• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ପୁଣି ବଞ୍ଚିବେ କି ଆଶୁତୋଷ ମହାରାଜ ? ଜୀବତ ହେବେ ବୋଲି ବିଶ୍ୱାସ ରଖିଛନ୍ତି ମହାରାଜଙ୍କ ଶିଷ୍ୟ । ତେବେ ଏହାରି ଭିତରେ ଆଶୁତୋଷ ମହାରାଜଙ୍କ ପାଇଁ ଶିଷ୍ୟ ସାଧ୍ୱୀ ଆଶୁତୋଷମ୍ବରୀ ସମାଧି ନେବାର ୪୫ ଦିନ ବିତିଗଲାଣି । ସମାଧି ନେବା ପୂର୍ବରୁ ସାଧ୍ୱୀ ଆଶୁତୋଷମ୍ବରୀ ତାଙ୍କ ଅନୁଗାମୀମାନଙ୍କୁ କହିଥିଲେ ଯେ ସେ ଏକ ମାସ ମଧ୍ୟରେ ଫେରିବେ କିନ୍ତୁ ଏହାରି ଭିତରେ ମାସକରଚୁ ଅଧିକ ଦିନ ବିତିଗଲାଣି । ସମାଧି ନେବା ପୂର୍ବରୁ ସାଧ୍ୱୀ କହିଥିଲେ ଯେ ସେ ତାଙ୍କ ଗୁରୁ ଆଶୁତୋଷ ମହାରାଜଙ୍କୁ ସମାଧିରୁ ଫେରାଇ ଆଣିବେ। 

କିନ୍ତୁ ଡାକ୍ତରମାନେ ସାଧ୍ୱୀ ଆଶୁତୋଷମ୍ବରୀଙ୍କ ମୃତ୍ୟୁ ବୋଲି କହୁଥିବାବେଳେ ଆନନ୍ଦ ଆଶ୍ରମର ଅନୁଗାମୀମାନେ ଏହାକୁ ଗ୍ରହଣ କରିବାକୁ ନାରଜ ରହିଛନ୍ତି । ସାଧ୍ୱୀଙ୍କୁ ବଞ୍ଚାଇବାକୁ ତାଙ୍କ ଅନୁଗାମୀମାନେ ତାଙ୍କ ଶରୀରରେ ହର୍ବାଲ ପେଷ୍ଟ ଲଗାଇବାକୁ ମଧ୍ୟ ପ୍ରସ୍ତୁତ କରୁଛନ୍ତି । ଏହା ବ୍ୟତୀତ ଆଶ୍ରମରେ ଥଣ୍ଡା ଘର ନିର୍ମାଣ କରିବାକୁ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ସାଧ୍ୱୀଙ୍କ ଶରୀର ପଚି ଦୁର୍ଗନ୍ଧ ମଧ୍ୟ ହେଲାଣି ।

ଆମେ ଆପଣଙ୍କୁ କହି ରଖୁଛୁ ଯେ, ୨୮ ଜାନୁଆରୀ ୨୦୧୪ରେ ଜଲନ୍ଧରର ଦିବ୍ୟଜ୍ୟୋତି ଜାଗୃତି ସଂସ୍ଥାନର ମୁଖ୍ୟ ଅଶୁତୋଷ ମହାରାଜ ଆନନ୍ଦ ଆଶ୍ରମରେ ସମାଧି ନେଇଥିଲେ । ଏହାରି ଭିତରେ ୧୦ ବର୍ଷ ବିତିଗଲାଣି କିନ୍ତୁ ଆଜି ମଧ୍ୟ ତାଙ୍କ ଶିଷ୍ୟମାନେ ଅପେକ୍ଷା କରିଛନ୍ତି ସେ ଜୀବନ୍ତ ଫେରିବା ବୋଲି । ଗତ ଦଶ ବର୍ଷ ଧରି ଆଶୁତୋଷ ମହାରାଜଙ୍କ ଶରୀରକୁ ସଂରକ୍ଷିତ କରି ରଖିଛନ୍ତି ତାଙ୍କ ଅନୁଗାମୀ । ଆଶୁତୋଷ ମହାରାଜଙ୍କ ସମାଧି ନେବାର ଠିକ୍‌ ୧୦ ବର୍ଷ ପରେ ତାଙ୍କ ଶିଷ୍ୟ ସାଧ୍ୱୀ ଆଶୁତୋଷମ୍ବରୀ ମଧ୍ୟ ଆନନ୍ଦ ଆଶ୍ରମରେ ସମାଧି ନେଇଛନ୍ତି । ଆଶ୍ରମରେ ଉପସ୍ଥିତ ଥିବା ଲୋକମାନେ ମଧ୍ୟ ସାଧ୍ୱୀ ଆଶୁତୋଷମ୍ବରୀ ସମାଧିରୁ ଫେରାଇ ଆଣିବା ପାଇଁ ଅନେକ ପୂଜା ଅର୍ଚ୍ଚାନ ମଧ୍ୟ କରୁଛନ୍ତି ।

ଆଶୁତୋଷ ମହାରାଜଙ୍କ ପରି ଆନନ୍ଦ ଆଶ୍ରମରେ ସାଧ୍ୱୀ ଆଶୁତୋଷମ୍ବରଙ୍କ ମୃତଦେହକୁ ଦୀର୍ଘ ସମୟ ଧରି ରଖିବାକୁ ହାଇକୋର୍ଟଙ୍କ ଅନୁମତି ଲୋଡିଛନ୍ତି । ଅନୁଗାମୀମାନେ ଏଥିପାଇଁ ଏକ ଆବେଦନ କରିଛନ୍ତି । ଯାହାକୁ ଖାରଜ କରି ଦେଇଛନ୍ତି କୋର୍ଟ ।

କିଛି ଗଣମାଧ୍ୟମ ରିପୋର୍ଟରେ ଏହା ଦାବି କରାଯାଉଛି ଯେ ସାଧ୍ୱୀଙ୍କ ପରି ଆନନ୍ଦ ଆଶ୍ରମର ଅନ୍ୟ କେତେକ ଭକ୍ତ ମଧ୍ୟ ସମାଧି ନେବାକୁ ଚେଷ୍ଟା କରୁଛନ୍ତି ।ସାଧ୍ୱୀଙ୍କୁ ପରୀକ୍ଷା କରିଥିବା ସରକାରୀ ଡାକ୍ତର କହିଛନ୍ତି ଯେ ସେ ନିଶ୍ୱାସ ନେଉ ନାହାଁନ୍ତି । ତାଙ୍କ ଶରୀରର କୌଣସି ଅଙ୍ଗ କାମ କରୁନାହିଁ । ଡାକ୍ତରମାନେ ତାଙ୍କୁ ମୃତ ବୋଲି ଘୋଷଣା କରିଛନ୍ତି ।