Advertisment

ଅସଲିଙ୍କୁ ଭେଟିଲେ ଡୁପ୍ଲିକେଟ୍‌ ଅମିତାଭ୍‌ ବଚ୍ଚନ, ଭାଇରାଲ୍ ହେଲା ଭିଡିଓ

ଏହି ଭିଡିଓକୁ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ଅମିତାଭ୍‌ ବଚ୍ଚନଙ୍କ ଡୁପ୍ଲିକେଟ୍‌ କୁହାଯାଉଥିବା ଶଶିକାନ୍ତ ପେଡୱାଲ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Amitabh Bachchan Meets His Doppelganger

Amitabh Bachchan

ଅସଲି ଅମିତାଭ୍‌ ବଚ୍ଚନଙ୍କୁ ଭେଟିଲେ ଡୁପ୍ଲିକେଟ୍‌ ଅମିତାଭ୍ ବଚ୍ଚନ। ନିକଟରେ ସୁପରଷ୍ଟାର ଅମିତାଭ୍‌ ବଚ୍ଚନ ଏକ ସୁଟିଂ ସେଟ୍‌ରେ ତାଙ୍କ ଡୁପ୍ଲିକେଟ୍‌ଙ୍କୁ ଭେଟିଥିଲେ। ଏହି ଭେଟଘାଟ୍‌ର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍ ହେବାରେ ଲାଗିଛି। ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି କି ଭେଟରାନ୍‌ ଅଭିନେତା ଅମିତାଭ୍‌ ବଚ୍ଚନ ତାଙ୍କ ଡୁପ୍ଲିକେଟ୍‌ଙ୍କୁ ଭେଟିଥିଲେ ଏବଂ ଅମିତାଭ୍‌ ବଚ୍ଚନଙ୍କ ପାଦକୁ ସ୍ପର୍ଶ କରି ତାଙ୍କଠାରୁ ଆଶୀର୍ବାଦ ନେଉଥିବାର ମଧ୍ୟ ଏହି ଭିଡିଓରେ ଦେଖିବାକୁ ମିଳିଥିଲା। ତେବେ ଏହି ଭିଡିଓ ଅପଲୋଡ୍‌ ହେବା ପରେ ସୋସିଆଲ୍‌ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି।

Advertisment

ଏହି ଭିଡିଓକୁ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ଅମିତାଭ୍‌ ବଚ୍ଚନଙ୍କ ଡୁପ୍ଲିକେଟ୍‌ କୁହାଯାଉଥିବା ଶଶିକାନ୍ତ ପେଡୱାଲ। ଇନଷ୍ଟାଗ୍ରାମରେ ଏହି ଭିଡିଓ ସେୟାର କରି ସେ ଲେଖିଛନ୍ତି ‘ଗୁରୁଦେବ ଓ ଆପଣମାନଙ୍କ ଆର୍ଶୀବାଦରେ ମୋର ଫଲୋଅର୍ସ ଆଜି ୨ ମିଲିଅନ୍‌ରେ ପହଞ୍ଚିଛି’। ତେବେ ଏହି ଭିଡିଓ ଅପଲୋଡ୍‌ ହେବା ପରେ ଭଲ ରେସପନ୍ସ ଦେଖିବାକୁ ମିଳିଥିଲା। କିଛି ସମୟ ମଧ୍ୟରେ ଶଶିକାନ୍ତ ପେଡୱାଲଙ୍କ ଏହି ପୋଷ୍ଟରେ ୩ ଲକ୍ଷରୁ ଅଧିକ ଲାଇକ୍‌ ମିଳିସାରିଛି। ଅନ୍ୟପକ୍ଷରେ ଏହି ଭିଡିଓରେ ଅନେକ ୟୁଜର୍ସ ଅମିତାଭ୍ ବଚ୍ଚନଙ୍କୁ ନେଇ କଟୁ ମନ୍ତବ୍ୟ ମଧ୍ୟ ରଖିଛନ୍ତି। ଶଶିକାନ୍ତ ତାଙ୍କ ପାଦ ଛୁଇଁଥିବାବେଳେ ଅମିତାଭ୍‌ କିନ୍ତୁ ତାଙ୍କ ମୁହଁକୁ ବି ଚାହିଁ ନଥିଲେ ବୋଲି କହିଛନ୍ତି ବହୁ ୟୁଜର୍ସ। 

ଅଧିକ ପଢ଼ନ୍ତୁ: ମୁମ୍ବାଇ ଏୟାରପୋର୍ଟରେ ଅସଲି ବନାମ ନକଲି ଗୋବିନ୍ଦା

Advertisment

ସୂଚନା ଅନୁସାରେ ସୁପରଷ୍ଟାର ଅମିତାଭ୍ ବଚ୍ଚନ ଶେଷ ଥର ପାଇ ୨୦୨୩ରେ ରିଲିଜ୍ ହୋଇଥିବା ଟାଇଗର୍‌ ସର୍ଫଙ୍କ ‘ଗଣପତ’ ଫିଲ୍ମରେ ନଜର ଆସିଥିଲେ। ଏହାପରେ ସେ ଆଉ କୌଣସି ଫିଲ୍ମରେ ନଜର ଆସିନାହାନ୍ତି। ଏବେ ତାଙ୍କୁ ନାଗ ଅଶ୍ୱିନ୍ ନିର୍ଦ୍ଦେଶକ 'କଳକୀ ୨୮୯୮ AD' ରେ ଦେଖିବାକୁ ମିଳିବ। ଏଥିରେ ତେଲୁଗୁ ସୁପରଷ୍ଟାର ପ୍ରଭାସ ଏବଂ ଦୀପିକା ପାଦୁକୋନ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିବେ।

Amitabh Bachchan
Advertisment
Advertisment