• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

ନଳଗୋହିରା ଗାଁରେ ଭୟାବହ ଅଗ୍ନିକାଣ୍ଡ
ନଳଗୋହିରା ଗାଁରେ ଭୟାବହ ଅଗ୍ନିକାଣ୍ଡ

ଭଦ୍ରକ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ନଳଗୋହିରା ଗାଁରେ ଭୟାବହ ଅଗ୍ନିକାଣ୍ଡ। ନିଆଁ ଲାଗି ୫ଟି ପରିବାରର ୧୫ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ଆଜି ମଧ୍ୟାହ୍ନରେ ନଳଗୋହିରା ଗାଁର ରମେଶ ନାୟକଙ୍କ ଘରୁ ପ୍ରଥମେ ନିଆଁ ଦେଖିବାକୁ ମିଳିଥିଲା। ଚାହୁଁ ଚାହୁଁ  ନିଆଁ ପାଖ ଘର ଗୁଡିକୁ ବ୍ୟାପୀ ଯାଇଥିଲା। ଖବର ପାଇ ଗାଁରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ […]

  • Friday, 11 June 2021
ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁ
ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁ

ଗଜପତି : ଆୟୁଷ ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁ। ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ ଖଜୁରୀପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତର ସୁବୋଧ କୁମାର ରଥଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛିା ଡାକ୍ତର ସୁବୋଧ କୁମାର ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମେଡିକାଲର ଜଣେ କର୍ମଚାରୀ ଡାକ୍ତର ସୁବୋଧଙ୍କୁ ସରକାରୀ ବାସଭବନକୁ ଯାଇ ଡାକିବା ପରେ ସେ ଶୁଣିନଥିଲେ। ପରେ ଝରକା ନିକଟରୁ ଘରୁ ଦୁର୍ଗନ୍ଧ ବାହାରୁଥିବା ବାରିପାରିଥିଲେ। ପୋଲିସକୁ ଖବର ଦେବାପରେ ପୋଲିସ ଆସି ଘର ଖୋଲିଥିଲା। […]

  • Friday, 11 June 2021
ମହାନଦୀକୁ ନେଇ ରାଜ୍ୟ ସରକାରଙ୍କ ବ୍ୟାପକ ଯୋଜନା
ମହାନଦୀକୁ ନେଇ ରାଜ୍ୟ ସରକାରଙ୍କ ବ୍ୟାପକ ଯୋଜନା

ଭୁବନେଶ୍ୱର : ମହାନଦୀକୁ ନେଇ ରାଜ୍ୟ ସରକାରଙ୍କ ବ୍ୟାପକ ଯୋଜନା। ମହାନଦୀର ହୀରାକୁଦ ତଳମୁଣ୍ଡରେ ନିର୍ମାଣ ହେବ ୭ଟି ପ୍ରକଳ୍ପ। ଜଳ ସେଚନରେ ବ୍ୟାପକ ବ୍ୟବସ୍ଥା ପାଇଁ ଏହି ପ୍ରକଳ୍ପ ହେବ ବୋଲି ପ୍ରେସମିଟରେ ଜଳ ସଂପଦ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ମହାନଦୀର ଶାଖା ନଦୀ ଓ ଉପନଦୀରେ ବି କିଛି ପ୍ରକଳ୍ପ ହେବ ବୋଲିଜଳ ସଂପଦ ସଚିବ ପ୍ରଦୀପ ଜେନା କହିଛନ୍ତି।

  • Friday, 11 June 2021
ଏଟିଏମ୍‌ରୁ ଟଙ୍କା ଲୁଟ୍
ଏଟିଏମ୍‌ରୁ ଟଙ୍କା ଲୁଟ୍

ଜଗତସିଂହପୁର : ଏଟିଏମ୍‌ରୁ ଲକ୍ଷାଧିକ ଟଙ୍କା ଲୁଟ୍ ଅଭିଯୋଗ। ଜଗତସିଂହପୁର ତିର୍ତ୍ତୋଲ ଥାନା ସହରାହାଟ ନିକଟ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ଏଟିଏମ୍‌ରୁ ଲୁଟ୍ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏଟିଏମ ଭାଙ୍ଗି ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କା ଲୁଟ୍ କରିଥିବା ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏନେଇ ମାମଲା ରୁଜୁ କରିଛି। ଏଟିଏମ୍‌ରୁ ପ୍ରାୟ ୧୨ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ବ୍ୟାଙ୍କ ମ୍ୟାନେଜର କହିଥିବା ବେଳେ ପୋଲିସ ଖୋଳତାଡ଼ ଜାରି ରଖିଛି। ଜଗତସିଂହପୁର ଏସ୍‌ପି […]

  • Friday, 11 June 2021
ଜଳିଗଲା ଲଞ୍ଚ୍‌; ଅଳ୍ପକେ ବର୍ତ୍ତିଲେ ୧୨୦ ଜଣ ପର୍ଯ୍ୟଟକ

ମାଲକାନଗିରି: ମାଲକାନଗିରି ସୀମାନ୍ତ ରାଜମହେନ୍ଦ୍ରୀର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ପାପିକୋଣ୍ଡାଲୁ ଯାଉଥିବା ଶତାଧିକ ପର୍ଯ୍ୟଟକ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି। ପାପିକୋଣ୍ଡାଲୁକୁ ଦର୍ଶନ ପାଇଁ ବିଭିନ୍ନ ଅଞ୍ଚଳର ୧୨୦ ଜଣ ପର୍ଯ୍ୟଟକ ଏକ ଲଞ୍ଚରେ ବସି ଯାଉଥିଲେ। କୂଳରୁ କିଛି ବାଟ ଗଲା ପରେ ହଠାତ୍ ଲଞ୍ଚରେ ନିଆଁ ଲାଗିଯାଇଥିଲା। ଧିରେ ଧିରେ ନିଆଁର ପ୍ରକୋପ ବଢ଼ିବାରୁ ଡ୍ରାଇଭର ତୁରନ୍ତ ଲଞ୍ଚକୁ ସୁରକ୍ଷିତ ଭାବେ କୂଳକୁ ଫେରାଇ ଆଣିଥିଲେ। ଫଳରେ ଅଳ୍ପକେ ବର୍ତ୍ତିଯାଇଥିଲେ ସମସ୍ତ ୧୨୦ ଜଣ ପର୍ଯ୍ୟଟକ। […]

  • Friday, 11 June 2021
ରାଜଧାନୀ ଏକ୍ସପ୍ରେସ୍‌ରେ ଦିଆଯାଉଛି ବାସି ଖାଦ୍ୟ: ଅଧାବାଟରେ ଟ୍ରେନ୍‌ ଅଟକାଇଲେ ଯାତ୍ରୀ
ରାଜଧାନୀ ଏକ୍ସପ୍ରେସ୍‌ରେ ଦିଆଯାଉଛି ବାସି ଖାଦ୍ୟ: ଅଧାବାଟରେ ଟ୍ରେନ୍‌ ଅଟକାଇଲେ ଯାତ୍ରୀ

ଭୁବନେଶ୍ୱର: ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍‌ରେ ଦିଆଯାଉଛି ବାସି ଖାଦ୍ୟ। ଏପରି କିଛି ଗୁରୁତର ଅଭିଯୋଗ ଟ୍ରେନ୍‌ ଯାତ୍ରୀ ଆଣିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ଇଣ୍ଡିଆନ୍ ରେଲେୱେ କ୍ୟାଟରିଂ ଆଣ୍ଡ ଟୁରିଜିମ ଲିମିଟେଡରେ ଅଭିଯୋଗ କରିଛନ୍ତି ଯାତ୍ରୀ। ବି-୫ ବଗିରେ ବାସି ଖାଦ୍ୟ ଦିଆଯାଇଥିବା ଅଭିଯୋଗରେ ଟ୍ରେନ୍‌ ମଝି ରାସ୍ତାରେ ଅଟକାଇଛନ୍ତି ଯାତ୍ରୀ। ମିଳିଥିବା ସୂଚନା ମୁତାବକ ଟାଟା ନଗର ଷ୍ଟେସନ୍‌ରେ ଅଟକି ରହିଛି ରାଜଧାନୀ ଏକ୍ସପ୍ରେସ୍।

  • Friday, 11 June 2021
ଆସନ୍ତାବର୍ଷରୁ ବଦଳିବ ମାଟ୍ରିକ ପରୀକ୍ଷା ଢାଞ୍ଚା
ଆସନ୍ତାବର୍ଷରୁ ବଦଳିବ ମାଟ୍ରିକ ପରୀକ୍ଷା ଢାଞ୍ଚା

ଭୁବନେଶ୍ୱର: ଆସନ୍ତାବର୍ଷ ଠାରୁ ବଦଳିବ ମାଟ୍ରିକ ପରୀକ୍ଷା ଢାଞ୍ଚା। ସ୍କୁଲ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ପ୍ରଦୀପ୍ତ ମହାପାତ୍ର ଏହି ସୂଚନା ଦେଇଚନ୍ତି। ସେ କହିଛନ୍ତି, ଆସନ୍ତାବର୍ଷରୁ ସିବିଏସ୍ଇ ଢାଞ୍ଚାରେ ମାଟ୍ରିକ ପରୀକ୍ଷା ହେବ। ସେଥିରେ ଓଏମ୍ଆର୍ ବ୍ୟବସ୍ଥା ରହିବନି। ଓଏମ୍ଆର୍ ବଦଳରେ ପରୀକ୍ଷାର୍ଥୀ ୧୦ ମାର୍କ ଲେଖାଏଁ ୫ ପ୍ରକାର ପ୍ରଶ୍ନର ଉତ୍ତର ଲେଖିବେ।  ଏବେ ପିଲାମାନେ ଓଏମ୍‌ଆର୍‌ ଢାଞ୍ଚାରେ ୫୦ ମାର୍କ ପରୀକ୍ଷା ଦେଉଛନ୍ତି। ନୂଆ ଢାଞ୍ଚାକୁ ଚୂଡ଼ାନ୍ତ ରୂପରେଖ ଦେବାକୁ ବୋର୍ଡ […]

  • Friday, 11 June 2021
ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା: ପୋସ୍କୋ କୋର୍ଟରେ ଚାର୍ଜସିଟ୍‌ ଦାଖଲ କଲା ପୋଲିସ
ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା: ପୋସ୍କୋ କୋର୍ଟରେ ଚାର୍ଜସିଟ୍‌ ଦାଖଲ କଲା ପୋଲିସ

କଟକ: ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ କଲା ପୋଲିସ। ଘଟଣାର ୧୨ ଦିନ ମଧ୍ୟରେ କଟକ ପୋକ୍ସୋ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି ସାଲେପୁର ପୋଲିସ। ଦଫା ୩୭୬ (କ), ୩୭୬ (ଖ), ୩୦୨ ଦଫାରେ ଚାର୍ଜସିଟ୍ କରାଯାଇଛି। ୩୬୩ ଆଇପିସି ଏବଂ ୬ ପୋକ୍ସୋ ଆକ୍ଟରେ ଚାର୍ଜସିଟ୍ ହୋଇଛି। ପୋକ୍ସୋ ଆଇନ ଅଧ୍ୟାଦେଶ ପରେ ଏହା ରାଜ୍ୟର ପ୍ରଥମ ଘଟଣା। ଗତମାସ ୨୧ ତାରିଖରେ ଘଟିଥିଲା ନାବାଳିକା ଦୁଷ୍କର୍ମ ଘଟଣା। […]

  • Friday, 11 June 2021
ବିଜେପିକୁ ହଟାଇବାକୁ ବିଜେଡିକୁ ସହଯୋଗ କରିବାକୁ ଆହ୍ୱାନ ଦେଲା ସିପିଏମ୍‌
ବିଜେପିକୁ ହଟାଇବାକୁ ବିଜେଡିକୁ ସହଯୋଗ କରିବାକୁ ଆହ୍ୱାନ ଦେଲା ସିପିଏମ୍‌

ଭୁବନେଶ୍ୱର: ‘କଂଗ୍ରେସ ସହ ନିର୍ବାଚନୀ ମେଣ୍ଟ ହେବନି। ତେବେ ବିଜେପିକୁ କ୍ଷମତାଚ୍ୟୁତ କରିବାକୁ ପ୍ରୟାସ କରିବୁ।’ ଓଟିଭିକୁ ଏକ ସାକ୍ଷାତକାରରେ ଏହା କହିଛନ୍ତି ସିପିଏମ୍ ମହାସଚିବ ସୀତାରାମ୍ ୟେଚୁରୀ। ସେ କହିଛନ୍ତି- ‘ଏଥିଲାଗି ବିଜେଡି ଭଳି ଆଞ୍ଚଳିକ ଦଳ ସହଯୋଗ କରିବା ଦରକାର।’ ୟେଚୁରୀଙ୍କ ଏପରି ବୟାନ ପରେ ରାଜ୍ୟ ରାଜନୀତି ଜୋର୍ ଧରିଛି। ୨୦୧୯ ସାଧାରଣ ନିର୍ବାଚନରେ ବିଜେପିକୁ କ୍ଷମତାଚ୍ୟୁତ କରିବାକୁ ସିପିଏମ୍‌ ଅଣ୍ଟା ଭିଡିଛି। ଏଥିପାଇଁ ବିରୋଧୀ ଏକଜୁଟ୍ ହେବା ପାଇଁ ଆହ୍ୱାନ ଦେଇଛନ୍ତି […]

  • Friday, 11 June 2021
ଆସନ୍ତାକାଲି ଉଠିବ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାଇନ-ଏ-ଡାଏ
ଆସନ୍ତାକାଲି ଉଠିବ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାଇନ-ଏ-ଡାଏ

କଟକ: ଅନେକ ବାଦବିବାଦ ପରେ ଶେଷରେ ସାଇନ-ଏ-ଡାଏ ଉଠିବା ପାଇଁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲି ଏହା ଉଠିବ। ଆଜି ଭିସି ଈଶାନ ପାତ୍ରଙ୍କ ଅଫିସରେ ବସିଥିବା ରେସିଡେନ୍ସ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଆସନ୍ତାକାଲି ସନ୍ଧ୍ୟା ୫ଟା ସୁଦ୍ଧା ସାଇନ୍‌-ଏ-ଡାଏ ଉଠିବା ପରେ ଛାତ୍ରଛାତ୍ରୀମାନେ ଚାହିଁଲେ ବିଶ୍ୱବିଦ୍ୟାଳୟକୁ ଆସିପାରିବେ। ଏହାସହ ବାତିଲ ହୋଇଥିବା ପରୀକ୍ଷା ସବୁ ଆସନ୍ତା ୧୭ରୁ ୨୦ ତାରିଖ ମଧ୍ୟରେ ସରିବ। ମେ’ ୨୭ ତାରିଖରେ ପରୀକ୍ଷା ଫଳ ପ୍ରକାଶ ପାଇବ। […]

  • Friday, 11 June 2021
ଜରାଜୀର୍ଣ୍ଣ ଅବସ୍ଥାରେ କଳିଙ୍ଗ ଷ୍ଟୁଡିଓ: ଆଉ ଦେଖିବାକୁ ମିଳୁନି ସିନେ ତାରକାର ଚମକ
ଜରାଜୀର୍ଣ୍ଣ ଅବସ୍ଥାରେ କଳିଙ୍ଗ ଷ୍ଟୁଡିଓ: ଆଉ ଦେଖିବାକୁ ମିଳୁନି ସିନେ ତାରକାର ଚମକ

ଭୁବନେଶ୍ୱର: ଅବହେଳିତ ଅବସ୍ଥାରେ ପଡ଼ି ରହିଛି ଓଡ଼ିଶାର ପ୍ରଥମ ଓ ଏକମାତ୍ର ସିନେ ଷ୍ଟୁଡିଓ, କଳିଙ୍ଗ ଷ୍ଟୁଡିଓ। ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି ଏହାର ଭିତ୍ତିଭୂମି। ଭାଙ୍ଗିରୁଜି ଗଲାଣି କୋଟି କୋଟି ଟଙ୍କାର ସୁଟିଂ ସରଞ୍ଜାମ। ଏହାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ବହୁ କଳାକାର। ନିକଟରେ କଳିଙ୍ଗ ଷ୍ଟୁଡିଓରେ ସ୍ପୋର୍ଟସ୍ କମ୍ପ୍ଲେକ୍ସ ନିର୍ମାଣ ନେଇ କ୍ରୀଡ଼ା ବିଭାଗର ପ୍ରସ୍ତାବ ଘଟଣା ବିବାଦ ସୃଷ୍ଟି କରିବା ପରେ ଏମ୍ଏସ୍ଏମ୍ଇ ମନ୍ତ୍ରୀ କହିଛନ୍ତି ଏହାର ପୁନରୁଦ୍ଧାର ପାଇଁ ସରକାର ପଦକ୍ଷେପ ନେଉଛନ୍ତି। […]

  • Friday, 11 June 2021
ଇମ୍ଫା ଆନ୍ଦୋଳନ ଶେଷ, ୧୮ ଦିନ ପରେ ଖୋଲିଲା କମ୍ପାନୀ ଗେଟ୍‌
ଇମ୍ଫା ଆନ୍ଦୋଳନ ଶେଷ, ୧୮ ଦିନ ପରେ ଖୋଲିଲା କମ୍ପାନୀ ଗେଟ୍‌

ରାୟଗଡ଼ା: ଇମ୍ଫା ଥେରୁବାଲି ପ୍ଲାଣ୍ଟ ସାମ୍ନାରେ ଚାଲିଥିବା ଆନ୍ଦୋଳନ ଶେଷ ହୋଇଛି। ଦୀର୍ଘ ୧୮ ଦିନ ପରେ ଆଜି ଆନ୍ଦୋଳନ ହଟିଛି। ଗତକାଲି ଜିଲ୍ଲା ପ୍ରଶାସନ, ଆନ୍ଦୋଳନକାରୀ ଓ ଇମ୍ଫା କର୍ତ୍ତୃପକ୍ଷଙ୍କ ମଧ୍ୟରେ ହୋଇଥିବା ତ୍ରିପାକ୍ଷିକ ଆଲୋଚନା ପରେ ଆନ୍ଦୋଳନ ହଟିଛି। ରାୟଗଡ଼ା ଏସ୍‌ଡିପିଓ ରାଜକିଶୋର ଦାସ୍‌ ଆନ୍ଦୋଲନ ହଟିବାର ସୂଚନା ଦେଇଥିଲେ। ତାଙ୍କ ଉପସ୍ଥିତିରେ କମ୍ପାନୀ ଗେଟ୍ ଖୋଲା ଯାଇଥିଲା। ସେ କହିଥିଲେ, “ଆନ୍ଦୋଳନ ହଟିଯାଇଛି। ଆମେ ଆଶା କରୁଛୁ, ଶୀଘ୍ର ପ୍ଲାଣ୍ଟ କାମ ଠିକ୍‌ […]

  • Friday, 11 June 2021
ଆଇଆଇସିଙ୍କୁ ନିର୍ଧୂମ୍‌ ମାଡ଼
ଆଇଆଇସିଙ୍କୁ ନିର୍ଧୂମ୍‌ ମାଡ଼

ପୁରୀ: ଥାନା ଆଇଆଇସିଙ୍କୁ ନିର୍ଧୂମ ପିଟିଲେ ଲୋକେ। ପୁରୀ ଜିଲ୍ଲା କାକଟପୁର ଥାନା ଆଇଆଇସିଙ୍କୁ କିଛି ଉତ୍ତ୍ୟକ୍ତ ଲୋକେ ମାଡ଼ ମାରିଛନ୍ତି। କାକଟପୁର ଥାନା ଅନ୍ତର୍ଗତ ଦହିଖିଆ ଗାଁରେ ଚୋରା ମଦ କାରବାର ସୂଚନା ପାଇ ପୋଲିସ ଚଢ଼ାଉ ପାଇଁ ଯାଇଥିଲା। ଏହି ସମୟରେ ଜଣେ ଯୁବକଙ୍କୁ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ପରେ ପୋଲିସ କେନ୍ଦ୍ରାପଟି ଗାଁକୁ ଯାଇ ସେଠାରେ ଚୋରାମଦ ଚଢାଉ ବେଳେ ଗାଁ ଲୋକେ ପୋଲିସକୁ ଦୁଇ ଘଣ୍ଟା ଅଟକ ରଖିଥିଲେ। […]

  • Friday, 11 June 2021
ରାସ୍ତା ଉପରୁ ଟାଣି ନେଇ ଜୀବନ୍ତ ମାରିଦେଲା ଭାଲୁ
ରାସ୍ତା ଉପରୁ ଟାଣି ନେଇ ଜୀବନ୍ତ ମାରିଦେଲା ଭାଲୁ

ନବରଙ୍ଗପୁର: ଭାଲୁର ଭୟଙ୍କର ରୂପ। ରାସ୍ତା ଉପରୁ ଟାଣି ନେଇ ଜୀବନ୍ତ ମାରିଦେଲା ମଣିଷକୁ। ଘଟଣା ଘଟିଛି ନବରଙ୍ଗପୁର କୋଡ଼ିଙ୍ଗା ପଞ୍ଚାୟତ ଫାର୍ସାଗୁଡ଼ା ନିକଟରେ। ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, ଭାଲୁ ଆକ୍ରମଣରେ ଶିକାର ଏହି ବ୍ୟକ୍ତି ଜଣକ ହେଉଛନ୍ତି ପାପଡ଼ାହାଣ୍ଡି ଦଳେଇଗୁଡ଼ାର ପ୍ରଭୁ ଭତ୍ରାଅ। ସେ ଜଣେ ଡ୍ରାଇଭର। ଛତିଶଗଡ଼କୁ ଭଡ଼ାରେ ଯାଇ ଗତକାଲି  ଅପରାହ୍ନରେ ଏକୁଟିଆ ସେ ଫେରୁଥିଲେ। ତେବେ ଫାର୍ସାଗୁଡ଼ା ଗାଁ ନିକଟ ରାସ୍ତା କଡ଼ରେ ଗାଡ଼ି ରଖି ପରିସ୍ରା କରୁଥିବାବେଳେ […]

  • Friday, 11 June 2021
ଡାକ୍ତରଙ୍କ ମଣିଷ ପଣିଆ: ନିଜ ଦେହରୁ ରକ୍ତ ଦେଇ ବଞ୍ଚାଇଲେ ରୋଗୀର ଜୀବନ
ଡାକ୍ତରଙ୍କ ମଣିଷ ପଣିଆ: ନିଜ ଦେହରୁ ରକ୍ତ ଦେଇ ବଞ୍ଚାଇଲେ ରୋଗୀର ଜୀବନ

କୋରାପୁଟ: ଦୁନିଆରେ ଭଲ ଲୋକ ଅଛନ୍ତି ବୋଲି ଦୁନିଆ ଚାଲିଛି। ଏକଥାର ପ୍ରମାଣ ଆଜି କୋରାପୁଟରେ ଦେଖିବାକୁ ମିଳିଛି। ଜଣେ ଡାକ୍ତର ନିଜ ଦେହରୁ ରକ୍ତ ଦେଇ ବଞ୍ଚାଇଛନ୍ତି ରୋଗୀଙ୍କ ଜୀବନ। ଏହି ଡାକ୍ତରଙ୍କ ମଣିଷ ପଣିଆକୁ ଚାରିଆଡ଼ୁ ପ୍ରଶଂସା ମିଳିଛି। ଖବର ଅନୁସାରେ କୋରାପୁଟ ଜିଲ୍ଲା ଜୟପୁର ମୁଖ୍ୟ ଚିକିତ୍ସାଳୟର ଭେଷଜ ବିଶେଷଜ୍ଞ ଡାକ୍ତର ଭୂପତି ଭୂଷଣ ଜେନା ଜଣେ ରୋଗୀଙ୍କୁ ଚିକିତ୍ସା କରୁଥିଲେ। ସେହି ରୋଗୀର ହିମୋଗ୍ଲୋବିନ୍ କମ୍ ଥିବା ଜାଣିବାକୁ ପାଇଥିଲେ ଡାକ୍ତର। […]

  • Friday, 11 June 2021
ମଙ୍ଗଳ ଗ୍ରହରୁ ମିଳିଲା ମହିଳା ସୈନିକଙ୍କ ପଥର ମୂର୍ତ୍ତି, ଭିଡ଼ିଓ ଭାଇରାଲ୍‌
ମଙ୍ଗଳ ଗ୍ରହରୁ ମିଳିଲା ମହିଳା ସୈନିକଙ୍କ ପଥର ମୂର୍ତ୍ତି, ଭିଡ଼ିଓ ଭାଇରାଲ୍‌

ପୃଥିବୀ ବାହାରେ ଜୀବ ସତ୍ତା ଅଛି ନା ନାହିଁ ଏନେଇ ବୈଜ୍ଞାନିକମାନେ ରୀତିମତ ଗବେଷଣା କରିଆସୁଛନ୍ତି। ସେଥିପାଇଁ ସେମାନେ ଅନ୍ୟ ଗ୍ରହ ବିଷୟରେ ନାନା ପରୀକ୍ଷାନିରୀକ୍ଷା ଚଳାଇଛନ୍ତି। ଏବେ ନାସାର କ୍ୟୁରିଓସିଟି ରୋଭର ଯେଉଁ ଚିତ୍ର ପଠାଇଛି ତାହା ପୁଣି ଅନ୍ୟ ଗ୍ରହରେ ଜୀବସତ୍ତା ଥିବା ସମ୍ଭାବନାକୁ ଉଦ୍‌ଜୀବିତ କରିଛି। ନିକଟରେ ନାସାର ମାନବରହିତ ଯାନ କ୍ୟୁରିଓସିଟି ରୋଭର କିଛି ଫଟୋ  ପଠାଇଛି। ଏଥିରେ ପ୍ରାଚୀନ ମିଶର ସଭ୍ୟତାର ଏକ ମହିଳା ସୈନିକଙ୍କ ପଥର ମୂର୍ତ୍ତି ପଡିରହିଥିବା […]

  • Friday, 11 June 2021
ବିଧବା ମହିଳାଙ୍କୁ ଦୁଷ୍କର୍ମ
ବିଧବା ମହିଳାଙ୍କୁ ଦୁଷ୍କର୍ମ

ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ପୁଣି ଲଜ୍ଜା ଘରେ ପଶି ବିଧବା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ। ରଣପୁର ଥାନା ଅଞ୍ଚଳରେ ଘଟିଛି ଏହି ଦୁଷ୍କର୍ମ ଘଟଣା। ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଗତକାଲି ସନ୍ଧ୍ୟାରେ ଘରେ ଏକାକୀ ଥିବାବେଳେ ବିଧବା ମହିଳାଙ୍କୁ ଦୁଷ୍କର୍ମ ହୋଇଥିବା ବେଳେ ଅଭିଯୁକ୍ତ ସେହି ଗାଁର ବୋଲି ସୂଚନା ମିଳିଛି। ପୂର୍ବରୁ ଦିନକ ତଳେ ସେହି ରଣପୁର ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିଲା। ସେ ଘଟଣାରେ ଅଭିଯୁକ୍ତ ଏବେ ବି ଫେରାର […]

  • Friday, 11 June 2021
ସୁସ୍ଥ ଅଛନ୍ତି ଜଗା-କାଳିଆ
ସୁସ୍ଥ ଅଛନ୍ତି ଜଗା-କାଳିଆ

ଭୁବନେଶ୍ୱର: ଧିରେ ଧିରେ ସୁସ୍ଥ ହେବାରେ ଲାଗିଛନ୍ତି ଜଗା-କାଳିଆ। ଦିଲ୍ଲୀ ଏମ୍‌ସରୁ ଆସିଛି ଏକ ନୂଆ ଭିଡିଓ। ଯେଉଁଥିରେ ଉଭୟ ଶିଶୁଙ୍କୁ ଖେଳୁଥିବା ଅବସ୍ଥାରେ ଦେଖିବାକୁ ମିଳିଛି। ତାସହ ସେମାନଙ୍କ ମୁଣ୍ଡରେ ଅପରେସନ ପରେ ଲାଗିଥିବା ସ୍ୱତନ୍ତ୍ର ହେଲମେଟ୍ ମଧ୍ୟ ଆଉ ନାହିଁ। ଦୁଇ ଶିଶୁ ଠିକ୍ ଭାବେ ସବୁ ଜାଣି ପାରୁଛନ୍ତି। ଆସନ୍ତା ୨ରୁ ୩ ମାସ ଭିତରେ ଜଗା-କାଳିଆଙ୍କୁ ଓଡ଼ିଶା ପଠାଇବାକୁ ଯୋଜନା ରହିଛି। କନ୍ଧମାଳ ମିଲୁପଡ଼ାର ଏହି ଯୋଡ଼ା ମୁଣ୍ଡ ଶିଶୁଙ୍କର ଗତବର୍ଷ […]

  • Friday, 11 June 2021
ଭୁଶୁଡ଼ିଲା ପୋଲ
ଭୁଶୁଡ଼ିଲା ପୋଲ

ଗଞ୍ଜାମ  : ଭୁଶୁଡ଼ିଲା ପୋଲ। ଗଞ୍ଜାମ ଜିଲ୍ଲା ବୁଗୁଡ଼ାର ଆମ୍ବଖାଲ ନାଳ ଉପରେ ଥିବା ପୋଲ ଭୁଶୁଡି ପଡିଛି। ପ୍ରାୟ ୧୫ ଫୁଟ୍ ତଳକୁ ପୋଲଟି ଭୁଶୁଡ଼ି ପଡିଛି। ଫଳରେ ବ୍ରହ୍ମପୁର-ନୟାଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସେଠାର ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏହି ପୋଲଟି ଭୁଷୁଡ଼ିବାର ପ୍ରକୃତ କାରଣ ଏଯାଏ ଜଣାପଡିନାହିଁ। ହେଲେ ସ୍ଥାନୀୟ ଲୋକଙ୍କ କହିବାନୁସାରେ ପୋଲଟି ୫୦ ବର୍ଷ ପୂର୍ବେ ତିଆରି ହୋଇଥିଲା ଏବଂ ପୁରା ଦୁର୍ବଳ ଅବସ୍ଥାରେ ଥିଲା।

  • Friday, 11 June 2021
ଜେଇଇ ମେନ୍‌ରେ ଓଡ଼ିଆ ଛାତ୍ର ପ୍ରଜ୍ଞାନଙ୍କ ସଫଳତା
ଜେଇଇ ମେନ୍‌ରେ ଓଡ଼ିଆ ଛାତ୍ର ପ୍ରଜ୍ଞାନଙ୍କ ସଫଳତା

ଭୁବନେଶ୍ୱର : ପ୍ରକାଶ ପାଇଛି ଜେଇଇ ମେନ୍ ପ୍ରଥମ ପେପର ରେଜଲ୍ଟ।  ଏଥିରେ ଅଲ୍ ଇଣ୍ଡିଆ ରାଙ୍କର ୬୩ ନମ୍ବରରେ ଅଛନ୍ତି ଓଡିଆ ଛାତ୍ର ପ୍ରଜ୍ଞାନ ଚକ୍ରବର୍ତ୍ତି। ଆଗକୁ କମ୍ପୁଟର ସାଇନ୍ସରେ କ୍ୟାରିୟର କରିବାକୁ ଚାହୁଁଥିବା ପ୍ରଜ୍ଞାନ ଏବେ ଜେଇ ଆଡଭାନ୍ସ ଉପରେ ଫୋକସ ରଖିଛନ୍ତି। ନିଜର ସଫଳତା ବିଷୟରେ କହିବାକୁ ଯାଇ ପ୍ରଜ୍ଞାନ କହିଛନ୍ତି, ୨ ବର୍ଷ ନିଜର ପଢା ଉପରେ ପୁରା ଧ୍ୟାନ ରଖିବା ଉଚିତ୍‌ ଏବଂ ଏହା ସହ କୋଚିଙ୍ଗ୍‌ କ୍ଲାସ୍‌ ବ୍ୟତୀତ […]

  • Friday, 11 June 2021
ପୁଣି ରିମାଣ୍ଡରେ ପୁଞ୍ଜିଲାଲ
ପୁଣି ରିମାଣ୍ଡରେ ପୁଞ୍ଜିଲାଲ

ପାଟଣାଗଡ଼  : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ପୁଣି ୫ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ। ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ସରିବା ପରେ ଆଜି ପୁଞ୍ଜିଲାଲଙ୍କୁ ପାଟଣାଗଡ ଏସ୍‌ଡିଜେଏମଙ୍କ କୋର୍ଟରେ ହାଜର କରାଯାଇଥିଲା। ଦ୍ୱିତୀୟ ଥର ଲାଗି ୮ଦିନ ରିମାଣ୍ଡ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ, ହେଲେ ପାଟଣାଗଡ଼ କୋର୍ଟ ୫ଦିନ ଅନୁମତି ଦେଇଛନ୍ତି। ୬ଦିନିଆ ରିମାଣ୍ଡ ଅବଧି ସରିବା ପରେ ଗତକାଲି ପୁଞ୍ଜିଲାଲଙ୍କୁ କଡା ସୁରକ୍ଷା ବଳୟ ମଧ୍ୟରେ କଟକ […]

  • Friday, 11 June 2021
ଭତ୍ତା ବୃଦ୍ଧି ସଂପର୍କିତ ବିଲ୍ ପାରିତ
ଭତ୍ତା ବୃଦ୍ଧି ସଂପର୍କିତ ବିଲ୍ ପାରିତ

ଭୁବନେଶ୍ୱର : ଶେଷ ଦିନରେ ବିଧାନସଭା ସଦସ୍ୟ ମାନଙ୍କ ଦରମା, ଭତ୍ତା ଓ ପେନ୍‌ସନ୍ ଅଧିନିୟମ ୧୯୫୪ର ସଂଶୋଧନ କରାଯାଇ ବାଚସ୍ପତି, ଉପବାଚସ୍ପତି ଓ ମନ୍ତ୍ରୀଙ୍କ ଭତ୍ତା ବୃଦ୍ଧି ସଂପର୍କିତ ବିଲ୍ ପାରିତ ହୋଇଛି।  ଯେଉଁଥିରେ ବିରୋଧୀ ଦଳ ନେତା, ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକଙ୍କ ଦୈନିକ ଭତ୍ତା ୮୦୦ରୁ ଟଙ୍କାରୁ ୧୫୦୦ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ବାଚସ୍ପତି, ଉପବାଚସ୍ପତି ଏବଂ ମନ୍ତ୍ରୀ ପରିଷଦଙ୍କ ଦୈନିକ ଭତ୍ତା ୧୫୦ରୁ ୮୦୦ଟଙ୍କାକୁ ବୃଦ୍ଧି କରାଯାଇଛି। ବର୍ତ୍ତମାନ ବାଚସ୍ପତି […]

  • Friday, 11 June 2021
ବିଧାନସଭାରେ ପାସ୍ ହେଲା ସଂଶୋଧିତ ଓଡ଼ିଆ ଭାଷା ଆଇନ୍ ବିଲ୍‌
ବିଧାନସଭାରେ ପାସ୍ ହେଲା ସଂଶୋଧିତ ଓଡ଼ିଆ ଭାଷା ଆଇନ୍ ବିଲ୍‌

ଭୁବନେଶ୍ୱର : ଏଣିକି ଓଡିଆ ଭାଷା ବ୍ୟବହାରରେ ଖିଲାପ କଲେ ସରକାରୀ କର୍ମଚାରୀଙ୍କୁ ମିଳିବ ଦଣ୍ଡ। ବିଧାନସଭାରେ ପାରିତ ହୋଇଥିବା ଓଡିଶା ସରକାରୀ ଭାଷା ସଂଶୋଧନ ବିଲରେ ରହିଛି ଏ ବ୍ୟବସ୍ଥା। ସେହିପରି ସରକାରୀ କାମରେ ଓଡିଆ ଭାଷାର ବ୍ୟାପକ ବ୍ୟବହାର କଲେ କର୍ମଚାରୀଙ୍କୁ ପ୍ରୋତ୍ସାହନ ବି ମିଳିବ। ଦୋକାନରେ ଓଡିଆରେ ନ ଲେଖିଲେ ମିଳିବ ଦଣ୍ଡ। ପ୍ରଥମ ଖିଲାପକାରୀଙ୍କୁ ହଜାରେ ଓ ସର୍ବାଧିକ ୫ ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ। ପୁନର୍ବାର ଖିଲାପ କଲେ […]

  • Friday, 11 June 2021
ପୁଞ୍ଜିଲାଲଙ୍କ ରିମାଣ୍ଡ ଅବଧି ଆଜି ଶେଷ
ପୁଞ୍ଜିଲାଲଙ୍କ ରିମାଣ୍ଡ ଅବଧି ଆଜି ଶେଷ

ବଲାଙ୍ଗିରି : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲଙ୍କ ରିମାଣ୍ଡ ଅବଧି ଆଜି ଶେଷ ହୋଇଛି। ରିମାଣ୍ଡ ଅବଧି ସରିବା ପରେ ଆସନ୍ତାକାଲି ତାଙ୍କୁ ପାଟଣାଗଡ କୋର୍ଟରେ ହାଜର କରାଯିବ। ଏଥିପାଇଁ କ୍ରାଇମବ୍ରାଞ୍ଚର ଏକ ଟିମ୍ ତାଙ୍କୁ ନେଇ ପାଟଣାଗଡ ଅଭିମୁଖେ ଯାତ୍ରା କରିଛି। ତାଙ୍କୁ ୬ ଦିନିଆ ରିମାଣ୍ଡରେ ଆଣି ପଚରାଉଚୁରା କରୁଥିଲା କ୍ରାଇମବ୍ରାଞ୍ଚ। ଆବଶ୍ୟକ ପଡ଼ିଲେ ପୁଣିଥରେ ରିମାଣ୍ଡରେ ନେଇ ତାଙ୍କୁ ପଚରାଉଚରା କରାଯିବ ବୋଲି ଗତକାଲି ଡିଜିପି କହିଥିଲେ। ସେପଟେ […]

  • Friday, 11 June 2021
ବୈଧ ମାପ ବିଭାଗର ଆସିଷ୍ଟାଣ୍ଟ କଣ୍ଟ୍ରୋଲରଙ୍କ ସମ୍ପତ୍ତି ଠାବ
ବୈଧ ମାପ ବିଭାଗର ଆସିଷ୍ଟାଣ୍ଟ କଣ୍ଟ୍ରୋଲରଙ୍କ ସମ୍ପତ୍ତି ଠାବ

ରାଉରକେଲା : ରାଉରକେଲା ବୈଧ ମାପ ବିଭାଗର ଆସିଷ୍ଟାଣ୍ଟ କଣ୍ଟ୍ରୋଲର୍ ବିଦ୍ୟାଧର ବିଶ୍ୱାଳଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲିଠୁ ଜାରି ରହିଥିବା ଭିଜିଲାନ୍ସ ରେଡ୍‌ରୁ ଏହି ତଥ୍ୟ ଆଜି ସାମ୍ନାକୁ ଆସିଛି। ଗତକାଲି ରାଉରକେଲା ସ୍ଥିତ ତାଙ୍କ କାର୍ଯ୍ୟାଳୟ, ସରକାରୀ ବାସଭବନ ସମେତ ଭୁବନେଶ୍ୱର ବାସଭବନରେ ଚଢ଼ଉ କରିଥିଲେ ଭିଜିଲାନ୍ସ ଅଧିକାରୀ। ଆଉ ୧ କୋଟି ୨୩ ଲକ୍ଷ ୪୨ ହଜାର ଟଙ୍କାର ସମ୍ପତ୍ତି ଠାବ […]

  • Friday, 11 June 2021