Advertisment

Ratanpur Tragedy: ସାରା ଗାଁ ସ୍ତବ୍ଧ-କ୍ଷୁବ୍ଧ: ଦାଦାର ନୃଶଂସ କାଣ୍ଡ; କୁକର୍ମ କଲା, ବୀଭତ୍ସ ଭାବେ ହତ୍ୟା କରି...

ସଂପର୍କୀୟ ଦାଦାର ନୃଶଂସ କାଣ୍ଡ । ନାବାଳକ ପୁତୁରା ସହ କୁକର୍ମ କଲା, ବୀଭତ୍ସ ହତ୍ୟା କରି ପାଇଖାନା ଟାଙ୍କିରେ ଫିଙ୍ଗି ଦେଲା । ପିଶାଚ ଦାଦାକୁ ପୋଲିସ ଗିରଫ କରି ଚଳାଇଛି ତନାଘନା ।

author-image
Sujit kumar Swain
ଅଦ୍ୟତନ ହୋଇଛି
undefined

Ratanpur Tragedy

ପିପିଲି ଡେଲାଙ୍ଗ ଥାନା ରତନପୁର ଗାଁରେ ନିଖୋଜର ୬ଦିନ ପରେ ନାବାଳକର ଉଲଗ୍ନ ମୃତଦେହ ଏକ ପାଇଖାନା ଟାଙ୍କିରୁ ଉଦ୍ଧାର ହେବା ଘଟଣା ସୃଷ୍ଟି କରିଛି ଚାଞ୍ଚଲ୍ୟ। ଜଣେ ସଂପର୍କୀୟ ଦାଦା ହତ୍ୟାକାରୀ ବୋଲି ପୋଲିସ ପ୍ରମାଣ ପାଇବା ପରେ ତାକୁ ଗିରଫ କରି ତନାଘନା ଚଳାଇଛି। ଏଣେ ଗାଁ ଲୋକେ ହାତ୍ୟାକାରୀକୁ ଫାଶି ଦେବାକୁ ଦାବି କରିବା ସହ ଅଭିଯୁକ୍ତର ଘର ଭଙ୍ଗାରୁଜା କରିଛନ୍ତି। ଗାଁରେ ଉତ୍ତେଜନା ଲାଗି ରହିଛି, ପୋଲିସ ଜଗିଛି।

Advertisment

ସଂପର୍କୀୟ ଦାଦାର ନୃଶଂସ କାଣ୍ଡ । ନାବାଳକ ପୁତୁରା ସହ କୁକର୍ମ କଲା, ବୀଭତ୍ସ ହତ୍ୟା କରି ପାଇଖାନା ଟାଙ୍କିରେ ଫିଙ୍ଗି ଦେଲା । ପିଶାଚ ଦାଦାକୁ ପୋଲିସ ଗିରଫ କରି ଚଳାଇଛି ତନାଘନା । ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ରତନପୁର ଗାଁର ଏ ଲୋମଟାଙ୍କୁରା ଘଟଣା, ଦୋହଲାଇ ଦେଇଛି ସାରା ରାଜ୍ୟକୁ, ପଦାରେ ପକାଇଛି ଛଦ୍ମରୂପୀ ସଂପର୍କ ଭିତରେ ଲୁଚିଥିବା ପଶୁ ପଣିଆକୁ।  

ଅଧିକ ପଢ଼ନ୍ତୁ: ମା’ ପାଖକୁ ଫେରିଲାନି ନିଖୋଜ ପୁଅ; ମିଳିଲା ପାଇଖାନା ଟାଙ୍କିରୁ ମୃତଦେହ

Advertisment

ସୂଚନା ଅନୁସାରେ- ଗଲା ୧୫ ତାରିଖ ସନ୍ଧ୍ୟାରୁ ହଠାତ୍ ନିଖୋଜ ହୋଇଯାଇଥିଲା ରତନପୁର ଗାଁର ମାନସ ସାହୁଙ୍କ ୧୧ବର୍ଷର ନାବାଳକ ପୁଅ ଆଶିର୍ବାଦ। ସନ୍ଧ୍ୟାରେ କାଳବୈଶାଖୀ ପରଠୁ ପୁଅର ପତ୍ତା ପାଇନଥିଲେ, ପରିବାର ଲୋକେ। ଯେହେତୁ ଗାଁ କ୍ରିକେଟ୍ ପଡ଼ିଆରେ ଆଶିର୍ବାଦ, ଅଭିଯୁକ୍ତ ସମ୍ପର୍କୀୟ ଦାଦା ପ୍ରଭାକର ସାହୁ ସାଙ୍ଗେ ଏକାଠି ବସିଥିଲା, ତେଣୁ ତା ଉପରେ ସମସ୍ତଙ୍କ ସନ୍ଦେହ ଘନୀଭୁତ ହୋଇଥିଲା। ହେଲେ ସେ କିଛି ନଜାଣିଲା ଭଳି ଅଭିନୟ କରିବାରୁ, ତାକୁ ହତ୍ୟାକାରୀ ବୋଲି ଠଉରେଇ ହେଉନଥିଲା। ଏଣେ ପୋଲିସର ନିଷ୍କ୍ରିୟତା ନେଇ ଗାଁ ଲୋକଙ୍କ ଆକ୍ରୋଶ ପଢିବାରୁ ୧୮ ତାରିଖ ଦିନ ଡଗ୍ ସ୍କ୍ବାର୍ଡ ଧରି ଗାଁକୁ ଆସିଥିଲା। ସନ୍ଧାନୀ କୁକୁର ଅଭିଯୁକ୍ତ ପ୍ରଭାକର ଘରକୁ ଯିବାରୁ ପୋଲିସ୍ ତାକୁ ଉଠାଇନେଇ ଥାନାରେ ରଖି ତନାଘନା କରିଥିଲା। ଏଣେ ପୁଅ ଖୋଜି ଆଣିବାକୁ ବାରମ୍ବାର ପୋଲିସକୁ ଗୁହାରି କରି ଥକିବା ପରେ ଆଶିର୍ବାଦଙ୍କ ବାପା-ମାଆଙ୍କ ସହ ରତନପୁର ଗାଁ ଲୋକେ ସ୍ଥାନୀୟ ହାଟବଜାର ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ଆଉ ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ପୋଲିସ୍ ଅଭିଯୁକ୍ତ ପ୍ରଭାକରକୁ ଧରି ଗାଁରେ ପହଞ୍ଚିଥିଲା, ତା ଘର ଆଗରେ ନିର୍ମାଣାଧୀନ ଏକ କୋଠା ଘର ପାଇଖାନା ଟାଙ୍କିରୁ ମୃତଦେହ ଉଦ୍ଧାର କରି ପୁରୀ ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ନେଇ ଯାଇଥିଲା। ଘଟଣା ପ୍ରଘଟ ହେବା ପରେ ଇଏ ଆଜି ସକାଳର ଦୃଶ୍ୟ। ପୁଅକୁ ବାହୁନି ବାହୁନି କାନ୍ଦୁଛି ମାଆ, ଆଦରର ନାତିକୁ ଝୁରୁଛି ଜେଜେମାଆ।

କୋମଳମତି ଆଶିର୍ବାଦକୁ ହୋଇଛି ମର୍ଡର। ଏକଥା ଶୁଣି ସାରା ରତନପୁର ଗାଁ ଅବାକ୍, ସ୍ତବ୍ଧ- କ୍ଷୁବ୍ଧ। ସମସ୍ତଙ୍କର ଦାବି ଅଭିଯୁକ୍ତକୁ ଆମକୁ ଦିଅ, ଆମେ ଶାସ୍ତି ଦେବୁ। ସ୍ଥିତି ଏଭଳି ଉଗ୍ର ରୂପ ନେଇଥିଲା ଯେ, ଗାଁ ଲୋକେ ପ୍ରଭାକର ଘର ଉପରେ ବି କରିଥିଲେ ଆକ୍ରମଣ। କିଏ ଛାତ ଭାଙ୍ଗିଥିଲା, ତ କିଏ ଘର ଉପରକୁ ପଥର ମାଡ଼ କରିଥିଲା । ଘର ଭିତର ସାମାନପତ୍ର ବି ଛିନଛତ୍ର। ଲୋକଙ୍କ ଅଭିଯୋଗ-ମୃତ ଆଶିର୍ବାଦ ସହ କୁକର୍ମ କରିଛି ଅଭିଯୁକ୍ତ। ଗୁପ୍ତାଙ୍ଗକୁ ନୃଶଂସ ଭାବେ କାଟି ଦେଇଛି, ତାକୁ ଫାଶି ଦିଆଯାଉ।

ଏଣେ ନିଖୋଜର ୬ଦିନ ପରେ ପାଇଖାନା ଟାଙ୍କିରୁ ଉଲଗ୍ନ ଏବଂ ଗୁପ୍ତାଙ୍ଗ କଟା ଅବସ୍ଥାରେ ଆଶିର୍ବାଦର ଡେଡେବଡ଼ି ମିଳିବା ପରଠୁ ବଢିଛି ମିଷ୍ଟ୍ରି। ନାବାଳକ ହତ୍ୟା ପଛର ପ୍ରକୃତ କାରଣ କଣ ? ପାରିବାରିକ ଶତ୍ରୁତା ନା ଅନ୍ୟ କିଛି ? ହତ୍ୟା ପ୍ରଭାକର ଏକା କରିଛି ନା ତାସହ ଆଉ କିଏ ଅଛି ? ଏସବୁ ରହସ୍ୟ ଭେଦିବାକୁ ପୋଲିସ୍ ଉଦ୍ୟମ ଚଳାଇଥିବା ବେଳେ ଆଜି ପୁରୀ ମେଡିକାଲରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ତେବେ କାହା ସହ ଶତ୍ରୁତା ଥିବା କଥାକୁ ମୃତ ନାବାଳକର ବାପା ଅଶ୍ବୀକାର କରିଥିବାବେଳେ ଦୋଷୀକୁ କଡ଼ା ଦଣ୍ଡ ଦେବାକୁ ଦାବି କରିଛନ୍ତି। ସେପଟେ ପିଲାର ଗୁପ୍ତାଙ୍ଗ କଟା ଅଭିଯୋଗକୁ ପୁରୀ ପୋଲିସ୍ ମନା କରିଥିବାବେଳେ ଏସପି କହିଛନ୍ତି ଅଭିଯୁକ୍ତକୁ ଜେରାବେଳେ ଦୋଷ ସ୍ବୀକାର କରିଛି। ତାକୁ ଯେପରି ଦୃଷ୍ଟାନ୍ତମୂଳକ ଦଣ୍ଡ ମିଳିବ ସେଭଳି ଦଫା ଲଗାଇବୁ।

ନାବାଳକ ବୀଭତ୍ସ ହତ୍ୟା ଘଟଣା ପରଠୁ ରତନପୁର ଗାଁରେ ଚାପା ଉତ୍ତେଜନା ଲାଗି ରହିଛି। ସେଠି ଏବେ ପୋଲିସ ସତର୍କ ଦୃଷ୍ଟି ରଖିଛି। ତେଣେ ଅନ୍ୟ ଏକ ସୂଚନାକ୍ରମେ ହତ୍ୟାକାରୀ ପ୍ରଭାକରଠୁ ପ୍ରାୟ ୨ମାସ ତଳୁ ତା ପତ୍ନୀ ଓ ପିଲା ଅଲଗା ରହୁଛନ୍ତି।

ଅଧିକ ପଢ଼ନ୍ତୁ: ସୀମା ଟପିଲା ବର୍ବରତା, ଖୁଣ୍ଟରେ ବାନ୍ଧି ନାବାଳକଙ୍କୁ ପରିସ୍ରା ପିଆଇଲେ

Murder Mystery
Advertisment
Advertisment