• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

suicide
ବିଧାନସଭା ଆଗରେ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର: ଆଜି ବିଧାନସଭା ଆଗରେ ହାଇଡ୍ରାମା ଦେଖିବାକୁ ମିଳିଛି। ବିଧାନସଭା ବାହାରେ ଜଣେ ଦମ୍ପତି ଦେହରେ ଡିଜେଲ୍‌ ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ। ଦମ୍ପତିଙ୍କ ଘର ନୟାଗଡରେ ବୋଲି ଜଣାପଡିଛି। ତେବେ ଡିଜେଲ୍‌ ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ୍‌ ତାଙ୍କୁ କାବୁ କରିଥିଲା। ତେବେ ଦମ୍ପତିଙ୍କର ୫ ବର୍ଷର ଝିଅ ହତ୍ୟା ମାମଲାରେ ନ୍ୟାୟ ମିଳୁନି। ତାଙ୍କ କଥା କେହି ଶୁଣୁନାହାନ୍ତି, ତାଙ୍କୁ ନ୍ୟାୟ ମିଳୁ ବୋଲି ଦମ୍ପତି ପ୍ରତିକ୍ରିୟା ଦେଇଛନ୍ତି।

  • Thursday, 01 July 2021
aruna-shu
'ଝିଅକୁ ମାରିବାରେ ଅରୁଣ ସାହୁଙ୍କ ହାତ ଅଛି'

ଭୁବନେଶ୍ୱର: ବିଧାନସଭା ସାମ୍ନାରେ ନୟାଗଡ଼ ଦମ୍ପତିଙ୍କ ଆତ୍ମାହୁତି ଉଦ୍ୟମ ଘଟଣା। ମନ୍ତ୍ରୀ ଅରୁଣ ସାହୁଙ୍କ ନାଁ ନେଲେ ଆତ୍ମାହୁତି ଉଦ୍ୟମ କରିଥିବା ଦମ୍ପତି। ଅଶୋକ ସାହୁ ଏବଂ ସୌଦାମିନି ସାହୁ ମନ୍ତ୍ରୀଙ୍କ ନାଁ ନେଇ ଆମ ଝିଅ ପରୀକୁ ସେମାନେ ମାରି ତା ଆଖି ଓ କିଡନୀ ତାଡ଼ି ନେଲେ ବୋଲି କହିଛନ୍ତି। ସେ ଆହୁରି କହିଛନ୍ତି, ଆମେ ନ୍ୟାୟ ମାଗିବାରୁ ଆମକୁ ଗାଁରୁ ବିଦା କରୁଛନ୍ତି। ଅରୁଣ ସାହୁଙ୍କ ପାଖ ଲୋକମାନେ ଆମ ଝିଅକୁ ମାରି […]

  • Thursday, 01 July 2021
nagarjuna-besha
୨ ଦିନ ପରେ ନାଗାର୍ଜୁନ ବେଶ

ପୁରୀ: ପାଖେଇ ଆସୁଛି ସେହି ପ୍ରତୀକ୍ଷିତ ମୂହୁର୍ତ୍ତ। ମଝିରେ ଆଉ ମାତ୍ର ୨ ଦିନ। ୨୭ ତାରିଖ ଶୁକ୍ରବାର ଶ୍ରୀମନ୍ଦିର ରତ୍ନ ସିଂହାସନରେ ଅତି ଦୁର୍ଲଭ ନାଗାର୍ଜୁନ ବେଶରେ ଶୃଙ୍ଗାର ହେବେ ମହାପ୍ରଭୁ। ସେଥିପାଇଁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ। ମହାପ୍ରଭୁଙ୍କୁ ଏହି ବିରଳ ବେଶରେ ଲାଗି ହେବାକୁ ଥିବା ସୂକ୍ଷ୍ମ ସାମଗ୍ରୀ ସହ ମୁଖ୍ୟ ଆକର୍ଷଣ ବୋଲାଉଥିବା ୧୬ ପ୍ରକାର ଅସ୍ତ୍ର ମଧ୍ୟରୁ ବାଙ୍କଛୁରୀ, କଟାରି, ତ୍ରିଶୂଳ, ରଞ୍ଜକଦାନି ଓ ଶିଙ୍ଗା ଆଦି ଅସ୍ତ୍ର ସବୁର କାମ […]

  • Thursday, 01 July 2021
iifl
IIFL ଲୁଟ୍ ଘଟଣାର ପର୍ଦ୍ଦାଫାସ୍,‌ ମାଷ୍ଟରମାଇଣ୍ଡ ଆଉ କେହି ନୁହେଁ କମ୍ପାନୀର..

ଭୁବନେଶ୍ୱର: କଟକ ନୟାସଡ଼କ ଅର୍ଥଲଗାଣକାରୀ ସଂସ୍ଥାରୁ ସୁନା ଓ ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାସ୍ କରିଛି କମିଶନରେଟ ପୋଲିସ। ଏଥିରେ  ଘର ଢିଙ୍କି ହିଁ କୁମ୍ଭୀର ସାଜିଛି।  କାହିଁକି ନା, ଏହି ଘଟଣାର ମାଷ୍ଟରମାଇଣ୍ଡ IIFLର କର୍ମଚାରୀ ଲାଲା ଅମ୍ରିତ ରାୟ ସଂସ୍ଥାରୁ ନିଜେ ହଡ଼ପ କରିଥିବା ସୁନାକୁ ଲୁଟ୍ କରାଯାଇଥିବା ଦର୍ଶାଇଥିବାର ଆଜି ପ୍ରେସ୍‌ମିଟ୍‌ କରି ସୂଚନା ଦେଇଛନ୍ତି। ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଏହି ମାମଲାରେ ମୋଟ ୪ ଅଭିଯୁକ୍ତଙ୍କୁ ଅଟକ ରଖାଯାଇ ଅଧିକ ଅନୁସନ୍ଧାନ […]

  • Thursday, 01 July 2021
2
ପରୀ ହତ୍ୟା ମାମଲା; ମନ୍ତ୍ରୀ ଅରୁଣ ସାହୁଙ୍କୁ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର: ୫ ବର୍ଷର ଝିଅକୁ ହରାଇଲେ। ନ୍ୟାୟ ଭିକ୍ଷା କରି ଅନେକ ବୁଲିଲେ। ସବୁଆଡୁ ହତାଶ ହେବା ପରେ ଶେଷରେ ବିଧାନସଭା ସାମ୍ନାରେ ଆତ୍ମାହୁତି ଉଦ୍ୟମ କରିଥିଲେ ନୟାଗଡ଼ର ଦମ୍ପତି ଅଶୋକ ସାହୁ ଏବଂ ସୌଦାମିନି ସାହୁ । ୫ ବର୍ଷର ଝିଅ ପରୀର ମୃତ୍ୟୁ ଘଟଣାରେ ସେମାନେ  ଅରୁଣ ସାହୁଙ୍କ ନାଁ ନେଇଛନ୍ତି। ଆମ ଝିଅ ପରୀକୁ ମାରି ତା ଆଖି ଓ କିଡନୀ ତାଡ଼ି ନେଲେ ବୋଲି କହିଛନ୍ତି ଦମ୍ପତି। ସେମାନେ ଅଭଯୋଗ କରିଛନ୍ତି, […]

  • Thursday, 01 July 2021
arun-sahoo
ବିଧାନସଭାରେ ପୁରୀ ପୂର୍ବତନ ଏସ୍‌ପିଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲା କଂଗ୍ରେସ୍‌

ଭୁବନେଶ୍ୱର: ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ନେଇ ଗୃହରେ ସରକାରଙ୍କୁ ଟାର୍ଗେଟ୍ କଲେ ବିରୋଧୀ। କଂଗ୍ରେସ ଓ ବିଜେପି ହାଜତ ମୃତ୍ୟୁ ଓ ପିପିଲି ଥାର୍ଡ ଡିଗ୍ରୀ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ବିଧାୟକ ସନ୍ତୋଷ ସିଂ । ସାଲୁଜା ଘଟଣାରେ ଦୋଷୀ ପୋଲିସ ଅଧିକାରୀଙ୍କ ବିରୋଧରେ ୩୦୨ ଦଫା ଲଗାଯାଇବାକୁ ସେ ଦାବି କରିଛନ୍ତି । ସେହିଭଳି ପୁରୀର ପୂର୍ବତନ ଏସ୍ପି ଅଖିଳେଶ୍ୱର ସିଂଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣି ସାଲୁଜା କହିଛନ୍ତି […]

  • Thursday, 01 July 2021
dumper
୭ ଜଣଙ୍କ ଉପରେ ଚଢାଇଦେଇ ଚାଲିଗଲା ଡମ୍ପର

ନୟାଗଡ଼: ଡମ୍ପର ଧକ୍କାରେ ଚାଲିଗଲା ୬ ଜଣଙ୍କ ଜୀବନ। ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଶରଣକୁଳ ନିକଟରେ। ରାସ୍ତାରେ ଯାଉଥିବା ପଥଚାରୀଙ୍କ ଉପରେ ଡମ୍ପର ମାଡ଼ିଯାଇଥିଲା। ମୃତକଙ୍କ ମଧ୍ୟରେ ୨ ମହିଳା ଏବଂ ୪ ପୁରୁଷ ଥିବା ସୂଚନା ମିଳିଛି। ଡମ୍ପରଟି ନୟାଗଡ଼ ଅଭିମୁଖେ ଆସୁଥିବା ବେଳେ ଚାଲି ଚାଲି ଯାଉଥିବା ଏହି ବ୍ୟକ୍ତିମାନଙ୍କ ଉପରେ ଚଢ଼ି ଯାଇଥିଲା। ପୁଲିସ୍ ଡମ୍ପରଟିକୁ ଜବତ କରିଥିବା ବେଳେ ଡ୍ରାଇଭରଙ୍କୁ ଅଟକ ରଖିଛି।

  • Thursday, 01 July 2021
assembly
ବିଧାନସଭାରେ ଉଠିଲା ନୟାଗଡ଼ର ପରୀ ହତ୍ୟା ପ୍ରସଙ୍ଗ

ଭୁବନେଶ୍ୱର: ବିଧାନସଭାରେ ଉଠିଲା ନୟାଗଡ଼ର ପରୀ ମୃତ୍ୟୁ ପ୍ରସଙ୍ଗ। ହତ୍ୟା ପଛରେ ମନ୍ତ୍ରୀଙ୍କ ହାତ ରହିଛି ବୋଲି କହିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ସେ କହିଛନ୍ତି ଯେ ଜଣେ ମନ୍ତ୍ରୀଙ୍କ ଲୋକ ମାରିଥିବା ପରିବାର ଲୋକ କହୁଛନ୍ତି। ମନ୍ତ୍ରୀଙ୍କ କଣ ସଂପୃକ୍ତି ରହିଛି ଘଟଣା ସଂପର୍କରେ ଗୃହରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖନ୍ତୁ ବୋଲି  ସେ କହିଛନ୍ତି। ସେହିପରି ପରୀ ମୃତ୍ୟୁ ପ୍ରସଙ୍ଗରେ ଗୃହରେ କଂଗ୍ରେସର ଉଦବେଗ ପ୍ରକାଶ କରିଛି। ବିଧାୟକ ତାରା ବାହିନୀପତି କହିଛନ୍ତି […]

  • Thursday, 01 July 2021
1
୬ ବର୍ଷ ବିତିଯାଇଥିଲେ ବି ବ୍ୟାରେଜ କାମ ଆଗୋଉନଥିବା ଅଭିଯୋଗ

ମୟୂରଭଞ୍ଜ: ଫଳକରେ ସୀମିତ ରହିଛି ବ୍ୟାରେଜ୍ କାମ। ୬ ବର୍ଷ ବିତିଯାଇଥିଲେ ମଧ୍ୟ, ଟିକେ ବି କାମ ଆଗେଇନି। ଏପରି ଅବହେଳା ମୟୂରଭଞ୍ଜ ଉଦଳା ଯଇଦା ଗାଁ ନିକଟ ବ୍ୟାରେଜ ପ୍ରକଳ୍ପରେ ହୋଇଥିବା ଅଭିଯୋଗ ହେଇଛି। ସନୋ ନଦୀରେ ବ୍ୟାରେଜ ର୍ନିମାଣ ପାଇଁ ୨୦୧୪ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ମାତ୍ର ୬ ବର୍ଷ ପରେ ବି ଇଞ୍ଚେ କାମ ଆଗେଇ ପାରିନି। ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। […]

  • Thursday, 01 July 2021
danga-bhasa
ନଦୀ ଘାଟରେ ଡଙ୍ଗା ଭସାଇବା ମନା

ଭୁବନେଶ୍ୱର: ପରମ୍ପରା ଉପରେ ପୁଣି କରୋନା ପାହାର। କାର୍ତ୍ତିକ ପୂର୍ଣ୍ଣିମା ନେଇ କଟକଣା ଜାରି କଲେ ରାଜ୍ୟ ସରକାର। କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସା ଉପରେ ସରକାରଙ୍କ କଟକଣା ଲଗାଇଛନ୍ତି। ଗାଇଡ୍‌ଲାଇନ୍ ଅନୁସାରେ ୩୦ ତାରିଖ ପୂର୍ଣ୍ଣିମା ଦିନ ନଦୀ ଘାଟରେ ଗହଳି, ଗାଧୋଇବା ବାରଣ କରାଯାଇଛି। ନଦୀ ଘାଟ, ପୋଖରୀରେ ଗହଳି କରି ଗାଧୋଇବା, ଡଙ୍ଗା ଭସା ମନା କରାଯାଇଛି। କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବାଲିଯାତ୍ରା ମଧ୍ୟ ବନ୍ଦ କରାଯାଇଛି। କଟକଣା ନେଇ ସ୍ୱତନ୍ତ୍ର ରିଲିଫ୍ […]

  • Thursday, 01 July 2021
aiiims
ଓଡ଼ିଶାରେ ଦ୍ୱିତୀୟ ଏମ୍ସ ପାଇଁ ପ୍ରସ୍ତାବ

ଭୁବନେଶ୍ୱର: ଓଡ଼ିଶାରେ ଦ୍ୱିତୀୟ ଏମ୍ସ ପାଇଁ ପ୍ରସ୍ତାବ। ଏନେଇ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୁଷଣଙ୍କୁ ଚିଠି ଲେଖିଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ଏମ୍ସ ପ୍ରତିଷ୍ଠା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି। ସୁନ୍ଦରଗଡ଼ରେ ଏମ୍ସ ପାଇଁ ଭିତ୍ତିଭୂମି ଥିବା ଜଣାଇଛନ୍ତି। ବିହାର ଭଳି ଓଡ଼ିଶାରେ ଦ୍ୱିତୀୟ ଏମ୍ସ ପାଇଁ ଅନୁମତି ପ୍ରସ୍ତାବ ଦିଆଯାଇଛି। ଅନ୍ୟ ରାଜ୍ୟ ପାଇଁ ୨ୟ ଏମ୍ସ ପ୍ରସ୍ତାବ ବିଚାରାଧୀନ ରହିଛି। ତେଣୁ ସ୍ୱାସ୍ଥ୍ୟସେବା ଆବଶ୍ୟକତା ଦୃଷ୍ଟିରୁ ଓଡ଼ିଶା […]

  • Thursday, 01 July 2021
corona
କମୁନି କରୋନା ପ୍ରଭାବ; ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୦, ଆଖି ବୁଜିଲେ ୧୬

ଭୁବନେଶ୍ୱର:ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୭୩୦ କରୋନା ରୋଗୀ। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୪୧୯ ଥିବାବେଳେ ଲୋକାଲ କେସ ୩୧୧ ରହିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ୨୪ ଘଣ୍ଟା ମଧ୍ୟରେ ୧୬ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ଆଜି ମୟୂରଭଞ୍ଜରୁ ସର୍ବାଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ମୟୂରଭଞ୍ଜରୁ ୬୮  କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ତା ପଛକୁ ରହିଛି ଖୋର୍ଦ୍ଧା। […]

  • Thursday, 01 July 2021
vigilance
ଭିଜିଲାନ୍ସ ଜାଲରେ IFS  ଅଫିସର

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ IFS  ଅଫିସର। ଅତିରିକ୍ତ ପିସିସିଏଫ୍ ଅଭୟକାନ୍ତ ପାଠକଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ୍। ଭୁବନେଶ୍ୱରର ୫ଟି ସ୍ଥାନରେ ରେଡ୍ ଚାଲିଛି। ଏହା ବାଦ୍ ମୁମ୍ବାଇ ଓ ପୁଣେର ୮ଟି ସ୍ଥାନରେ ଏବଂ ବିହାର ଓ ରାଜସ୍ଥାନରେ ମଧ୍ୟ ରେଡ୍ କରୁଛି ଭିଜିଲାନ୍ସ। ଏହିଭଳି ଏକକାଳୀନ ୧୩ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରୁଛି। ତେବେ ବର୍ତ୍ତମାନ ସୁଦ୍ଧା କେତେ ସମ୍ପତ୍ତି ଜବତ ହୋଇଛି, ତାହା […]

  • Thursday, 01 July 2021
iifl
IIFL ଲୁଟ୍ ଘଟଣାର ମାଷ୍ଟରମାଇଣ୍ଡ୍‌ ଲେଡି ଅଫିସର !

କଟକ: କଟକ ନୟାସଡ଼କ ସ୍ଥିତ ଅର୍ଥଲଗାଣକାରୀ ସଂସ୍ଥା IIFLରୁ କୋଟି କୋଟି ଟଙ୍କାର ସୁନା ଓ ଟଙ୍କା ଲୁଟ୍ ଘଟଣା ପଛର ମାଷ୍ଟରମାଇଣ୍ଡ ଜଣେ ଲେଡି ଅଫିସର ବୋଲି ସୂଚନା ମିଳିଛି। ଜଣେ ବରିଷ୍ଠ ପୋଲିସ୍‌ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଏହି ଲେଡି ଅଫିସର IIFLରେ ଏକ ପଦସ୍ଥ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି। ମୁଖ୍ୟ ଅଭିଯୁକ୍ତ ଲାଲା ଅମ୍ରିତ ରାୟଙ୍କ ସହ ମିଶି ସେ କ୍ରାଇମ୍‌ ପ୍ଲଟ୍‌ କରିଥିଲେ। ଲୁଟ୍ ପାଇଁ ସମ୍ପୃକ୍ତ ଲେଡି […]

  • Thursday, 01 July 2021
Cloudy sky
୨୯ରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨୯ ତାରିଖ ବେଳକୁ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। କେନ୍ଦ୍ରୀୟ ବଙ୍ଗୋପସାଗରର ଦକ୍ଷିଣ ଭାଗରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ, ତାମିଲନାଡୁ ଓ ପୁଡ଼ୁଚେରୀ ମୁହାଁ ହେଉଛି ସାମୁଦ୍ରିକ ଝଡ଼ ନିଭାର୍। ଆଜି ଭୋରରୁ ଏହା ତୀବ୍ର ବାତ୍ୟାରେ ପରିଣତ ହୋଇଛି। ଆଜି ବିଳମ୍ବିତ ରାତି କିମ୍ବା ଆସନ୍ତାକାଲି ସକାଳେ ଏହି ବାତ୍ୟା […]

  • Thursday, 01 July 2021
mada
'ନାବାଳକ ଗୋଡ଼କୁ ପିଟିଲା ପୋଲିସ୍'

କେନ୍ଦୁଝର: ପୁଣି ପୋଲିସର ଥାର୍ଡ ଡିଗ୍ରୀ ଅଭିଯୋଗ। କେନ୍ଦୁଝର ଜିଲ୍ଲା ପାଟଣା ଥାନାରେ ଜଣେ ନାବାଳକକୁ ପୁଲିସ ମାଡ ମାରି ଥିବା ଅଭିଯୋଗ ହୋଇଛି। ଏନେଇ ନାବାଳକ ନିଜ ମା ସହିତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ପାଖକୁ ଆସି ଲିଖିତ ଅଭିଯୋଗ କରିିବା ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଘଟଗାଁ ଏସ୍‌ଡିପିଓଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦୁଝର ଏସ୍‌ପି। ଏକ ଚୋରି ମାମଲାରେ ପାଟଣା ଥାନା କାମେଶ୍ୱରପୁର ପାଟଣା ଗ୍ରାମର ଯଶୋବନ୍ତ ନାଏକ ଏବଂ ବୀଣା […]

  • Thursday, 01 July 2021
ପରୀ ହତ୍ୟା ମାମଲା: ମନ୍ତ୍ରୀ ଅରୁଣ ସାହୁ ଓ ସରପଞ୍ଚଙ୍କ ଭାଇରାଲ୍‌ ଅଡିଓକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର: ନୟାଗଡ଼ ବହୁ ଚର୍ଚ୍ଚିତ ଶିଶୁକନ୍ୟା ପରୀ ହତ୍ୟା ମାମଲାକୁ ନେଇ ସାରା ରାଜ୍ୟରେ ତୁମ୍ଭି ତୋଫାନ ଚାଲିଥିବା ବେଳେ ଏକ ଭାଇରାଲ୍ ଅଡିଓକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି। ଏହା ମନ୍ତ୍ରୀ ଅରୁଣ ସାହୁ ଏବଂ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନଙ୍କ ମଧ୍ୟରେ ହୋଇଥିବା ଫୋନ୍ କଥାବାର୍ତ୍ତା ବୋଲି କୁହାଯାଉଛି। ସରପଞ୍ଚଙ୍କୁ ମନ୍ତ୍ରୀ କହୁଛନ୍ତି- ଏ ଯେଉଁ କଥା ଗୁଡ଼ିକ କରାଉଛୁ ଭଲ କରାଉଛୁ ତ ? ତୁ ଯେତିକି କହୁଛୁ, ସେ ସେତିକି […]

  • Thursday, 01 July 2021
modi-naveeen
ବୋର୍ଡ ପରୀକ୍ଷାକୁ ନେଇ ମୋଦିଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ଦଶମ ଓ ଯୁକ୍ତ ୨ ପରୀକ୍ଷା ବାବଦରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡକୁ ଦୃଷ୍ଟିରେ ରଖି ପରୀକ୍ଷା ପାଇଁ ଜାତୀୟ ସ୍ତରରେ ଏକ ଗାଇଡ୍‌ଲାଇନ୍ କରିବାକୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି। ବୋର୍ଡ ପରୀକ୍ଷା ପାଇଁ ଟାଇମ ଫ୍ରେମ ପ୍ରସ୍ତୁତ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି।  ଏହାଦ୍ୱାରା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଦ୍ୱନ୍ଦ୍ୱ ଦୂର ହୋଇପାରିବ। ସବୁ ଉଚ୍ଚତର ଶିକ୍ଷା ଇଣ୍ଟରଲିଙ୍କ ଥିବାରୁ ଜାତୀୟ ଗାଇଡଲାଇନ ହେଉ। ଏହାଦ୍ୱାରା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ […]

  • Thursday, 01 July 2021
kusa-puttalika
ମନ୍ତ୍ରୀ ପଦରୁ ଅରୁଣ ସାହୁଙ୍କ ଇସ୍ତଫା ଦାବି କଲା ବିଜେପି ମହିଳା ମୋର୍ଚ୍ଚା

ଭୁବନେଶ୍ୱର: ନୟାଗଡ଼ର ୫ ବର୍ଷୀୟ ଝିଅ ପରୀକୁ ନ୍ୟାୟ ଦାବିରେ ରାଜରାସ୍ତାକୁ ଓହ୍ଲାଇଛି ବିଜେପି ମହିଳା ମୋର୍ଚ୍ଚା। ଭୁବନେଶ୍ୱରରେ ବିଜେପି ମହିଳା ମୋର୍ଚ୍ଚାର କର୍ମକର୍ତ୍ତା ପୋଷ୍ଟର ଓ ବ୍ୟାନର ଧରି ବିକ୍ଷୋଭ ଓ ନାରାବାଜି କରିଛନ୍ତି। ମନ୍ତ୍ରୀ ପଦରୁ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଛି ମହିଳା ମୋର୍ଚ୍ଚା। ମୃତ୍ୟୁର ଅଭିଯୁକ୍ତ କୁହାଯାଉଥିବା ବାବୁଲି ନାୟକ ସହ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ଥିବା ଏକ ଫଟୋ ଦେଖାଇ ନାରାବାଜି କରିଛନ୍ତି। ବାବୁଲି ନାଏକର ଗିରଫ ସହ […]

  • Thursday, 01 July 2021
babuli
'ବାବୁଲି ଚଳାଏ କିଡ୍‌ନୀ ରାକେଟ'

ଭୁବନେଶ୍ୱର: ବାବୁଲି ଚଳାଏ କିଡ୍‌ନୀ ରାକେଟ। ନୟାଗଡ଼ ବହୁ ଚର୍ଚ୍ଚିତ ପରୀ ହତ୍ୟା ଘଟଣାରେ ପରୀର ବାପା ଅଶୋକ ସାହୁ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି। ଓଟିଭିକୁ ପ୍ରତିକ୍ରିୟା ଦେଲା ବେଳେ ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି ଅଶୋକ। ଗତକାଲି ପୋଲିସ ଧରିନେଇ ୫/୬ଟି ଦସ୍ତଖତ ନେଇଥିଲା। ପରେ ଟେଲିଫୋନରେ ନୟାଗଡ଼ ଏସ୍‌ପିଙ୍କ ସହ କଥା କରାଇଥିଲେ। ତେବେ ବାବୁଲି ନାୟକ ବିରୋଧରେ କିଛି ପ୍ରମାଣ ମିଳୁନି ବୋଲି ଏସ୍‌ପି କହିଥିବା ଅଶୋକ ସାହୁ କହିଛନ୍ତି। ବଡ଼ […]

  • Thursday, 01 July 2021
jagannatha
ମହାପ୍ରଭୁଙ୍କ ନାଗାର୍ଜୁନ ବେଶ; ବାହାର ଲୋକଙ୍କୁ ପୁରୀ ଆସିବା ମନା

ପୁରୀ: ଦିନକ ପରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ। ହେଲେ ଭକ୍ତ ଏ ଅପୂର୍ବ ରୂପ ଦର୍ଶନରୁ ବଞ୍ଚିତ ହେବେ। କାରଣ କରୋନା ମହାମାରୀ ଯୋଗୁଁ ଜିଲ୍ଲା ବାହାର ଲୋକଙ୍କୁ ପୁରୀ ନ ଆସିବା ଲାଗି ଅନୁରୋଧ କରିଛି ପ୍ରଶାସନ। ଉପଜିଲ୍ଲାପାଳ ଭବତାରଣ ସାହୁ ଆଜି ନିବେଦନ କରି କହିଛନ୍ତି, ପୁରୀ ଲୋକ ପତିତପାବନ ଦର୍ଶନ କରିପାରିବେ। କିନ୍ତୁ ମନ୍ଦିର ପ୍ରବେଶ ବାରଣ କରାଯାଇଛି। ଶ୍ରୀମନ୍ଦିର ତିନି ଦ୍ୱାରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ। ନାଗାର୍ଜୁନ ବେଶ […]

  • Thursday, 01 July 2021
jaharsugua
୨୪ ଘଣ୍ଟା ପରେ ଉଠିଲା ବାସୁଦେବଙ୍କ ମୃତଦେହ

ଝାରସୁଗୁଡ଼ା: ଝାରସୁଗୁଡ଼ା ଓଏଫଡିସି ଉପଖଣ୍ଡ ପରିଚାଳକ ବାସୁଦେବ ପାଲଙ୍କ ମୃତ୍ୟୁର ୨୪ ଘଣ୍ଟା ପରେ ଉଠିଲା ମୃତଦେହ। କାଲି ଦିନ ୧୨ଟାରୁ ଡାକ୍ତରଖାନାରେ ପଡ଼ିଥିଲା ମୃତଦେହ। ମୃତଦେହ ପାଖରେ ବାସୁଦେବଙ୍କ ଝିଅ ଓ ସମ୍ପର୍କୀୟମାନେ ଜଗି ରହିଥିଲେ। ଓଏଫଡିସି ଡିଏମ୍ ଅମିୟ କୁମାର ପଟ୍ଟନାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ଉପରିସ୍ଥ ଅଧିକାରୀ ଘଟଣାସ୍ଥଳକୁ ନଆସିବା ପର୍ଯ୍ୟନ୍ତ ଶବ ବ୍ୟବଚ୍ଛେଦ କରାଇ ଦିଆଯିବ ନାହିଁ ବୋଲି ତାଙ୍କ ଝିଅ ଓ ସମ୍ପର୍କୀୟ ଅଡ଼ି ବସିଥିଲେ। ଓଏଫଡିସି ଡିଏମ୍ ଅମିୟ […]

  • Thursday, 01 July 2021
pari
ମନ୍ତ୍ରୀ କହିଲେ ପରୀକୁ ହତ୍ୟା କରାଯାଇଛି; କ୍ରାଇମବ୍ରାଞ୍ଚ ତଦନ୍ତ କରିବ

ଭୁବନେଶ୍ୱର: ନୟାଗଡ଼ ପରୀ ହତ୍ୟା ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିଷ୍ପତ୍ତି ନେଲେ ସରକାର।ଏନେଇ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ସୂଚନା ଦେଇଛନ୍ତି। ମାମଲାରେ ଏଯାବତ ୩୪ ଜଣଙ୍କୁ ଜେରା କରାଯାଛି ବୋଲି ଆଜି ସେ ଗୃହରେ ସେ ସୂଚନା ଦେଇଛନ୍ତି। ଏଥିସହିତ ପରୀକୁ ଅପହରଣ ପରେ ହତ୍ୟା କରାଯାଇଥିବା ସେ ସ୍ପଷ୍ଟ କରିଛନ୍ତି। ମନ୍ତ୍ରୀ ଗୃହରେ ଦେଇଥିବା ସୂଚନା ଅନୁସାରେ, ଯଦୁପୁରର ଅଶୋକ ସାହୁ ତାଙ୍କ ଝିଅ ନିଖୋଜ ଥିବା ଥାନାକୁ ଜଣାଇଥିଲେ। ଅଭିଯୋଗ […]

  • Thursday, 01 July 2021
Enp69FqUYAQ1ze8
'ଆପୋଷ ବୁଝାମଣାରେ ସମାଧାନ ହେବ ସୀମା ବିବାଦ'

ଭୁବନେଶ୍ୱର: ବିଧାନସଭାରେ ଆନ୍ଧ୍ର-ଓଡ଼ିଶା ସୀମା ବିବାଦ ପ୍ରସଙ୍ଗରେ ଉତ୍ତର ରଖିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି। ଏହି ପ୍ରସଙ୍ଗରେ ଆଜି ଗୃହରେ ପ୍ରାରମ୍ଭିକ ବିବୃତି ରଖି କହିଛନ୍ତି ଯେ କୋରାପୁଟ ଜିଲ୍ଲା ଓ ଆନ୍ଧ୍ରପ୍ରଦେଶର କିଛି ଜିଲ୍ଲା ମଧ୍ୟରେ ସୀମା ବିବାଦ ରହିଛି। ଆପୋଷ ବୁଝାମଣା ମଧ୍ୟରେ ସୀମା ଚିହ୍ନଟ କରାଯିବ। ୨୧ଟି ଗାଁ ରେ ଏହି ସମସ୍ୟା ରହିଛି ଯେଉଁଠି ରାଜ୍ୟ ସରକାର ସବୁ ପ୍ରକାର ସୁବିଧା ଯୋଗାଇଛନ୍ତି ବୋଲି ମନ୍ତ୍ରୀ […]

  • Thursday, 01 July 2021