• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

padayatra
ଦାବି ପୂରଣ ପାଇଁ ଅଭିନବ ପ୍ରତିବାଦ

ଭଦ୍ରକ: ଦାବି ପୂରଣ ନେଇ ଅଭିନବ ପ୍ରତିବାଦ। ମେଡିକାଲ୍‌ରେ ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବିରେ ୪୦ କିଲୋମିଟର୍ ଚାଲିଛନ୍ତି ଲୋକେ।  ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ଘଣ୍ଟେଶ୍ୱର ଅଞ୍ଚଳରେ। ସ୍ଥାନୀୟ ଘଣ୍ଟେଶ୍ୱର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ଥାୟୀ ଡାକ୍ତର ପଦବୀ ପୂରଣ କରିବା ପାଇଁ ଦୀର୍ଘ ଦିନ ଧରି ଦାବି କରି ଆସୁଥିଲେ ଲୋକେ। ହେଲେ ଏଥିପ୍ରତି ପ୍ରଶାସନ କର୍ଣ୍ଣପାତ କରୁ ନ ଥିଲା। ଏହାର ପ୍ରତିବାଦରେ  ପ୍ରାୟ ୪୦ କିଲୋମିଟର୍ ଚାଲିଛନ୍ତି ଅଞ୍ଚଳବସୀ। […]

  • Monday, 12 July 2021
sameer
ରାଜ୍ୟ ସଭାପତି ଭାବେ ଶପଥ ନେଲେ ସମୀର ମହାନ୍ତି

ଭୁବନେଶ୍ୱର: ରାଜ୍ୟ ବିଜେପିର ନୂଆ ସଭାପତି ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ସମୀର ମହାନ୍ତି । ଆଜି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଦାୟିତ୍ୱ ଗ୍ରହଣ କରିଛନ୍ତି ସମୀର। ଏହି ଅବସରରେ ରାଜ୍ୟ ପ୍ରଭାରୀ ଅରୁଣ ସିଂହଙ୍କ ସହ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ଉପସ୍ଥିତ ଥିଲେ। ସମୀର ମହାନ୍ତି ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ କେନ୍ଦ୍ରମନ୍ତ୍ରୀ। ଏହି ଅବସରରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା […]

  • Monday, 12 July 2021
CMOdisha
 ଲୋକମାନେ ଆମର ପ୍ରଭୁ, ତାଙ୍କୁ ସର୍ବଶ୍ରେଷ୍ଠ ସେବା ଯୋଗାଇ ଦିଅ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଲୋକଙ୍କୁ ସର୍ବଶ୍ରଷ୍ଠ ସେବା ଯୋଗାଇ ଦିଅ। ଲୋକମାନେ ହିଁ ଆମର ପ୍ରଭୁ। ସେମାନେ ହିଁ ଶାସନର ବିନ୍ଦୁ। ତେଣୁ ତାଙ୍କୁ ଅବହେଳା କରନି। ବରିଷ୍ଠ ଅଧିକାରୀମାନଙ୍କୁ ଏମିତି ଦାୟିତ୍ୱ ବିଷୟରେ ବୁଝାଇଥିଲେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଭୁବନେଶ୍ୱରର ଲୋକସେବା ଭବନ ପରିସରରେ ଆୟୋଜିତ ହୋଇଥିଲା ବରିଷ୍ଠ ଅଧିକାରୀଙ୍କ  ଦୁଇ ଦିନିଆ ସମ୍ମିଳନୀ । ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଲୋକମାନଙ୍କୁ ସର୍ବଶ୍ରେଷ୍ଠ ସେବା ଯୋଗାଇ ଦେବାକୁ  ଆହ୍ୱାନ ଦେଇଛନ୍ତି। ଏଥିସହିତ ବରିଷ୍ଠ […]

  • Monday, 12 July 2021
cesu
ବିଦ୍ୟୁତ୍‌ ସଂଯୋଗ କାଟିବାକୁ ଯାଇ ହଟହଟା ହେଲେ କର୍ମଚାରୀ

ଖୋର୍ଦ୍ଧା: ବକେୟା ବିଦ୍ୟୁତ୍‌ ବିଲ୍‌ ପୈଠ କରି ପାରି ନ ଥିବା ଉପଭୋକ୍ତାଙ୍କ ଭାଗ୍ୟରେ ଆଜିଠୁ ଅନ୍ଧାର ଲେଖି ଦେଇଛି ସେସୁ। ବିଭିନ୍ନ ସ୍ଥାନରେ ଆଜିଠୁ କଟା ଯାଉଛି ବଦ୍ୟୁତ୍‌ ସଂଯୋଗ। ସେସୁର ଏପରି କାର୍ଯ୍ୟକଳାପକୁ ନେଇ ସାଧାରଣରେ ତୀବ୍ର  ଉତ୍ତେଜନା ଦେଖାଦେଇଛି। କେତେକ ସ୍ଥାନରେ ଲାଇନ କାଟିବାକୁ ଯାଇ ବିଦ୍ୟୁତ କର୍ମଚାରୀ ନାକେଦମ୍‌ ହୋଇଥିବା ଦେଖିବାକୁ ମିଳିଛି। ଆଜି ଖୋର୍ଦ୍ଧା ଗୁରୁଜଙ୍ଗରେ ଲାଇନ୍ କାଟିବାକୁ ଯାଇଥିଲେ ୫ ଜଣିଆ ସ୍କ୍ୱାଡ୍ । ଜଣେ ପାନ ଦୋକାନୀର […]

  • Monday, 12 July 2021
electtricity
କିଛି ଶୁଣିଲେନି, କାଟିଦେଲେ ବିଦ୍ୟୁତ୍‌ ସଂଯୋଗ,

ଖୋର୍ଦ୍ଧା:ବକେୟା ବିଲ୍‌ ପୈଠ କରି ନ ଥିବା ଉପଭୋକ୍ତାଙ୍କ ଘରୁ ବିଦ୍ୟୁତ୍‌ ସଂଯୋଗ ଛିନ୍ନ କଲା ସେସୁ। ଏହି କାର୍ଯ୍ୟ ପ୍ରଥମେ ଖୋର୍ଦ୍ଧା ଅଞ୍ଚଳରୁ ଆରମ୍ଭ ହୋଇଛି।  ପ୍ରଥମେ ୫୩ଟି କମର୍ସିଆଲ୍ ସଂସ୍ଥାରୁ ବିଦ୍ୟୁତ୍‌ ବିଚ୍ଛିନ୍ନ କରାଯାଇଛି । ଏହି ସଂସ୍ଥା ଗୁଡ଼ିକ ବିଲ୍‌ ବକେୟା ରଖିଥିବାରୁ ଏପରି ପଦକ୍ଷେପ ନିଆଯାଇଛି ବୋଲି ସେସୁ ପକ୍ଷରୁ କୁହାଯାଇଛି। ବିଦ୍ୟୁତ କାଟିବା ପାଇଁ ସେସୁ ପକ୍ଷରୁ ୩୯ଟି ସ୍କ୍ୱାଡ୍ ନିୟୋଜିତ ହୋଇଛନ୍ତି । ଆଜି ପ୍ରଥମ ଦିନରେ ସମୁଦାୟ […]

  • Monday, 12 July 2021
dharama
OBC ଓ SEBCଙ୍କ ସଂରକ୍ଷଣ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ରାଜ୍ୟରେ ନିଯୁକ୍ତି ଓ ଶିକ୍ଷାକ୍ଷେତ୍ରରେ OBC ଓ SEBCଙ୍କ ଲାଗି ସଂରକ୍ଷଣ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏ ଦିଗରେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବାପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଣାଇଛନ୍ତି । କେନ୍ଦ୍ରମନ୍ତ୍ରୀ ପୂର୍ବରୁ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ  ଚିଠି ଲେଖିଥିଲେ ହେଁ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇନଥିବା ସେ ଅଭିଯୋଗ କରିଛନ୍ତି। ତେଣୁ ଗତକାଲି ଧର୍ମେନ୍ଦ୍ର ନବୀନଙ୍କୁ […]

  • Monday, 12 July 2021
Puri Ratha yatra
୧୮୭୩ ରଥଯାତ୍ରାରେ ଗଜପତି ବି ଗଣିଥିଲେ ତଣ୍ଡ

ଏହା ୧୮୭୩ ମସିହା ପ୍ରାରମ୍ଭ କଥା। ବିଷୟ ଥିଲା ରଥଯାତ୍ରା ପରମ୍ପରାରେ ସଂସ୍କାର ଆଣିବା। କିନ୍ତୁ ଭିତରେ ଏ ପୁରାତନ ପରମ୍ପରାରେ ବ୍ୟାଘାତ ଆଣିବା ଲକ୍ଷ୍ୟ ନିହିତ ଥିଲା। ରଥର ଆକାର ବେଶ୍ ବଡ଼ ହୋଇଥିବାରୁ ଏହାକୁ ଟାଣିବା କଷ୍ଟକର ହୋଇପଡ଼ୁଥିବା ବର୍ଣ୍ଣନା କରାଯାଇ କୁହାଯାଇଥିଲା, ଏତେ ସଂଖ୍ୟାରେ ଲୋକ ପୁରୀରେ ନାହାନ୍ତି ଯେଉଁମାନେ ରଥ ଟାଣିବାରେ ସକ୍ଷମ ହେବେ।

Coronavirus
ରାଜ୍ୟରେ କମୁଛି ସଂକ୍ରମଣ: ୨୪ ଘଂଟାରେ ୧୯୯୩ ଜଣ ସଂକ୍ରମିତ ଚିହ୍ନଟ

ରାଜ୍ୟରେ ଧୀରେ ଧୀରେ କମୁଛି ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ, ରାଜ୍ୟରେ ୧୯୯୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୧୧୫୪ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ୮୩୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Subhadra Pahandi
ଶୂନ୍ୟ ପହଣ୍ଡିରେ ଆସିଲେ ଦେବୀ ସୁଭଦ୍ରା

ଯାତ୍ରା ପାଇଁ ଆସିଲେ ମାଆ। ମଙ୍ଗଳାର୍ପଣ ହେବା ପରେ ପରେ ଆରମ୍ଭ ହୋଇଯାଇଛି ପହଣ୍ଡି। ଧାଡ଼ି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତୀ ଦଇତାଙ୍କ କାନ୍ଧରେ ଝୁଲି ଝୁଲି ଆସୁଛନ୍ତି ବଡ଼ଦାଣ୍ଡକୁ। ଏପଟେ ଚାମର ପଡ଼ୁଛି, ଆଲଟ ହେଉଛି ତାହା ସାଙ୍ଗକୁ ବିଜେ କାହାଳୀ ବି ବାଜୁଛି। ଦେବୀ ସାଙ୍ଗରେ ହଳଦୀ ରଙ୍ଗର ଛତା ବି ଆସୁଛି । ପ୍ରଥମେ ସୁଦର୍ଶନ ମହାପ୍ରଭୁ ପହଣ୍ଡି ହୋଇ ରଥାରୂଢ଼ ହୋଇସାରିଲେଣି। ପରେ ଆଗରେ ଚାଲିଛନ୍ତି ଶ୍ରୀବଳଭଦ୍ର ଏହାପଛକୁ ଦେବୀ ସୁଭଦ୍ରାଙ୍କର ଚାଲିଛି ପହଣ୍ଡି।

Jagannth Pahandi
ପଡ଼ୁଛି ଆଲଟ, ଚାମର: ଦଇତାଙ୍କ କାନ୍ଧରେ ଝୁଲି ଝୁଲି ଆସୁଛି କାଳିଆ ସାଆନ୍ତ

ଶ୍ରୀଜିଉଙ୍କର ପହଣ୍ଡି ଆରମ୍ଭ ହୋଇସାରିଛି। ଅପେକ୍ଷାର ଅନ୍ତ ହୋଇଛି। ଦଇତାଙ୍କ କାନ୍ଧରେ ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି କାଳିଆ ସାଆନ୍ତ। ସାତ ପାହାଚରେ ପହଞ୍ଚିବା ପରେ ଶ୍ରୀଜଗନ୍ନାଥଙ୍କୁ ଟାହିଆ ଲାଗି କରାଯାଇଛି। ପରେ ବାଇସି ପାହାଚ ଦେଇ ବଡ଼ଦାଣ୍ଡକୁ ବିଜେ ହେବେ ଶ୍ରୀ ଜଗନ୍ନାଥ। ଅବକାଶ, ରୋଷହୋମ, ଦ୍ୱାରପାଳ ପୂଜା ସହ ଅନ୍ୟାନ୍ୟ ନୀତି ପରେ ସକାଳ ଧୂପରେ ଖେଚୁଡ଼ି ଭୋଗ ଖାଇ ମଙ୍ଗଳାର୍ପଣ ସରି ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଆସିଲେ ଶ୍ରୀ ଜଗନ୍ନାଥ ମହାପ୍ରଭୁ

Balabhadra Pahandi
ମୁଣ୍ଡରେ ଟାହିଆ ଲାଗିଛି, ବଡ଼ଠାକୁରଙ୍କର ପହଣ୍ଡି ଚାଲିଛି

ଠାକୁରଙ୍କ ସାଙ୍ଗେ ଆସୁଛି କଳା ଛତ୍ର। ପ୍ରଥମେ ସୁଦର୍ଶନ ମହାପ୍ରଭୁ ପହଣ୍ଡି ହୋଇ ରଥାରୂଢ଼ ହୋଇସାରିଲେଣି। ଏହାପରେ ବଡ଼ଭାଇ ବଳଭଦ୍ର, ପରେ ପରେ ଦେବୀ ସୁଭଦ୍ର ଓ ସଭା ଶେଷରେ କାଳିଆ ହାତୀ ପହଣ୍ଡିରେ ଆସିବ

Pahandi
ଆରମ୍ଭ ହେଲା ଶ୍ରୀଜିଉଙ୍କ ପହଣ୍ଡି: ବଡ଼ଦାଣ୍ଡକୁ ବିଜେ ହେଲେ ସୁଦର୍ଶନ ମହାପ୍ରଭୁ

ଶ୍ରୀଜିଉଙ୍କର ଆରମ୍ଭ ହେଲା ପହଣ୍ଡି। ଅପେକ୍ଷାର ହେଲା ଅନ୍ତ। ଦଇତାଙ୍କ କାନ୍ଧରେ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ସୁଦର୍ଶନ। ସାତ ପାହାଚ ଓ ବାଇସି ପାହାଚ ଦେଇ ବଡ଼ଦାଣ୍ଡକୁ ବିଜେ ହେଉଛନ୍ତି ସୁଦର୍ଶନ। ଅବକାଶ, ରୋଷହୋମ, ଦ୍ୱାରପାଳ ପୂଜା ସହ ଅନ୍ୟାନ୍ୟ ନୀତି ପରେ ସକାଳ ଧୂପରେ ଖେଚୁଡ଼ି ଭୋଗ ଖାଇ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଆସିଲେ ଶ୍ରୀଜିଉ। ମଙ୍ଗଳାର୍ପଣ ହେବା ପରେ ପରେ ଆରମ୍ଭ ହେଲା ପହଣ୍ଡି। ଧାଡ଼ି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତୀ ଦଇତାଙ୍କ କାନ୍ଧରେ ଝୁଲି ଝୁଲି ଆସିବେ ବଡ଼ଦାଣ୍ଡକୁ। ଚାମର ପଡ଼ୁଛି, ଆଲଟ ହେଉଛି ତାହା ସାଙ୍ଗକୁ ବିଜେ କାହାଳୀ ବି ବାଜୁଛି।

Ratha Yatra
ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା: ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ଶ୍ରୀଜିଉ

ପ୍ରଥମେ ସୁଦର୍ଶନ ମହାପ୍ରଭୁ, ପରେ ବଡ଼ଭାଇ ବଳଭଦ୍ର, ପରେ ପରେ ଦେବୀ ସୁଭଦ୍ର ଓ ସଭା ଶେଷରେ କାଳିଆ ହାତୀ ପହଣ୍ଡିରେ ଆସିବ। ସାତ ପାହାଚ ନିକଟରେ ଦୁଇ ଭାଇଙ୍କୁ ଟାହିଆ ଲାଗି ହେବ। ଗୋଟିଏ ପୁଅ ନୃତ୍ୟରେ ପ୍ରକମ୍ପିତ ହେଉଥିବ ପୂରା ବଡ଼ଦାଣ୍ଡ। ସେପଟେ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଣ୍ଡି ହେବ ବୋଲି ଆଶା ରଖାଯାଇଛି। ତେବେ ଦେଖାଯାଉ କେତେ ବେଳେ ଆସିବ ସେହି ଶୁଭ ମୁହର୍ତ୍ତ।

lord jagannath
ଗର୍ଭଗୃହର ହେବ ନାହିଁ ଲେଜର ସ୍କାନିଂ

ଶ୍ରୀଗୁଣ୍ଡିଚା ଯାତ୍ରା ପରେ ହେବ ଶ୍ରୀମନ୍ଦିରର ଲେଜର ସ୍କାନିଂ । ଏଏସ୍‌ଆଇ ବୈଷୟିକ କମିଟି ଦ୍ୱାରା ଗର୍ଭଗୃହ, ଜଗମୋହନ, ନାଟମଣ୍ଡପ ଆଦିର ଅନୁଧ୍ୟାନ କରାଯିିବ ଶ୍ରୀଗୁଣ୍ଡିଚା ପରଦିନ ।

Rain In Puri
କାଲି ଘୋଷଯାତ୍ରା: ଆଜି ପୁରୀରେ ହେଉଛି ବର୍ଷା

କେବଳ ଏତିକି ନୁହେଁ ବରଂ ଶ୍ରୀଜିଉଙ୍କ ଆଜି ଅନେକ ନୀତିକାନ୍ତି ରହିଛି। ସୂଚନା ଅନୁସାରେ, ଆଜି ରାତିରୁ ହିଁ ଠାକୁରଙ୍କ ଦେହରେ ସେନା ପଟ୍ଟାଲାଗି ହେବ। ଏହି କାମ ସମୟ ସାପେକ୍ଷ ବୋଲି ବରିଷ୍ଠ ସେବାୟତମାନେ କହିଛନ୍ତି। ଏହାସହ ଆସନ୍ତାକାଲି ନିର୍ଦ୍ଧାରିତ ସମୟ ପୂର୍ବରୁ ଶ୍ରୀଜିଉଙ୍କ ନୀତିକାନ୍ତି ସବୁ ସରିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଶା ରଖିଛନ୍ତି। ଏପଟେ, ଶ୍ରୀଜିଉଙ୍କ ଟାହିଆ ମଧ୍ୟ ପ୍ରସ୍ତୁତ ହେବାରେ ଲାଗିଛି। ତେବେ ମୋଟ୍‌ ଉପରେ ବର୍ଷା ବି ବାଧକ ସାଜିପାରିନାହିଁ ରଥ କାମରେ।

dgp
ଏମ୍‌ସରେ ଆହତ ଯବାନଙ୍କୁ ଭେଟିଲେ ଡିଜିପି

କନ୍ଧମାଳ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଗୁରୁତର ଦୁଇ ଯବାନ ସୁସ୍ଥ ଅଛନ୍ତି । ଭୁବନେଶ୍ୱର ଏମ୍‌ସର ବିଶେଷଜ୍ଞ ଡାକ୍ତର ସେମାନଙ୍କ ଚିକିତ୍ସା କରୁଛନ୍ତି ।

Corona
କରୋନା ଉଜାଡ଼ିଦେଲା ସଂସାର: ବାପା ଛେଉଣ୍ଡ ହୋଇଗଲେ ପିଲା

ଉଚ୍ଛନ୍ନ ହୋଇଯାଇଛି ପରିବାର, ଉଜୁଡ଼ି ଯାଇଛି ସଂସାର। ସାତ ଜନ୍ମର ସାଥୀ ହେବାର ପ୍ରତିଶ୍ରୁତି ଦେଇଥିବା ମଣିଷଟିଏ ଆଜି ଅତୀତ। ତାଙ୍କୁ ଝୁରି ଝୁରି ଆଖିରୁ ଲୁହ ମରିଗଲାଣି, ଅସମ୍ଭାଳ କୋହରେ ଛାତି ବି ପଥର ହୋଇଗଲାଣି ।ଅବୋଧ ଟିକି ପିଲାଟି ବି ବୁଝିବ କିପରି? ବାପାର ଫଟୋ ଦେଖୁଛି, ଅବୁଝା ଭାବରେ ନୀରବ ରହୁଛି। ଝିଅ ଟିକିଏ ବଡ଼ ହେଲାଣି ବୋଲି ଜାଣିପାରୁଛି ବାପା ଆଉ ଫେରିବନି। ଛାତିକୁ ରୁନ୍ଧି ପକାଉଥିବା ଏହି ଘଟଣା ହେଉଛି ଗଞ୍ଜାମ ଜଗନ୍ନାଥପ୍ରସାଦ ବ୍ଲକ ହରିପୁର ଗାଁର

Union Minister
ଓଡ଼ିଆଙ୍କ ଆଶା ପୂରଣ କରିପାରିବେ ତ ଅଶ୍ୱିନୀ?

ରେଳମନ୍ତ୍ରୀ ହେବାପରେ ଅଶ୍ୱିନୀଙ୍କଠାରୁ ବଢ଼ିଲା ଓଡ଼ିଶାର ଆଶା। କାରଣ ଅଶ୍ୱିନୀ ବୈଷ୍ଣବଙ୍କ କର୍ମଭୂମି ଓଡ଼ିଶା। ଏଠାରୁ ହିଁ ବିଜେପି-ବିଜେଡି ସମର୍ଥନରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ସେ। ତେଣୁ ରାଜ୍ୟବାସୀଙ୍କ ଆଶା, ରେଳବାଇ କ୍ଷେତ୍ରରେ ବର୍ଷବର୍ଷ ଧରି ଓଡ଼ିଶା ଯେଉଁ ଅବହେଳାର ଶିକାର ହୋଇଆସିଛି ସେଥିରେ ଲାଗିବ ବ୍ରେକ୍

Ratha Jatra
ରାତି ପାହିଲେ ଘୋଷଯାତ୍ରା: ପତିତଜନଙ୍କୁ ଉଦ୍ଧାର କରିବାକୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ କାଳିଆ ସାଆନ୍ତେ...

ପୁରୀ ବଡ଼ଦାଣ୍ଡରେ ରଥ ଗଡ଼ିବ, କିନ୍ତୁ ରଥାରୁଢ଼ ଦିଅଁ କି ତାଙ୍କ ଦିବ୍ୟରଥକୁ ଚର୍ମ ନେତ୍ରରେ ଦେଖି ପାରିବନି ଭକ୍ତ। ଭକ୍ତଟିଏ ପାଇଁ ୟାଠୁ ବଳି କଷ୍ଟ ଆଉ କଣ ବା ହେଇପାରେ? ବିଶ୍ୱ ନିୟନ୍ତାଙ୍କ ବିଶ୍ୱ ପ୍ରସିଦ୍ଧ ନବଦିନାତ୍ମ ଯାତ୍ରା ଲାଗି ସଜେଇ ହୋଇଛି ଶ୍ରୀକ୍ଷେତ୍ର ପୁରୀ। ହେଲେ ଉଣା କେବଳ ଭକ୍ତର ସେ ଦୁଇ ଚର୍ମନେତ୍ର ଓ ରଥାରୁଢ଼ ତିନିଠାକୁରଙ୍କ ସେ ଚକାନୟନ ମଧ୍ୟରେ ଅପୂର୍ବ ମିଳନର ଦୃଶ୍ୟ। କରୋନା କଟକଣା ଭିତରେ ଏ ବର୍ଷ ବି ହେବ ରଥଯାତ୍ରା

Ratha Yatra
ରାତି ପାହିଲେ ରତ୍ନ ସିଂହାସନ ଛାଡ଼ି ଜନ୍ମବେଦୀ ଅଭିମୁଖେ ବାହାରିବେ କାଳିଆ ସାଆନ୍ତ

ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ରାତି ପାହିଲେ ରତ୍ନ ସିଂହାସନ ଛାଡ଼ି ଜନ୍ମବେଦୀ ଅଭିମୁଖେ ବାହାରିବେ କାଳିଆ ସାଆନ୍ତ । କରୋନା କାଳରେ ଲଗାତର ଦ୍ୱିତୀୟ ବର୍ଷ ପାଇଁ ଭକ୍ତଶୂନ୍ୟ ବଡ଼ଦାଣ୍ଡରେ ଗଡ଼ିବ ବିଶ୍ୱନିୟନ୍ତାଙ୍କ ବିଶ୍ୱ ରଥ । ଏଥିପାଇଁ ପୁରୀରେ ବ୍ୟାପକ ପ୍ରସ୍ତୁତି । 

gopalpur sea beach
ଏଣିକି ପୁରୀ ବିଚ୍‌ରେ ମିଳିବ ମଦ, ରହିବାକୁ ହେବ ଘର; ଓଟିଡିସି କରିବ ବ୍ୟବସ୍ଥା

ଏଣିକି ଅଧିକ ଆମୋଦଦାୟକ ହେବ ଓଡ଼ିଶାରେ ବେଳାଭୂମି ପର୍ଯ୍ୟଟନ । କାହିଁକି ନା ରାଜ୍ୟର ପ୍ରମୁଖ ୬ଟି ସମୁଦ୍ରତଟରେ ଗୋଆ ଭଳି ବେଳାଭୂମି କୁଟୀର ବା ଅସ୍ଥାୟୀ ବାର ନିର୍ମାଣ ଲାଗି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର

bidyut kata
ବିଦ୍ୟୁତ୍‌ ବିଲ୍‌ ପୈଠ ପାଇଁ ସମୟ ଦିଆଯାଉ-ବିଦ୍ୟୁତ ଉପଭୋକ୍ତା ମହାସଂଘ ସଭାପତି

ଭୁବନେଶ୍ୱର: ସରକାରୀ ଉପଭୋକ୍ତାଙ୍କ ଭଳି ସାଧାରଣ ଉପଭୋକ୍ତାଙ୍କୁ ମଧ୍ୟ ବିଲ୍ ପୈଠ ପାଇଁ ସମୟ ଦିଆଯାଉ।  ବିଦ୍ୟୁତ ବିଲ୍ ବକୟା ପୈଠ ନେଇ ଏଭଳି ମତ ଦେଇଛନ୍ତି ବିଦ୍ୟୁତ ଉପଭୋକ୍ତା ମହାସଂଘ ସଭାପତି ରମେଶ ଶତପଥୀ । ଯାହାର ଲାଇନ୍ କିଟିଛି  ସେମାନଙ୍କ ମଧ୍ୟରୁ ଅଧିକାଂଶ ଉପଭୋକ୍ତା ସୌଭାଗ୍ୟ ଯୋଜନାରେ ଲାଇନ୍ ନେଇ ଚଳୁଛନ୍ତି । ତେବେ ଲାଇନ୍ କଟିବା ପରେ ମଧ୍ୟ ସେହି ଗ୍ରାହକଙ୍କୁ କାହିଁକି ଲାଇନ୍ ଦିଆଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । […]

  • Sunday, 11 July 2021
pushyaviseka
ରାଜାଧିରାଜ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ଶ୍ରୀଜୀଉ

ପୁରୀ: ଆଜି ପୌଷ ପୂର୍ଣ୍ଣିମା। ପୌଷ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ  ମହାପଭ୍ରୁଙ୍କର ହୋଇଛି ଅନନ୍ୟ ପୂଷ୍ୟାଭିଷେକ ନୀତି ।  ଏହି ଅବସରରେ ଶ୍ରୀଜୀଉ ରତ୍ନସିଂହାସନ ଉପରେ ବିଭିନ୍ନ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ରାଜାଧିରାଜ ବା ରାଜରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଏଥିପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ଲାଗି ରହିଛି। ଡ. ନରେଶଚନ୍ଦ୍ର ଦାଶଙ୍କ କହିବା ଅନୁଯାୟୀ,  ଶାସ୍ତ୍ର ଅନୁସାରେ ମର୍ଯ୍ୟଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଚନ୍ଦ୍ର ୧୪ ବର୍ଷ ବନବାସ ଯିବା ପରେ ଅଯୋଧ୍ୟା […]

  • Sunday, 11 July 2021
chhatar yatra
ଛତରଯାତ୍ରାରେ ବଳି ପଡ଼ିଲେ ଦାୟୀ ରହିବେ ଜିଲ୍ଲାପାଳ ଓ ଏସ୍‌ପି

ଭବାନୀପାଟଣା: ଛତର ଯାତ୍ରାରେ ବନ୍ଦ ହେବ ବଳି। ଯଦି ହୁଏ ତେବେ ଜିଲ୍ଲାପାଳ ଓ ଏସ୍‌ପି ଏଥିପାଇଁ ଦାୟୀ ରହିବେ। ବଳିକୁ ନେଇ ଏପରି କଡା ଆଭିମୁଖ୍ୟ ପୋଷଣ କରିଛନ୍ତି ହାଇକୋର୍ଟ। ଭବାନୀପାଟଣାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରାରେ ପଶୁ ବଳିକୁ ନେଇ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି ହାଇକୋର୍ଟ। ଗତକାଲି କୋର୍ଟ କହିଛନ୍ତି, ବଳି ବନ୍ଦ ପାଇଁ ମାସେ ପୂର୍ବରୁ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଏଥିସହିତ  ବଳି ସ୍ଥଳ ଏବଂ ରାସ୍ତା […]

  • Sunday, 11 July 2021