• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

odisha
ବ୍ଲିଚିଂ ଦେଇ ପୋତା ଯାଇଥିଲା ଚିଙ୍ଗୁଡ଼ି, ମାଟି ଖୋଳି ବୋହି ନେଲେ ଲୋକେ

ବାଲୁଗାଁ: ମାଟି ତଳେ ପୋତା ଯାଇଥିବା କିଲୋ କିଲୋ ଚିଙ୍ଗୁଡ଼ି ଖୋଳି ନେଇଗଲେ ବ୍ୟବସାୟୀ। ଜଣେ ମାଛ ବ୍ୟବସାୟୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୂରା ମାଛ ମାର୍କେଟ୍‌କୁ ସିଲ୍‌ କରାଯାଇଥିଲା। ଏପରିକି ବ୍ଲିଚିଂ ଦେଇ ୧୦୫ କିଲୋ ଚିଙ୍ଗୁଡ଼ିକୁ ମାଟିରେ ପୋତା ଯାଇଥିଲା। ହେଲେ କିଛି ଲୋକ ସେଇ ଚିଙ୍ଗୁଡିକୁ ଖୋଳି ନେଇଯାଇଥିଲେ। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ ଏଭଳି କିଛି ଘଟଣା ଘଟିଛି। ସୂଚନା ଅନୁସାରେ, ଚିଲିକା ମାଛ ମାର୍କେଟ୍‌ରେ […]

  • Tuesday, 06 July 2021
coronavirus-odisha
ଡ୍ୟୁଟିରେ ଯୋଗ ଦେବାକୁ ଆସିଥିଲେ ମହିଳା SI, ହେଲେ ରିପୋର୍ଟ ଆସିଲା କରୋନା ପଜିଟିଭ୍‌

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କ ଭୁବନେଶ୍ୱର ସ୍ଥିତ ଅଫିସ୍‌ରେ ଯୋଗ ଦେବାକୁ ଆସିଥିବା ଜଣେ ମହିଳା SI କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସୂଚନା ଅନୁସାରେ, ସମ୍ପୃକ୍ତ SI ଜଣକ ୨ ଦିନ ତଳେ ଅଫିସ୍‌ରେ ଯୋଗ ଦେବାକୁ ଆସିଥିଲେ। ଦେହ ଖରାପ ଲାଗୁଛି ବୋଲି କହିବାରୁ ତାଙ୍କର ସ୍ୱାବ୍‌ ଟେଷ୍ଟ୍‌ କରାଯାଇଥିଲା ଓ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏ ନେଇ ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧୀକ୍ଷକ ପ୍ରସନ୍ନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ଏହି ଖବର ଜଣାପଡ଼ିବା ପରେ ଅବକାରୀ […]

  • Tuesday, 06 July 2021
ଫୋନ୍‌ରେ କରୋନା ଯୋଦ୍ଧାଙ୍କୁ ଅଶାଳୀନ ବ୍ୟବହାର ଅଭିଯୋଗ

ବାଲେଶ୍ୱର: ବାଲେଶ୍ୱରରେ ଜଣେ କରୋନା ଯୋଦ୍ଧା ନର୍ସଙ୍କୁ ଅଶାଳୀନ ବ୍ୟବହାର ଅଭିଯୋଗରେ ପୁଲିସ୍‌ ୨ଜଣଙ୍କୁ ଅଟକ ରଖିଛି। ଅଟକ ଦ୍ୱୟ ବାଲେଶ୍ୱର ଜିଲ୍ଲା କୋଭିଡ୍‌ ହସ୍ପିଟାଲରେ କାର୍ଯ୍ୟରତ ଜଣେ ମ୍ୟାନେଜର୍‌ ଓ ଫାର୍ମାସିଷ୍ଟ୍‌। ସୂଚନା ଅନୁସାରେ, ସମ୍ପୃକ୍ତ ମ୍ୟାନେଜର୍‌ ଓ ଫାର୍ମାସିଷ୍ଟ୍ ହସ୍ପିଟାଲ୍‌ରେ କାର୍ଯ୍ୟରତ ଜଣେ ଷ୍ଟାଫ୍‌ ନର୍ସଙ୍କୁ ଫୋନ୍‌ରେ ଅଶାଳୀନ ବ୍ୟବହାର କରିଥିଲେ। ଏ ନେଇ ସମ୍ପୃକ୍ତ ନର୍ସ ଜଣକ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ନର୍ସଙ୍କ ଅଭିଯୋଗ ପରେ ବାଲେଶ୍ୱର ସଦର ପୁଲିସ୍ ସମ୍ପୃକ୍ତ‌ […]

  • Tuesday, 06 July 2021
ଆଜି ଦ୍ୱିତୀୟ ପର୍ଯ୍ୟାୟ ନାମାଙ୍କନ ଯାଞ୍ଚ
ଆଜି ଦ୍ୱିତୀୟ ପର୍ଯ୍ୟାୟ ନାମାଙ୍କନ ଯାଞ୍ଚ

ଭୁବନେଶ୍ୱର : ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ହୋଇଥିବା ନାମାଙ୍କନ ପତ୍ରର ହେବ ପ୍ରାର୍ଥିପତ୍ର ଯାଞ୍ଚ। ଗତକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଶେଷ ହୋଇଛି ନାମାଙ୍କନ ପ୍ରକ୍ରିୟା। ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ବିଧାନସଭା ଲାଗି ଗତକାଲି ୨୦୫ ଓ ଲୋକସଭା ପାଇଁ ୨୪ ଜଣ ପ୍ରାର୍ଥୀ ମନୋନୟନପତ୍ର ଦାଖଲ କରିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୩୫ ବିଧାନସଭା ପାଇଁ ସମୁଦାୟ ୩୦୨ ଓ ୫ଟି ଲୋକସଭା ପାଇଁ ୪୫ ଜଣ ପ୍ରାର୍ଥୀ ନାମାଙ୍କନ […]

  • Tuesday, 06 July 2021
corona 1
୨୫ ଜିଲ୍ଲାରୁ ୭୩୬ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ, ୧୭ ହଜାର ପାର୍‌ କଲା ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଓଡ଼ିଶାରେ ୭୩୬ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ୨୫ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମରୁ ସର୍ବାଧିକ ୨୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୭୩୬ ଆକ୍ରାନ୍ତଙ୍କ ମଧ୍ୟରୁ ୪୮୧ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୨୫୫ ରହିଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୭,୪୩୭ ରେ […]

କବି ବର୍‌ବରା ରାଓଙ୍କ ଜୀବନ ବଞ୍ଚାଇବାକୁ ରାଷ୍ଟ୍ରପତିଙ୍କୁ ଚିଠି

ନୂଆଦିଲ୍ଲୀ/ଭୁବନେଶ୍ୱର: ଭୀମା କୋରେଗାଓଁ ହିଂସା ମାମଲାରେ ଜେଲ୍‌ ଦଣ୍ଡ ଭୋଗୁଥିବା କବି ତଥା ଲେଖକ ପି ବର୍‌ବରା ରାଓ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆଜି ସକାଳେ ତାଙ୍କୁ ସେଣ୍ଟ୍ ଜର୍ଜସ୍‌ ହସ୍ପିଟାଲ୍‌ରୁ ମୁମ୍ବାଇ ସ୍ଥିତ ନାନାବତୀ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ, ଦିନକୁ ଦିନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗୁଡ଼ି ଥିବାରୁ ତାଙ୍କ ପରିବାର ଲୋକେ ଚିନ୍ତା ପ୍ରକଟ କରିଛନ୍ତି। ବର୍‌ବରା ରାଓଙ୍କୁ ସହଯୋଗ କରିବା ପାଇଁ ଦେଶବ୍ୟାପୀ କବି, ଲେଖକ, ମାନବ ଅଧିକାର ଆଇନଜୀବୀ ଏବଂ ନାଗରିକମାନେ […]

  • Tuesday, 06 July 2021
ଗିରଫ ହେଲେ
ଗିରଫ ହେଲେ

  • Tuesday, 06 July 2021
ppe-kiit
ମହାମାରୀ କରୋନା ଲଢ଼େଇରେ ଓଡ଼ିଶାକୁ ସଫଳତା

ଭୁବନେଶ୍ୱର: ମହାମାରୀ କରୋନା ଲଢ଼େଇରେ ଓଡ଼ିଶାକୁ ସଫଳତା। ଏଣିକି ଭୁବନେଶ୍ୱର ସିପେଟ୍‌ରେ ହୋଇପାରିବ PPE କିଟ୍‌ରେ ଟେଷ୍ଟ। ନ୍ୟାସନାଲ ଆକ୍ରିଡିଟେସନ୍ ବୋର୍ଡ ଫର୍ ଟେଷ୍ଟିଂ ଆଣ୍ଡ କାଲିବରେସନ୍ ଲାବେରେଟାରିଜ୍ ବା  NABL ଏନେଇ ସ୍ୱୀକୃତି ପ୍ରଦାନ କରିଛି। ସିପେଟ୍‌କୁ ସ୍ୱୀକୃତି ପରେ ରାଜ୍ୟର କରୋନା ବିରୋଧରେ ଯୁଦ୍ଧ ଅଧିକ ଶକ୍ତିଶାଳୀ ହେବ। ସିପେଟ୍ କୁ PPE କିଟ୍‌ର ଟେଷ୍ଟ ପାଇଁ ମିଳିଥିବା ଅନୁମତି ସମ୍ପର୍କରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା […]

  • Tuesday, 06 July 2021
coronaviru-1
ଆଜି ରାଜ୍ୟରେ ୫ କରୋନା ଆକ୍ରାନ୍ତଙ୍କ ଜୀବନ ଗଲା

ଭୁବନେଶ୍ୱର: ସାରା ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ୁଥିବା ବେଳେ ରାଜ୍ୟରେ ବି ଜୀବନ ନେଉଛି କରୋନା।  ଦେଶରେ ଆଜି ୫୪୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ରାଜ୍ୟରେ ୫ ଜଣଙ୍କର ଜୀବନ ନେଇଛି କରୋନା। ସେଥିମଧ୍ୟରୁ ଗଞ୍ଜାମରୁ ୩, ଜଗତସିଂହପୁର ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ମୃତ୍ୟୁ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି। ଆଜିର ମୃତ୍ୟୁକୁ ମିଶାଇ ରାଜ୍ୟରେ କରୋନାଜନିତ ମୋଟ ମୃତ୍ୟୁ […]

  • Tuesday, 06 July 2021