ଥିବା ଏଟିଏମ ଗୁଡିକରେ ଟଙ୍କାର ମରୁଡି ଦେଖିବାକୁ ମିଳିଛି।  ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ବିହାର,ମହାରାଷ୍ଟ୍ର ଓ ଗୁଜରାଟ ଭଳି ରାଜ୍ୟରେ ଏଟିଏମ ଗୁଡିକରେ ଟଙ୍କାର ଅଭାବ […]

aiims
ଏମ୍‌ସ୍‌ରୁ ଧରାପଡିଲେ ନକଲି ଡାକ୍ତର

ନୂଆଦିଲ୍ଲୀ: ନକଲି ପରିଚୟ ଦେଇ କୌଣସି ଏକ ପେଶା ଆପଣେଇବା ଓ ଲୋକଙ୍କୁ ଭୁଆଁ ବୁଲେଇ ବିଶ୍ୱାସଭାଜନ ହେବାର ଅନେକ ନଜିର ଦେଖିବାକୁ ମିଳେ। ହେଲେ ଦିଲ୍ଲୀ ଏମ୍‌ସ୍‌ରେ ଏମିତି ଏକ ଘଟଣା ଘଟିଛି, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ବିଶ୍ୱାସ କରିପାରିବେନି ଯେ ଏମ୍‌ସ୍‌ ଭଳି ଏକ ପ୍ରସିଦ୍ଧ ଡାକ୍ତରଖାନାରେ ଏମିତି ହୋଇଛି। ପ୍ରକାଶିତ ସୂଚନା ଅନୁସାରେ, ଆଦନାନ୍‌ ଖୁରାମ୍‌ ନାମକ ୧୯ବର୍ଷିୟ ଜଣେ ଡାକ୍ତର ଆଶାୟୀ ସାଧାରଣ ଯୁବକଙ୍କୁ ଦିଲ୍ଲୀ ପୁଲିସ୍‌ ଗିରଫ […]

divyanka
ବିବାହ ପରେ କମିନି କ୍ରେଜ୍‌, ଏବେ ବି ସୋସିଆଲ ମିଡ଼ିଆରେ ଲକ୍ଷ ଲକ୍ଷ ଫଲୋଅର୍ସ

ମୁମ୍ବାଇ: ବିବାହ ପରେ ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀଙ୍କ କ୍ୟାରିୟର ଶେଷ ହୋଇଯାଏ ବୋଲି ଆମେ ଭାବିଥାଉ। ମାତ୍ର ଏଭଳି ଧାରଣାକୁ କିଛି ଅଭିନେତ୍ରୀ ବଦଳାଇବା ସହ ନୂଆ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି। ଟେଲିଭିଜନ୍‌ ଦୁନିଆର ଛୋଟ ପରଦାରେ ଅଭିନୟ କରୁଥିବା ଏହି ଅଭିନେତ୍ରୀମାନେ ବିବାହ ପରେ ମଧ୍ୟ ଇଣ୍ଡଷ୍ଟ୍ରିରେ ସେମାନଙ୍କ ରେକର୍ଡ ବଜାୟ ରଖିଛନ୍ତି। ଏବେବି ସେମାନଙ୍କୁ ନେଇ ଚର୍ଚ୍ଚା କିଛି କମ୍‌ ନୁହେଁ। ସେମାନଙ୍କୁ ସୋସିଆଲ ମିଡ଼ିଆରେ ଲକ୍ଷ ଲକ୍ଷ ପ୍ରଶଂସକ ଫଲୋ କରୁଥିବା ସହ […]

love
୫୦ ବର୍ଷୀୟା ବିଧବା ମହିଳା କଲେ ପ୍ରେମ ବିବାହ

ନୂଆଦିଲ୍ଲୀ : ପ୍ରେମ କୌଣସି ବାଧା କି ବନ୍ଧନ ମାନି ନଥାଏ। ଏହା କୌଣସି ସ୍ଥାନ କାଳ ପାତ୍ର ମଧ୍ୟ ଦେଖିନଥାଏ। ପ୍ରେମ ଚିର ଶ୍ୱାଶ୍ୱତ ଓ ସତ୍ୟ। ପ୍ରେମ ହେଉଛି ଏକ ଶକ୍ତିଶାଳୀ ଭାବପ୍ରବଣତା। କେତେବେଳେ କାହାକୁ ପ୍ରେମ ହୋଇଯାଏ, ଏହାକେହି ଜାଣିପାରନ୍ତି ନାହିଁ। ଏହା କଳ କଲ୍ଲୋଳିନୀ ନଦୀ ପରି ହୃଦୟରୁ ହୃଦୟକୁ ବହିଯାଇଥାଏ। ଏମିତି ଏକ ନିଚ୍ଛକ ପ୍ରେମର ଉଦାହରଣ ଦେଖିବାକୁ ମିଳିଛି। କୋମଲା ନାମକ ଜଣେ ବିଧବା ମହିଳା ସମାଜ , […]

  • Saturday, 17 July 2021
tv
ଟିଭିରେ କ'ଣ ଦେଖୁଛନ୍ତି ଆପଣ, ଜାଣି ପାରିବେ ସରକାର

ନୂଆଦିଲ୍ଲୀ : ଏଣିକି ଆପଣ ଘରେ ବସି ଟିଭିରେ କ’ଣ ସବୁ ଦେଖୁଛନ୍ତି ତା’ ଉପରେ କଡ଼ା ନଜର ରଖିବେ ସରକାର। ଏଥିପାଇଁ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ସ୍ୟାଟେଲାଇଟ୍‌ ସର୍ଭିସ ପ୍ରୋଭାଇଡର ଦ୍ୱାରା ସେଟ୍‌ଅପ୍‌ ବକ୍ସରେ ଏକ ଚିପ୍‌ ଖଞ୍ଜିବାକୁ ଯାଉଛି। ଯାହା ସରକାରଙ୍କୁ ଆପଣ ଦେଖୁଥିବା ଚ୍ୟାନେଲ୍‌ ବିଷୟରେ ଖବର ଦେବ ଅର୍ଥାତ ଚିପ୍‌ ଦ୍ୱାରା ଟ୍ରାକିଂ କରି ସରକାର ତଥ୍ୟ ହାସଲ କରିବାକୁ ଚାହୁଁଛନ୍ତି। ଖବର ଅନୁସାରେ ଟେଲିଭିଜନ ଉପରେ କଡ଼ା ନଜର ରଖିବାକୁ […]

  • Saturday, 17 July 2021
app
ଆଉ ବଜ୍ରପାତକୁ ଭୟ ନାହିଁ !  ବିଜୁଳି ମାରିବା ପୂର୍ବରୁ ସୂଚନା ଦେବ ଏହି ମୋବାଇଲ୍‌ ଆପ୍‌

ଏବେ ଦିନକୁ ଦିନ ବିଜୁଳି ଓ ଘଡ଼ଘଡ଼ିରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଫଳରେ ଅନେକ ଧନଜୀବନ ନଷ୍ଟ ହେଉଛି। ଏହି ସମସ୍ୟାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ସରକାର ଏବେ ଏକ ନୂଆ ମୋବାଇଲ୍ ଆପ୍‌ ଶୁଭାରମ୍ଭ କରିଛନ୍ତି। ଏହାର ବିଶେଷତ୍ୱ ହେଲା, ବିଜୁଳି ମାରିବା ପୂର୍ବରୁ ଏହି ଆପ୍‌ ଆପଣଙ୍କୁ ସତର୍କ ସୂଚନା ଦେଇଦେବ। ସୂଚନା ଅନୁସାରେ ପ୍ରତି ବର୍ଷ କର୍ଣ୍ଣାଟକରେ ୭୦ ପ୍ରତିଶତ ଲୋକଙ୍କ ମୃତ୍ୟୁ ବିଜୁଳି ଘଡ଼ଘଡ଼ି ମାରିବା ଯୋଗୁଁହୋଇଥାଏ। ଗତ ୯ବର୍ଷରେ […]

pregnat
ଠିଆ ହୋଇ ଗୀତ ଗାଇ ନପାରିବାରୁ ଗୁଳି ଚୋଟରେ ପ୍ରାଣ ହରାଇଲେ ଗର୍ଭବତୀ

ଛଅ ମାସର ଛୁଆକୁ ଗର୍ଭରେ ଧରି ଷ୍ଟେଜ୍‌ରେ ଗୀତ ଗାଉଥିବା ମହିଳାଙ୍କୁ ଶେଷରେ ଗୁଳି ଚୋଟରେ ଟଳିବାକୁ ପଡ଼ିଛି। ତାଙ୍କର ଦୋଷ ହେଉଛି ସେ ଠିଆ ହୋଇ ଗୀତ ଗାଇ ପାରି ନ ଥିଲେ। ଏଭଳି ଏକ ଅଭାବନୀୟ, ଅବିଶ୍ୱସନୀୟ ଓ ହୃଦୟବିଦାରକ ଘଟଣା ଘଟିଛି ପାକିସ୍ତାନରେ। ଏହି ଘଟଣା ସୋସିଆଲ୍ ମିଡ଼ିଆରେ ଭାଇରାଲ୍‌ ହୋଇଛି। ପାକିସ୍ତାନ ପୁଲିସ୍‌ ଏହି କାଣ୍ଡ ଘଟାଇଥିବା ବ୍ୟକ୍ତିକୁ ଗିରଫ କରିଛି। ସୂଚନା ଅନୁସାରେ,  ଏପ୍ରିଲ୍‌୧୦ତାରିଖ ସନ୍ଧ୍ୟାରେ ସିନ୍ଧ୍‌ ଅନ୍ତର୍ଗତ ଲାର୍କାଣ […]

wonder kid
ଅଜବ ନୁହେଁ ସତ : ବାପା-ମା’ଙ୍କ ମୃତ୍ୟୁର ୪ବର୍ଷ ପରେ ଜନ୍ମ ହେଲା ଶିଶୁ

ନୂଆଦିଲ୍ଲୀ: ଚୀନରେ ଘଟିଛି ଏକ ଆଶ୍ଚର୍ଯ୍ୟକର ଘଟଣା। ଯାହାକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା। ଘଟଣାଟି ଅଜବ ଲାଗୁଥିଲେ ବି ସତ। ମୃତ୍ୟୁର ଚାରି ବର୍ଷ ପରେ ଚୀନ୍ ଦମ୍ପତିଙ୍କ ଭ୍ରୁଣରୁ ଜନ୍ମ ନେଇଛି ଏକ ଶିଶୁ, ନାଁ ତିଏନ୍ତିଆନ୍ ।  ତିଏନ୍ତିଆନର ମାତା-ପିତା ୪ବର୍ଷ ପୂର୍ବେ ଏକ କାର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ । ଏହି ଘଟଣାର ୪ବର୍ଷ ପରେ ଏହି ଶିଶୁ ଜନ୍ମ ହୋଇଛି । ପୁରା ଘଟଣା ଏହିପରି – ତାୟନ୍ତିୟନଙ୍କ ବାପା […]