ଭୁବନେଶ୍ୱର/ପାଟନା: ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପୂର୍ବରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଫୋନ୍ ଯୋଗେ କଥା ହୋଇଛନ୍ତି। ନିର୍ବାଚନରେ ଜେଡିୟୁ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ କରିବା ଲାଗି ନୀତିଶ କୁମାର, ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି। ଫୋନ୍ ବାର୍ତ୍ତାଳାପ ବେଳେ ନୀତିଶ କହିଛନ୍ତି ଯେ, ତାଙ୍କ ଦଳ ପକ୍ଷରୁ ହରିବଂଶ ନାରାୟଣ ସିଂହଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ କରାଯାଇଛି। ତେଣୁ […]
ଭୁବନେଶ୍ୱର: ସେପ୍ଟେମ୍ବର ମାସ ଶେଷ ବେଳକୁ କରୋନା ସଂକ୍ରମଣ କମିବା ଆରମ୍ଭ କରିବ ବୋଲି ଆଶା କରାଯାଉଛି। ହେଲେ ନିର୍ଦ୍ଦିଷ୍ଟ ଭାବେ କେବେ ଏହା କମିବ, ତାହା କହିବା କଷ୍ଟକର ବୋଲି କରୋନା ସ୍ଥିତି ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖି ଏହା କହିଛନ୍ତି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଲୋକମାନେ କୋଭିଡ୍ ଗାଇଡ଼ଲାଇନ୍ସକୁ ମାନିବାକୁ ପଡ଼ିବ। ନଚେତ୍ ପଜିିଟିଭ୍ ସଂଖ୍ୟା ବଢ଼ିବ। ରାଜ୍ୟରେ ୮୦% ଆକ୍ରାନ୍ତ ଲକ୍ଷଣ ବିହୀନ ଅଛନ୍ତି। ତେଣୁ ଆମେ ହୋମ […]
ଭୁବନେଶ୍ୱର: ଆଗକୁ ଅନୁଷ୍ଠିତ ହେବାକୁ ଥିବା ଦୁର୍ଗା ପୂଜା, କାଳୀ ପୂଜା, ଲକ୍ଷ୍ମୀ ପୂଜା ପାଇଁ ଓଡ଼ିଶା ସରକାର ଗାଇଡଲାଇନ୍ସ ଜାରି କରିଛନ୍ତି। ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବରର ହେବାକୁ ଥିବା ପର୍ବପର୍ବାଣୀ ପାଇଁ ଏହି ଗାଇଡଲାଇନ୍ସ ଜାରି ହୋଇଛି। ଜାଣନ୍ତୁ କ’ଣ ରହିଛି ଗାଇଡଲାଇନ୍ସ… ମଣ୍ଡପରେ ପୂଜା ପାଇଁ ଜିଲ୍ଲାପାଳ, କମିଶନରଙ୍କ ଠାରୁ ଅନୁମତି ଜରୁରୀ। ଜିଲ୍ଲାମାନଙ୍କରେ ଜିଲ୍ଲାପାଳ, ଟ୍ୱିନ୍ସିଟିରେ ପୋଲିସ୍ କମିଶନରଙ୍କ ଅନୁମତି ଜରୁରୀ। କେବଳ ପରମ୍ପରା ବଜାୟ ରଖିବା ପାଇଁ ପୂଜା କରାଯାଇ […]
ରାୟଗଡ଼ା: ଶ୍ରମିକଙ୍କୁ ନେଇ ତାମିଲନାଡୁ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ଅପରାହ୍ଣରେ ରାୟଗଡ଼ା ଗୁମ୍ମା ଘାଟିରେ ବସ୍ ଓଲଟି ପଡ଼ିଥିବା ସୂଚନା ମିଳିଛି। ଦୁର୍ଘଟଣାରେ ୪ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ, ବସ୍ଟି ବୌଦ୍ଧ, ବଲାଙ୍ଗିରରୁ ଶ୍ରମିକଙ୍କୁ ନେଇ ତାମିଲନାଡୁ ଅଭିମୁଖେ ଯାତ୍ରା କରୁଥିଲା। ଏହି ସମୟରେ ବସ୍ଟି ଗୁମ୍ମା ଘାଟିରେ ଓଲଟି ପଡ଼ିଥିଲା। ସୂଚନାଥାଉ କି, କିଛିଦିନ ତଳେ ଗଞ୍ଜାମରୁ ଶ୍ରମିକଙ୍କୁ ନେଇ ଏକ ବସ୍ ସୁରତ ଅଭିମୁଖେ ଯାତ୍ରା କରୁଥିବା […]