Advertisment

New Ration Cards: ୨୪ ତାରିଖରୁ ମିଳିବ ନୂଆ ରାସନ କାର୍ଡ

ଆସନ୍ତା ୨୪ ତାରିଖରେ ନୂଆ ରାସନ କାର୍ଡ ବଣ୍ଟାଯିବ । ପୁରୀରେ ପଞ୍ଚାୟତିରାଜ ଦିବସ ପାଳନ ବେଳେ ମୁଖ୍ୟମନ୍ତ୍ରୀ ନୂଆ ରାସନ କାର୍ଡ ବଣ୍ଟନ କରିବେ । ପର୍ଯ୍ୟାୟକ୍ରମେ ୫ ଲକ୍ଷ ୯୦ ହଜାର ହିତାଧିକାରୀଙ୍କୁ କାର୍ଡ ପ୍ରଦାନ କରାଯିବ ।

author-image
Namita Biswal
ଅଦ୍ୟତନ ହୋଇଛି
New ration card

New ration card

ଆସନ୍ତା ୨୪ ତାରିଖରେ ବଣ୍ଟାଯିବ ନୂଆ ରାସନ କାର୍ଡ । ପ୍ରଥମ ପର୍ଯ୍ୟାୟ ରାସନ କାର୍ଡ ପୁରୀରେ ବଣ୍ଟନ କରାଯିବ । ପୁରୀଠାରେ ପଞ୍ଚାୟତିରାଜ ଦିବସ ପାଳନ ବେଳେ ଏହି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ପ୍ରଦାନ କରିବେ । ରାଜ୍ୟରେ ୫ ଲକ୍ଷ ୯୦ ହଜାର ହିତାଧିକାରୀ ନୂତନ ରାସନ କାର୍ଡ ପାଇବେ । ଏନେଇ ଆଜି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

Advertisment

ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ସୂଚନା ମୁତାବକ, ଏଯାବତ୍ ପ୍ରାୟ ୨୫ ଲକ୍ଷ ଲୋକ E-KYC କରିନାହାନ୍ତି । ଅଫିସରମାନେ ଫିଲ୍ଡକୁ ଯାଇ ଏହାର ଅନୁଧ୍ୟାନ କରିବେ । ୨୪ ତାରିଖରୁ ହିତାଧିକାରୀଙ୍କୁ ରାସନ କାର୍ଡ ବଣ୍ଟନ ଆରମ୍ଭ ହେବ । ପୁରୀରେ ପଞ୍ଚାୟତିରାଜ ଦିବସ ପାଳନ ବେଳେ ମୁଖ୍ୟମନ୍ତ୍ରୀ ପ୍ରଥମ ପର୍ଯ୍ୟାୟରେ ହିତାଧିକାରୀଙ୍କୁ କାର୍ଡ ପ୍ରଦାନ କରିବେ । ଏହାପରେ ପର୍ଯ୍ୟାୟକ୍ରମେ ସମସ୍ତ ୫ ଲକ୍ଷ ୯୦ ହଜାର ହିତାଧିକାରୀଙ୍କୁ ନୂତନ ରାସନ କାର୍ଡ ବଣ୍ଟନ କରାଯିବ ।

Advertisment

ନିକଟରେ ରାଜ୍ୟ ସରକାର ଏପ୍ରିଲ ୨୨ ତାରିଖ ସୁଦ୍ଧା ନୂଆ ରାସନ କାର୍ଡ ପ୍ରିଣ୍ଟ ସହିତ ଲାମିନେସନ କରି ସମ୍ପୂର୍ଣ୍ଣ ପ୍ରସ୍ତୁତ କରିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହିତାଧିକାରୀମାନେ ଲାମିନେସନ ସହ ରଙ୍ଗିନ ରାସନ କାର୍ଡ ପାଇବେ ।

ଅଧିକ ପଢ଼ନ୍ତୁ: ୫ ଲକ୍ଷ ୯୦ ହଜାର ହିତାଧିକାରୀଙ୍କୁ ମିଳିବ ରାସନ କାର୍ଡ; ଜାଣନ୍ତୁ କେମିତି କରିବେ ଆବେଦନ...

Odisha Government Ration Card Chief Minister Mohan Majhi
Advertisment
Advertisment