ଆସିକା: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ୍ ଅନ୍ତର୍ଗତ କୋଳିଦାସପୁର ଠାରେ ଦୁର୍ବୃତ୍ତମାନେ ୮ଟି ଗାଡ଼ି ଜାଳି ଦେଇଥିବା ଅଭିଯୋଗ ହୋଇଛି। ଗତକାଲି ରାତି ବିଳମ୍ବିତ ରାତିରେ ନଦୀରୁ ବାଲି ଉଠାଣ ବେଳେ କିଛି ଦୁର୍ବୃତ୍ତ ଗୋଟିଏ ଟ୍ରାକ୍ଟର, ବାଇକ, ଟିପର୍, ଜେସିବି ମେସିନ୍ ଭଳି ୮ଟି ଗାଡ଼ିକୁ ଜାଳି ଦେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, କିଛିଦିନ ହେବ ଆଖପାଖ ଅଞ୍ଚଳ ଆଲପୁରୁ, ସିକିରି, କୋଳିଦାସପୁରୁ ନିକଟ ନଦୀରୁ ବାଲି ଚୋରା ଚାଲାଣ ଜୋରଦାର ଚାଲିଥିବା ନେଇ […]
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାକୁ ୨ ଦିନ ପାଇଁ ସଟ୍ଡାଉନ୍ ଘୋଷଣା କଲେ ଜିଲ୍ଲାପାଳ। ଆସନ୍ତା ୨୫ ଓ ୨୬ ତାରିଖରେ ନବରଙ୍ଗପୁର ଜିଲ୍ଲା ସଟ୍ଡାଉନ୍ ରହିବ। ନବରଙ୍ଗପୁରରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଗତ ୨୪ ଘଣ୍ଟାରେ ନବରଙ୍ଗପୁରରୁ ୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ, ନୂଆ ଆକ୍ରାନ୍ତଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ନବରଙ୍ଗପୁରରେ ୭୩୩ଜଣ ଆକ୍ରାନ୍ତ ଚିହ୍ନଟ […]
ପୁରୀ: ପୁରୀରେ ଥିବା ବଗଲା ଧର୍ମଶାଳାର ଜମି ପ୍ଲଟିଂ କରି ବିକ୍ରି କରାଯିବାକୁ ନେଇ ବିଜେପି ପକ୍ଷରୁ ଜୋର ଧରିଛି ପ୍ରତିବାଦ। ବିଜେପି ବିଧାୟକ ଓ କର୍ମୀଙ୍କ ସହ ଧାରଣାରେ ସାମିଲ ହୋଇଛନ୍ତି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ବଗଲା ଧର୍ମଶାଳା ପ୍ରସଙ୍ଗରେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ପ୍ରେସମିଟ୍ରେ କହିଛନ୍ତି ଯେ ଆଇନ ଅନୁସାରେ ଧର୍ମଶାଳା ଜମି କେବେ ବିକ୍ରି କରାଯାଇପାରିବ ନାହିଁ। ଦାନ ସୂତ୍ରରେ ମିଳିଥିବା ଜମିକୁ ବିକ୍ରି କରାନଯିବା ନେଇ ଆଇନ ଅଛି। […]
ଭୁବନେଶ୍ୱର: ଏବେ ପିକ୍ରେ ଅଛି ଭୁବନେଶ୍ୱର। ଆଉ ମାସେ ଗୁରୁତ୍ୱପୂର୍ଣ୍ଣ, ସଂକ୍ରମଣ ବଢୁଛି। ତେବେ ସମସ୍ତେ ସତର୍କ ରହିବା ନେଇ କହିଛନ୍ତି ବିଏମ୍ସି କମିଶନର। ଭୁବନେଶ୍ୱରରେ କରୋନା ସ୍ଥିତି ନେଇ ବିଏମ୍ସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ପ୍ରେସମିଟ୍ କହିଛନ୍ତି ଯେ ଗଲା ମାସରେ ଭୁବନେଶ୍ୱରରେ ସେରୋଲୋଜିକାଲ ସର୍ଭେ କରାଯାଇଥିଲା। ସର୍ଭେ ଅନୁସାରେ ବହୁତ ଅଳ୍ପ ଲୋକଙ୍କ ଦେହରେ ଆଣ୍ଟିବଡ଼ି ରହିଛି। ସ୍ୱଳ୍ପ ଆଣ୍ଟିବଡି ଆଧାରରେ ଆମର ସଂକ୍ରମଣ ନିୟନ୍ତ୍ରଣାଧୀନ ରହିଛି। ଅନ୍ୟ ସହର ତୁଳନାରେ ଭୁବନେଶ୍ୱର […]
ଲମ୍ବଲପୁର: ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ନିକଟରେ ହେବାକୁ ଥିବା ନବାନ୍ନ ଲାଗି ସମୟର ଦୃଶ୍ୟ ଅନ୍ଲାଇନ୍ରେ ପ୍ରସାରିତ ହେବ। କରୋନା କଟକଣା ଯୋଗୁଁ ଏଥର ଏହି ନିଷ୍ପତ୍ତି ନେଇଛି ସମଲେଶ୍ୱରୀ ମନ୍ଦିର ପରିଚାଳନା କମିଟି। ଏଥିପାଇଁ ମନ୍ଦିର ନିକଟକୁ ନ ଆସିବା ଲାଗି ଭକ୍ତଙ୍କୁ ପରିଚାଳନା କମିଟି ପକ୍ଷରୁ ନିବେଦନ କରାଯାଇଛି। ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁସାରେ ଆସନ୍ତା କାଲି ସକାଳ ୯ଟା ୩୫ରୁ ୯ଟା ୫୦ ମଧ୍ୟରେ ମାଆ ସମଲେଶ୍ୱରୀଙ୍କ ଠାରେ ନବାନ୍ନ […]
ଭୁବନେଶ୍ୱର: ଭୁବନେଶ୍ୱର ମହାନଗରରେ ଆଜି ଆଉ ୨୯୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରେଣ୍ଟିନରୁ ୧୫୩, ଲୋକାଲ କଣ୍ଟାକ୍ଟ କେସ୍ ୧୪୨ ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)। ପୋଲିସ ସିକ୍ୟୁରିଟି ୱିଙ୍ଗରୁ ୩୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚନ୍ଦକାର ଏକ ବିସ୍କୁଟ କାରଖାନାରୁ ୨୮ ପଜିଟିଭ ଚିହ୍ନଟ ହୋଇଛନ୍ତି। ପଟିଆ କିଟ୍ କ୍ୟାମ୍ପସରୁ ୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। Update on newly detected & […]
ରାଉରକେଲା: କରୋନାରେ ଚାଲିଗଲା ଆଉ ଦୁଇ କୋଭିଡ୍ ଯୋଦ୍ଧା ଜୀବନ। ଆଜି ରାଉରକେଲାରେ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା 26ରେ ପହଞ୍ଚିଥିବା ବେଳେ ଶୁକ୍ରବାର ରାତିରେ ଜଣେ କୋଭିଡ ଯୋଦ୍ଧା ଡାକ୍ତରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ରାଉରକେଲା ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ଅରୁଣ କୁମାର ଦାଶ। ସେ ଗତ କିଛିଦିନ ହେଲା ଅସୁସ୍ଥ ହୋଇ ରାଉରକେଲା ହାଇଟେକ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିଲେ। । ସେହିପରି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ବରଗାଁ ପ୍ରାଥମିକ […]
ବାଲେଶ୍ୱର: ଥାନା ଆଗରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ଥାନାରେ ଅଭିଯୋଗ କରିବା ପରେ ମଧ୍ୟ ନ୍ୟାୟ ନ ମିଳିବାରୁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ଜଣେ ମହିଳା । ଏହି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଆଗରେ ।…