କୋରାପୁଟ: ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ମୃତ୍ୟୁ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ନେତ୍ରାନନ୍ଦ ଦଣ୍ଡସେନାଙ୍କ ମୃତ୍ୟୁ ଘଟିଛି। ଏ ନେଇ କୋରାପୁଟ ଜେଲ୍ ଅଧୀକ୍ଷକ ସୂଚନା ଦେଇଛନ୍ତି। ଗତକାଲି ରାତିରେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଥିବାବେଳେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଛି। ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ମୃତ୍ୟୁ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ନେତ୍ରାନନ୍ଦ ଦଣ୍ଡସେନା କୋରାପୁଟ ଜେଲରେ ଆଜୀବନ […]
ଭୁବନେଶ୍ୱର: ଓଡ଼ିଶାରେ ୨,୨୪୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ୨,୨୪୪ ଆକ୍ରାନ୍ତଙ୍କ ମଧ୍ୟରୁ ୧,୩୯୦ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୮୫୪ରହିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୯ ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୩୧୧ ଜଣ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା […]
ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଖୋର୍ଦ୍ଧାରୁ ୪ ଓ ସୁନ୍ଦରଗଡ଼, ପୁରୀ, ରାୟଗଡ଼ା ଗଞ୍ଜାମ, କଟକ ଓ ବରଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୫୩ରେ ପହଞ୍ଚିଛି।
ଭୁବନେଶ୍ୱର: ପୁଣି ଜଣେ ବରିଷ୍ଠ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର। ବରିଷ୍ଠ କୃଷି ଅଧିକାରୀ ପ୍ରଦୀପ କୁମାର ମହାନ୍ତିଙ୍କୁ ଆଜି ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଜୁଲାଇ ୨ରେ କୋରାପୁଟର ତତ୍କାଳୀନ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ ମହାନ୍ତିଙ୍କ ଗାଡ଼ିରୁ ଭିଜିଲାନ୍ସ ୧୧ ଲକ୍ଷ ଟଙ୍କା ଜବତ କରିଥିଲା। ସେହିଦିନ ତାଙ୍କୁ ଗିରଫ କରି ଜେଲ୍ ପଠାଇଥିଲା ଭିଜିଲାନ୍ସ। ତାଙ୍କୁ ନିଲମ୍ବନ କରାଯିବା ସହ ରିମାଣ୍ଡରେ ଅଣାଯାଇ ଜେରା ମଧ୍ୟ କରାଯାଇଥିଲା। ଏପରିକି ତାଙ୍କ ଘରେ ଚଢ଼ାଉ […]
ଭୁବନେଶ୍ୱର: ୪୫୧ କି.ମି. ଦୀର୍ଘ ବିଶିଷ୍ଟ ଦୀଘା-ଗୋପାଳପୁର କୋଷ୍ଟାଲ୍ ହାଇୱେ ହେବ ଗେମ୍ ଚେଞ୍ଜର। ଏହି ରାସ୍ତା ନିର୍ମାଣ ଦ୍ୱାରା ଉପକୂଳ ଓଡ଼ିଶାର ଭାଗ୍ୟ ବଦଳିବ। ଟ୍ୱିଟ୍ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି। ଦୀଘା ଠାରୁ ଗୋପାଳପୁର ପରିପାର୍ଶ୍ୱିକ ଓ ପରିବେଶକୁ ଅକ୍ଷୁଣ୍ଣ ରଖାଯିବ। ଯାହା ଦେଶର ପ୍ରମୁଖ ପର୍ଯ୍ୟଟନୀ ସ୍ଥଳୀ ହେବ ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ। ଧର୍ମେନ୍ଦ୍ର କହିଛନ୍ତି, ଦୀଘା-ଗୋପାଳପୁର ଉପକୂଳ ରାଜପଥ ପାରାଦୀପ ଏବଂ ଧାମରା ବନ୍ଦରକୁ କୃଷି […]
ଭୁବନେଶ୍ୱର: ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ କରୋନା। କରୋନା ଆକ୍ରାନ୍ତ ନେଇ ଟ୍ୱିଟ୍ ଯୋଗେ ମନ୍ତ୍ରୀ ନିଜେ ଏହି ସୂଚନା ଦେଇଛନ୍ତି। ଟ୍ୱିଟ୍ କରି ସେ କହିଛନ୍ତି, ‘ମୁଁ କରୋନା ପଜିଟିଭ ଚିହ୍ନଟ ହୋଇଛି, ବର୍ତ୍ତମାନ ମୁଁ ସୁସ୍ଥ ଅଛି। ନିକଟରେ ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଅନୁରୋଧ, ସେମାନେ ଆଇସୋଲେସନରେ ରହି କରୋନା ଟେଷ୍ଟ କରାଇ ନିଅନ୍ତୁ’।