/odishatv-khabar/media/post_attachments/uploadimage/library/16_9/16_9_0/IMAGE_1626015481.jpg)
Ratha Yatra
ପୁରୀ: ଆଉ ମାତ୍ର କିଛି ସମୟର ଅପେକ୍ଷା। ଶ୍ରୀମନ୍ଦିରରୁ ବାହାରି ଆସିବେ ଶ୍ରୀଜିଉ। ଅବକାଶ, ରୋଷହୋମ, ଦ୍ୱାରପାଳ ପୂଜା ସହ ଅନ୍ୟାନ୍ୟ ନୀତି ପରେ ସକାଳ ଧୂପରେ ଖେଚୁଡ଼ି ଭୋଗ ଖାଇ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଆସିବେ ଶ୍ରୀଜିଉ। ମଙ୍ଗଳାର୍ପଣ ହେବା ପରେ ପରେ ଆରମ୍ଭ ହେବ ପହଣ୍ଡି। ଧାଡ଼ି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତୀ ଦଇତାଙ୍କ କାନ୍ଧରେ ଝୁଲି ଝୁଲି ଆସିବେ ବଡ଼ଦାଣ୍ଡକୁ। ଚାମର ପଡ଼ୁଥିବ, ଆଲଟ ହେଉଥିବ ତାହା ସାଙ୍ଗକୁ ବିଜେ କାହାଳୀ ବି ବାଜୁଥିବ।
Advertisment
ଦେଖନ୍ତୁ ପୁରୀ ଜଗନ୍ନାଥ ରଥଯାତ୍ରାର ସିଧା ପ୍ରସାରଣ
Also Read
ପ୍ରଥମେ ସୁଦର୍ଶନ ମହାପ୍ରଭୁ, ପରେ ବଡ଼ଭାଇ ବଳଭଦ୍ର, ପରେ ପରେ ଦେବୀ ସୁଭଦ୍ର ଓ ସଭା ଶେଷରେ କାଳିଆ ହାତୀ ପହଣ୍ଡିରେ ଆସିବ। ସାତ ପାହାଚ ନିକଟରେ ଦୁଇ ଭାଇଙ୍କୁ ଟାହିଆ ଲାଗି ହେବ। ଗୋଟି ପୁଅ ନୃତ୍ୟରେ ପ୍ରକମ୍ପିତ ହେଉଥିବ ପୂରା ବଡ଼ଦାଣ୍ଡ। ସେପଟେ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଣ୍ଡି ହେବ ବୋଲି ଆଶା ରଖାଯାଇଛି। ତେବେ ଦେଖାଯାଉ କେତେ ବେଳେ ଆସିବ ସେହି ଶୁଭ ମୁହର୍ତ୍ତ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)


/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)