/odishatv-khabar/media/post_attachments/uploadimage/library/16_9/16_9_0/bus-stand-baramunda_1626428208.jpg)
bus stand baramunda
ଭୁବନେଶ୍ୱର: ଭୁବନେଶ୍ୱର ବରମୁଣ୍ଡା ବସ୍ଷ୍ଟାଣ୍ଡରୁ ଅସହାୟ ଅବସ୍ଥାରେ ଭାଇଭଉଣୀ ଉଦ୍ଧାର ହୋଇଛନ୍ତି। ୮ ବର୍ଷର ଭଉଣୀ ସହ ୫ ବର୍ଷର ଭାଇକୁ ଭରତପୁର ପୋଲିସ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ଶିଶୁ ଦୁଇଜଣ ଗଞ୍ଜାମ ଜିଲ୍ଲା କୋଦଳା ଅଞ୍ଚଳର ବୋଲି ସୂଚନା ମିଳିଛି। ଉଭୟଙ୍କର ମାଆ ୪ ବର୍ଷ ତଳେ ପ୍ରାଣ ହରାଇଛନ୍ତି। ତେବେ ଦୁହେଁ ବଡ଼ ମାଆଙ୍କୁ ଦେଖା କରିବା ଲାଗି ବାପାଙ୍କ ସହ ଭୁବନେଶ୍ୱର ଆସିଥିଲେ। ବସଷ୍ଟାଣ୍ଡରେ ବସାଇ ଦେଇ ବାପା କୁଆଡେ ଚାଲିଯିବାରୁ ୨ ଶିଶୁ ଏଠାରେ ବସି କାନ୍ଦୁଥିଲେ। ତେବେ ଉଭୟଙ୍କୁ ଉଦ୍ଧାର କରି ସିଡବ୍ଲୁସିରେ ହାଜର କରିଛି ଭରତପୁର ପୋଲିସ।
ମିଳିଥିବା ସୂଚନା ଅନୁସାରେ , ଭୁବନେଶ୍ୱର ବରମୁଣ୍ଡା ବସ୍ଷ୍ଟାଣ୍ଡରୁ ଆଜି ସକାଳେ ଅସହାୟ ଅବସ୍ଥାରେ ୨ ଭାଇଉଭଣୀ ଉଦ୍ଧାର ହୋଇଛନ୍ତି । ଭଉଣୀର ବୟସ ୮ ବର୍ଷ ହୋଇଥିବା ବେଳେ ଭାଇର ବର୍ଷ ୫ । ଉଭୟଙ୍କ ଘର ଗଞ୍ଜାମ ଜିଲ୍ଲା କୋଦଳା ଅଞ୍ଚଳରେ ବୋଲି ସୂଚନା ମିଳିଛି ।
Also Read
ଭୁବନେଶ୍ୱରରେ ବଡ଼ ମା’ଙ୍କୁ ଦେଖା କରିବା ପାଇଁ ବାପାଙ୍କ ସହ ଆସିଥିଲେ । ମାତ୍ର ବସ୍ଷ୍ଟାଣ୍ଡରେ ବସାଇଦେଇ ବାପା କୁଆଡେ ଚାଲିଗଲେ ଯେ ଆଉ ଫେରିଲେନି। ପାଖରେ ନିଜର ବୋଲି କାହାକୁ ନ ପାଇ ବସି କାନ୍ଦୁଥିଲେ ଭାଇଭଉଣୀ। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଉଭୟଙ୍କୁ ଉଦ୍ଧାର କରି ସିଡବ୍ଲ୍ୟୁସିରେ ହାଜର କରିଛି ଭରତପୁର ପୁଲିସ୍ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)


/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)