ଚନ୍ଦ୍ରପୃଷ୍ଠରେ ଜନବସତି ଦିଗରେ ଏକ ବଡ଼ ସମସ୍ୟା ଉପୁଜାଇପାରେ ଚନ୍ଦ୍ରକମ୍ପ ବା ଚନ୍ଦ୍ର ପୃଷ୍ଠରେ ଆସୁଥିବା ଭୂମିକମ୍ପ । ଏହା ପୃଥିବୀରେ ହେଉଥିବା ଭୂମିକମ୍ପ ଠାରୁ ଅଧିକ ଶକ୍ତିଶାଳୀ ଏବଂ ୨୦ ଗୁଣ ଅଧିକ ସମୟ ପାଇଁ ମଧ୍ୟ ରହେ । ଆମ ଠାରୁ ୩୮୪୪୦୦ କିଲୋମିଟର ଦୂରରେ ଥିବା ଆମର ଏକମାତ୍ର ପ୍ରାକୃତିକ ଉପଗ୍ରହ ଚନ୍ଦ୍ରରେ ଆସୁଥିବା ଭୂମିକମ୍ପ ପୃଥିବୀରେ ହେଉଥିବା ଭୂମିକମ୍ପ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ୧୯୭୨ ମସିହାରେ ଆପୋଲୋ ୧୭ ଚନ୍ଦ୍ର […]
ନୂଆଦିଲ୍ଲୀ: ବେଳେବେଳେ ମଣିଷ ଯାହା ଭାବି ନଥାଏ, ତାହା ହୋଇଯାଏ। ଏହା ସମସ୍ତଙ୍କୁ ଚକିତ କରେ। ଯାହାକୁ କହନ୍ତି କପାଳ ଲିଖନ। ଏମିତି ଏକ ଘଟଣାକୁ ନେଇ ଏବେ ଚର୍ଚ୍ଚା। ଦୁବାଇରେ ରହୁଥିବା ଜଣେ ପ୍ରବାସୀ ଭାରତୀୟ ନିଜର ଭାଗ୍ୟ ବଳରେ ଡ୍ରାଇଭରରୁ ପାଲଟିଯାଇଛନ୍ତି କୋଟିପତି । ଆପଣ ନିଶ୍ଚୟ ଜାଣିବାକୁ ଇଚ୍ଛା କରୁଥିବେ ଏହା କିପରି ସମ୍ଭବ ହେଲା। ଦୁବାଇରେ ଏକ ଘରୋଇ ସଂସ୍ଥାରେ ଜଣେ ଡ୍ରାଇଭର ଭାବେ କାମ କରନ୍ତି ଜନ୍ ବର୍ଗିସ । […]
ଭୁବନେଶ୍ୱର : ଆପଣଙ୍କ ଗାଡ଼ିକୁ ବିକ୍ରି ପାଇଁ OLXରେ କୌଣସି ବିଜ୍ଞାପନ ଦେଇଛନ୍ତି କି ? ଯଦି ହଁ, ତେବେ ସାବଧାନ। କାରଣ ଟେଷ୍ଟ ଡ୍ରାଇଭ୍ ନାଁରେ ଆପଣଙ୍କ ଗାଡ଼ିକୁ କରାଯାଇପାରେ ହରଣଚାଲ୍। ଆଖି ସାମ୍ନାରେ ଆପଣଙ୍କ ଗାଡ଼ିକୁ ଧରି ଛୁ ମାରିପାରନ୍ତି ଲୁଟେରା। ଏମିତି ଜଣେ ଲୁଟେରା, ଯାହାର ନାଁ ଏସ୍.ଅମିତ୍ ପାତ୍ର। ଘର ଗଞ୍ଜାମ ଜିଲ୍ଲାରେ। ଶିକ୍ଷାଗତ ଯୋଗ୍ୟତା ମାତ୍ର ମାଟ୍ରିକ୍ ପାସ୍। ବୈଷୟିକ ଜ୍ଞାନକୌଶଳ ନଥିଲେ ବି ସେ କିନ୍ତୁ ମାହିର୍ ଗାଡ଼ି […]
ରାଜଗାଙ୍ଗପୁର( ଗୌତମ ମିଶ୍ର) : କର୍ତ୍ତବ୍ୟ ଆଗ, ବାକି ସବୁ ପଛ। ଯାହାର ସଦ୍ୟ ଏକ ଉଦାହରଣ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ଲାଠୋପଡ଼ାରେ। ବିବାହ ବେଦୀରୁ ଉଠି ନବବଧୂ ମେଡିକାଲକୁ ଯାଇ ରୋଗୀଙ୍କ ଚିକିତ୍ସା କରିବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଗତ ଏପ୍ରିଲ ୧୯ ତାରିଖରେ ରାଜଗାଙ୍ଗପୁର ବ୍ଳକର ଲାଠୋପଡାରେ ଚାଲିଥିଲା ବିବାହ ଉତ୍ସବ। ଯେଉଁଥିରେ ନବବଧୂ ସାଜିଥିଲେ ପ୍ରେମିକା ଲାକ୍ରା। ସେ ପେଶାରେ ଜଣେ ନର୍ସ। ବାହାଘର ପାଇଁ ପୁରା […]
କନ୍ଧମାଳ : ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପୂର୍ବରୁ ବଡ଼ ଧରଣର ଲାଲ୍ ହିଂସା। କନ୍ଧମାଳର ଦୁଇ ଦୁଇଟି ସ୍ଥାନରେ ମାଓବାଦୀମାନେ ହିଂସାକାଣ୍ଡ ଘଟାଇଛନ୍ତି। ଗୋଛାପଡ଼ାରେ ପୋଲିଂ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ଫିରିଙ୍ଗିଆରେ ପୋଲିଂ ପାର୍ଟିଙ୍କ ଗାଡ଼ି ଜାଳିଦେଲେ ଲାଲବାହିନୀ। ଏହି ଦୁଇଟି ଘଟଣା ପରେ ମାଓ ଇଲାକାରେ ଶାନ୍ତିପୂର୍ଣ୍ଣ ନିର୍ବାଚନ କରାଇବା ଏବେ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ଭୋଟ୍ ପୂର୍ବରୁ କନ୍ଧମାଳର ଦୁଇ ଦୁଇଟି ସ୍ଥାନରେ ମାଓବାଦୀମାନେ ହିଂସାକାଣ୍ଡ ଭିଆଇଛନ୍ତି। […]
ବାରିପଦା (ମାଣିକଲାଲ୍ ପାଣି)/ଯାଜପୁର (ଗୁଲାମ୍ ଗସ୍) : ସରକାର ପରେ ସରକାର ପରିବର୍ତ୍ତନ ହେଉଛନ୍ତି। ହେଲେ ଟୋପାଏ ପାଣି ପାଇଁ ସଂଘର୍ଷ କରୁଥିବା ସାଧାରଣ ଲୋକଙ୍କ ଜୀବନଯାତ୍ରାରେ କିନ୍ତୁ ପରିବର୍ତ୍ତନ ଆସିପାରୁନି। ଅନ୍ୟାନ୍ୟ କଥା ଛାଡନ୍ତୁ, ପିଇବା ପାଣି ଭଳି ମୌଳିକ ସୁବିଧା ସେମାନଙ୍କୁ ମିଳୁପାରୁନି ବର୍ଷ ବର୍ଷ ଧରି। ଆଜି ବି ନଈ, ନାଳ, କୁଅ, ପୋଖରୀ ପାଣି ପିଇ ଜୀବନ ଧାରଣ କରିବାକୁ ପଡ଼ୁଛି ଗାଁ ଲୋକଙ୍କୁ। ଉତ୍କଟ ପାନୀୟ ଜଳ ସମସ୍ୟାକୁ ନେଇ […]
ଢେଙ୍କାନାଳ (ରାଜଶ୍ରୀ ଶତପଥୀ)/ଉଦଳା(ମାନସ ପାଣି) : ପାଣି ନାହିଁ ତ ଭୋଟ୍ ନାହିଁ। ଏଥର ନିର୍ବାଚନରେ ଏମିତି ପଣ କରିଛନ୍ତି ଢେଙ୍କାନାଳ କୁଶୁପଦା ଓ ଉଦଳା ଝରଣାସାହି ଗାଁ ଲୋକେ। ନକରିବେ ବା କାହିଁକି। ଭୋଟ୍ ବେଳ ଆସିଗଲେ ସ୍ୱଚ୍ଛ ପିଇବା ପାଣି ମୁନ୍ଦେ ଯୋଗାଇବାକୁ କହି ନେତା କେତେ ଭେଳିକି ଦେଖାନ୍ତି, ହେଲେ ଭୋଟ୍ ସରିଗଲେ ପ୍ରତିଶ୍ରୁତି ସହ ଉଭାନ୍ ହୋଇଯାନ୍ତି। କେମିତି ପାଣି ଟୋପେ ପାଇଁ ଡହ ଡହ ଖରାରେ ଦହଗଞ୍ଜ ହେଉଛନ୍ତି ଲୋକେ, […]
ଗୁଜରାଟ: ଗୁଜରାଟ ତାପି ଜିଲ୍ଲା ବାଲୋଡ ଅଞ୍ଚଳର ଚିତାବାଘ ଯୋଡ଼ାକୁ ନେଇ ଚର୍ଚ୍ଚା। ଏହି ଚିତାବାଘ ଯୋଡ଼ା ଜନବସତିକୁ ପଶି ଆସିଥିବାରୁ ସେମାନଙ୍କୁ ଧରିବାକୁ ଯନ୍ତା ବସାଯାଇଥିଲା। ଗୋଟିଏ ଜନ୍ତୁ ତ ଧରା ପଡ଼ିଲା, କିନ୍ତୁ ସେଠାରେ ଥିବା କ୍ୟାମେରାରେ କଏଦ୍ ଦୃଶ୍ୟ ଦେଖିବା ପରେ ସ୍ଥାନୀୟ ଲୋକେ ତାଜୁବ। ଦୁଇ ଚିତାବାଘ ମଧ୍ୟରେ ପ୍ରେମ। ପିଞ୍ଜରା ଭିତରେ ଅଛି ଅଣ୍ଡିରା ଚିତାବାଘ। ପିଞ୍ଜରା ବାହାରେ ତାକୁ ଅପେକ୍ଷା କରି ରହିଛି ମାଈ ଚିତାବାଘ। ଯନ୍ତାରୁ ପ୍ରେମିକକୁ […]
ପିପିଲି ( ଦୁତିକୃଷ୍ଣ ପଟ୍ଟନାୟକ) : ପୁରୀ ସାକ୍ଷୀଗୋପାଳ ଭୀମପୁର ଗାଁରେ ବେଶ୍ ଧୁମଧାମରେ ପାଳିତ ହୋଇଯାଇଛି ଖାଇଫୋଡ଼ ଯାତ୍ରା। ଦୋକାନ ବଜାର ସାଙ୍ଗକୁ ଭକ୍ତମାନଙ୍କ ଭିଡ଼ରେ ବେଶ ଚଳଚଂଚଳ ହୋଇ ଉଠିଥିଲା ମାଆ ଗଡ଼ଚଣ୍ଡୀଙ୍କ ପୀଠ। ଦେହରେ ନୂତନ ବସ୍ତ୍ର । ମଥାରେ ମା’ଙ୍କ ସିନ୍ଦୁର। ହାତରେ କତା ରଶି ଓ ଲୁହା କଂଟା। ଗାଁ ପୋଖରୀ କୂଳରେ ମାନସିକଧାରୀଙ୍କ ପିଠିରେ ଚାଲିଛି କଣ୍ଟା ଫୋଡା। ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଭୀମପୁର ଗାଁରେ ଅନୁଷ୍ଠିତ ଖାଇଫୋଡ […]
ନୂଆଦିଲ୍ଲୀ: ପିଲାମାନଙ୍କ ପ୍ରତି ପିତାମାତାଙ୍କର ଭଲପାଇବା ସବୁବେଳେ ଅତୁଟ ରହିଥାଏ। ଦୁନିଆରେ ବାପା-ମା’ଙ୍କ ଭଳି ଭଲପାଇବା ଆଉ ସେହ୍ନ କେଉଁଠୁ ବି ମିଳିନଥାଏ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଯେଉଁଠି ଜଣେ ପିତା ଦୀର୍ଘ ୨୪ ବର୍ଷ ଧରି ତାଙ୍କର ହଜିଯାଇଥିବା ଝିଅକୁ ଖୋଜୁଥିଲେ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ଏହି ଘଟଣା ସତ୍ୟ ବୋଲି ଜଣାପଡ଼ିଛି। ତେବେ ପଢ଼ନ୍ତୁ ପୂରା ଘଟଣା… ମିଳିଥିବା ସୂଚନା ଅନୁସାରେ, ଏହି ଘଟଣା ଚାଇନାର ଚେଙ୍ଗ୍ଦୁ ସହରର। ୱାଙ୍ଗ ମିଙ୍ଗ୍କିଙ୍ଗ୍ […]
ଭୁବନେଶ୍ୱର (ସଂଗ୍ରାମ କେଶରୀ ଦାସ ମହାପାତ୍ର): ଆପଣ ମହାକାଶ ଯାତ୍ରାର ସ୍ୱପ୍ନ ଦେଖୁଛନ୍ତି କି? ଜିରୋ ଗ୍ରାଭିଟିରେ ମହାକାଶଚାରୀଙ୍କ ପରି ଭାସି ବୁଲିବାକୁ ଚାହୁଁଛନ୍ତି କି? ଗୋଟିଏ ଦିନରେ ୧୬ଥର ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଦେଖିବାକୁ ଚାହୁଁଛନ୍ତି କି? କିଛି ନହେଲେ ବି, ଆପଣ ପୃଥିବୀ ବାହାରେ ଛୁଟି କଟାଇବାକୁ ଚାହୁଁଛନ୍ତି କି? ଆଉ ୪ ବର୍ଷ ଅପେକ୍ଷା କରନ୍ତୁ । ଆପଣଙ୍କ ଇଚ୍ଛା ୨୦୨୨ ମସିହା ସୁଦ୍ଧା ପୂରଣ ହୋଇପାରେ । କାରଣ ମହାକାଶରେ ପ୍ରଥମ […]
ଭୁବନେଶ୍ୱର : ପବିତ୍ର ରାମନବମୀରେ ରାଜଧାନୀର ରାମ ମନ୍ଦିରରେ ଭକ୍ତିମୟ ପରିବେଶ। ମର୍ଯ୍ୟାଦା ପୁରୁଷଙ୍କ ଜନ୍ମତିଥିରେ ତାଙ୍କ ପୂଜା ଆରାଧନା ଲାଗି ସକାଳୁ ସକାଳୁ ଲାଗିଥିଲା ଭକ୍ତଙ୍କ ଗହଳିଚହଳି। ବିଧି ବିଧାନରେ ପୂଜାର୍ଚ୍ଚନା ସହ ଶ୍ରଦ୍ଧାଳୁଙ୍କ ନାମ ସଙ୍କୀର୍ତ୍ତନରେ ଉଚ୍ଛୁଳି ଉଠିଥିଲା ପରିବେଶ। ଏପଟେ ରାମନବମୀ ଅବସରରେ ବେଶ୍ ଚଳଚଞ୍ଚଳ ଥିଲା ରାଉରକେଲା ହନୁମାନ ବାଟିକାସ୍ଥିତ ରାମ ମନ୍ଦିର ପରିସର। ଏଠାରେ ତିନି ଦିନ ଧରି ନାମ, ଯଜ୍ଞ ଚାଲିଥିବା ବେଳେ ଆଜି ବିଭିନ୍ନ ଆଖଡ଼ା ପକ୍ଷରୁ […]
ଫୁଲବାଣୀ( ତ୍ରିନାଥ ସାହୁ) /ଝାରସୁଗୁଡ଼ା (ଭାଗୀରଥୀ ସାହୁ) : ନିର୍ବାଚନ ଆସିଲେ ଭୋଟରଙ୍କୁ ମିଳେ ପୁଳା ପୁଳା ପ୍ରତିଶ୍ରୁତି। ଭୋଟ୍ ସରିଗଲେ ପ୍ରତିଶ୍ରୁତି ପାଳନ ତ ଦୂରର କଥା, ଆଉ ଦର୍ଶନ ବି ମିଳେନି। ଅନ୍ୟ ସୁବିଧା କଥା ଛାଡ଼ନ୍ତୁ ଟୋପାଏ ବିଶୁଦ୍ଧ ପାଣି ପାଇଁ ବର୍ଷ ବର୍ଷ ଧରି ଡହଳ ବିକଳ ହୁଅନ୍ତି ଜନତା। ଏମତିକି ୧୫ ବର୍ଷ ତଳେ ବିଜେଡି ସରକାରର ପ୍ରଥମ ପାଳିରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭିତ୍ତି ପଡ଼ିଥିବା ଏକ ପାନୀୟ ଜଳ […]
ଭୁବନେଶ୍ୱର : ରାସ୍ତା, ପାଣି, ବିଜୁଳି ଓ ସ୍ୱାସ୍ଥ୍ୟ ସେବା ନିର୍ବାଚନର ଏ ଚାରି ପ୍ରମୁଖ ପ୍ରସଙ୍ଗକୁ ନେଇ ଏବେ ମଇଦାନରେ ମୁହାଁମୁହିଁ ହେଉଛନ୍ତି ନେତା। ନିର୍ବାଚନ ପୂର୍ବରୁ ଭୋଟରଙ୍କ ପାଖରେ ପ୍ରତିଶ୍ରୁତିର ପାହାଡ଼ ଠିଆ କଲା ବେଳେ ସବୁ ଦଳର ଫୋକସରେ ରହୁଛି ଏ ଚାରି ପ୍ରସଙ୍ଗ। ହେଲେ ରାଜ୍ୟରେ ଏବେ ବି ଏମିତି ଅପହଞ୍ଚ ଇଲାକା ଅଛି ଯେଉଁଠି ନେତାଙ୍କ ପାଦ କେବଳ ଭୋଟ୍ ବେଳେ ପଡେ। ସୁନ୍ଦରଗଡ ଡୁଙ୍ଗୁରିପାଲିର ପାହାଡ଼ ଉପରେ ଥିବା […]
ନୂଆଦିଲ୍ଲୀ: ଚୀନ ଓ ପାକିସ୍ତାନ ଭଳି ପଡ଼ୋଶୀ ରାଷ୍ଟ୍ର ସହିତ ସମ୍ପର୍କ ତିକ୍ତ ହେବାରେ ଲାଗିଥିବା ବେଳେ ଭାରତ ଧୀରେ ଧୀରେ ନିଜର ବାୟୁସେନାର ଶକ୍ତି ବଢ଼ାଇବାରେ ଲାଗିଛି। ବାୟୁ ସେନାକୁ ଆହୁରି ମଜବୁତ୍ କରିବା ପାଇଁ ଏବେ ଆମେରିକାଠାରୁ ୧୧୦ଟି ଲଢ଼ୁଆ ବିମାନ କିଣିବାକୁ ଯାଉଛି ଭାରତ। ଏଥିପାଇଁ ବଜେଟ୍ ରହିଛି ପ୍ରାୟ ୧.୨୫ ଲକ୍ଷ କୋଟି ଟଙ୍କା। ଏଥିପାଇଁ ଶୁକ୍ରବାର ବାୟୁ ସେନା ପକ୍ଷରୁ ପ୍ରାରମ୍ଭିକ ଟେଣ୍ଡର ସୂଚନା ଜାରି କରାଯାଇଛି। ମେକ୍ ଇନ୍ […]
ଶନିବାର ଠାରୁ ଆରମ୍ଭ ହେଉଛି ଆଇପିଏଲ ଧମାକା। ଏହାକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । କ୍ରିକେଟ ପ୍ରେମୀଙ୍କ ଏହି ଉତ୍ସାହକୁ ଦ୍ୱିଗୁଣିତ କରିବାକୁ ଆଗେଇ ଆସିଛି ଦେଶର ପ୍ରମୁଖ ମୋବାଇଲ ଅପରେଟର କମ୍ପାନୀ ଜିଓ। ଆକର୍ଷଣୀୟ ୨୫୧ଟଙ୍କିଆ ଆଇପିଏଲ୍ ପ୍ୟାକ୍ ଘୋଷଣା କରିଛି। ୫୧ ଦିନର ଅବଧି ସହ ୧୦୨ଜିବିର ଡାଟା ଜିଓ ଗ୍ରାହକମାନେ ପାଇପାରିବେ। ଏହି ପ୍ଲାନ ମୁତାବକ, ସମସ୍ତ ମ୍ୟାଚ ୫୧ ଦିନ ପର୍ଯ୍ୟନ୍ତ ଲାଇଭ ଗ୍ରାହକମାନେ ଦେଖିପାରିବେ ବୋଲି […]
ଦେବଗଡ଼ (ସିଦ୍ଧାର୍ଥ ଗୁରୁ) : ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲା ସୀମାରେ ଅଛି ଝରାକଣ୍ଡଳ ପଂଚାୟତର ଖୁଲୁଣ୍ଡିପାଣି ଗାଁ। ଆଦିବାସୀ ଅଧ୍ୟୁଷିତ ଏହି ଗାଁର ସମସ୍ତ ପରିବାର ବିପିଏଲ୍ ତାଲିକାଭୁକ୍ତ ହୋଇଥିବାବେଳେ ମଜୁରୀ କରି ଗୁଜରାଣ ମେଣ୍ଟାଇଥା’ନ୍ତି। ହେଲେ ଏହି ଗାଁକୁ ସରକାରୀ ଯୋଜନା ଏବେବି ଅପହଞ୍ଚ। ଗାଁରେ ପାଖାପାଖି ୩୫ ଜଣ ଶିଶୁ ଥିବାବେଳେ ସେମାନଙ୍କ ପାଇଁ କୌଣସି ଅଙ୍ଗନଓ୍ୱାଡି କେନ୍ଦ୍ର କିମ୍ବା ପ୍ରାଥମିକ ବିଦ୍ୟାଳୟ ଖୋଲାଯାଇନାହିଁ। ଏପରିକି ବିଜୁଳି, ପାନୀୟ ଜଳ ମଧ୍ୟ ଏମାନଙ୍କ […]
କୋରାପୁଟ: ବର୍ଣ୍ଣବୋଧ ପଢ଼ିବା ପୂର୍ବରୁ ତୁଣ୍ଡରେ ବ୍ରହ୍ମାଣ୍ଡର କଥା। ମାତ୍ର ସାଢେ ୪ବର୍ଷର ଏକ ଛୁଆର ପାଟି ଖୋଲିଲେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି ସମସ୍ତେ। ବିଚକ୍ଷଣ ପ୍ରତିଭା ସହ ଅବିଶ୍ୱସନୀୟ ସ୍ମରଣଶକ୍ତି। ଆଉ ଏଥିପାଇଁ ମିଳିଛି ବହୁତ ସମ୍ମାନ ଆଉ ସ୍ୱୀକୃତି। ତେବେ ଜାଣନ୍ତୁ ପୂରା ଘଟଣାଟି କ’ଣ… କୋରାପୁଟର ସାଇ ଅନିଶ ପଟ୍ଟନାୟକଙ୍କୁ ଏବେ ସ୍ମରଣଶକ୍ତିର ଶହନ୍ସାହ କୁହାଯାଉଛି। କାରଣ ଖେଳକୁଦ କରିବା ବୟସରେ ଏବେ ସେ ଜାତୀୟ ,ଅନ୍ତର୍ଜାତୀୟ ସମ୍ମାନର ଅଧିକାରୀ ହୋଇ ସାରିଛନ୍ତି। […]
କୋରାପୁଟ( ସୂର୍ଯ୍ୟ ନାରାୟଣ ପଣ୍ଡା) / ନୂଆପଡ଼ା( ମାୟାଧର ସରାଫ) : ଗାଁ ବିକାଶରେ ଦେଶରେ ବିକାଶ। ଏ ଚିନ୍ତାଧାରା ଆଜିର ନୁହେଁ, ବହୁ ପୁରୁଣା। ହେଲେ ଏ ନାରା ଦେଉଥିବା ନେତା ଓ ଶାସନ ପ୍ରଶାସନର ନଜର ଆଢୁଆଳରେ ଏମିତି ଅନେକ ଗାଁ ଅଛି, ଯେଉଁଠି ଆଜି ବି ପଡ଼ିନି ବିକାଶର ପାଦଚିହ୍ନ। ସରକାରଙ୍କ ସବୁ ଉନ୍ନୟନମୂଳକ ଯୋଜନା, ସବୁ ସୁବିଧା ସୁଯୋଗରୁ ବର୍ଷ ବର୍ଷ ଧରି ବଞ୍ଚିତ ହୋଇ ରହୁଛନ୍ତି ଗରିବ ଖଟିଖିଆ ମଣିଷ। […]
ଅନୁଗୁଳ( ବିରଜା ପ୍ରସାଦ ଦାସ) /କୋରାପୁଟ (ସୂର୍ଯ୍ୟ ପଣ୍ଡା) : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କର୍ଣ୍ଣପାଳ ଗାଁ। ସ୍ୱାଧିନତାର ଦୀର୍ଘ ବର୍ଷ ପରେ ବି ଏଠାରେ ପହଞ୍ଚି ପାରିନି ବିକାଶ। ସରକାରୀ ଯୋଜନା ଏଠି ଅପହଞ୍ଚ। ଗାଁକୁ ନାହିଁ ଭଲ ରାସ୍ତା କି ପାନୀୟ ଜଳର ସୁବିଧା। କୂଅ କିମ୍ବା ନଳକୂଅ ନଥିବାରୁ ଗାଁରେ ଥିବା ଅପରିଷ୍କାର ପୋଖରୀ କିମ୍ବା ଚୁଆ ପାଣି ପିଅନ୍ତି ଗ୍ରାମବାସୀ। ଏହାସହ ସରକାରଙ୍କ ଆବାସ ଯୋଜନା ଭଳି […]
ମାଲକାନିଗିରି (ଜିତେନ୍ଦ୍ର ବେଉରା) : ଗାଁର ବିକାଶ ଆଉ ଆଦିବାସୀଙ୍କ ଉନ୍ନତି ପାଇଁ ସରକାରଙ୍କ ହଜାରେ ଯୋଜନା। ଅନ୍ଧାରୀ ମୁଲକରେ ବଞ୍ଚୁଥିବା ଅନୁସୂଚିତ ଜନଜାତି ଲୋକଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବାକୁ ନେତାଙ୍କ କେତେ ବୟାନବାଜି। ହେଲେ ଆମ ରାଜ୍ୟରେ ଏବେ ବି ଏମିତି କିଛି ଅଞ୍ଚଳ ଅଛି, ଯେଉଁଠି ଏଯାଏଁ ପଡ଼ିନି ବିକାଶର ପାଦ ଚିହ୍ନ। ସ୍ୱାଧୀନ ଦେଶର ନାଗରିକ ହୋଇବି ଖାଦ୍ୟ, ବସ୍ତ୍ର, ବାସଗୃହ ଭଳି ସର୍ବନିମ୍ନ ଆବଶ୍ୟକତା ଆଜି ବି ଏମାନଙ୍କ ପାଇଁ […]
ନୂଆଦିଲ୍ଲୀ: ଭାରତର ପ୍ରଥମ ମହିଳା ଡାକ୍ତର ଆନନ୍ଦି ଗୋପାଲ୍ ଯୋଶୀ । ଆଜି ତାଙ୍କର ୧୫୩ତମ ଜୟନ୍ତୀ।୧୮୬୫ ମସିହା ମାର୍ଚ୍ଚ ୩୧ ତାରିଖରେ ମହାରାଷ୍ଟ୍ର ଥାନେ ଜିଲ୍ଲାର କଲ୍ୟାଣ ଅଞ୍ଚଳରେ ଆନନ୍ଦି ଗୋପାଲ୍ ଯୋଶୀ ଜନ୍ମ ହୋଇଥିଲେ। ସେ ହେଉଛନ୍ତି ଭାରତର ପ୍ରଥମ ମହିଳା ଡାକ୍ତର, ଯିଏ ଆମେରିକାରେ ଡାକ୍ତରୀ ଡିଗ୍ରୀ ହାସଲ୍ କରିଥିଲେ। ଏଥିସହିତ ଦେଶର ପ୍ରଥମ ମହିଳା ଭାବେ ସେ ଆମେରିକା ଯାଇଥିଲେ। ସ୍ୱାମୀଙ୍କ ପ୍ରେରଣା ପାଇ ପାଠ ପଢିଥିଲେ: ଆନନ୍ଦି ମାତ୍ର ୯ ବର୍ଷ […]
ଗଜପତି : ଅର୍ଥାଭାବରୁ ଅଧୁରା ରହିବ ଆଇଆଇଟି ଇଂଜିନିୟର ହେବାର ସ୍ୱପ୍ନ। ଏଭଳି ଘଟଣା ସାମ୍ନାକୁ ଆସିଛି ଗଜପତି ଜିଲ୍ଲାରୁ। ଖଡ଼ଗପୁର ଆଇଆଇଟିରେ ସିଟ୍ ପାଇ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିବା ରାଜେନ୍ଦ୍ର କୁମାର କୁମ୍ଭ ଆର୍ଥିକ ସଙ୍କଟ ପାଇଁ ପାଠରେ ଡୋରି ବାନ୍ଧିବାକୁ ବସିଛନ୍ତି। ରାଜେନ୍ଦ୍ର ହେଉଛନ୍ତି ଗଜପତି ଜିଲ୍ଲାରୁ ପ୍ରଥମ ଛାତ୍ର ଯିଏକି ଆଇଆଇଟି ଖଡ଼ଗପୁର ଭଳି ଏକ ପ୍ରତିଷ୍ଠିତ ସର୍ବ ଭାରତୀୟ ଶିକ୍ଷାନୁଷ୍ଠାନରେ ପାଠପଢୁଥିଲେ। ରାୟଗଡ଼ ବ୍ଲକ ସ୍ଥିତ ରେମ୍ପି ଗାଁରେ […]
ଭୁବନେଶ୍ୱର: ଯିଏ ଦିନେ ଘର ଚଳାଉଥିଲା, ତା ଗୋଡ ଓ ହାତରେ ପଡିଛି ବେଡ଼ି। ଅର୍ଥାଭାବରୁ ମାନସିକ ଅନଗ୍ରସର ପୁଅର ଚିକିତ୍ସା କରାଇ ପାରୁନାହାନ୍ତି ପରିବାର ଲୋକେ। ଏପରି ଏକ ଦୁଃଖଦାୟକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଲାଲ୍ଟିକ୍ରା ଅଞ୍ଚଳରେ। ଗୋପବନ୍ଧୁ ନଗର ବାସିନ୍ଦା ଗୋବିନ୍ଦ ଝାଙ୍କର ବଡପୁଅ ଯିଏକି ଦିନେ ପରିବାର ପ୍ରତିପୋଷଣ କରୁଥିଲେ ଏବେ ସେ ନିଜେ ପରିବାର ପାଇଁ ବୋଝ ପାଲଟିଯାଇଛନ୍ତି। କାରଣ ସେ ଏବେ ମାନସିକ ଅନଗ୍ରସର। ଭୋକ ହେଲେ ନିଜେ […]
ନୂଆଦିଲ୍ଲୀ: ୬୨ ବର୍ଷରେ ପୁଣିଥରେ ବିବାହ କରିବାକୁ ଯାଉଛନ୍ତି ଭାରତୀୟ ବ୍ୟବସାୟୀ ବିଜୟ ମାଲ୍ୟା। ପୂର୍ବରୁ ୨ ଥର ବିବାହ କରି ସାରିଥିବା ମାଲ୍ୟା ପୁଣିଥରେ ତୃତୀୟ ଥର ଲାଗି ବିବାହ କରିବା ନେଇ ବିଭିନ୍ନ ଯୋଜନା କରୁଥିବାର କୁହାଯାଉଛି। ଭାରତର ବିଭିନ୍ନ ବ୍ୟାଙ୍କରୁ ୯୦୦୦ କୋଟି ଟଙ୍କା ଠକେଇ କରି ଲଣ୍ଡନ ପଳାଇଥିବା ମାଲ୍ୟା ତାଙ୍କ ପାର୍ଟନର ପିଙ୍କି ଲାଲ୍ୱାନିଙ୍କୁ ବିବାହ କରିବେ ବୋଲି ଜଣାପଡ଼ିଛି। ଫର୍ମର ଏୟାର ହୋଷ୍ଟେସ୍ ପିଙ୍କି ଲାଲ୍ୱାନି ମାଲ୍ୟାଙ୍କ ସହିତ […]