Advertisment

ଚାନ୍ଦିପୁର ଆସିବାକୁ କହିଥିଲେ ରହସ୍ୟମୟୀ !

ମହିଳା ଜଣକ ୭ଟି ଫେସବୁକ୍ ଆକାଉଣ୍ଟ କରିଥିଲେ। ଭିନ୍ନ ଭିନ୍ନ ପରିଚୟ ଦେଇ ସେ ଏସବୁ ଖୋଲିଥିଲା। ଅଲଗା ଲୋକ ସହ ଯୋଗାଯୋଗ କରିବାକୁ ଅଲଗା ଆକାଉଣ୍ଟ ବ୍ୟବହାର କରୁଥିଲା। ଅଭିଯୁକ୍ତଙ୍କ ସହ କଥା ହେଉଥିବା ୟୁକେ ଫୋନ୍ ନମ୍ବର ସମ୍ପର୍କରେ ଏବେ ଖୋଲତାଡ଼ କରାଯାଉଛି।

author-image
Chandan Shishu
ଅଦ୍ୟତନ ହୋଇଛି
DRDO Espionage case

DRDO Espionage case

କଟକ: ବିବାହ ପ୍ରସ୍ତାବ ଦେଇ ଫସାଇଥିଲା କି ରହସ୍ୟମୟୀ ମହିଳା। DRDO ତଥ୍ୟ ଚୋରି ମାମଲାରେ ଏପରି କିଛି ତଥ୍ୟ ସାମ୍ନାକୁ ଆସିଛି। ଫେସବୁକ୍ ସମେତ ଅନ୍ୟ ସୋସିଆଲ ମିଡିଆ ଜରିଆରେ ଅଭଯୁକ୍ତଙ୍କ ସହ ସମ୍ପର୍କ ଗଢ଼ିଥିଲା ରହସ୍ୟମୟୀ ମହିଳା। ୫ ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ବିବାହ ପ୍ରତିଶ୍ରୁତି ଦେଇଥିଲା। ହିନ୍ଦୀରେ କଥାବାର୍ତ୍ତା କରି ଭିଡିଓ କଲ୍ କରୁଥିଲେ ମହିଳା। ୫ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା ପରେ ଏଭଳି ତଥ୍ୟ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି।

Advertisment

ମହିଳା ଜଣକ ୭ଟି ଫେସବୁକ୍ ଆକାଉଣ୍ଟ କରିଥିଲେ। ଭିନ୍ନ ଭିନ୍ନ ପରିଚୟ ଦେଇ ସେ ଏସବୁ ଖୋଲିଥିଲା। ଅଲଗା ଲୋକ ସହ ଯୋଗାଯୋଗ କରିବାକୁ ଅଲଗା ଆକାଉଣ୍ଟ ବ୍ୟବହାର କରୁଥିଲା। ଅଭିଯୁକ୍ତଙ୍କ ସହ କଥା ହେଉଥିବା ୟୁକେ ଫୋନ୍ ନମ୍ବର ସମ୍ପର୍କରେ ଏବେ ଖୋଲତାଡ଼ କରାଯାଉଛି। ୟୁକେରୁ ଆସିଥିବା ଟଙ୍କା ଲିଙ୍କ୍‌କୁ ବି ତଦନ୍ତ ପରିସରକୁ ନିଆଯାଇଛି।

ଡିଆର୍‌ଡିଏର ଗୁପ୍ତ ତଥ୍ୟ ଚୋରି ଅଭିଯୋଗରେ ବାଲେଶ୍ୱର ପୁଲିସ ରାତି ଅଧିଆ ୪ ଅଭିଯୁକ୍ତଙ୍କୁ ଟେକି ଆଣିଥିଲେ। ପଚରାଉଚରା ପରେ ପୁଲିସ ସେମାନଙ୍କୁ ଗିରଫ କରିଥିଲା। ସେମାନେ ହେଲେ- ଆଇଟିଆର୍‌ର ଠିକା ଏସି କର୍ମଚାରୀ ଅପରେଟର ବସନ୍ତ ବେହେରା ଓ ଶେଖ୍‌ ମୁଶାଫିର, ମେନ୍‌ଗେଟ କିପର ତାପସ ନାୟକ ଏବଂ ଡିଜି ଅପରେଟର ହେମନ୍ତ କୁମାର ମିସ୍ତ୍ରୀ। ମାମାଲାର ଗୁରୁତ୍ୱକୁ ଦେଖି ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ ରାଜ୍ୟ ସରକାର। ପରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରି ଦେଇ ଡିଆର୍‌ଡିଓର କର୍ମଚାରୀ ସଚିନ କୁମାର ଛତ୍ତାଙ୍କୁ ଗିରଫ କରିଥିଲା। ଚୁପ୍ତ ତଥ୍ୟ ଚୋରି ଅଭିଯୁକ୍ତରେ କ୍ରାଇମବ୍ରାଞ୍ଚ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କୁ ଗିରଫ କରିଛି।

Advertisment

ଗିରଫ ଅଭିଯୁକ୍ତଙ୍କଠାରୁ ସତ ଓଗାଳିବା ପାଇଁ କ୍ରାଇମବ୍ରାଞ୍ଚ ୭ ଦିନିଆ ରିମାଣ୍ଡରେ ଆଣିଥିଲା। କ୍ରାଇମବ୍ରାଞ୍ଚ, ଏନ୍‌ଆଇଏ ଓ ଏୟାରଫୋର୍ସ ଟିମ୍‌ ୫ ଅଭିଯୁକ୍ତଙ୍କୁ ଘନଘନ ଜେରା କରିଥିଲା। ଜେରା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିଲା। ୭ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

Odisha Crime Branch DRDO Espionage Case
Advertisment
Advertisment