• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଭାବନ୍ତୁ ତ, ଗୋଆ ଯାଇଥିବେ ବୁଲିବାକୁ । ଭରପୂର ମଜାମସ୍ତି କରୁଥିବେ । ଏହି ସମୟରେ କୌଣସି ଏକ କାରଣରୁ ଆପଣଙ୍କର ଆଇଫୋନଟି ଚୋରି ହୋଇଯିବ । ତେବେ ଆପଣ କ’ଣ କରିବେ କହିଲେ । ସବୁ ମଜା ସେଇଠି ସରିଯିବ ନା । ଏପରି ଏକ ଘଟଣା ଦିଲ୍ଲୀର ଜଣେ ବ୍ୟକ୍ତିଙ୍କ ସହ ଘଟିଛି ।

ତେବେ ଯେତେବେଳେ ସେ ଜାଣିଲେ ଯେ; ଚୋରି ହେବା ପରେ ଆଇଫୋନଟି କୁଆଡ଼େ ଗଲା, ସେତେବେଳେ ତାଙ୍କର ଆଶ୍ଚର୍ଯ୍ୟର ସୀମା ରହିଲାନି । ପାଓଭାଜୀ ଖାଇବା ପାଇଁ ଆଇଫୋନଟିକୁ ଦେଇଥିବା ସେ ପରେ ଜାଣିଲେ । କେବଳ ପାଓଭାଜୀର ଗୋଟେ ପ୍ଲେଟ ପାଇଁ ଏପରି ଦାମୀ ଫୋନ ଦେଇଦେବା କଥାଟି, ଆପଣଙ୍କୁ ହଜମ ହେଉଛି କି... ନୁହେଁ ନା ।

ଆଇଫୋନର ଦାମ ସାଧାରଣତଃ ୬୦ ହଜାରରୁ ଆରମ୍ଭ ହୋଇ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥାଏ । ରୋଡ ସାଇଡରେ ୧୦୦ ଟଙ୍କାରେ ମିଳୁଥିବା ପାଓଭାଜୀ ପାଇଁ ଏତେ ଟଙ୍କାର ଆଇଫୋନ ଦେଇଦେବା ନିହାତି ଆଶ୍ଟର୍ଯ୍ୟକର । ଏହାକୁ ନେଇ ଏକ ପୋଷ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

କାର୍ତ୍ତିକେୟ ରାୟ ନାମକ ଜଣେ ବ୍ୟକ୍ତି, ନିଜର ଗୋଆ ଗସ୍ତର ଅଭିଜ୍ଞତା ବାଣ୍ଟିଥିଲେ । ରାୟ ନିଜ X ଆକାଉଣ୍ଟରେ ଲେଖିଛନ୍ତି, ଜଣେ ମଦ୍ୟପ ଆଇଫୋନଟି ଚୋକରି କରିନେଇଥିଲା । ସେ ମଧ୍ୟ ସେ ସମୟରେ ନିଶାରେ ଥିବା ପ୍ରକାଶ କରିଥିଲେ । ତେବେ ଫୋନଟିକୁ ନେଇ ସେ ନିକଟସ୍ଥ ଏକ ପାଓଭାଜୀ ଦୋକାନରେ ଦେଇ ଗୋଟେ ପ୍ଲେଟ ପାଓଭାଜୀ ଖାଇଥିଲେ । ବୋଧ ହୁଏ ସେ ସମୟରେ ବହୁ ଭୋକିଲା ଥିଲେ କିମ୍ବା ଅତ୍ୟଧିକ ମଦ୍ୟପାନ ପାଇଁ ଜାଣିପାରି ନଥିଲେ ବୋଲି ରାୟ କହିଛନ୍ତି ।

ପରେ ଅନ୍ୟ ଏକ ଟ୍ୱିଟ ଯୋଗେ ରାୟ କହିଛନ୍ତି, ଦୋକାନୀ ଫୋନକୁ ରଖିବା ସହ ତାଙ୍କୁ ପାଓବାଜୀ ପ୍ଲେଟ ଦେଇଥିଲେ । ଅନ୍ୟପଟେ ଫୋନ ହଜିବାର ପ୍ରାୟ ୩୬ ଘଣ୍ଟା ପରେ କଲ୍ କରିବାକୁ କଲ ରିସିଭ କରିଥିଲେ । ପରେ ସେ ଫୋନକୁ ଫେରାଇ ଦେଇଥିଲେ ।

ଏହି ପୋଷ୍ଟଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଜଣେ ୟୁଜର୍ସ କହିଛନ୍ତି କି, ବର୍ତ୍ତମାନର ସମାଜ ପାଇଁ ଏହା ଏକ ନୀତିଶିକ୍ଷା । ଅନ୍ୟଜଣେ ଲେଖିଛନ୍ତି, ପାଓଭାଜୀ ନିହାତି ରୂପେ ସେତେ ଭଲ ହୋଇଥିବ । ନହେଲେ ଆଇଫୋନ ବା କିଏ କାହିଁକି ଦେବ ।