/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745320652.jpg)
Wife Kills Husband
ପୁତୁରା ସହ ଅନୈତିକ ପ୍ରେମ । ଦୁବାଇ ଫେରନ୍ତା ସ୍ୱାମୀକୁ ରାସ୍ତାରୁ ହଟାଇଲା ସ୍ତ୍ରୀ । ନିର୍ମମ ଭାବେ ହତ୍ୟା କରି ସୁଟକେସରେ ଫିଙ୍ଗିଦେଲା । ଏଭଳି ବୀଭତ୍ସ ଚାଞ୍ଚଲ୍ୟକର ଘଟଣା ଘଟିଛି ଉତ୍ତରପ୍ରଦେଶ ଦେଓରିଆରେ । ସୁଟକେସରୁ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାସ୍ କରିଛି ପୋଲିସ । ଅନ୍ୟ କେହି ନୁହେଁ, ସ୍ତ୍ରୀ ହିଁ ସ୍ୱାମୀକୁ ମାରି ଫିଙ୍ଗି ଦେଇଥିବା ଖୁଲାସା ହୋଇଛି । ହତ୍ୟା ପଛରେ ରହିଛି ପରକୀୟା ପ୍ରୀତି । ପୁତୁରା ସହ ଅନୈତିକ ସମ୍ପର୍କ ପାଇଁ ନିଜେ ନିଜର ମଥା ସିନ୍ଦୂର ପୋଛି ଦେଇଛି ସ୍ତ୍ରୀ ।
କ'ଣ ଥିଲା ଘଟଣା:
ଏପ୍ରିଲ୍ ୨୦ରେ ଉତ୍ତର ପ୍ରଦେଶର ଦେଓରିଆ ଅଞ୍ଚଳର ଏକ ଚାଷ ଜମିରୁ ଉଦ୍ଧାର ହୋଇଥିଲା ଟ୍ରଲି ବ୍ୟାଗ୍ । ଧଳା କପଡ଼ାରେ ଘୋଡାଯାଇ ବ୍ୟାଗଟି ଫିଙ୍ଗା ଯାଇଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ପହଞ୍ଚି ସୁଟକେସ୍ ଖୋଲିବା ପରେ ବାହାରିଥିଲା ମୃତଦେହ । ମୃତକ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରିଥିଲା ପୋଲିସ । ଏହାପରେ ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କ୍ୱାର୍ଡ ସହାୟତାରେ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିଛି ପୋଲିସ ।
ଅଧିକ ପଢ଼ନ୍ତୁ: ପୁଣି ଅନୈତିକ ପ୍ରେମ, ସ୍ୱାମୀକୁ ମର୍ଡର...ମଦ ବୋତଲ ଭୁସି ମାରିଲା ସ୍ତ୍ରୀ
ଅଭିଯୁକ୍ତ ଆଉ କେହି ନୁହେଁ, ବରଂ ମୃତକ ନୌଶଦର ସ୍ତ୍ରୀ ରଜିଆ ସୁଲତାନ ବୋଲି ଜଣାପଡିଛି । ଜେରା ବେଳେ ପାପ ପେଡି ଖୋଲିଛି ରଜିଆ । ପୁତୁରା ରୋମାନ ସହ ପ୍ରେମ ସମ୍ପର୍କ ଥିଲା । ଏଥିପାଇଁ ୧୦ ଦିନ ତଳେ ଦୁବାଇରୁ ଫେରିଥିବା ସ୍ୱାମୀକୁ ରାସ୍ତାରୁ ହଟାଇଥିବା ସ୍ୱୀକାର କରିଛି ପତିହନ୍ତା ପତ୍ନୀ ।
କେମିତି ଘଟିଥିଲା ହତ୍ୟାକାଣ୍ଡ:
ରଜିଆ କହିଛି ଯେ, ସେ ରୋମାନ ଏବଂ ହିମାଂଶୁ ନାମକ ଅନ୍ୟ ଜଣେ ଯୁବକ ସହ ମିଶି ନୌଶଦକୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲା । ଏହାପରେ ହିମାଂଶୁ ଓ ରୋମାନ ସୁଟକେସରେ ମୃତଦେହ ରଖି ଘରଠୁ ୬୦ କିଲୋମିଟର ଦୂର ଏକ ଚାଷଜମିରେ ଫିଙ୍ଗିଥିଲେ । ମାମଲାରେ ପୋଲିସ ରଜିଆକୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇଜଣ ଫେରାର୍ ଅଛନ୍ତି ।
ଦିନକୁ ଦିନ ଅଶାନ୍ତ ହେଉଛି ଉତ୍ତର ପ୍ରଦେଶ । ନିକଟରେ ମିରଟରେ ସମାନ ଘଟଣା ଘଟିଥିଲା । ପ୍ରେମିକ ସହ ମିଶି ସ୍ବାମୀକୁ ଟିକ୍ ଟିକ୍ କରି କାଟି ଡ୍ରମରେ ପୁରାଇ କଙ୍କ୍ରିଟ୍ କଭର୍ କରିଦେଇଥିଲା ସ୍ତ୍ରୀ । ଏବେ ପୁଣି ଦେଓରିଆରେ ସମାନ ଘଟଣା ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)