କଟକ: ଭୁବନେଶ୍ୱରରୁ ବସ୍ ଚୋରି କରି ପଳାଉଥିବା ବେଳେ କଟକରେ ଧରାପଡିଲା ଚୋର। ବାଟରେ ପୋଲିସ୍କୁ ଚକ୍ମା ଦେବାପାଇଁ ଅନେକ ପ୍ରୟାସ କରିଥିଲା ଲୁଟେରା ଜଣକ, ହେଲେ ଶେଷରେ ପୋଲିସ୍ ହାତରେ ଧରାପଡ଼ିଗଲେ। ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୮ଟା ସମୟରେ ଜଣେ ଲୁଟେରା ଭୁବନେଶ୍ୱର ଖଣ୍ଡଗିରିରୁ ଏକ ବସ୍ ଚୋରି କରି ଦ୍ରୁତ ଗତିରେ କଟକ ଅଭିମୁଖେ ଖସି ପଳାଉଥିବା ବେଳେ ପୋଲିସ୍ ବସ୍କୁ ପିଛା କରିଥିଲା। ଏହି ସମୟରେ ଲୁଟେରା ଜଣକ ଦ୍ରୁତ […]
ବ୍ରହ୍ମପୁର: ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆରେ ଚାକିିରି କରାଇ ଦେବା ନାଁରେ ଠକେଇ ଅଭିଯୋଗ। ୨ଜଣ ବ୍ୟକ୍ତିଙ୍କୁ ଠାରୁ ଠକମାନେ ଅନ୍ଲାଇନ୍ରେ୨ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।ଏନେଇ ବ୍ରହ୍ମପୁର ଏସ୍ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି ଠକାମୀର ଶିକାର ହୋଇଥିବା ବ୍ୟକ୍ତି। ଏହି ମାମଲାର ତଦନ୍ତ ପାଇଁ ସାଇବର ସେଲ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍ପି। ଅଭିଯୋଗ ଅନୁଯାୟୀ, ନିଜକୁ ଏୟାରପୋର୍ଟ ଅଥରିଟିର ମ୍ୟାନେଜର କହି ଚାକିରି କରାଇ ଦେବା ନାଁରେ ଗୁପ୍ତେଶ୍ୱର ପ୍ରଧାନ ନାମକ ବ୍ୟକ୍ତିଙ୍କୁ […]
କୋରାପୁଟ: ବରିଷ୍ଠ ବିଜେପି ନେତା ଜୟରାମ ପାଙ୍ଗି ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ନିଜେ ପାଙ୍ଗି ଏହି ସୂଚନା ଦେଇଛନ୍ତି। ରିପୋର୍ଟ ପଜିଟିଭ ଆସିବା ପରେ ସେ ହୋମ୍ କ୍ୱାରେଣ୍ଟିନ୍ରେ ରହିଥିବା ସୂଚନା ମିଳିଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ କରୋନା ଟେଷ୍ଟ କରାଇ ନେବାକୁ ସେ ପରାମର୍ଶ ଦେଇଛନ୍ତି।
ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ସମୁଦ୍ର ଭିତରେ ଘଣ୍ଟାକୁ ୪୫ରୁ ୫୫ କି.ମି. ବେଗରେ ପବନ ବହିପାରେ। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଚରଣ ବେହେରା ଏହି ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ। […]
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୯ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କଟକରୁ ୩, ସୁନ୍ଦରଗଡ଼ରୁ ୨, ବଲାଙ୍ଗିର, ଗଞ୍ଜାମ, ମାଲକାନଗିରି ଓ ରାୟଗଡ଼ାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। Regret to inform of the demise of nine Covid positive patients while under treatment in hospitals. 1.A 28 […]
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୬୧ ହଜାର ୩୭୯ କରୋନା ଟେଷ୍ଟ ହୋଇଥିବା ବେଳେ ୨,୮୧୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୯ ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ୬୧ ହଜାର ୩୭୯ କରୋନା ଟେଷ୍ଟ RTPCR-୭,୦୫୪ ଆଣ୍ଟିଜେନ୍-୫୪,୨୪୩ ଟ୍ରୁନଟ୍- ୮୨ ଚିହ୍ନଟ ନୂଆ ୨,୮୧୯ ଆକ୍ରାନ୍ତଙ୍କ ମଧ୍ୟରୁ ୧,୬୯୧ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧,୧୨୮ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ […]
ଭଦ୍ରକ: ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। “କରୋନାର ପ୍ରାରମ୍ଭିକ ଲକ୍ଷଣ ଦେଖାଦେବା ପରେ ମୁଁ ପରୀକ୍ଷା କରାଇଥିଲି ଓ ରିପୋର୍ଟ ପଜିଟିଭ୍ ଆସିଥିଲା। ବର୍ତ୍ତମାନ ମୋ ସ୍ୱାସ୍ଥ୍ୟ ଭଲ ଏବଂ ସ୍ଥିର ଅଛି। ମୁଁ ଏବେ ହୋମ୍ କ୍ୱାରେଣ୍ଟିନ୍ରେ ଅଛି ” ବୋଲି ସାଂସଦ ଟ୍ୱିଟ୍ କରି କହିଛନ୍ତି। ଯେଉଁମାନେ ଗତ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଏକାନ୍ତବାସରେ […]
ଆସିକା: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ୍ ଅନ୍ତର୍ଗତ କୋଳିଦାସପୁର ଠାରେ ଦୁର୍ବୃତ୍ତମାନେ ୮ଟି ଗାଡ଼ି ଜାଳି ଦେଇଥିବା ଅଭିଯୋଗ ହୋଇଛି। ଗତକାଲି ରାତି ବିଳମ୍ବିତ ରାତିରେ ନଦୀରୁ ବାଲି ଉଠାଣ ବେଳେ କିଛି ଦୁର୍ବୃତ୍ତ ଗୋଟିଏ ଟ୍ରାକ୍ଟର, ବାଇକ, ଟିପର୍, ଜେସିବି ମେସିନ୍ ଭଳି ୮ଟି ଗାଡ଼ିକୁ ଜାଳି ଦେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, କିଛିଦିନ ହେବ ଆଖପାଖ ଅଞ୍ଚଳ ଆଲପୁରୁ, ସିକିରି, କୋଳିଦାସପୁରୁ ନିକଟ ନଦୀରୁ ବାଲି ଚୋରା ଚାଲାଣ ଜୋରଦାର ଚାଲିଥିବା ନେଇ […]