ଓଡ଼ିଶାରେ ଏବେ ବାତ୍ୟା ଭୟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧିନ ନୂଆ ବିଜେପି ସରକାର ବାତ୍ୟା ‘ଦାନା’କୁ କିଭଳି ଭାବରେ ମୁକାବିଲା କରୁଛନ୍ତି, ରାଜ୍ୟର ଧନ ଜୀବନକୁ ବାତ୍ୟା ମୁହଁରୁ ରକ୍ଷା କରିବା ଓ ପୁନଃରୁଦ୍ଧାର ପରିଚାଳନାରେ କେତେ ସଫଳ ହେଉଛନ୍ତି ତାହାରି ଉପରେ ସଭିଙ୍କ ନଜର ରହିଛି ।
ବାତ୍ୟା ସମୟରେ ଶୂନ ଜୀବନହାନୀ ଓ କମ୍ କ୍ଷୟକ୍ଷତି ନେଇ ଆଜିର ବୈଠକରେ ଆଲୋଚନା ହେବ
ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସଂପର୍କରେ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା। ଭାରତୀୟ ପାଣିପାଗ କାର୍ଯ୍ୟାଳୟର ପୂର୍ବାନୁମାନ ଅନୁସାରେ ବାତ୍ୟାଟି ଆସନ୍ତାକାଲି ସ୍ଥଳଭାଗ ଛୁଇଁବ।