• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

cuttack
କଟକ ସହରରୁ ୧୫୦ କରୋନା ଆକ୍ରାନ୍ତ ଚିହ୍ନଟ, କେଉଁ ଅଞ୍ଚଳରୁ କେତେ?

କଟକ: କଟକ ସହରରୁ ଆଜି ଆଉ ୧୫୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ୧୫୦ ଆକ୍ରାନ୍ତଙ୍କ ମଧ୍ୟରୁ ୬୭ ଜଣ ଲୋକାଲ କେସ୍ ରହିଛି। କେଉଁ ଅଞ୍ଚଳରୁ କେତେ:- କଟକ ଏସସିବି ମେଡିକାଲ ଆଇସୋଲେସନ ୱାର୍ଡରୁ ୧୭ ଚିହ୍ନଟ ହୋଇଛନ୍ତି। ସେଲଟର ଛକ ଧୋବାସାହିରୁ ୧୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଚି ସାହିରୁ ୬, ନୂଆ ବଜାରରୁ ୫, ପିଲିଗ୍ରୀମ ରୋଡରୁ ୫, ଥୋରିଆ ସାହିରୁ ୩, କାଜି ବଜାରରୁ ୩, ଚାଉଳିଆଗଂଜରୁ ୩ […]

  • Sunday, 04 July 2021
cure
ଦିନକରେ ରାଜ୍ୟରେ ସୁସ୍ଥ ହେଲେ ୧୬୪୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୧୬୪୧ କରୋନା ଆକ୍ରାନ୍ତ ସୁସ୍ଥ ହେଲେ। ରାଜ୍ୟରେ କରୋନାରୁ ମୋଟ ସୁସ୍ଥଙ୍କ ସଂଖ୍ୟା ୪୮,୫୭୬କୁ ବୃଦ୍ଧି ହୋଇଛି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଆଜି ଗଞ୍ଜାମରୁ ସର୍ବାଧିକ ୩୬୫ ଓ ଖୋର୍ଦ୍ଧାରୁ ୩୫୭ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼-୯୧, ଯାଜପୁର-୮୬. ଗଜପତିରୁ ୬୫, କଟକ ଓ କୋରାପୁଟରୁ ୬୩ ଲେଖାଏଁ, ମୟୂରଭଞ୍ଜରୁ ୬୦, କନ୍ଧମାଳ-୫୦, ରାୟଗଡ଼ା-୪୨, ନୟାଗଡ଼-୪୧, ମାଲକାନଗିରି-୩୯, […]

  • Sunday, 04 July 2021
capital-thana
ପୁଣି ଥରେ 'ଓଡ଼ିଶା ରିପୋର୍ଟର' ସଂପାଦକଙ୍କୁ ପୋଲିସ୍‌ର ଜେରା

ଭୁବନେଶ୍ୱର: ‘କରୋନା’ ଚିକିତ୍ସା ଅନୁଭୂତି ସଂପର୍କିତ ଅଡିଓ ନ୍ୟୁଜ୍‌ ମାମଲାରେ କ୍ୟାପିଟାଲ ଥାନାରେ ଆଜି ପୁଣି ଥରେ ହାଜର ହୋଇଥିଲେ ଓଡ଼ିଶା ରିପୋର୍ଟର ସଂପାଦକ ଦେବେନ୍ଦ୍ର ପୃଷ୍ଟି। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସେ ହାଜର ହୋଇଥିଲେ। ଗତକାଲି ପରି ଆଜି ବି ତାଙ୍କୁ ପ୍ରାୟ ୫ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା। ଆସନ୍ତାକାଲି ମଧ୍ୟ ତାଙ୍କୁ ପୁଣି ଥରେ ହାଜର ହେବା ପାଇଁ ପୁଲିସ୍‌ ପକ୍ଷରୁ କୁହାଯାଇଛି। ସେହପରି କରୋନା ଅନୁଭୂତି ସଂପର୍କିତ ଭାଇରାଲ ଅଡିଓ ମାମଲାରେ […]

  • Sunday, 04 July 2021
dharmendra
'୧୬ ଜିଲ୍ଲାକୁ ମିଳିବ ବ୍ରଡବ୍ୟାଣ୍ଡରେ ହାଇସ୍ପିଡ୍‌ ଡାଟା'

ଭୁବନେଶ୍ୱର: ରାଜ୍ୟର ଦୁର୍ଗମ ଅଞ୍ଚଳରେ ସରକାରୀ ଯୋଜନାର ଲାଭ ପହଞ୍ଚାଇବ ଡିଜିଟାଲ ଇଣ୍ଡିଆ। ଲକ୍ଷାଧିକ ଓଡ଼ିଆଙ୍କ ଜୀବନକୁ ପରିବର୍ତ୍ତନ କରିବ ଏଇ ଡିଜିଟାଲ ଇଣ୍ଡିଆ। ରାଜ୍ୟର ୧୮ ମାଓ ପ୍ରବଣ ଅଞ୍ଚଳରେ ୪୮୩ ମୋବାଇଲ୍ ଟାୱାର ହେବ। ୧୬ଟି ଜିଲ୍ଲାର ୩୨୯୧ ପଞ୍ଚାୟତକୁ ବ୍ରଡବ୍ୟାଣ୍ଡରେ ହାଇସ୍ପିଟ ଡାଟା ମିଳିବ। ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ୍ ଇଣ୍ଡିଆ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସୂଚନା ଦେଇଛନ୍ତି ଯେ ରାଜ୍ୟର ୧୮ଟି ନକ୍ସଲ ପ୍ରବଣ […]

  • Sunday, 04 July 2021
boat
ରାସନ ଦେଇ ଫେରୁଥିବା ବେଳେ ବୁଡିଗଲା ଡଙ୍ଗା

ମାଲକାନଗିରି: ଗୋଦାବରୀ ନଦୀରେ ଡଙ୍ଗା ବୁଡି ଜଣେ ନିଖୋଜ ଏବଂ ଦୁଇ ଉଦ୍ଧାର। ଏଭଳି ଘଟଣା ଘଟିଛି ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶର ମୋଟୁ ନିକଟ ଚିନ୍ତୁରରେ।  ନଦୀ ଭିତର ପିଲରରେ ପିଟି ହୋଇ ଡଙ୍ଗାଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଡଙ୍ଗାରେ ଥିବା ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରାଯାଇପାରିଛି।  ହେଲେ ଅନ୍ୟ ଜଣେ ଏପର୍ଯ୍ୟନ୍ତ ନିଖୋଜ ଥିବା ନେଇ ସୂଚନା ମିଳିଛି।  ବନ୍ୟା ପ୍ରପୀଡିତଙ୍କୁ ରାସନ୍ ଦେଇ ଫେରୁଥିବା ବେଳେ ସନ୍ଧ୍ୟା ସମୟରେ […]

  • Sunday, 04 July 2021
Crona
କଟକଣା ସତ୍ତ୍ୱେ କମୁନି ସଂକ୍ରମଣ, ଚିନ୍ତାରେ ରାଜ୍ୟ ସରକାର ! ଆସୁଛି କେନ୍ଦ୍ରୀୟ ଟିମ୍‌..

ଭୁବନେଶ୍ୱର: ଉପକୂଳ ଓ ଉତ୍ତର ଓଡ଼ିଶାରେ ଆଖିଦୃଶିଆ ଭାବେ ଖସୁନି କୋଭିଡ୍ ସଂକ୍ରମଣ ହାର । ଯାହାକୁ ନେଇ ଏବେ ଟେନସନ୍‌ରେ ରାଜ୍ୟ ସରକାର । କଟକକଣା ସତ୍ତ୍ୱେ ସ୍ଥିତିରେ କାହିଁକି ବଡ଼ ଧରଣର ସୁଧାର ଆସୁନାହିଁ, ତାର ଅନୁଧ୍ୟାନ ପାଇଁ…

କାଲିଠୁ ବଢ଼ିପାରେ ବର୍ଷାର ପରିମାଣ

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ଆଜି ରାଜ୍ୟର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ହେଲେ ୨୨ତାରିଖ ଆଡ଼କୁ ବର୍ଷାର ପରିମାଣ ସାମାନ୍ୟ ବଢିପାରେ। ୨୩, ୨୪ ଓ ୨୫ ତାରିଖ ୩ ଦିନ ଧରି ଦକ୍ଷିଣ-ଓଡିଶା ଏବଂ ଦକ୍ଷିଣ-ଉପକୂଳ ଅଞ୍ଚଳରେ ବର୍ଷା ପରିମାଣ ବୃଦ୍ଧି ହେବାର ସମ୍ଭାବନା ରହିଛି। କାରଣ ୨୩ ଓ ୨୪ ତାରିଖ ଆଡକୁ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର […]

  • Sunday, 04 July 2021
corona
କଟକ ସହରରେ ଜଣେ ACPଙ୍କୁ କରୋନା

କଟକ: କଟକ ସହରରେ ଜଣେ ଆସିଷ୍ଟାଣ୍ଟ୍‌ କମିଶନର ଅଫ୍‌ ପୋଲିସ୍ ‌(ACP) ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସମ୍ପୃକ୍ତ ACP କରୋନା ପଜିଟିଭ ଚିହ୍ନଟ ନେଇ କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। କରୋନାରେ ଆକ୍ରାନ୍ତ ହୋଇଥିବା ACP ଏବେ ହୋମ୍ କ୍ୱାରେଣ୍ଟିନ୍‌ରେ ଅଛନ୍ତି। ତେବେ ସମ୍ପୃକ୍ତ ACPଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନଙ୍କ ରିପୋର୍ଟ ନେଗେଟିଭ ଆସିଥିବା ସୂଚନା ମିଳିଛି। ସୂଚନାଥାଉ କି, ଗତକାଲି କଟକ ସହରରୁ ୧୫୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। […]

  • Sunday, 04 July 2021
odisha
ପୋଲିସ୍‌ ଉପସ୍ଥିତିରେ ବୋମାମାଡ଼ କରି ଦୁର୍ବୃତ୍ତ ଚମ୍ପଟ

ଖୋର୍ଦ୍ଧା: ପୋଲିସ୍‌ ଉପସ୍ଥିତିରେ ବୋମାମାଡ଼ କରି ଚମ୍ପଟ ମାରିଲେ ଦୁର୍ବୃତ୍ତ। ଗତ ୧୧ ଓ ୧୮ ତାରିଖରେ ଖୋର୍ଦ୍ଧା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଦଳେପୁଟ ଗାଁର ହୃଦାନନ୍ଦ ସ୍ୱାଇଁଙ୍କ ଘର ଉପରକୁ ବୋମାମାଡ଼ ହୋଇଥିଲା। ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଜଣେ ଅଭିଯୁକ୍ତ ଗିରଫ ମଧ୍ୟ ହୋଇଥିଲେ। ଏହି ବୋମାମାଡ଼ ଘଟଣା ପରେ ଉକ୍ତ ପରିବାରକୁ ପୋଲିସ୍‌ ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯାଇଥିଲା। ୪ ପୋଲିସ୍‌ କର୍ମୀ ରାତିରେ ଏହି ପରିବାରକୁ ସୁରକ୍ଷା ଦେଇ ଆସୁଥିଲେ। […]

  • Sunday, 04 July 2021