ବଲାଙ୍ଗିର: ଆମ୍ୱ ଗଛରେ ସଙ୍କଟମୋଚନ ହନୁମାନ। ବିଶ୍ୱାସ ହେଉନଥିଲେ ବି ସତ ! ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ରୁଗୁଡିଖାଲ ଛକ ଠାରେ ଏକ ଆମ୍ୱ ଗଛର ତଳ ଭାଗରେ ହନୁମାନଙ୍କ ମୁହଁ ଆକୃତି ଦେଖିବାକୁ ମିଲିଛି। ଏହା ଦେଖିବା ପରେ ସେଠାରେ ଲୋକେ ପୂଜାର୍ଚ୍ଚନା ଆରମ୍ଭ କରି ଦେଇଛନ୍ତି। ରୁଗୁଡିଖାଲ ଛକରେ ଗତ ୨୫ ତାରିଖରୁ ରାମାୟଣ ପାଠ କରାଯାଉଛି । ଏଭଳି ସମୟରେ ନିକଟରେ ଥିବା ଆମ୍ବ ଗଛରେ ସଂକଟ ମୋଚନ ହନୁମାନକଂ ଆକୃତି […]
ଯାଜପୁର:ଗତ ୧୦ ଦିନ ଧରି ଯାଜପୁର ଜିଲ୍ଲାରେ ଆତଙ୍କ ସୃଷ୍ଟି କରିବା ସହିତ ୪ ଜଣଙ୍କୁ ମାରି ଥିବା ଦନ୍ତାହାତୀକୁ ନେଇ ଚିନ୍ତାରେ ପଡ଼ିଛି ବନ ବିଭାଗ। ହାତୀକୁ ରଖିବା ପାଇଁ ବିଭାଗକୁ ଜାଗା ମିଳୁନି। ଯେଉଁଠିକୁ ନେଉଛି, ସେଠି ବିରୋଧ କରାଯାଉଛି। ଗତକାଲି ଦାନଗଦି ବ୍ଲକ୍ କଣ୍ଟିପୁର ଜଙ୍ଗଲରୁ ବନ ବିଭାଗ ଟ୍ରାଙ୍କୁଲାଇଜ୍ କରି କାବୁ କରିଥିଲା। ଆଜି ଏହି ଦନ୍ତା ହାତୀ କୁ ଏକ ଟ୍ରକ୍ରେ କଟକ ଡାଲିଯୋଡ଼ା ରେଞ୍ଜର କୁସୁନପୁର ଜଙ୍ଗଲକୁ ନିଆଯାଇଥିଲା। […]
ନୂଆଦିଲ୍ଲୀ: ଚଳିତ ସପ୍ତାହର ଶେଷ ଦିନରେ ବ୍ୟାଙ୍କ କାମ କରିବେ ବୋଲି ଭାବିଛନ୍ତି କି ? ଯଦି ସେପରି ଭାବିଛନ୍ତି ତେବେ ପ୍ଲାନ ବଦଳାଇ ଦିଅନ୍ତୁ। କାରଣ ଶୁକ୍ରବାର ଏବଂ ଶନିବାର ବ୍ୟାଙ୍କ ବନ୍ଦ ଡାକରା ଦିଆଯାଇଛି। ଏହି ଦୁଇଦିନ ବ୍ୟାଙ୍କର ସମସ୍ତ କାମ ବନ୍ଦ ରହିବ। ଚଳିତ ବର୍ଷ ପାଇଁ ଏହି ଦୁଇଦିନ ବିଶେଷ ଗୁରୁତ୍ୱ ରଖେ। କାରଣ ଶୁକ୍ରବାର ଅର୍ଥାତ ଜାନୁଆରୀ ୩୧ ଆର୍ଥିକ ସର୍ଭେ ଏବଂ ଫେବ୍ରୁଆରୀ ୧ ଦେଶର ବଜେଟ ଆଗତ […]
ଭୁବନେଶ୍ୱର: ସାରା ବିଶ୍ୱରେ କରୋନା ଭାଇରସକୁ ନେଇ ଆତଙ୍କ ଖେଳି ଯାଇଛି। ରାଜ୍ୟରେ ଏନେଇ ସତର୍କତା ଅବଲମ୍ବନ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଡାକ୍ତରୀ ଦଳ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଯାଞ୍ଚ କରାଯାଉଛି । ବାହାରୁ ଆସୁଥିବା ଯାତ୍ରୀଙ୍କୁ ଏହି ଡାକ୍ତରୀ ଦଳ ଯାଞ୍ଚ କରିଛନ୍ତି । କ୍ୟାପିଟାଲ ହସ୍ପିଟାଲର ଡାକ୍ତରଙ୍କୁ ନେଇ ଗଠିତ ଟିମ୍ ଗତ ରାତିରେ ଏୟାରପୋର୍ଟରେ ପହଞ୍ଚି ଯାତ୍ରୀଙ୍କୁ ଯା଼ଞ୍ଚ କରିଥିଲେ । ସେହିପରି ରାଜ୍ୟର ବିଭିନ୍ନ […]
ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ ସବୁଠି ଆତଙ୍କ । ଏହାକୁ ନେଇ କିପରି ସତର୍କତା ଅବଲମ୍ବନ କରାଯିବ ସେ ନେଇ ବ୍ୟବସ୍ଥା କରିବାକୁ ତତ୍ପରତା ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର। ଏନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସହ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିବେ। ରାଜ୍ୟରେ ବିଭାଗ ପକ୍ଷରୁ କି ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି ସେ ନେଇ ଆଲୋଚନା ହେବ । ସୂଚନାଥାଉ କି, ଏବେ କରୋନା ଭୂତାଣୁ […]
ଭୁବନେଶ୍ୱର: ଡିଗ୍ରୀ କଲେଜ ପରିଚାଳନା କମିଟିରେ ଏଣିକି ଆଉ ରାଜନେତା କିମ୍ବା ସ୍ଥାନୀୟ ବିଧାୟକ ରହିବେ ନାହିଁ। କେବଳ ଶିକ୍ଷାବିତ୍ ହିଁ ସଦସ୍ୟ ରହିବେ । ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଏହିି ସୂଚନା ପରେ କିନ୍ତୁ ସରକାର ଭିତରେ ହିଁ କେଁ ଦେଖାଦେଲାଣି। ଅରୁଣ ସାହୁଙ୍କୁ ଜବାବ୍ ଦେଦଇ ବିଧାୟକମାନେ କମିଟିରେ ରହିବା କଥା ବୋଲି ଆଜି କହିଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂହ । ବିଧାୟକ କମିଟିରେ ରହିଲେ କଲେଜର ଉନ୍ନତି ହୋଇପାରିବ ବୋଲି ସେ […]
ଭୁବନେଶ୍ୱର: ଖୁବ ଶୀଘ୍ର ଆସିବ ଜାତୀୟ ପର୍ଯ୍ୟଟନ ନୀତି । ଏହି ନୀତି ଅନୁସାରେ କୋଣାର୍କ ଉପରେ ଗୁରୁତ୍ୱ ଦିଆଯିବ। ଏକଥା କହିଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ। କୋଣାର୍କରେ ଚାଲିଛି ଜାତୀୟ ପର୍ଯ୍ୟଟନ ସମ୍ମିଳନୀ। ଏହି ସମ୍ମିଳନୀରେ ଯୋଗ ଦେବାପାଇଁ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ପଟେଲ। ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଶ୍ରୀ ପଟେଲ କହିଛନ୍ତି, କୋଣାର୍କ ଏକ ବଡ ପ୍ରସଙ୍ଗ । ଜାତୀୟ ପର୍ଯ୍ୟଟନ […]
ଭୁବନେଶ୍ୱର: ଭୁବନେଶ୍ୱର ମାର୍କେଟ୍ ବିଲଡିଂରେ ଆତଙ୍କରାଜ ଖେଳାଇଥିବା ଦୁର୍ବୃତ୍ତଙ୍କ ନାଁରେ ଲାଗିଲା ଜାତୀୟ ନିରାପତ୍ତା ଆଇନ୍-NSA। ୩ ଜଣ ଅଭିଯୁକ୍ତଙ୍କ ନାଁରେ NSA ଲଗାଇଛି କମିଶନରେଟ୍ ପୋଲିସ । ଏହି ୩ ଅଭିଯୁକ୍ତ ହେଲେ ଚନ୍ଦନ ଦାଶ, ବିଶ୍ୱନାଥ ପ୍ରଧାନ ଓ ପ୍ରତ୍ୟୁଷ କହଁର । ଜନଗହଳିପୂର୍ଣ୍ଣ ମାର୍କେଟ ବିଲଡିଂରେ ସାଧାରଣ ଜୀବନଯାତ୍ରା ଓ ଆଇନ ଶୃଙ୍ଖଳା ଭଙ୍ଗ କରିବା ଅଭିଯୋଗରେ ଏମାନଙ୍କ ବିରୋଧରେ NSA ଲାଗିଛି। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୮ ଜଣ ଅଭିଯୁକ୍ତଙ୍କୁ […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଗରଦପୁର ବ୍ଲକ୍ ଅଞ୍ଚଳରେ ମଇଁଷି ମଡ଼କ। ସପ୍ତାହକ ମଧ୍ୟରେ ପ୍ରାୟ ୨୫ରୁ ଅଧିକ ମଇଁଷି ମଲେଣି। ସ୍ଥାନୀୟ ଲୋକେ ଏହାକୁ ଅଜଣା ରୋଗ କହୁଥିବାବେଳେ ନିମୋନିଆରେ ଆକ୍ରାନ୍ତ ହୋଇ ମଇଁଷୀଙ୍କ ମୃତ୍ୟୁ ଘଟିଥିବା କହିଛି ପ୍ରାଣୀଧନ ବିଭାଗ । ମଇଁଷୀଙ୍କ ଟୀକାକରଣ କରାଯାଇନଥିବାରୁ ଏଭଳି ସ୍ଥିତି ଉପୁଜିଥିବା ଜଣାପଡିଛି । ଗରଦପୁର ବ୍ଲକର ତାରଡ଼ ଗାଁରେ ଅଧିକାଂଶ ଲୋକ ମଇଁଷି ଚାଷ କରନ୍ତି। ପ୍ରାୟ ୩୦ଟି ପରିବାର ମିଶି ପାଳିଛନ୍ତି ୫ଶହରୁ ଅଧିକ ମଇଁଷି। […]
କଟକ: କଟକ ସହରର ହୃତ ଗୌରବ ଫେରିବ। ରାସ୍ତାଘାଟ ଚମକିବ। କଟକର ପରିଚୟ ବଡ଼ ଡାକ୍ତରଖାନାର ନବକଳେବର ହେବ। ଏଥିପାଇଁ ନିଜେ ଆଗେଇ ଆସିଛନ୍ତି ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ। ଆଜି କଟକ ଗସ୍ତ ଅବସରରେ ଏମିତି କିଛି ପ୍ରତିଶ୍ରୁତି ଦେଇଛନ୍ତି କଟକ ସହରବାସୀଙ୍କୁ। ଆଜି ମୁଖ୍ୟମନ୍ତ୍ରୀ କଟକ ଗସ୍ତରେ ଆସି ମାତା ମଠ ନିକଟରେ ମହାନଦୀ କୂଳ ବୁଲି ଦେଖିବା ସହିତ ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାନଦୀ ହାଡିଆପଠାରେ ହେବ […]
ଯାଜପୁର: ଯାଜପୁର ଧର୍ମଶାଳା ଥାନା ଅଞ୍ଚଳରୁ ନାବାଳିକା ଅପହରଣ ଘଟଣାକୁ ନେଇ ତାତିଛି ବିଜେପି। ଏହି ଘଟଣାରେ ଦଳ ଯାଜପୁର ଏସ୍ପିଙ୍କୁ ଟାର୍ଗେଟ କରିବା ସହ ଏହାକୁ ସ୍ମିତାରାଣୀ ପାର୍ଟ-ଟୁ ବୋଲି ଅଭିହିତ କରିଛି। ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର ଅଭିଯୋଗ କରିଛନ୍ତି ଯେ, ବଜରଙ୍ଗୀ ଲେଡିଜ୍ କର୍ଣ୍ଣର ମହିଳା ନିର୍ଯାତନାର କେନ୍ଦ୍ର ପାଲଟିଛି । ସେଠାରେ ଗରିବ ଓ ନିଷ୍ପେସିତ ମହିଳାଙ୍କୁ ଶୋଷଣ କରାଯାଉଛି । ନାବାଳିକା […]
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଗୌରହରି ନାଏକଙ୍କର ଆଜି ପରଲୋକ ହୋଇଯାଇଛି। ହଳଦୀବଟା ସ୍ଥିତ ବାସ ଭବନରେ ଦେହାନ୍ତ ହୋଇଛି। ଶ୍ରୀ ନାଏକ ସ୍ନାୟୁ ରୋଗରେ ପୀଡିତ ହୋଇ ଗତ ଡିସେମ୍ବର ୧୭ ତାରିଖରୁ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଲା। ଶ୍ରୀ ନାଏକ ଭାରତୀୟ ବାୟୁସେନାରୁ ଅବସର ନେବ ପରେ ୨୦୦୦ ମସିହାରୁ ୨୦୦୯ ମସିହା ପର୍ଯ୍ୟନ୍ତ ଭାରତୀୟ ଜନତା […]
ସମ୍ବଲପର: ପ୍ରେମିକ ସହ ଭୁଲ୍ ବୁଝାମଣା ନ ହେଉ। ବାହାଘର ସୁରୁଖୁରୁରେ ହୋଇଯାଉ। ମା’ ସମଲେଇଙ୍କ ପାଖକୁ ଆସିଛି ଏମିତି ବିନତିପୂର୍ଣ୍ଣ ଚିଠି। ଚିଠିବାକ୍ସରେ କିନ୍ତୁ ପଡ଼ିନି ଏ ଚିଠି। ପଡ଼ିଛି ମା’ଙ୍କ ହୁଣ୍ଡି ବାକ୍ସରେ। ହୁଣ୍ଡି ବାକ୍ସରୁ ବାହାରିଥିବା ଏପରି ଚିଠିକୁ ନେଇ ଏବେ ଚାଲିଛି ଚର୍ଚ୍ଚା। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କର ଖୋଲା ଯାଇଥିଲା ହୁଣ୍ଡି। ମନ୍ଦିର ଟ୍ରଷ୍ଟର ସଦସ୍ୟମାନେ ଟଙ୍କା ଗଣୁଥିଲେ। ଟଙ୍କା ଗଣୁ ଗଣୁ ଏକ ଧଳା କାଗଜ ନଜରକୁ […]
ଭୁବନେଶ୍ୱର: ପୂର୍ଣ୍ଣିମା ଗିରି ଓ ସବିତା ଗିରି ରାଷ୍ଟ୍ରପତିଙ୍କଠାରୁ ସାହସିକତା ପୁରସ୍କାର ପାଇଲା ପରେ କେନ୍ଦ୍ରାପଡ଼ା ଜିଲ୍ଲାର ନିପାଣିଆ ଗାଁ ଲୋକଙ୍କ ଖୁସି କହିଲେ ନ ସରେ। ଏହି କୁନି କୁନି ଝିଅ ଦୁଇଟି ଦିନେ ୧୨ଜଣଙ୍କ ଜୀବନ ବଞ୍ଚାଇ ସମସ୍ତଙ୍କ ଆଦରର ପାତ୍ର ହୋଇଥିଲେ। ଆଜି ଏମାନଙ୍କ ପାଇଁ ଗାଁର ଉନ୍ନତି ପାଇଁ ସରକାର ବି ଆଗେଇ ଆସିଛନ୍ତି। ସ୍କୁଲରେ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା କରିଛନ୍ତି। ପୂର୍ଣ୍ଣିମା ଓ […]
କଟକ: କଟକ ବାଦାମବାଡ଼ି ଅଞ୍ଚଳରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି। ଆଜି ଭୋର ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଏକ ଇଲେକ୍ଟ୍ରୋନିକ୍ସ ଗୋଦମରେ ନିଆଁଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ଯାଇଛି। ଏହି ଇଲେକ୍ଟ୍ରୋନିକ୍ସ ଗୋଦାମରେ ସକାଳୁ ସକାଳୁ ନିଆଁ ଲାଗି ଯାଇଥିଲା। ଉପର ମହଲାର ଜଣେ ବ୍ୟକ୍ତି ଶୌଚ ହେବା ପାଇଁ ଉଠିଥିବାବେଳେ ପ୍ରଥମେ ନିଆଁକୁ ଦେଖି ଅନ୍ୟମାନଙ୍କୁ ଉଠାଇଥିଲେ। ପରେ ଦମକାଳ ବାହିନୀକୁ ଖବର ଦିଆଯାଇଥିଲା। ୩ଟି ଦମକଳ ଗାଡ଼ି ଆସି ନିଆଁକୁ ଆୟତ୍ତ […]
ଭୁବନେଶ୍ୱର: ଭୁବନେଶ୍ୱରରୁ ସିଧାସଳଖ ସୁରତକୁ ଉଡ଼ିବ ବିମାନ। ୨୦ ତାରିଖରୁ ଏହି ବିମାନ ସେବା ଉପଲବ୍ଧ ହୋଇଛି। ଏୟାର ଇଣ୍ଡିଆ ପକ୍ଷରୁ ଏହି ବିମାନ ସେବା ଆରମ୍ଭ ହୋଇଛି। ଦୁଇ ସହର ମଧ୍ୟରେ ସପ୍ତାହକୁ ୨ଥର ବିମାନ ଚଳାଚଳ କରିବ। ହେଲେ ଯାତ୍ରୀମାନଙ୍କୁ ଏପରି ସୁବିଧା ଯୋଗାଇ ଦେବା ପରେ ଆରମ୍ଭ ହୋଇଛି ରାଜନୈତିକ ଖେଳ। ବିମାନ ଚଳାଚଳର ଶ୍ରେୟ ନେବାକୁ ବିଜେଡି ଓ ବିଜେପି ମଧ୍ୟରେ ଟଣାଓଟରା ଲାଗିଛି। ଭୁବନେଶ୍ୱରରୁ ସିଧାସଳଖ ସୁରତ୍ ବିମାନ ଚଳାଚଳ […]
ପୁରୀ: ଆଜି ନେତାଜୀ ଜୟନ୍ତୀ । ସାରା ଦେଶରେ ପାଳନ ହେଉଛି ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଜନ୍ମଦିନ । ଏଥିପାଇଁ ନେତାଜୀଙ୍କ ଜନ୍ମ ସ୍ଥାନ କଟକ ସହରରେ ବ୍ୟାପକ ପ୍ରସ୍ତୁତି ହୋଇଛି। ଓଡ଼ିଆ ବଜାରରେ ଥିବା ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ଜୟନ୍ତୀ ପାଳନ ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ସଂଗ୍ରହାଳୟକୁ ସୁନ୍ଦର ଭାବେ ସଜାଯାଇଛି।ନେତାଜୀଙ୍କ ଜନ୍ମ ସ୍ଥାନ ସଂଗ୍ରହାଳୟରେ ଯୋଡି ହୋଇଛି ସୁବାଷ ବୋଷଙ୍କ ସମ୍ପର୍କିତ ୨ଟି ବିରଳ ଫଟୋ। ମ୍ୟୁଜିୟମ […]
ରାୟଗଡ଼ା: ଗୁଣୁପୁର ଷ୍ଟେସନ ନିକଟରେ ଟ୍ରେନ ଦୁର୍ଘଟଣା। ଗତକାଲି ରାତି ୯ଟାରେ ଘଟିଛି ଏହି ଦୁର୍ଘଟଣ। ଇଞ୍ଜିନ୍ ବଦଳାଇବାକୁ ଯାଉଥିବାବେଳେ ପୁରୀ-ଗୁଣପୁର ପାସେଞ୍ଜର ଟ୍ରେନର ଇଞ୍ଜିନ ଡେଡ୍ ଲାଇନକୁ ଧକ୍କା ଦେଇଥିଲା। ପୁରୀ-ଗୁଣପୁର ପାସେଞ୍ଜର ଟ୍ରେନ ଗତକାଲି ପୁରୀରୁ ଗୁଣପୁର ଆସୁଥିଲାବେଳେ ଗୁଣପୁର ଷ୍ଟେସନରେ ଏହି ଦୁର୍ଘଟଣା ଘଟିଛି। ଷ୍ଟେଶନରେ ସମସ୍ତ ଯାତ୍ରୀ ଓହ୍ଲାଇବା ପରେ ଟ୍ରେନ୍ଟି ଇଞ୍ଜିନ୍ ବଦଳାଇବା ନିମନ୍ତେ ଡେଡ୍ ଲାଇନ୍ ନିକଟକୁ ଯାଇଥିଲା। ମାତ୍ର ସେଠାରେ ତାହା ଡେଡ୍ଲାଇନ୍କୁ ଧକ୍କା ଦେଇଥିଲା। ଫଳରେ […]
ଭୁବନେଶ୍ୱର: ଭୁବନେଶ୍ୱରର ୟଶ ମିଶ୍ରଙ୍କୁ ମିଳିଛି ଚଳିତ ବର୍ଷର ବାଲ ଶକ୍ତି ପୁରସ୍କାର। ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ୟଶ ନାସାରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ଏହାସହ ମାଥମେଟିକ୍ସ ଜିନିୟସ୍ ଆୱାର୍ଡରେ ପୂର୍ବରୁ ସମ୍ମାନିତ ହୋଇଛନ୍ତି। ଶିକ୍ଷା କ୍ଷେତ୍ରରେ ଉକର୍ଷତା ପାଇଁ ଆଜି ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ରାଷ୍ଟ୍ରପତି ତାଙ୍କୁ ଏକ ଲକ୍ଷ ଟଙ୍କା ସହ ମାନପତ୍ର ପ୍ରଦାନ କରିଛନ୍ତି । ଦେଶର […]
ଭୁବେନଶ୍ୱର: ଦିଲ୍ଲୀ ଗଣତନ୍ତ୍ର ଦିବସ ଉତ୍ସବ ସମାରୋହରେ ଏଥର ପୁଣି ଦେଖିବାକୁ ମିଳିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ମୋଟ୍ ୨୨ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ପାଇଁ ଅନୁମତି ମିଳିଥିବାବେଳେ ୧୧ ନମ୍ବର ସ୍ଥାନରେ ରହିଛି ଓଡ଼ିଶା। ଏଥର ପ୍ରଜ୍ଞାପନ ମେଢରେ ଦେଖିବାକୁ ମିଳିବ ଓଡ଼ିଆ ସ୍ଥାପତ୍ୟର ଅନ୍ୟତମ ନିଦର୍ଶନ ପ୍ରଭୁ ଲିଙ୍ଗରାଜ ମନ୍ଦିର ସହ ଗଭୀର ସଂପର୍କ ରଖୁଥିବା ଅଶୋକାଷ୍ଟମୀର ରୁକୁଣା ରଥର ପ୍ରତିକୃତି । ଏହି ରଥ ଉପରେ ୮ଜଣ ନୃତ୍ୟଶିଳ୍ପୀ ଓଡ଼ିଶୀ ଛନ୍ଦରେ […]
ଭୁବନେଶ୍ୱର: କଂଗ୍ରେସ ଭବନକୁ ବାଉନସର ପଠାଇବା ବୟାନରୁ ନିଜ ସ୍ୱର ବଦଳାଇଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟ। କଂଗ୍ରେସକୁ ବଦନାମ୍ କରିବାକୁ ଏପରି କରାଯାଇଛି । ବିଜେପି, ବିଜେଡି କେହି ବି ଏହା କରିଥାଇପାରନ୍ତି। ଏପରି କିଛି ଢଙ୍ଗରେ ବିରୋଧୀ ଦଳକୁ ଟାଗେର୍ଟ କରିଛନ୍ତି ସୁର ରାଉତରାୟ। କଂଗ୍ରେସ ଭବନକୁ ବାଉନସର୍ କେହି ଆଣି ନାହାନ୍ତି । ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ମହଳା କଂଗ୍ରେସ କିମ୍ବା ନିରଞ୍ଜନ ପଟ୍ଟନାୟକ କେହି ବି ବାଉନ୍ସର ଆଣିନାହାନ୍ତି। […]
ଦାରିଙ୍ଗବାଡ଼ି:ସ୍କୁଲରେ ନାମ ଲେଖାଇଲେ। ପଢିଲେ। ହେଲେ ମାଟ୍ରିକ ପରୀକ୍ଷା ବେଳକୁ ତାଙ୍କୁ ବାରଣ କରାଗଲା। ଏପରିକି ଫର୍ମ ଫିଲପ୍ କରିବାକୁ ଦିଆଗଲାନି। ଏବେ କ’ଣ କରିବେ ସେ ନେଇ ଚିନ୍ତାରେ ପଡ଼ିଛନ୍ତି ଛାତ୍ରଛାତ୍ରୀ, ଅଭିଭାବକ। ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସୋନପୁର ହାଇସ୍କୁଲରେ। ସ୍କୁଲର ୧୪ ଛାତ୍ରଛାତ୍ରୀଙ୍କୁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷାରୁ ବଂଚିତ କରାଯାଇଛି। ସେମାନଙ୍କୁ ଫର୍ମ ଫିଲ୍ଅପ୍ କରିବାକୁ ସୁଯୋଗ ଦିଆଯାଇ ନାହିଁ । ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ମଧ୍ୟରେ […]
ରାୟଗଡ଼ା: ଛାତ୍ରୀଙ୍କ ମେଧାକୁ ଦେଖି ଡରି ଗଲେ କି ସ୍କୁଲ୍ ଶିକ୍ଷକ? ସେମାନଙ୍କ ପାଖରେ ଟ୍ୟୁସନ୍ ନହୋଇ ସେ କାଳେ ବୋର୍ଡ ପରୀକ୍ଷାରେ ଭଲ ରେଜଲ୍ଟ କରିଦେବ, ସେଥିପାଇଁ ଲୋକ ଲଗାଇ ପୋଡ଼ି ଦେଲେ କି ଛାତ୍ରୀର ସମସ୍ତ ଖାତା ଓ ବହିପତ୍ର? ଏମିତି ଅଭିଯୋଗ ଆସିଛି ରାୟଗଡ଼ା ଜିଲ୍ଲା ଚାନ୍ଦିଲୀ ଥାନା ଜେ.କେ.ପୁର ଗାଁରୁ । ଅଭିଯୋଗ ଅନୁସାରେ, ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀ ପଲକ ପ୍ରସାଦଙ୍କ ବାପା ମା’ ଘରେ ନଥିବା ବେଳେ ତିନି […]
ଭୁବନେଶ୍ୱର: ଚନ୍ଦ୍ରଭାଗା ପାଇଁ ହେବ ମାଷ୍ଟରପ୍ଲାନ୍। ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ଆଇଏଏସ୍ ସମ୍ମିଳନୀର ଦ୍ୱିତୀୟ ଦିନର ବୈଠକ ଆଜି କୋଣାର୍କରେ ଅନୁଷ୍ଠିତ ହୋଇଛି। ଆଇଏଏସ୍ ସମ୍ମିଳନୀ ପାଇଁ କୋଣାର୍କରେ ଇକୋ ରିଟ୍ରିଟ୍ରେ ଏକାଠି ହୋଇଛନ୍ତି ବରିଷ୍ଠ ଅଇଏଏସ୍ ଅଧିକାରୀ । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସହ ଉନ୍ନୟନ କମିଶନର ସୁରେଶ ମହାପାତ୍ର, କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ ମହାପାତ୍ରଙ୍କ ସମେତ ପୁରୀ ଜିଲ୍ଲାପାଳ ବଳୱନ୍ତ ସିଂହ ଏବଂ […]
ଭୁବନେଶ୍ୱର: ରାଜଧାନୀରେ ଶିଖ୍ ସଂପ୍ରଦାୟର ବ୍ୟକ୍ତି ପରବିନ୍ଦର ସିଂଙ୍କୁ ଆକ୍ରମଣ ଓ ପୋଲିସ ତଦନ୍ତକୁ ନେଇ ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ଆଜି ଟ୍ୱିଟ୍ ଯୋଗ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଏହି ଘଟଣା ଧିରେ ଧିରେ ଅଧିକ ରହସ୍ୟମୟ ହେବାରେ ଲାଗିଛି। ଆଶା କରୁଛି ପୁଲିସ ଚାପରେ ନଆସି ଏହି ଘଟଣାକୁ ନିରପେକ୍ଷ ଭାବେ ତଦନ୍ତ କରିବ। ସାଧାରଣ ଲୋକଙ୍କ ମନରେ ସୃଷ୍ଟି ହୋଇଥିବା ସଂଶୟକୁ ଶୀଘ୍ର ଦୂର […]