Advertisment

ଏମିତି ଭିଡିଓ କରି ଟ୍ରୋଲ୍ ହେଉଛନ୍ତି ‘ରାମାୟଣ’ର ସୀତା

ରାମାୟଣ’ରେ ମାତା ସୀତା ଭୂମିକାରେ ଅଭିନୟ କରି ଦୀପିକା ଚିଖ୍‌ଲିଆ ପ୍ରସିଦ୍ଧ ହୋଇଥିଲେ। ଲୋକେ ତାଙ୍କୁ ସବୁବେଳେ ମାତା ସୀତାଙ୍କ ଭଳି ଦେଖିବାକୁ ଚାହାନ୍ତି। ନିକଟରେ ଦୀପିକା ତାଙ୍କ ସୋସିଆଲ୍ ମିଡିଆ ପେଜ୍‌ରେ ଏଭଳି ଭିଡିଓ ଶେୟାର କରିଛନ୍ତି, ଲୋକେ ତାଙ୍କୁ ଟ୍ରୋଲ୍ କରୁଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Ramayana fame dipika chikhalia reacts on trol

Ramayana fame dipika chikhalia reacts on trol

ରାମାନନ୍ଦ ସାଗରଙ୍କ ‘ରାମାୟଣ’ରେ ମାତା ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖ୍‌ଲିଆଙ୍କୁ ନେଇ ଏବେ ବି ଅନେକ ଚର୍ଚ୍ଚା ହୁଏ। ୮୦ ଦଶକର ଶେଷ ଭାଗରେ 'ରାମାୟଣ' ଏକ ଲୋକପ୍ରିୟ ଟିଭି ଶୋ ଥିଲା। ଭାରତରେ ଲକ୍‌ଡାଉନ୍ ବେଳେ ଏହି ଶୋ’ ପୁଣିଥରେ ଦୂରଦର୍ଶନରେ ପ୍ରଦର୍ଶିତ ହୋଇଥିଲା ଏବଂ ଏହାର ସମସ୍ତ କଳାକାର ପୁଣିଥରେ ଚର୍ଚ୍ଚାକୁ ଆସିଥିଲେ।

Advertisment

ଅଧିକ ପଢ଼ନ୍ତୁ: ‘ରାମାୟଣ’ର ଏହି ଏପିସୋଡ୍‌ କରିଥିଲା ବିଶ୍ୱ ରେକର୍ଡ; ଜାଣିଲେ ମନେପଡ଼ିଯିବ ଆପଣଙ୍କ ସେହି ପୁରୁଣା ଦିନ

Advertisment

ଅନ୍ୟ ସମସ୍ତେ ଧୀରେ ଧୀରେ ଚର୍ଚ୍ଚାର ପରିସରରୁ ଦୂରେଇ ଯାଇଛନ୍ତି, କିନ୍ତୁ ଦୀପିକା ଏବେବି ଲୋକଙ୍କ ଚର୍ଚ୍ଚାରେ ଅଛନ୍ତି। ସୋସିଆଲ ମିଡିଆରେ ତାଙ୍କର ପ୍ରଶଂସକ ମଧ୍ୟ ପୂର୍ବ ଅପେକ୍ଷା ଅଧିକ ବୃଦ୍ଧି ପାଇଛନ୍ତି। ବର୍ତ୍ତମାନ ସେ କହିଛନ୍ତି ଯେ ରିଲ୍‌ସ ଏବଂ ମ୍ୟୁଜିକ୍ ଭିଡିଓ କରିବାରୁ ଲୋକମାନେ ତାଙ୍କୁ ଅନେକ ସମୟରେ ଟ୍ରୋଲ କରୁଛନ୍ତି।

ଦୀପିକା ଚିଖଲିଆ କହିଛନ୍ତି ଯେ ଲୋକମାନେ ତାଙ୍କୁ କୁହନ୍ତି ଯେ ସେମାନେ କେବଳ ସୀତା ମା’ ଭୂମିକାରେ ତାଙ୍କୁ ପସନ୍ଦ କରନ୍ତି। ସେ ଏହିପରି ଭିଡିଓ ଏବଂ ରିଲ୍ ତିଆରି କରିବା ଉଚିତ ନୁହେଁ। ଦୀପିକା କିନ୍ତୁ ନିଜ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ଟ୍ରେଣ୍ଡିଂ ଡାଏଲଗ୍ ଏବଂ ଗୀତ ଉପରେ ରିଲ୍ ଶେୟାର କରନ୍ତି ଏବଂ ତାଙ୍କ ପ୍ରଶଂସକଙ୍କୁ ମନୋରଞ୍ଜନ କରନ୍ତି। ନିକଟରେ ସେ ତାଙ୍କ ଜନ୍ମଦିନ ପାଳନ କରିଥିଲେ ଏବଂ ଏକ ଭିଡିଓ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଥିଲେ।

ଏହି ଭିଡିଓରେ ଏବଂ ଏହା ପୂର୍ବରୁ ତାଙ୍କର ଅନେକ ରିଲ୍ ଉପରେ ଅନେକ ମତ ମଧ୍ୟ ଆସିଛି। ଏହିସବୁ ମତକୁ ନେଇ ଦୀପିକା ଚିଖ୍‌ଲିଆ ବହୁତ ଆଘାତ ମଧ୍ୟ ପାଇଛନ୍ତି। ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ “ ମୁଁ ଜଣେ ପବ୍ଲିକ୍ ଫିଗର୍ ହୋଇଥିବାରୁ ମୁଁ ମୋର ପ୍ରଶଂସକ ଏବଂ ସେମାନଙ୍କ ଭାବନାକୁ ଆଘାତ ନ ଦେବାକୁ ଚେଷ୍ଟା କରେ।”

ଦୀପିକା ଚିଖ୍‌ଲିଆ ଆହୁରି କହିଛନ୍ତି, “କିନ୍ତୁ, ଏବେ ବି ମତେ ମେସେଜ୍ ଆସେ ଯେ ‘ଆମେ ଆପଣଙ୍କୁ ସୀତା ମାତା ଭାବରେ ଦେଖୁ, ଦୟାକରି ଏପରି ରିଲ୍ କରନ୍ତୁ ନାହିଁ। ଦୟାକରି ଏପରି ପୋଷାକ ପିନ୍ଧନ୍ତୁ ନାହିଁ।' ମୁଁ ଜାଣେ ଦେବୀ ସୀତାଙ୍କ ଚରିତ୍ର ପାଇଁ ମୋର ପ୍ରତିଛବି ଏବଂ ଚେହେରା ଜଣାଶୁଣା। ମୁଁ ମୋ ପ୍ରଶଂସକଙ୍କ ପାଇଁ ଭିଡିଓଗୁଡ଼ିକୁ ସରଳ ଏବଂ ସୁନ୍ଦର ରଖିବାକୁ ଚେଷ୍ଟା କରେ।"

ଦୀପିକା ଚିଖ୍‌ଲିଆ ଆହୁରି କହିଛନ୍ତି, “ତଥାପି ଲୋକମାନକୁ ଏହା ଆଘାତ ଦେଉଛି। ଲୋକମାନେ ବୁଝିବା ଉଚିତ୍ ଯେ ମୁଁ ଜଣେ ଅଭିନେତ୍ରୀ ଏବଂ ଜଣେ ମଣିଷ ମଧ୍ୟ। ମୁଁ ସବୁବେଳେ ଗୋଟିଏ ଭଳି ହୋଇପାରିବି ନାହିଁ। ମୁଁ ନିକଟରେ ଅରୁଣ ଗୋଭିଲଙ୍କ ସହ ଏକ ଫିଲ୍ମ କରିଥିଲି ଯେଉଁଥିରେ ମୁଁ ଜଣେ ରାଗି ଗୃହିଣୀ ଭୂମିକାରେ ଅଭିନୟ କରିଥିଲି। ମୁଁ ଜଣେ ଅଭିନେତ୍ରୀ ଭାବରେ ବିଭିନ୍ନ ଚରିତ୍ରରେ ଅଭିନୟ ଜାରି ରଖିବି। ମୁଁ ମୋର ପ୍ରଶଂସକଙ୍କ ଆଶା ପୂରଣ କରିବାକୁ ଚେଷ୍ଟା କରେ, କିନ୍ତୁ ସେମାନେ ମୋର ପସନ୍ଦ ଏବଂ ଗୁରୁତ୍ୱକୁ ମଧ୍ୟ ସମ୍ମାନ ଦେବା ଉଚିତ।”

Ramayana Dipika Chikhlia
Advertisment
Advertisment