• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ହାଇକୋର୍ଟ ବିଚାରପତିଙ୍କ ରାୟରେ ଅସନ୍ତୋଷ ବ୍ୟକ୍ତକଲେ ସୁପ୍ରିମକୋର୍ଟ । କହିଲେ ବିଚାରପତିଙ୍କ ନ୍ୟାୟିକ କାର୍ଯ୍ୟ ଦୁର୍ବଳ ରହିଛି । ନ୍ୟାୟିକ ଏକାଡେମୀକୁ ଯାଇ ବିଚାରପତିମାନେ ଅଧିକ ପାଠ ପଢ଼ୁନ୍ତୁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି । କଥାଟି ଆପଣଙ୍କୁ ଅଡୁଆ ଲାଗୁଥିଲେ ମଧ୍ୟ ସତ ।

ଗତ ମଙ୍ଗଳବାର ସୁପ୍ରିମକୋର୍ଟ ଆହ୍ଲାବାଦ ହାଇକୋର୍ଟଙ୍କ ଏକ ଅଧିବେଶନରେ ବିଚାରପତିଙ୍କଠାରୁ ନ୍ୟାୟିକ କାର୍ଯ୍ୟ ପ୍ରତ୍ୟାହାର କରିବାକୁ କହିଛନ୍ତି । ଏକ ମାମଲାରେ ସଠିକ୍‌ ବିଚାର କରାଯାଇନଥିବାରୁ ଏପରି ପଦକ୍ଷେପ ନେଇଛନ୍ତି ସର୍ବୋଚ୍ଚ ନ୍ୟାୟଳୟ ।

ମାର୍ଚ୍ଚ ୨୧ ତାରିଖରେ ସର୍ବୋଚ୍ଚ ଅଦାଲତ ଏନେଇ ସ୍ପଷ୍ଟ ଚେତାବନୀ ଦେଇଛନ୍ତି । ତାହାସହ ସର୍ବୋଚ୍ଚ ନ୍ୟାୟାଳୟ ଅହୁରି କହିଛନ୍ତି କି, ନ୍ୟାୟିକ ପ୍ରକ୍ରିୟା ସଠିକ୍‌ ନହେଲେ ବିଚାରପତିଙ୍କ ନ୍ୟାୟିକ କାର୍ଯ୍ୟ ପ୍ରତ୍ୟାହାର କରାଯିବ ଏବଂ ତାଙ୍କୁ ତାଲିମ ପାଇଁ ନ୍ୟାୟିକ ଏକାଡେମୀକୁ ପଠାଯିବ । ଜଷ୍ଟିସ ସଞ୍ଜୟ କିଶନ କଉଲଙ୍କ ଏକ ବେଞ୍ଚ ଏବଂ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କୁ କୁହାଯାଇଥିଲା ଯେ, କୋର୍ଟ ନ୍ୟାୟିକ ପ୍ରକ୍ରିୟାକୁ ଅନୁସରଣ କରୁନାହାଁନ୍ତି ।

ସୂଚନା ଅନୁସାରେ, ଏପ୍ରିଲ୍ ମାସରେ ବରିଷ୍ଠ ଆଡଭୋକେଟ୍ ସିଦ୍ଧାର୍ଥ ଲୁଥ୍ରା ଦୁଇଟି ମାମଲା ନଜରକୁ ଆଣିଥିଲେ । ଯେଉଁ ମାମଲା ଦୁଇଟିରେ ଜାମିନ ନାମଞ୍ଜୁର କରାଯାଇଥିଲା । ଗୋଟିଏରେ ବିବାହ ବିବାଦ ସମ୍ପର୍କରେ ମାମଲା ହୋଇଥିବାବେଳେ ଏହି ମାମଲାରେ ଜଣେ ବ୍ୟକ୍ତି ଓ ତାଙ୍କ ବାପା-ମା’ ଓ ଭାଇଙ୍କ ଜାମିନ ଖାରଜ ହେବାପରେ ମଧ୍ୟ ତାଙ୍କୁ ଗିରଫ କରାଯାଇନଥିଲା । ସେହିପରି ଅନ୍ୟ ଏକ ମାମଲାରେ ଗାଜିଆବାଦର ସିବିଆଇ କୋର୍ଟ ଦ୍ୱାରା କର୍କଟ ରୋଗରେ ପୀଡିତ ଜଣେ ଅଭିଯୁକ୍ତଙ୍କୁ ଜାମିନ ନାମଞ୍ଜୁର କରାଯାଇଥିଲା । ଯାହାକୁ ନେଇ ସୁପ୍ରିମକୋର୍ଟ ଖପ୍ପା ହୋଇଛନ୍ତି ।

ଏହି ଦୁଇ ମାମଲାକୁ ନେଇ ସୁପ୍ରିମକୋର୍ଟ କହିଛନ୍ତି, ‘ଅଦାଲତ ଦେଇଥିବା ରାୟ ହେଉଛି ଦେଶର ଆଇନ ଏବଂ ଏହାକୁ ପାଳନ କରିବାକୁ ପଡିବ । ଏହାକୁ ଅନୁସରଣ ନକରିବାର କୌଣସି ପ୍ରଶ୍ନ ଉଠୁନାହିଁ ।’