• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଜୀବନ ରକ୍ଷା ଲାଗି ଆବଶ୍ୟକ ECMO ଚିକିତ୍ସା

  • ମୀରା ଅପା ସମାଜସେବାରେ ଲଗାଇ ଦେଇଛନ୍ତି ଜୀବନ ଯାକର ଜମାପୁଞ୍ଜି

  • ସାହାଯ୍ୟ କରିବାକୁ ପରିବାରର ଆକୁଳ ନିବେଦନ

ବାସୁଦେବପୁର : ଇକମୋ ଚିକିତ୍ସା ଅପେକ୍ଷାରେ ବାସୁଦେବପୁରର ପ୍ରତିମା ପାଢ଼ୀ । କରୋନା ସଂକ୍ରମିତ ହେବା ପରେ ହସ୍ପିଟାଲ ବେଡରେ ପଡ଼ି ପଡ଼ି ମୃତ୍ୟୁ ସହ ଲଢ଼େଇ କରୁଛନ୍ତି । ଜୀବନ ଜାକର ସମସ୍ତ ଜମାପୁଞ୍ଜି ଶ୍ରୀଅରବିନ୍ଦ ବିଦ୍ୟାଳୟ ଓ ଆଶ୍ରମରେ ଲଗାଇ ଦେଇଛନ୍ତି । ସମାଜ ସେବାରେ ବ୍ରତୀ ଥିବା ମଣିଷ ଜଣକ ଆଜି ସହାୟତା ଅପେକ୍ଷାରେ ଅନେଇ ବସିଛି । ମାସାଧିକ କାଳ ହେବ କୋଭିଡରେ ସଂକ୍ରମିତ ହେଇ ଚିକିତ୍ସାଧୀନ ଅଛନ୍ତି । ନିମୋନିଆରେ ୭୦ ପ୍ରତିଶତ ଫୁସଫୁସ୍ ଖରାପ ହୋଇସାରିଛି । ଭଲ ହେବା ପାଇଁ ଆବଶ୍ୟକ ଇକମୋ ଚିକିତ୍ସା । ହେଲେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ।

ଭଦ୍ରକ ଜିଲ୍ଲା ବାସୁଦେବପୁରର ପ୍ରତିମା ପାଢ଼ୀ, ବୟସ ୫୬ । ମୀରା ଅପା ନାଁରେ ସାରା ଓଡ଼ିଶା ତାଙ୍କୁ ଜାଣେ । ସାରା ଜୀବନ ଶିକ୍ଷକତା କରି ଶିକ୍ଷାର ଆଲୋକ ବାଣ୍ଟିଛନ୍ତି । ନିଜ ହାତରେ ଗଢିଛନ୍ତି ଶହ ଶହ କୁନୁ କୁନି ପିଲାଙ୍କ ଭବିଷ୍ୟତ । ଓଡ଼ିଶାରେ ଶିକ୍ଷା ଉପରେ ଏତେଟା ପରୀକ୍ଷା ନୀରିକ୍ଷା ହୋଇନଥିବା ସମୟରେ ବିକଳ୍ପ ଶିକ୍ଷାକୁ ନେଇ ସେ କରିଛନ୍ତି ଅନେକ ଗବେଷଣା । ପଢ଼ା ବହି, ପରୀକ୍ଷା ଓ ଶ୍ରେଣୀଗୃହରୁ ବାହାରି ପିଲାମାନଙ୍କୁ ଭିନ୍ନ ଉପାୟରେ ପାଠ ପଢେଇଛନ୍ତି । ନିଜ ହାତରେ ତିଆରି କରିଛନ୍ତି କାହିଁ କେତେ ପାଠ୍ୟ ଉପକରଣ ଏବଂ ପାଠ ପଢ଼ାଇ ତିଆରି କରିଛନ୍ତି ବଡ଼ ବଡ଼ ଅଫିସର । ପିଲାଏ ସହଜରେ ପାଠ ମନେ ରଖିବା ପାଇଁ ଲେଖିଛନ୍ତି ଅନେକ ଗପ, ଗୀତ, ପହେଲି ଓ ଧନ୍ଦା । ହେଲେ ଆଜି ସେ ଅସହାୟ ହୋଇ ପଡ଼ି ରହିଛନ୍ତି ।

ଦିନକୁ ଦିନ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି । ସେ ଏବେ ଅଚେତ ଅବସ୍ଥାରେ ଭେଣ୍ଟିଲେଟରରେ ଅଛନ୍ତି । ଅକ୍ସିଜେନ ସ୍ତର ମଝିରେ ମଝିରେ ବହୁତ କମି ଯାଉଛି । ତାଙ୍କୁ ବଞ୍ଚେଇ ରଖିବାର ଏକମାତ୍ର ବିକଳ୍ପ ଏକମୋ ଚିକିତ୍ସା । ଚେନ୍ନାଇରେ ଥିବା ଏମଜିଏମ୍ ଡାକ୍ତରଖାନାକୁ ନେବା ପାଇଁ ଚେଷ୍ଟା କରାଯାଉଛି । ଏଥିପାଇଁ ତୁରନ୍ତ ଢେର୍ ଅର୍ଥର ଆବଶ୍ୟକତା ରହିଛି ।

ନିରାପଦରେ ସ୍ଥାନାନ୍ତରଣ କରିବା ପାଇଁ ଆବଶ୍ୟକ ରହିଛି ଏକମୋ ସୁବିଧା ଥିବା ଏୟାର୍ ଆମ୍ବୁଲାନ୍ସ । ହେଲେ ପରିବାର ଲୋକଙ୍କ ପାଖରେ ବ୍ୟୟବହୁଳ ଚିକିତ୍ସା ପାଇଁ ସମ୍ବଳ ନାହିଁ । ତାଙ୍କ ପରିବାରର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତି ଉପରେ ୪୦ ବର୍ଷ ହେଲା ଚାଲିଛି ଶ୍ରୀଅରବିନ୍ଦ ବିଦ୍ୟାଳୟ ଓ ଆଶ୍ରମ । ସେଇଠି ଲାଗିଯାଇଛି ସବୁ ସମ୍ପତ୍ତି, ଗହଣାଗାଣ୍ଠି, ଶ୍ରମ ଓ ସମୟ । ସେଇ ଆଶ୍ରମରେ ହିଁ କାମ କରେ ପୂରା ପରିବାର । ତେଣୁ ନିଜର ବୋଲି କିଛି ସମ୍ପତ୍ତି ନାହିଁ, ଯାହା ଅଳ୍ପ କିଛି ସଞ୍ଚିତ ଅର୍ଥ ଥିଲା ସବୁ ଖର୍ଚ୍ଚ ହୋଇସାରିଛି ।

ଏବେ ପରିବାର ପକ୍ଷରୁ ସହୃଦୟ ବ୍ୟକ୍ତିଙ୍କୁ ନିବେଦନ କରାଯାଇଛି, ଯେ କେହି ବି ସହଯୋଗର ହାତ ବଢାଇଲେ ଜଣେ ଶିକ୍ଷକଙ୍କ ଜୀବନ ରକ୍ଷା କରାଯାଇ ପାରିବ ।

Account Details :

Sumitra Parhi( ଝିଅ)

ଗୁଗୁଲ୍ ପେ ନମ୍ବର: 6370281099

ବ୍ୟାଙ୍କ ବିବରଣୀ

Sumitra Parhi

ଖାତା ନଂ- 30373386892

IFSC କୋଡ୍- SBIN0002014

ବ୍ୟାଙ୍କ- ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ