Advertisment

ମୁଣ୍ଡରେ ଟାହିଆ ଲାଗିଛି, ବଡ଼ଠାକୁରଙ୍କର ପହଣ୍ଡି ଚାଲିଛି

ଠାକୁରଙ୍କ ସାଙ୍ଗେ ଆସୁଛି କଳା ଛତ୍ର। ପ୍ରଥମେ ସୁଦର୍ଶନ ମହାପ୍ରଭୁ ପହଣ୍ଡି ହୋଇ ରଥାରୂଢ଼ ହୋଇସାରିଲେଣି। ଏହାପରେ ବଡ଼ଭାଇ ବଳଭଦ୍ର, ପରେ ପରେ ଦେବୀ ସୁଭଦ୍ର ଓ ସଭା ଶେଷରେ କାଳିଆ ହାତୀ ପହଣ୍ଡିରେ ଆସିବ

author-image
Sarbeswar
ଅଦ୍ୟତନ ହୋଇଛି
ମୁଣ୍ଡରେ ଟାହିଆ ଲାଗିଛି, ବଡ଼ଠାକୁରଙ୍କର ପହଣ୍ଡି ଚାଲିଛି

Balabhadra Pahandi

ପୁରୀ: ଶ୍ରୀଜିଉଙ୍କର ପହଣ୍ଡି ଆରମ୍ଭ ହୋଇସାରିଛି। ଅପେକ୍ଷାର ଅନ୍ତ ହୋଇଛି। ଦଇତାଙ୍କ କାନ୍ଧରେ ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି ବଡ଼ଭାଇ ବଳଭଦ୍ର। ସାତ ପାହାଚରେ ପହଞ୍ଚିବା ପରେ ଶ୍ରୀବଳଭଦ୍ରଙ୍କୁ ଟାହିଆ ଲାଗୁ କରାଯାଇଛି। ପରେ ବାଇସି ପାହାଚ ଦେଇ ବଡ଼ଦାଣ୍ଡକୁ ବିଜେ ହେବେ ଶ୍ରୀ ବଳଭଦ୍ର। ଅବକାଶ, ରୋଷହୋମ, ଦ୍ୱାରପାଳ ପୂଜା ସହ ଅନ୍ୟାନ୍ୟ ନୀତି ପରେ ସକାଳ ଧୂପରେ ଖେଚୁଡ଼ି ଭୋଗ ଖାଇ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଆସିଲେ ଶ୍ରୀ ବଳଭଦ୍ର ମହାପ୍ରଭୁ।

Advertisment

ଦେଖନ୍ତୁ ପୁରୀ ଜଗନ୍ନାଥ ରଥଯାତ୍ରାର ସିଧା ପ୍ରସାରଣ

ମଙ୍ଗଳାର୍ପଣ ହେବା ପରେ ପରେ ଆରମ୍ଭ ହୋଇଯାଇଛି ପହଣ୍ଡି। ଧାଡ଼ି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତୀ ଦଇତାଙ୍କ କାନ୍ଧରେ ଝୁଲି ଝୁଲି ଆସିବେ ବଡ଼ଦାଣ୍ଡକୁ। ଏପଟେ ଚାମର ପଡ଼ୁଛି, ଆଲଟ ହେଉଛି ତାହା ସାଙ୍ଗକୁ ବିଜେ କାହାଳୀ ବି ବାଜୁଛି।

Advertisment

ଠାକୁରଙ୍କ ସାଙ୍ଗେ ଆସୁଛି କଳା ଛତ୍ର। ପ୍ରଥମେ ସୁଦର୍ଶନ ମହାପ୍ରଭୁ ପହଣ୍ଡି ହୋଇ ରଥାରୂଢ଼ ହୋଇସାରିଲେଣି। ଏହାପରେ ବଡ଼ଭାଇ ବଳଭଦ୍ର, ପରେ ପରେ ଦେବୀ ସୁଭଦ୍ର ଓ ସଭା ଶେଷରେ କାଳିଆ ହାତୀ ପହଣ୍ଡିରେ ଆସିବ। ସାତ ପାହାଚ ନିକଟରେ ଦୁଇ ଭାଇଙ୍କୁ ଟାହିଆ ଲାଗି ହେବାର ପରମ୍ପରା ରହିଛି। ନିର୍ଦ୍ଧାରିତ ସମୟ ପୂର୍ବରୁ ପହଣ୍ଡି ଆରମ୍ଭ ହୋଇଛି। ଏଠାରେ କହିରଖୁଛୁ ଯେ, ଶ୍ରୀ ସୁଦର୍ଶନଙ୍କର ଶୂନ୍ୟ ପହଣ୍ଡି ହେଉଥିବା ବେଳେ ଶ୍ରୀବଳଭଦ୍ର ଦଇତାଙ୍କ କାନ୍ଧରେ ଝୁଲି ଝୁଲି ବଡ଼ଦାଣ୍ଡଙ୍କୁ ଆସୁଛନ୍ତି।

Odisha Puri Ratha Jatra Puri Ratha Jatra 2021
Advertisment
Advertisment