Advertisment

କରୋନା ଜନିତ ମୃତ୍ୟୁସଂଖ୍ୟାକୁ ଲୁଚାଉ ନାହାନ୍ତି ସରକାର: ସିବିକେ ମହାନ୍ତି

ଗୋଟିଏ ଦିନରେ ଆସୁଥିବା ମୃତ୍ୟୁସଂଖ୍ୟା ସେହି ନିର୍ଦ୍ଧିଷ୍ଟ ଦିନର ନୁହେଁ । ବିଭିନ୍ନ ସ୍ତରରେ ଅଡିଟ୍ କରାଯାଇ କୋଭିଡ ମୃତ୍ୟୁସଂଖ୍ୟାକୁ ଘୋଷଣା କରାଯାଉଛି ବୋଲି ସିବିକେ କହିଛନ୍ତି । ସରକାର ମୃତ୍ୟୁସଂଖ୍ୟାକୁ ଲୁଚେଇ ନାହାନ୍ତି ।

author-image
Satyendu Shekher Mishra
କରୋନା ଜନିତ ମୃତ୍ୟୁସଂଖ୍ୟାକୁ ଲୁଚାଉ ନାହାନ୍ତି ସରକାର: ସିବିକେ ମହାନ୍ତି

cbk mohanty

ଭୁବନେଶ୍ୱର: କାହିଁକି କରୋନା ଜନିତ ମୃତ୍ୟୁ ସଂଖ୍ୟାକୁ ଲୁଚାଉଛନ୍ତି ରାଜ୍ୟ ସରକାର ? ବିଭିନ୍ନ ମହଲରେ ଏଭଳି ଅନେକ ପ୍ରଶ୍ନ ଉଠିବା ପରେ ଡିଏମ୍ଇଟି ସିବିକେ ମହାନ୍ତି ପୁଣି ଥରେ ପ୍ରତିକ୍ରିୟା ରଖିଛନ୍ତି । ଗୋଟିଏ ଦିନରେ ଆସୁଥିବା ମୃତ୍ୟୁସଂଖ୍ୟା ସେହି ନିର୍ଦ୍ଧିଷ୍ଟ ଦିନର ନୁହେଁ । ବିଭିନ୍ନ ସ୍ତରରେ ଅଡିଟ୍ କରାଯାଇ କୋଭିଡ ମୃତ୍ୟୁସଂଖ୍ୟାକୁ ଘୋଷଣା କରାଯାଉଛି ବୋଲି ସିବିକେ କହିଛନ୍ତି । ସରକାର ମୃତ୍ୟୁସଂଖ୍ୟାକୁ ଲୁଚେଇ ନାହାନ୍ତି ।

Advertisment

ପୂର୍ବରୁ କୋଭିଡ ଓ ନନ୍ କୋଭିଡ ମୃତ୍ୟୁକୁ ନେଇ ଦ୍ୱନ୍ଦ୍ୱ ଉପୁଜିଥିଲା । କେଉଁ କାଟାଗୋରୀରେ କେଉଁ ମୃତ୍ୟୁ ଯିବ, ସେନେଇ ସରକାରଙ୍କ ପକ୍ଷରୁ ନିର୍ଦେଶ ମିଳିବା ପରେ ମୃତ୍ୟୁ ତଥ୍ୟର ଅଡିଟ କରାଯାଇଛି । କରୋନା ପିକ୍‌ ସମୟରେ ଡାକ୍ତର ମାନେ ରୋଗୀଙ୍କ ଚିକିତ୍ସାରେ ବ୍ୟସ୍ତ ରହୁଥିଲେ । ଏବେ ରୋଗୀ ସଂଖ୍ୟା କମିବା ପରେ ଅଡିଟ କରାଯାଇ ତଥ୍ୟ ଆସୁଛି ବୋଲି କହିଛନ୍ତି ସିବିକେ ।

କଟକ, ଭୁବନେଶ୍ୱରରେ ସଂକ୍ରମଣ ଗତ ୧୦ ଦିନ ତୁଳନାରେ କମିଛି । ତଥାପି ଅନ୍ୟ ଜିଲ୍ଲା ତୁଳନାରେ ଅଧିକ ରହିଥିବା ସ୍ୱୀକାର କରିଛନ୍ତି ସେ । ଏଥିପାଇଁ ସ୍ୱତନ୍ତ୍ର ଫୋକସ୍‌ କରିବା ସହ ଟେଷ୍ଟିଂ, ଟ୍ରେସିଂ ଓ ସର୍ଭେଲାନ୍ସକୁ ବଢାଯାଇଛି ବୋଲି ସିବିକେ ମହାନ୍ତି ନିଜ ପ୍ରତିକ୍ରିୟାରେ କହିଛନ୍ତି ।

Advertisment

ଅନ୍ୟପଟେ ରାଜ୍ୟରେ ଅଜି ଗୋଟିଏ ଦିନରେ ୨୪୮୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ୫୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୨୯୯ରେ ପହଞ୍ଚିଛି। ସେହିପରି ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯,୨୭,୧୮୬କୁ ବୃଦ୍ଧି ପାଇଛି । ଜୁଲାଇ ୫ର ରିପୋର୍ଟ ଅନୁସାରେ, ରାଜ୍ୟରେ ୨୪୮୭ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୧୪୨୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କଣ୍ଟାକ୍ଟସ୍‌ ୧,୦୫୯ ରହିଛି ।

ଚିହ୍ନଟ ହୋଇଥିବା ନୂଆ ୨୪୮୭ କରୋନା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୭୯, ବାଲେଶ୍ୱରରୁ ୧୫୭, ବରଗଡ଼ରୁ ୨୨, ଭଦ୍ରକରୁ ୧୧୩, ବଲାଙ୍ଗିରରୁ ୧୬, ବୌଦ୍ଧରୁ ୧୨, କଟକରୁ ୪୨୨, ଦେବଗଡ଼ରୁ ୯, ଢେଙ୍କାନାଳରୁ ୫୯, ଗଜପତିରୁ ୧୧, ଗଞ୍ଜାମରୁ ୧୪, ଜଗତସିଂହପୁରରୁ ୧୨୬, ଯାଜପୁରରୁ ୨୦୨, ଝାରସୁଗୁଡ଼ାରୁ ୧୨, କଳାହାଣ୍ଡିରୁ ୭, କନ୍ଧମାଳରୁ ୨୩, କେନ୍ଦ୍ରାପଡ଼ାରୁ ୮୭, କେନ୍ଦୁଝରରୁ ୬୮, ଖୋର୍ଦ୍ଧାରୁ ୪୦୭, କୋରାପୁଟରୁ ୫୨, ମାଲକାନଗିରିରୁ ୫୪, ମୟୂରଭଞ୍ଜରୁ ୧୦୩, ନବରଙ୍ଗପୁରରୁ ୨୩, ନୟାଗଡ଼ରୁ ୮୦, ନୂଆପଡ଼ାରୁ ୫, ପୁରୀରୁ ୧୫୪, ରାୟଗଡ଼ାରୁ ୨୬, ସମ୍ବଲପୁରରୁ ୨୬, ସୋନପୁରରୁ ୧୪, ସୁନ୍ଦରଗଡ଼ରୁ ୨୮ ଓ ଷ୍ଟେଟ୍‌ ପୁଲ୍‌ରୁ ୭୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

COVID-19 Odisha Corona Update CBK Mohanty Corona Virus
Advertisment
Advertisment