• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ କମ୍ ଖର୍ଚ୍ଚରେ ବନାନ୍ତୁ ନୁଡୁଲ୍ସ ପକୋଡ଼ା

ଘରେ ଆପଣ ବିଭିନ୍ନ ପକୋଡ଼ାର ରେସିପି ପ୍ରସ୍ତୁତ କରି ଖାଇଥିବେ । କେବେ ଆପଣ ନୁଡୁଲ୍ସର ପକୋଡ଼ା ଖାଇଛନ୍ତି କି?  ଆଜି ଆମେ ଆପଣଙ୍କୁ  ଏକ ଚଟପଟା ସ୍ନାକ୍ସ ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ନୁଡୁଲ୍ସ ପକୋଡ଼ା’। ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

‘ନୁଡୁଲ୍ସ ପକୋଡ଼ା’ବନେଇବା ପାଇଁ ସାମଗ୍ରୀ:

ନୁଡୁଲ୍ସ, ଛୋଟ ଛୋଟ କଟା ହୋଇଥିବା ବନ୍ଧା କୋବି,କ୍ୟାପ୍‌ସିକମ୍, ଛୋଟ ଛୋଟ କଟା ହୋଇଥିବା ଗାଜର,ଧନିଆ ପତ୍ର,ପିଆଜ,ବଟର,ମଇଦା,ରିଫାଇନ ତେଲ,ବେସନ,ଚାଉଳଗୁଣ୍ଡ,ଅଦା ରସୁଣ ପେଷ୍ଟ, ନୁଡୁଲ୍ସ ମସଲା ବା ମ୍ୟାଗି ମସଲା,ଲଙ୍କା ଗୁଣ୍ଡ,ସ୍ୱାଦନୁସାରେ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଚୁଲିରେ କଡ଼େଇ ବସେଇ ନୁଡୁଲ୍ସକୁ ପାଣି ଦେଇ ସିଝାନ୍ତୁ ।
  • ନୁଡୁଲ୍ସ ପଚାଶ ପ୍ରତିଶତ ସିଝିଗଲା ପରେ ଏହାକୁ ଏକ ପାତ୍ରକୁ କାଢି ଦିଅନ୍ତୁ ।
  • ଏହାପରେ ସିଝା ନୁଡୁଲ୍ସରେ କଟା ବନ୍ଧା କୋବି,ପିଆଜ, କଟା ଗାଜର, କଟା ଧନିଆ ପତ୍ର,ଅଦା ରୁସଣ ପେଷ୍ଟ ପକାନ୍ତୁ।
  • ଏହାପରେ ସେଥିରେ ବେସନ,ଚାଉଳ ଗୁଣ୍ଡ,ଗରମ ମସଲା,ବଟର ଓ ନୁଡୁଲ୍ସ ମସଲା ଓ ସ୍ୱଦନୁସାରେ ଲୁଣ ପକାଇ ଭଲ ଭାବେ ଗୋଳେଇ ଦିଅନ୍ତୁ ।
  • ଏହାପରେ ନୁଡୁଲ୍ସ ଓ ମସଲାର ମିଶ୍ରଣକୁ ଛୋଟ ଛୋଟ ଆକାରର ନୁଡୁଲ୍ସର ଏକ ବଲ୍ ତିଆରି କରି ଏକ ପ୍ଲେଟ୍‌ରେ ରଖନ୍ତୁ ।
  • ଏହାପରେ ମଇଦାରେ ପାଣି ଦେଇ ଏକ ବହଳିଆ ଘୋଳ ପ୍ରସ୍ତୁତ କରନ୍ତୁ ।
  • ଏହାପରେ କଞ୍ଚା ନୁଡୁଲ୍ସକୁ ଗୁଣ୍ଡ କରି ଏକ ପାତ୍ର ରଖନ୍ତୁ ।
  • ଏହାପରେ ନୁଡୁଲ୍ସ ବଲ୍ ଗୁଡିକ ଗୋଟି ଗୋଟି କରି ମଇଦା ଘୋଳ ବୁଡାଇ ଦି‌ଅନ୍ତୁ ।
  • ଏହାପରେ ନୁଡୁଲ୍ସ ବଲ୍ ଗୁଡିକୁ କଞ୍ଚା ନୁଡୁଲ୍ସରେ ଗଡାଇ ଚାରିପଟେ ଲଗାଇ ଦିଅନ୍ତୁ ।
  • ଏହାପରେ ଚୁଲିରେ କଡ଼େଇ ବସାଇ ତେଲ ଗରମ କରନ୍ତୁ ।
  • ତେଲ ଗରମ ହୋଇଗଲା ପରେ ନୁଜୁଲ୍ସ ବଲ୍ ଗୁଡିକ ଛାଣନ୍ତୁ ।
  • ନୁଡୁଲ୍ସ ବଲ୍ ଗୁଡିକର ୨ ପଟ ଲାଲ ହୋଇଗଲା ପରେ ଚୁଲିକୁ ବନ୍ଦ କରି ଏକ ପାତ୍ରକୁ କାଢି ଦଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ ‘ନୁଡୁଲ୍ସ ପକୋଡ଼ା’। ଏହି ରେସିପିଟିକୁ ଆପଣ ଚଟଣୀ ବା ସସ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ନିଜେ ଖାଆନ୍ତୁ ଓ ନିଜ ଘର ଲୋକଙ୍କୁ ପରଷନ୍ତୁ ।